ଆସିଲା ଚିଲିକା ପକ୍ଷୀ ଗଣନା ରିପୋର୍ଟ: ଚିଲିକାରେ ୧୧ ଲକ୍ଷ ୨୭ ହଜାର ୨୨୮ପକ୍ଷୀ, ଦେଶୀ-ବିଦେଶୀଙ୍କ ସଂଖ୍ୟା ହ୍ରାସ

The Sakala Picture
Published On

ଖୋର୍ଦ୍ଧା/ବାଲୁଗାଁ: ଚଳିତବର୍ଷ ଚିଲିକା‌ରେ ମୋଟ ୧୯୬ ପ୍ରଜାତିର ୧୧ଲକ୍ଷ ୨୭ହଜାର ୨୨୮ ପକ୍ଷୀଙ୍କ ସମାଗମ ହୋଇଛି। ସେଥିମଧ୍ୟରୁ ୧୦୯ ପ୍ରଜାତିର ୧୦ ଲକ୍ଷ ୮୭ ହଜାର ୨୨୬ଟି ବିଦେଶାଗତ ପକ୍ଷୀ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ୮୭ ପ୍ରଜାତିର ୪୦ହଜାର ୨ଟି ପକ୍ଷୀ ରହିଛନ୍ତି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ମିଳିତ ଆନୁକୂଲ୍ୟରେ ହୋଇଥିବା ପକ୍ଷୀଗଣନାରୁ ଏଭଳି ତଥ୍ୟ ମିଳିଛି। ସୂଚନାନୁଯାୟୀ, ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଥିବା […]

ଖୋର୍ଦ୍ଧା/ବାଲୁଗାଁ: ଚଳିତବର୍ଷ ଚିଲିକା‌ରେ ମୋଟ ୧୯୬ ପ୍ରଜାତିର ୧୧ଲକ୍ଷ ୨୭ହଜାର ୨୨୮ ପକ୍ଷୀଙ୍କ ସମାଗମ ହୋଇଛି। ସେଥିମଧ୍ୟରୁ ୧୦୯ ପ୍ରଜାତିର ୧୦ ଲକ୍ଷ ୮୭ ହଜାର ୨୨୬ଟି ବିଦେଶାଗତ ପକ୍ଷୀ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ୮୭ ପ୍ରଜାତିର ୪୦ହଜାର ୨ଟି ପକ୍ଷୀ ରହିଛନ୍ତି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ମିଳିତ ଆନୁକୂଲ୍ୟରେ ହୋଇଥିବା ପକ୍ଷୀଗଣନାରୁ ଏଭଳି ତଥ୍ୟ ମିଳିଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ସୂଚନାନୁଯାୟୀ, ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ପ୍ରଜାତି ସଂଖ୍ୟାରେ ବୃଦ୍ଧି ହୋଇଛି। ଗତବର୍ଷ ଚିଲିକାକୁ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ହଜାର ୭୫୯ ପକ୍ଷୀ ଆସିଥିଲେ। ତନ୍ମଧ୍ୟରୁ ୧୦୮ ପ୍ରଜାତିର ୧୦ ଲକ୍ଷ ୯୮ହଜାର ୮୧୩ଟି ବିଦେଶୀ ପକ୍ଷୀ ଏବଂ ୭୯ ପ୍ରଜାତିର ୩୮ ହଜାର ୯ ଶହ ୪୬ଟି ସ୍ଥାନୀୟ ପକ୍ଷୀ ସାମିଲ ଥିଲେ। ଗତବର୍ଷ ତୁଳନାରେ ଚଳିତ ବର୍ଷ ୯ ପ୍ରଜାତିର ପକ୍ଷୀ ବୃଦ୍ଧି ପାଇଥିବା ବେଳେ ୧୦, ୫୩୧ଟି ପକ୍ଷୀ କମିଛନ୍ତି। ସେହିପରି ଚଳିତ ବର୍ଷ ସର୍ବାଧିକ ପକ୍ଷୀ ବାଲୁଗାଁ ରେଞ୍ଜ ଅଞ୍ଚଳରେ ଦେଖାଯାଇଥିବା ବେଳେ ପକ୍ଷୀ ଅଭୟାରଣ୍ୟ ନଳବଣରେ ମୋଟ ୯୨ ପ୍ରଜାତିର ୩ ଲକ୍ଷ ୪୩ ହଜାର ୨୨୬ଟି ପକ୍ଷୀଙ୍କ ଆଗମନ ହୋଇଛି। ପୂର୍ବବର୍ଷ ନଳବଣରେ ୩ ଲକ୍ଷ ୪୭ ହଜାର ୨୮୦ଟି ପକ୍ଷୀ ଆସିଥିଲେ। ଚଳିତବର୍ଷ ୪ ହଜାର ୫୪ଟି ହ୍ରାସ ପାଇଛି। ତେବେ ନଳବଣରେ ସର୍ବାଧିକ ପକ୍ଷୀ ଦେଖାଯାଇଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଚଳିତ ବର୍ଷ ସର୍ବାଧିକ ସଂଖ୍ୟାରେ ଗଡ଼ୱାଲ ୨ ଲକ୍ଷ ୧ ହଜାର ୯୨୬, ନର୍ଦନ ପିନ୍‌ଟେଲ୍‌ ୧ ଲକ୍ଷ ୯୩ ହଜାର ୩୯୪ଟି, ୟୁରାସିଆନ କ୍ୟୁଜ୍‌‌ୟନ ୧ ଲକ୍ଷ ୫୪ ହଜାର ୯୩୭, ବ୍ଲାକଟେଲ ଗଡ଼ୱାଲ ୬୮ ହଜାର ୩୭୯, କମନ୍‌‌ କୁଟ୍‌‌ ୫୪ ହାଜର ୭୮୭ ଆସିଛନ୍ତି। ସେହିପରି ଚିଲିକାର ଶୋଭାମଣ୍ଡନ କରୁଥିବା ଫ୍ଲେମିଙ୍ଗୋ ପକ୍ଷୀ ଗତବର୍ଷ ୮୨୦ଟି ଆସିଥିବା ବେଳେ ଚଳିତବର୍ଷ ବୃଦ୍ଧି ପାଇ ୨ ହଜାର ୬୩୮ଟି ପକ୍ଷୀ ଆସିଥିବା ଗଣନାରୁ ଜଣାଯାଇଛି। ସୁଦୂର ସାଇବେରିଆ, କାଜାକିସ୍ଥାନ, ଋଷ, ଆମେରିକା, ଇରାନ୍‌‌, ଆଫଗାନିସ୍ଥାନ, ଲଦାଖ ସମେତ ହିମାଳୟ ଆଦି ଅଞ୍ଚଳରୁ ଗତ ବର୍ଷ ୧୮୭ ପ୍ରଜାତିର ବିଦେଶାଗତ ଲକ୍ଷଲକ୍ଷ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ୧୯୬ ପ୍ରଜାତିର ପକ୍ଷୀ ଆସିଛନ୍ତି। ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ ଯଥା ବାଲୁଗାଁ, ଚିଲିକା, ସାତପଡ଼ା, ରମ୍ଭା ଓ ଟାଙ୍ଗୀ ଅଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର