ଜିତିବାର ବିଶ୍ବାସ ଦିଅନ୍ତି ବିଶ୍ୱଜିତ : କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା

The Sakala Picture
Published On

ନାରାୟଣପାଟଣା : ଚାରିଆଡ଼େ କରୋନା କଥା। ସଂକ୍ରମିତଙ୍କ ପାଖକୁ ଯିବାକୁ ସମସ୍ତଙ୍କ ଭୟ। ଏପରିକି କି କରୋନର ଦୁର୍ଦ୍ଦଶାରେ ନିଜ ପରିବାର ବି ହାତ ଛାଡ଼ି ଦେଉଛନ୍ତି। ଏଭଳି ସମୟରେ କିନ୍ତୁ ଲୋକଙ୍କ ପାଖେ ପାଖେ ରହି ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି ବିଶ୍ୱଜିତ୍‍ ଦାସ। ନାରାୟଣାଟଣାର ଆୟୁଷ ଡାକ୍ତର ବିଶ୍ୱଜିତ ଦାସ। କରୋନା ପ୍ରଥମ ଓ ଦ୍ୱିତୀୟ ଲହରୀରେ ସେ କରୋନା ରୋଗୀଙ୍କ ପାଇଁ ସାଜିଛନ୍ତି ଭଗବାନ। ତାଙ୍କର ଉପରେ ରହିଛି ନାରାୟଣାଟଣାର ୪୦୦୦ ଲୋକଙ୍କ […]

ନାରାୟଣପାଟଣା : ଚାରିଆଡ଼େ କରୋନା କଥା। ସଂକ୍ରମିତଙ୍କ ପାଖକୁ ଯିବାକୁ ସମସ୍ତଙ୍କ ଭୟ। ଏପରିକି କି କରୋନର ଦୁର୍ଦ୍ଦଶାରେ ନିଜ ପରିବାର ବି ହାତ ଛାଡ଼ି ଦେଉଛନ୍ତି। ଏଭଳି ସମୟରେ କିନ୍ତୁ ଲୋକଙ୍କ ପାଖେ ପାଖେ ରହି ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି ବିଶ୍ୱଜିତ୍‍ ଦାସ।
ନାରାୟଣାଟଣାର ଆୟୁଷ ଡାକ୍ତର ବିଶ୍ୱଜିତ ଦାସ। କରୋନା ପ୍ରଥମ ଓ ଦ୍ୱିତୀୟ ଲହରୀରେ ସେ କରୋନା ରୋଗୀଙ୍କ ପାଇଁ ସାଜିଛନ୍ତି ଭଗବାନ। ତାଙ୍କର ଉପରେ ରହିଛି ନାରାୟଣାଟଣାର ୪୦୦୦ ଲୋକଙ୍କ ଦାୟିତ୍ୱ; ତଥାପି କେବେ ମଧ୍ୟ ସେ ଭଙ୍ଗି ନ ପଡ଼ି ବିନା ଭୟରେ ନିଜ କର୍ତ୍ତବ୍ୟ ପାଳନ କରିଛନ୍ତି। ଦିନ ହେଉ ଅବା ରାତି; ଗ୍ରାମାଞ୍ଚଳ ହେଉ ବା ସହର ସମସ୍ତ କୋଭିଡ୍‍ ରୋଗୀମାନଙ୍କ ପାଖରେ ସେ ପହଞ୍ଚି ସେବା ଯୋଗାଇଥାନ୍ତି। ପିପିଇ କିଟ୍‌ ପିନ୍ଧି ବ୍ଲକ୍‍ ସଙ୍ଗରୋଧ ଥିବା କରୋନା ଆକ୍ରାନ୍ତଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝନ୍ତି।

ଶରୀର ତାପମାତ୍ରା, ଅମ୍ଳଜାନ ସ୍ତର ପରଖିବା ସହ ଆକ୍ରାନ୍ତଙ୍କ ମନବଳ ଦୃଢ଼ କରିଥା’ନ୍ତି। ଘରକୁ ଫେରିବା ପରେ ମଧ୍ୟ ଫୋନ ମାଧ୍ୟମରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝନ୍ତି। ନିକଟରେ ଜଣେ ଶିକ୍ଷକ ସନ୍ତୋଷ ସୁବୁଦ୍ଧି ଗୃହ ସଙ୍ଗରୋଧରେ ରହି କୋଭିଡରୁ ସୁସ୍ଥ ହେବା ପରେ କବିତା ମଧ୍ୟମରେ ସମସ୍ତ ପ୍ରଶାସନ ଓ କର୍ତ୍ତବ୍ୟ ନିଷ୍ଟ ଡାକ୍ତର ବିଶ୍ୱଜିତ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି। ବିଶ୍ୱଜିତ ଆଜି ସୁଦ୍ଧା ପ୍ରାୟ ୪୦୦ ରୋଗୀକୁ ସେବା ଯୋଗାଇଥିବା ବେଳେ ସେଥିରୁ ୨୦୦ କୋଭିଡ ରୋଗୀ ଗୃହ ସଙ୍ଗଗରୋଧରେ ରହି ସୁସ୍ଥ ହୋଇଛନ୍ତି। ଏବେ ୧୯ଜଣକୁ ନିରନ୍ତର ସେବା ଯୋଗାଉଥିବା ବେଳେ ପ୍ରତିଦିନ ଏଥିପାଇଁ ପାହାଡ଼ ପର୍ବତ ଅତିକ୍ରମ କରି ସେ ଗୋଟିଏ ଗାଁ ରୁ ଅନ୍ୟ ଗାଁକୁ ଯାଉଛନ୍ତି। ଘରକୁ ଘର ବୁଲି କରୋନା ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା କରିବା ସହ ଅମ୍ଳଜାନ୍‍ ମାତ୍ରା ଓ ଥର୍ମାଲ୍‌ ସ୍କ୍ରିନିଂ ବି କରୁଛନ୍ତି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ବିଶ୍ୱିଜତଙ୍କୁ ଏହି କାମରେ ସହଯୋଗ କରୁଛନ୍ତି ଫାର୍ମାସିଷ୍ଟ ଈଶ୍ୱର ପାତ୍ର ଓ ଡ୍ରାଇଭର ମେଘା ବିଡ଼ିକା। ଚଳିତ ବର୍ଷ ପ୍ରାରମ୍ଭରେ କରୋନାର ଦ୍ୱିତୀୟ ଲହରି ଆସିଥିବା ବେଳେ ଏହା ପ୍ରାଣଘାତକ ସାବ୍ୟସ୍ତ ହୋଇଥିଲା। ଏସବୁ ସତ୍ତ୍ବେ ଡାକ୍ତର ନିଜ ଦାୟିତ୍ୱ ତଥା କର୍ତ୍ତବ୍ୟରୁ ଓହରି ନାହାନ୍ତି।
ନାରାଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳରେ ଆସୁଥିବା ସମସ୍ତ ଗ୍ରାମରେ ଥିବା ଆକ୍ରାନ୍ତ ଓ ସେମାନଙ୍କ ପରିବାରବର୍ଗଙ୍କ କୋଭିଡ ପରୀକ୍ଷା କରିବା ସହ ସେମାନଙ୍କୁ ଗୃହ ସଙ୍ଗରୋଧ ପାଇଁ ପରାମର୍ଶ ଦେଇଥାନ୍ତି। ଆଜି ପର୍ଯ୍ୟନ୍ତ ସେ ନାରାଣପାଟଣା ଅଞ୍ଚଳରେ ପ୍ରାୟ ୨୦୦୦ ଲୋକଙ୍କ କରୋନା ପରୀକ୍ଷା କରିସାରିଛନ୍ତି। ଏଥିସହ ନାରାଣପାଟଣା ବ୍ଲକରେ ଯଦି କୌଣସି ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କୁ ମାନସିକ ଭାବେ ସାକରାତ୍ମକ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଥାନ୍ତି।

03 Jul 2021 By The Sakala

https://www.thesakala.in/latest-odisha-news/biswajit-believes-in-winning/article-3431
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର