ହକିରୁ ଅବସର ଘୋଷଣା କଲେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା

The Sakala Picture
Published On

ଭୁବନେଶ୍ବର : ଭାରତୀୟ ହକି ଟିମ୍ରୁ ଅବସର ଘୋଷଣା କରିଛନ୍ତି ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା। ଟିମ୍‌ ଇଣ୍ଡିଆର ଷ୍ଟାର ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଗୁରୁବାର ହକିରୁ ଅବସର ନେଇ ହକି ଇଣ୍ଡିଆକୁ ଜଣାଇଥିଲେ। ଏହାପରେ  ହକି ଇଣ୍ଡିଆ ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି । ଟିମ୍ ଇଣ୍ଡିଆ ପାଇଁ ୨୦୧ଟି ମ୍ୟାଚ୍ ଖେଳିଥିବା ବୀରେନ୍ଦ୍ର ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଉପ-ଅଧିନାୟକ ରହିଥିଲେ । ଭାରତୀୟ ହକି ଟିମର ଷ୍ଟାର୍ ଡିଫେଣ୍ଡର […]

ଭୁବନେଶ୍ବର : ଭାରତୀୟ ହକି ଟିମ୍ରୁ ଅବସର ଘୋଷଣା କରିଛନ୍ତି ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା। ଟିମ୍‌ ଇଣ୍ଡିଆର ଷ୍ଟାର ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଗୁରୁବାର ହକିରୁ ଅବସର ନେଇ ହକି ଇଣ୍ଡିଆକୁ ଜଣାଇଥିଲେ। ଏହାପରେ  ହକି ଇଣ୍ଡିଆ ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି । ଟିମ୍ ଇଣ୍ଡିଆ ପାଇଁ ୨୦୧ଟି ମ୍ୟାଚ୍ ଖେଳିଥିବା ବୀରେନ୍ଦ୍ର ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଉପ-ଅଧିନାୟକ ରହିଥିଲେ । ଭାରତୀୟ ହକି ଟିମର ଷ୍ଟାର୍ ଡିଫେଣ୍ଡର ଥିବା ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା  ଦୁଇଥର ଭାରତ ପକ୍ଷରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ବୀରେନ୍ଦ୍ର ୨୦୦୭ରେ ଭାରତୀୟ ଜୁନିୟର ହକି ଟିମରେ ଡେବ୍ୟୁ କରିଥିଲେ । ଆଉ ଏହାପରେ ପଛକୁ ଫେରି ଚାହିଁନଥିଲେ ବୀରେନ୍ଦ୍ର । ଲଗାତାର ମ୍ୟାଚ୍ ଖେଳିବା ସହ ଦଳର ନିର୍ଭରଯୋଗ୍ୟ ଖେଳାଳୀ ଭାବେ ପରିଚିତ ଥିଲେ ବୀରେନ୍ଦ୍ର । ବୀରେନ୍ଦ୍ର ଲାକ୍ରା  ୨୦୧୨  ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ପୁରୁଷ ହକିରେ ଡେବ୍ୟୁ କରିଥିଲେ । ସେହି ବର୍ଷ ହିଁ ହକି ଚମ୍ପିଆନସିପ୍‌ର ସେମି ଫାଇନାଲ୍‌ରେ ଦମଦାର ଖେଳ ପ୍ରଦର୍ଶନ ସହ ଅଲମ୍ପିକ୍‌ ଯୋଗ୍ୟତା ପର୍ଯ୍ୟା ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମଧ୍ୟ ଫ୍ରାନ୍ସ ବିପକ୍ଷରେ ଲଢ଼ୁଆ ଖେଳ ପ୍ରଦର୍ଶନ କରିଥିଲେ। ଏହାପରେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଇଁ ଖେଳିଥିଲେ ବୀରେନ୍ଦ୍ର। ଏହାପରେ ୨୦୧୪ ଏସିଆନ ଗେମ୍ସରେ ଭାରତୀୟ ଦଳ ରୌପ୍ୟ ପଦକ ହାସଲ କରିଥିଲା । ଏହି ଦଳର ସଦସ୍ୟ ଥିଲେ ବୀରେନ୍ଦ୍ର । ଏହାପରେ ୨୦୧୫ କମନୱେଲ୍‌ଥ ଗେମ୍‌ସରେ ମଧ୍ୟ ଭାରତୀୟ ଦଳ ଯେତେବେଳେ କାଂସ୍ୟ ଜିତିଥିଲା, ସେ ଦଳର ସଦସ୍ୟ ଥିଲେ।

ଏହାପରେ ୨୦୧୬ ରେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ ହେଁ ଆଣ୍ଠୁରେ ଆଘାତ ସମସ୍ୟାଯୋଗୁଁ ଖେଳିପାରିନଥିଲେ। ଯାହା ଫଳରେ ସେ ୮ ମାସ ଧରି ଦଳରୁ ବାଦ୍‌ ପଡ଼ିଥିଲେ । ୨୦୧୭ରେ ସେ ପୁନଃ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତେବେ ୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ତାଙ୍କୁ ଭାରତୀୟ ଦଳରେ ସାମିଲ୍‌ କରାଯାଇଥିଲା। ଆଉ ଦୀର୍ଘ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ମେଡାଲ ବିଜୟୀ ହୋଇଥିଲା । ଟୋକିଓରେ ପଦକ ବିଜୟୀ ହେବା ପରେ ବୀରେନ୍ଦ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା । ରାଜ୍ୟ ସରକାର ପୂର୍ବ ଘୋଷଣା ମୁତାବକ ଆର୍ଥିକ ସହାୟତା ସହ ପୁଲିସ ବିଭାଗରେ ଡିଏସପି ନିଯୁକ୍ତି ଦେଇଥିଲେ।

ଏହାପୂର୍ବରୁ ଆଜି ଭାରତୀୟ ହକି ଦଳର ଡ୍ରାଗ ଫ୍ଲିକର ରୂପିନ୍ଦର ପାଲ ସିଂ ମଧ୍ୟ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଥିଲେ ।ରୂପିନ୍ଦର ମଧ୍ୟ ଅଲିମ୍ପିକ୍ସ ମେଡାଲ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଥିଲେ । ଅବସରକାଳୀନ ବାର୍ତ୍ତାରେ ରୁପିନ୍ଦର ଲେଖିଛନ୍ତି, “ଭାରତୀୟ ହକି ଟିମରୁ ଅବସର ଘୋଷଣା କରୁଛି । ଗତ କିଛି ମାସର ସମୟ ଜୀବନର ଶ୍ରେଷ୍ଠ ଓ ସ୍ମରଣୀୟ ଦିନ ହୋଇରହିବ । ସାଥୀ ଖେଳାଳିଙ୍କ ସହିତ ଟୋକିଓ ଅଲମ୍ପିକ୍‌ର ପଦକ ପୋଡିୟମରେ ଠିଆହେବାର ମୁହୂର୍ତ୍ତ ଜୀବନର ଅଦ୍ଭୁତ ଅନୁଭୂତି ଓ ସବୁଦିନ ପାଇଁ ଏହା ଅଭୁଲା ହୋଇ ରହିବ । ସମୟ ଆସିଛି ଯୁବ ପ୍ରତିଭାବାନ ଖେଳାଳିଙ୍କ ପାଇଁ ପଥ ପରିଷ୍କାର କରିବାର । ଗତ ୧୩ ବର୍ଷ ଧରି ଭାରତକୁ ପ୍ରତିନିଧିତ୍ବ କରିପାରିଥିବାରୁ ଗର୍ବିତ ଓ ଏହା ଏକ ନିଆରା ଉପଲବ୍ଧି । ୨୨୩ଟି ମ୍ୟାଚ୍‌ରେ ଭାରତୀୟ ଜର୍ସି ପିନ୍ଧିବାର ସୁଯୋଗ ମିଳିଥିବାରୁ ଅତ୍ୟନ୍ତ ସୌଭାଗ୍ୟବାନ ମନେକରୁଛି । ପ୍ରତ୍ୟେକ ମ୍ୟାଚ୍‌ ସ୍ବତନ୍ତ୍ର ଓ ଖେଳକୁ ଭଲପାଉଥିବା ମହାନ ଦେଶ ଭାରତ ପକ୍ଷରୁ ଖେଳିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେକରୁଛି ।”

30 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର