କରୋନା କଷ୍ଟ: ବାଇକ୍‌ ରେ ସୁରଟରୁ ବାରିପଦା, ପଞ୍ଚତାରକା ହୋଟେଲ ଶେଫ୍‌ ରୁ ବିଶ୍ବଜିତ ଖୋଲିଲେ ଫୁଡ୍‌ କାଫେ

The Sakala Picture
Published On

ବାଲେଶ୍ବର : ମହାମାରୀ କରୋନା ଅନେକ ଲୋକଙ୍କ ଜୀବନର ମୋଡ଼ ବଦଳାଇ ଦେଇଛି। କରୋନା ଓ ଲକଡାଉନ୍‌ ଯୋଗୁଁ ୨୦୧୪ ମସିହାରୁ ବିଭିନ୍ନ ପଞ୍ଚତାରକା ହୋଟେଲରେ ଶେଫ୍‌ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କୁ ହଠାତ ଚାକିରି ଛାଡ଼ିବାକୁ ପଡ଼ିଲା। ଏମିତିକି ଗତବର୍ଷ ଲକଡାଉନ୍ ଯୋଗୁଁ ସୁରଟରୁ ନିଜ ଘରକୁ ଆସିବାରେ ମଧ୍ୟ ଅନେକ ସମସ୍ୟା ହେଲା। ଫଳରେ ଏକ ବାଇକ୍‌ ଧରି ସିଧା ସୁରଟରୁ ବାରିପଦାରେ ପହଞ୍ଚିଥିଲେ। ତେବେ ଘରେ ପହଞ୍ଚିବା ପରେ କିଛି ମାସ […]

ବାଲେଶ୍ବର : ମହାମାରୀ କରୋନା ଅନେକ ଲୋକଙ୍କ ଜୀବନର ମୋଡ଼ ବଦଳାଇ ଦେଇଛି। କରୋନା ଓ ଲକଡାଉନ୍‌ ଯୋଗୁଁ ୨୦୧୪ ମସିହାରୁ ବିଭିନ୍ନ ପଞ୍ଚତାରକା ହୋଟେଲରେ ଶେଫ୍‌ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କୁ ହଠାତ ଚାକିରି ଛାଡ଼ିବାକୁ ପଡ଼ିଲା। ଏମିତିକି ଗତବର୍ଷ ଲକଡାଉନ୍ ଯୋଗୁଁ ସୁରଟରୁ ନିଜ ଘରକୁ ଆସିବାରେ ମଧ୍ୟ ଅନେକ ସମସ୍ୟା ହେଲା। ଫଳରେ ଏକ ବାଇକ୍‌ ଧରି ସିଧା ସୁରଟରୁ ବାରିପଦାରେ ପହଞ୍ଚିଥିଲେ। ତେବେ ଘରେ ପହଞ୍ଚିବା ପରେ କିଛି ମାସ ଏକ ବେକେରି ସପ୍‌ ରେ ଚାକିରି କରିବା ପରେ ଏବେ ସେ ନିଜର ଏକ ସପ୍‌ ଖୋଲିଛନ୍ତି। ଯେଉଁଠି ସେ କିଛି ଲୋକଙ୍କୁ କର୍ମନିଯୁକ୍ତି ଦେଇପାରିଛନ୍ତି। ସେ ହେଉଛନ୍ତି ବିଶ୍ବଜିତ ପଣ୍ଡା(୨୫)। ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ଘର। ମାତ୍ର ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଛକରେ ନିଜର ଏକ ସପ୍ ଖୋଲିଛନ୍ତି। ବ୍ୟବସାୟୀ ରାଜୀବଲୋଚନ ପଣ୍ଡା ଏବଂ ସଙ୍ଗୀତା ପଣ୍ଡାଙ୍କ ଏକମାତ୍ର ପୁଅ ବିଶ୍ବଜିତ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ବିଶ୍ବଜିତ ସ୍କୁଲରେ ପଢ଼ିବା ବେଳଠୁ ହିଁ ରୋଷେଇ କରିବା ପ୍ରତି ଆଗ୍ରହ ଦେଖାଦେଇଥିଲେ। ପୂର୍ବରୁ ଗାଁରେ ଯେତେବେଳେ ବି କେଉଁଠି କିଛି କାର୍ଯ୍ୟକ୍ରମ ହେଉଥିଲା ବିଶ୍ବଜିତ ସେଠାରେ ‌ଅନ୍ୟମାନଙ୍କ ସହ ମିଶି ରୋଷେଇ କରିବାକୁ ଯାଉଥିଲେ। ବିଶ୍ବଜିତ ବାରିପଦାରେ ହୋଟେଲ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଶେଷ କରିବା ପରେ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଟ୍ରେନିଂ ପାଇଁ ବାହାରକୁ ଯାଇଥିଲେ । ପରେ ପାଠପଢ଼ା ସରିବା ପରେ ଚିହ୍ନାଙ୍କ ମାଧ୍ୟମରେ ବାହାରକୁ କାମ ପାଇଁ ପଳାଇଯାଇଥିଲେ ବିଶ୍ବଜିତ। ୨୦୧୪ ମସିହାରୁ ବିଶ୍ବଜିତ ବିଭିନ୍ନ ପଞ୍ଚତାରକା ହୋଟେଲରେ ଶେଫ୍‌ ଭାବେ କାମ କରୁଥିଲେ। ପ୍ରଥମେ ବେଙ୍ଗାଲୁରୁ ପରେ ଅହମଦାବାଦ, ଜୟପୁର ଏବଂ ଶେଷରେ ସୁରଟରେ କାମ କରୁଥିଲେ। ସୁରଟରେ ଏକ ପଞ୍ଚତାରକା ହୋଟେଲରେ ଶେଫ୍‌ ଭାବେ କାମ କରୁଥିଲେ। ମାତ୍ର ଗତବର୍ଷ ପ୍ରଥମ ଲକଡାଉନ୍‌ ହେବା ଦ୍ବାରା ସବୁକିଛି ବନ୍ଦ ହୋଇଗଲା। ତେଣୁ ରହିବା ଓ ନୂଆ ଚାକିରି ପାଇଁ ବିଭିନ୍ନ ସମସ୍ୟା ହେଲା। ଫଳରେ ବାଧ୍ୟହୋଇ ସେ ବାଇକ୍‌ ରେ ଘରକୁ ପଳାଇ ଆସିଥିଲେ। ୬ ଦିନ ପରେ ବାରିପଦାରେ ପହଞ୍ଚିଥିଲେ। କିଛିଦିନ ଘରେ ଫାଙ୍କା ବସିବା ପରେ ସାଙ୍ଗମାନଙ୍କ ପରାମର୍ଶ ଅନୁଯାୟୀ ଏକ ବେକେରୀରେ କାମ କଲେ। କାମ ଭିତରେ ହିଁ ବିଶ୍ବଜିତ ନିଜର କିଛି ବ୍ୟବସାୟ କରିବାକୁ ଯୋଜନା କରିଥିଲେ। ଏବଂ ଶେଷରେ ଚଳିତବର୍ଷ ମାର୍ଚ୍ଚ ମାସରେ ସେଠାରେ ଚାକିରି ଛାଡ଼ି ବାଲେଶ୍ବର ସହର ରେମୁଣା ବ୍ଲକ ଛକ ନିକଟରେ ଖୋଲିଲେ ନିଜର ଏକ ବେକେରୀ ଆଣ୍ଡ୍ କାଫେ ସପ୍। ଦୋକାନରେ ବିକ୍ରି ପାଇଁ ସମସ୍ତ ଖାଦ୍ୟ ନିଜେ ତିଆରି କରିଥାନ୍ତି। ତେବେ ୪ ଜଣ ଷ୍ଟାଫ୍‌ଙ୍କୁ ବି କର୍ମନିଯୁକ୍ତି ଦେଇପାରିଛନ୍ତି। ତେବେ ଦୁଇ ବର୍ଷ ଧରି ଲଗାତାର କରୋନା ପ୍ରକୋପ ଯୋଗୁଁ ସେ ଆଉ ବାହାରକୁ ଫେରିକି ଗଲେ ନାହିଁ। ବରଂ ବାଲେଶ୍ବରରେ ରହି ନିଜେ କିଛି କାମ ଆରମ୍ଭ କଲେ। ପୂର୍ବରୁ ଯୋଜନା ଥିଲା ନିଜେ କିଛି କରିବେ ବୋଲି ହେଲେ ଏତେ ଶୀଘ୍ର କରିବେ ବୋଲି କେବେ ଭାବିନଥିଲେ ବିଶ୍ବଜିତ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

‘ଭବିଷ୍ୟତରେ ମୋର ଏପରି ଏକ ବ୍ୟବସାୟର ଯୋଜନା ଥିଲା ଯାହା କରୋନା ଯୋଗୁଁ ଶୀଘ୍ର ଆରମ୍ଭ ହୋଇଗଲା। କିନ୍ତୁ ହଠାତ ଆାମ୍ଭ କରିବାକୁ ପଡ଼ିଲା ବୋଲି ନିଜର କିଛି ସଞ୍ଚିତ ଅର୍ଥ ଓ ଧାର ଉଧାର କିଛି ଆରମ୍ଭ କରିବାକୁ ପଡ଼ିଛି। ସପ୍‌ ଖୋଲିବାର ୧୦ ଦିନ ଭିତରେ ଲକଡାଉନ୍ ହେବା ଯୋଗୁଁ ଟିକେ ସମସ୍ୟା ହୋଇଛି। ତେବେ ଆଗାମୀ ଦିନରେ ଏହି ବ୍ୟବସାୟକୁ ବଜାଇ ରଖିବେ ବୋଲି ବିଶ୍ବଜିତ କହିଛନ୍ତି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର