ପୂର୍ବ ସରକାରଙ୍କ ‘କୃଷକ ଓଡ଼ିଶା ପୋର୍ଟାଲ’କୁ ବିଲ୍‌ ଗେଟ୍ସଙ୍କ ପ୍ରଶଂସା

The Sakala Picture
Published On

ଭୁବନେଶ୍ୱର: କୃଷକଙ୍କୁ ଆତ୍ମନିର୍ଭର, ସଶକ୍ତ ଭାବେ ଗଢ଼ିତୋଳିବା ପାଇଁ ବିଦାୟୀ ବିଜେଡି ସରକାର କାଳିଆଠାରୁ କୃଷକ ଓଡ଼ିଶା ପୋର୍ଟାଲ ପରି ଅଭିନବ ଯୋଜନା ଏବଂ କାର୍ଯ୍ୟକ୍ରମମାନ ପ୍ରଣୟନ କରି ଆସିଛନ୍ତି। ଯାହା କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିଛି। ବିଶେଷକରି କୃଷି କ୍ଷେତ୍ରରେ ଡିଜିଟାଲ ଜ୍ଞାନକୌଶଳକୁ ପ୍ରୟୋଗ କରି ଓଡ଼ିଶା ଏ ଦିଗରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏହାକୁ ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ ଗେଟ୍ସ ଉଚ୍ଚ ପ୍ରଶଂସା କରିଛନ୍ତି। ନବୀନ ସରକାରଙ୍କ କୃଷକ […]

ଭୁବନେଶ୍ୱର: କୃଷକଙ୍କୁ ଆତ୍ମନିର୍ଭର, ସଶକ୍ତ ଭାବେ ଗଢ଼ିତୋଳିବା ପାଇଁ ବିଦାୟୀ ବିଜେଡି ସରକାର କାଳିଆଠାରୁ କୃଷକ ଓଡ଼ିଶା ପୋର୍ଟାଲ ପରି ଅଭିନବ ଯୋଜନା ଏବଂ କାର୍ଯ୍ୟକ୍ରମମାନ ପ୍ରଣୟନ କରି ଆସିଛନ୍ତି। ଯାହା କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିଛି। ବିଶେଷକରି କୃଷି କ୍ଷେତ୍ରରେ ଡିଜିଟାଲ ଜ୍ଞାନକୌଶଳକୁ ପ୍ରୟୋଗ କରି ଓଡ଼ିଶା ଏ ଦିଗରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏହାକୁ ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ ଗେଟ୍ସ ଉଚ୍ଚ ପ୍ରଶଂସା କରିଛନ୍ତି। ନବୀନ ସରକାରଙ୍କ କୃଷକ ଓଡ଼ିଶା ପୋର୍ଟାଲ ପରି ପଦକ୍ଷେପ ଅନନ୍ୟ ଓ ପ୍ରଥମଥର ସେ ଏପରି କାର୍ଯ୍ୟ ଦେଖିଛନ୍ତି ବୋଲି ବିଲ୍‌ ଗେଟ୍ସ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ନିଜ ଭାରତ ଗସ୍ତ ସମ୍ପର୍କରେ ନିକଟରେ ଏକ ଆଲୋଚନାରେ ସେ କହିଛନ୍ତି ଯେ ଓଡ଼ିଶାରେ କୃଷି କ୍ଷେତ୍ରରେ ଡିଜିଟାଲ ଜ୍ଞାନକୌଶଳକୁ ବେଶ୍‌ ଭଲଭାବେ ପ୍ରୟୋଗ କରାଯାଉଛି। ଏଥିରେ କୃଷକଙ୍କ ବର୍ଗୀକରଣ ସହ ସେମାନଙ୍କ ଉପସ୍ଥିତି ସମ୍ପର୍କରେ ଏଥିରେ ବିଶଦ୍‌ ତଥ୍ୟ ରହିଛି। ଯଦି କୌଣସି ସମୟରେ ଫସଲରେ ରୋଗପୋକ ଲାଗୁଛି, ସେତେବେଳେ କୃଷକମାନଙ୍କୁ ଏହି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ସୂଚନା ପ୍ରଦାନ କରାଯାଇପାରୁଛି। ସେହିପରି ଖରାପ ପାଣିପାଗ ସମ୍ବନ୍ଧରେ ମଧ୍ୟ କୃଷକମାନଙ୍କୁ ସଠିକ୍‌ ସମୟରେ ଆବଶ୍ୟକୀୟ ସୂଚନା ପ୍ରଦାନ କରାଯାଉଛି। ଏହାସହ କୃଷିଜାତ ଦ୍ରବ୍ୟର ବଜାର ମୂଲ୍ୟରେ ପରିବର୍ତ୍ତନ ସମୟରେ ମଧ୍ୟ ରାଜ୍ୟ ସରକାର ଏହି କୃଷକ ଓଡ଼ିଶା ପୋର୍ଟାଲ ମାଧ୍ୟମରେ କୃଷକମାନଙ୍କୁ ଆବଶ୍ୟକୀୟ ସହାୟତା ଏବଂ ପରାମର୍ଶ ପ୍ରଦାନ କରିପାରୁଛନ୍ତି। କୃଷି କ୍ଷେତ୍ରରେ ଏପରି ପଦକ୍ଷେପକୁ ବିଲ ଗେଟ୍ସ ଡିଜିଟାଲ ବିପ୍ଳବ ଭାବେ ଅଭିହିତ କରିବା ସହ ଏ ଧରଣର ପଦକ୍ଷେପକୁ ସେ ପ୍ରଥମଥର ଦେଖିଥିବା ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି କୃଷକ ଓଡ଼ିଶା ପୋର୍ଟାଲରେ ରାଜ୍ୟର ୮୦ ଲକ୍ଷ କୃଷକଙ୍କ ସମସ୍ତ ତଥ୍ୟ ଉପଲବ୍ଧ ରହିଥିବା ବେଳେ ସେମାନଙ୍କୁ ରିୟଲ ଟାଇମ ସୂଚନା ପ୍ରଦାନ କରାଯାଇପାରୁଛି। ଫସଲର ସ୍ୱାସ୍ଥ୍ୟ, ପାଣିପାଗ ଏବଂ ବଜାର ମୂଲ୍ୟ ଉପରେ ଆବଶ୍ୟକୀୟ ସୂଚନା ପ୍ରଦାନ କରାଯାଉଛି। ଯାହାଫଳରେ ଫସଲହାନୀ ପରି ସମସ୍ୟାକୁ ବହୁମାତ୍ରାରେ ହ୍ରାସ କରାଯାଇପାରୁଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର