ରାଗିଂ ନେଲା ଛାତ୍ରୀଙ୍କ ଜୀବନ ! ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ସୁଇସାଇଡ୍‌ ନୋଟ୍‌ ଜବତ

The Sakala Picture
Published On

ଭୁବନେଶ୍ୱର: ସିନିୟରଙ୍କ ରାଗିଂ ନେଲା ଛାତ୍ରୀଙ୍କ ଜୀବନ ! ଛାତ୍ରୀ ନିବାସରେ ରହୁଥିବା ରୁଚିକା ମହାନ୍ତିଙ୍କୁ କରାଯାଉଥିଲା ରାଗିଂ! ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ଦେଉଥିଲେ ମାନସିକ ନିର୍ଯାତନା ! ଆଉ ନିର୍ଯାତନା ଅସହ୍ୟ ହେବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି! ଆତ୍ମହତ୍ୟା କରିବା ପୂର୍ବରୁ କିଛି ଏପରି ଲେଖିଛନ୍ତି ଛାତ୍ରୀ ଜଣକ । ମୃତଦେହ ପାଖରୁ ମିଳିଥିବା ଏକ ସୁଇସାଇଡ୍‌ ନୋଟ୍‌ରୁ ଏପରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୁଇସାଇଡ ନୋଟକୁ ଜବତ କରି […]

ଭୁବନେଶ୍ୱର: ସିନିୟରଙ୍କ ରାଗିଂ ନେଲା ଛାତ୍ରୀଙ୍କ ଜୀବନ ! ଛାତ୍ରୀ ନିବାସରେ ରହୁଥିବା ରୁଚିକା ମହାନ୍ତିଙ୍କୁ କରାଯାଉଥିଲା ରାଗିଂ! ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ଦେଉଥିଲେ ମାନସିକ ନିର୍ଯାତନା ! ଆଉ ନିର୍ଯାତନା ଅସହ୍ୟ ହେବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି! ଆତ୍ମହତ୍ୟା କରିବା ପୂର୍ବରୁ କିଛି ଏପରି ଲେଖିଛନ୍ତି ଛାତ୍ରୀ ଜଣକ । ମୃତଦେହ ପାଖରୁ ମିଳିଥିବା ଏକ ସୁଇସାଇଡ୍‌ ନୋଟ୍‌ରୁ ଏପରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୁଇସାଇଡ ନୋଟକୁ ଜବତ କରି ପୋଲିସ ତନାଘନା ଆରମ୍ଭ କରିଛି । ଆଜି ଅପରାହ୍ନରେ ବିଜେବି ଛାତ୍ରୀ ନିବାସରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ନିଜ ସୁଇସାଇଡ୍ ନୋଟରେ କିଛି ଏପରି ଲେଖିଛନ୍ତି ରୁଚିକା….

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ମୁଁ ଜୀବନରେ ବହୁତ ଥକି ଗଲିଣି… ମୋ ବାପା ବୋଉ ଏତେ କଷ୍ଟକରି ପାଠ ପଢାଇଲେ… ମୋ ପାଠପଢା ପାଇଁ ଆମ ଘର ଲୋକଙ୍କ ଚଳିବା କଷ୍ଟ… ହେଲେ ହଷ୍ଟେଲରେ ମୋତେ ସିନିୟର ବହୁତ ଟର୍ଚର କଲେ… ୩ ଜଣ ସିନିୟର ମୋତେ ମେଣ୍ଟାଲି କଷ୍ଟ ଦେଲେ… ଆଉ ସହି ପାରିଲିନି… କି ଘରେ ବି କହି ପାରିଲିନି… ମୋତେ ମୋ ବାପା-ବୋଉ ଅଜା-ଆଈ, ମାମୁ-ମାଇଁ, ମଉସା-ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି… ବହୁତ ଆଶା କରିଥିଲେ ମୁଁ କଲେକ୍ଟର ହେବି… ହେଲେ ମୋତେ ସିନିୟର ମେଣ୍ଟାଲି ଡ୍ରିପେସ୍ କଲେ… ବାପା ମାଆ ପଇସା ଖର୍ଚ୍ଚ କରି ମୋତେ ପାଠ ପଢିବାକୁ ଛାଡିଲେ… ହେଲେ ତାଙ୍କ ପଇସାର କିଛି ମୂଲ୍ୟ ନାହିଁ… କାରଣ ସିନିୟର ମୋତେ ବହୁତ ଡ୍ରିପେସ୍ କଲେ… ସମସ୍ତେ ଜାଣିଛନ୍ତି… ଆମ କଲେଜରେ ରାଗିଂ ହୁଏନି… କିନ୍ତୁ ସିନିୟର, ହଷ୍ଟଲରେ ମୋତେ ବଞ୍ଚେଇ ଦେଲେନି… ମୋ ବାପା ବୋଉଙ୍କ ଲୁହରେ ସେମାନ ଭାସି ଯିବେ… ଜମା ଆଗକୁ ବଢି ପାରିବେନି… ମୁଁ ଏ କଥା କାହାକୁ କହି ପାରିଲିନି… କେବଳ ୩ ଜଣ ସିନିୟରଙ୍କ ପାଇଁ ମୁଁ ଜୀବନ ଦେଉଛି… ସେମାନେ କେବଳ ମୋ ଉପରେ ରାଗ ରଖି ମୋତେ ଡ୍ରିପେସ୍ କଲେ… ମୋତେ ପାଠ ବି ପଢେଇ ଦେଲେନି… ମୋ ରୁମ ମେଟ୍ କୁ ବି ଏ କଥା ମୁଁ କହି ପାରିଲିନି… ଶେଷରେ ଜୀବନ ହାରୁଛି….’ । ତେବେ ସୁଇସାଇଡ୍‌ ନୋଟ୍‌ରେ ଲେଖିଥିବା ୩ ଜଣ ସିନିୟର ଛାତ୍ରୀଙ୍କ ନାଁ ଲେଖିନାହାନ୍ତି ରୁଚିକା।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ସୂଚନାଯୋଗ୍ୟ, ଛାତ୍ରୀ ଜଣଙ୍କ ନାମ ରୁଚିକା ମହାନ୍ତି। ସେ ଯୁକ୍ତ ୩ କଳାର ଇତିହାସ ବିଭାଗର ପ୍ରଥମ ବର୍ଷରେ ପାଠ ପଢୁଥିଲେ। UPSC ପାଇଁ ମଧ୍ୟ ପ୍ରସ୍ତୁତି କରୁଥିଲେ ରୁଚିକା। ଏଣୁ ସେ ପାଠ ପଢାରେ ସମୟ ଦେବା ସହ ହଷ୍ଟେଲର ଅନ୍ୟ ଅନ୍ତେବାସୀଙ୍କ ସହ ଏତେ ମିଳାମିଶା କରୁନଥିଲେ। ଆଜି ସକାଳୁ କ୍ଲାସ କରିବାକୁ ନଯାଇ ସାଙ୍ଗ ରହୁଥିବା ୨୦୧ ରୁମ୍ ରେ ଏକାକୀ ରହିଥିଲେ। ସବୁ ପିଲା କ୍ଲାସ ଗଲା ପରେ ରୁଚିକା ଆତ୍ମହତ୍ୟା କରିଥିବା ନେଇ ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର