ଆଉ ୧୦ ଜିଲ୍ଲାରେ ବିଜୁ ଯୁବ ଓ ଛାତ୍ର ବିଜେଡି ସଭାପତି ନିଯୁକ୍ତ

Madhusudan Das Picture
Published On

ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଉ ୧୦ଟି ଜିଲ୍ଲାରେ ବିଜୁ ଯୁବ ଜନତା ଦଳ ଏବଂ ଛାତ୍ର ଜନତା ଦଳ ସଭାପତି ନିଯୁକ୍ତ କରିଛନ୍ତି। ଆଜି ଏନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।   ବିଜ୍ଞପ୍ତି ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ବିଜୁ ଯୁବ ଜନତା ଦଳ ସଭାପତି ଭାବେ ଅବିନାଶ ଟାକୁରଙ୍କୁ ନିଯୁକ୍ତି ମିଳିଛି। ବରଗଡ଼ ଯୁବ ବିଜେଡି ସଭାପତି ଭାବେ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଦାୟିତ୍ୱ ତୁଲାଇବାକୁ ଯାଉଥିବା ବେଳେ ବୌଦ୍ଧରେ ଭାଗିରଥି ମଲ୍ଲିକ ଦାୟିତ୍ୱ ସମ୍ଭାଳିବେ। ସେହିପରି ଭଦ୍ରକରେ ରାକେଶ ପଣ୍ଡା, ମାଲକାନଗିରିରେ ଶ୍ରୀନିବାସ ମୁଦୁଲି, କୋରାପୁଟରେ ଲଲାଟ ରଞ୍ଜନ ସେଠୀ, ଢେଙ୍କାନାଳରେ ଧର୍ମେନ୍ଦ୍ର ପରିଡ଼ା, ବଲାଙ୍ଗୀରରେ ଜତୀନ ପଟେଲ, ଗଞ୍ଜାମରେ ନଚିକେତା ସ୍ୱାଇଁ ଏବଂ ନବରଙ୍ଗପୁରରେ ଗୁପ୍ତ ପ୍ରସାଦ ଝଙ୍କାରଙ୍କୁ ନିଯୁକ୍ତି ମିଳିଛି। 

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ସେହିପରି କଳାହାଣ୍ଡିରେ ବିଜୁ ଛାତ୍ର ଜନତା ଦଳ ସଭାପତି ଭାବେ ଅଜିତ୍‌ ସାହୁଙ୍କୁ ନବୀନ ନିଯୁକ୍ତି ଦେଇଛନ୍ତି। ବରଗଡ଼ରେ ଛାତ୍ର ବିଜେଡି ସଭାପତି ଭାବେ କରଣ ସିକନ୍ଦର, ବୌଦ୍ଧରେ ଉଦିତ୍‌ ଭୋଇ ଓ ଭଦ୍ରକରେ ଭାସ୍କର ମହାଳିକ ନିଯୁକ୍ତି ପାଇଛନ୍ତି। ସେହିପରି ମାଲକାନଗିରିରେ ସୁବ୍‌ତର କୁମାର ଦାସଙ୍କୁ ନିଯୁକ୍ତି ମିଳିଥିବା ବେଳେ କୋରାପୁଟରେ ଫିରୋଜ ପଡାଲ, ଢେଙ୍କାନାଳରେ ଆର୍ୟନ ଦାସ, ବଲାଙ୍ଗୀରରେ ସୁମନ ନନ୍ଦ, ଗଞ୍ଜାମରେ ସୌଭିକ୍‌ ନନ୍ଦ ଓ ନବରଙ୍ଗପୁରରେ ବାବୁଲା ନାୟକ ଛାତ୍ର ବିଜେଡି ଭାବେ ଦାୟିତ୍ୱ ସମ୍ଭାଳିବେ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର