ଗରିବଙ୍କ ପାଇଁ ସଞ୍ଜୀବନୀ ସାଜିଛି BSKY କାର୍ଡ; ଦିନମଜୁରିଆ ରଞ୍ଜନଙ୍କ ଜୀବନ ବଞ୍ଚାଇଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

The Sakala Picture
Published On

ଯାଜପୁର: ରାଜ୍ୟର ସମସ୍ତ ଗରିବ ଶ୍ରେଣୀର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଯେଉଁଥିରେ ଗରିବ ହିତାଧିକାରୀଙ୍କୁ ବିଭିନ୍ନ ବେସରକାରୀ ହସ୍ପିଟାଲରେ ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳୁଛି। ଏଥିପାଇଁ ପୁରୁଷଙ୍କୁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ଯାହାର ଲାଭ ଦୁର୍ଗମ ଅଞ୍ଚଳର ଲୋକେ ଉଠାଇପାରୁଛନ୍ତି। ସୁକିନ୍ଦା ବ୍ଲକ ପିଙ୍ଗଳ ଗ୍ରାମର ରଞ୍ଜନ କୁମାର […]

ଯାଜପୁର: ରାଜ୍ୟର ସମସ୍ତ ଗରିବ ଶ୍ରେଣୀର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଯେଉଁଥିରେ ଗରିବ ହିତାଧିକାରୀଙ୍କୁ ବିଭିନ୍ନ ବେସରକାରୀ ହସ୍ପିଟାଲରେ ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳୁଛି। ଏଥିପାଇଁ ପୁରୁଷଙ୍କୁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ଯାହାର ଲାଭ ଦୁର୍ଗମ ଅଞ୍ଚଳର ଲୋକେ ଉଠାଇପାରୁଛନ୍ତି। ସୁକିନ୍ଦା ବ୍ଲକ ପିଙ୍ଗଳ ଗ୍ରାମର ରଞ୍ଜନ କୁମାର ପ୍ରଧାନ (୪୪)ଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ରଞ୍ଜନ ଦିନମଜୁରିଆ ଭାବେ କାମ କରନ୍ତି। ସେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ତାଙ୍କ ଉପରେ ସମସ୍ତେ ନିର୍ଭର କରିଥା’ନ୍ତି। ଗତ ୩ ବର୍ଷ ତଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା କରିବା ପରେ ତାଙ୍କ କିଡ଼ନୀ ଖରାପ ଥିବା ଜଣାପଡ଼ିଥିଲା। ଯେଉଁଠି ପ୍ରତିଦିନ ଘରେ ଚୁଲି ଜଳିବା ଅସମ୍ଭବ, ସେଠି ରଞ୍ଜନଙ୍କ ଚିକିତ୍ସା କରିବେ କେମିତି ଭାଳେଣି ପଡ଼ିଥିଲା। କିନ୍ତୁ ତାଙ୍କର ଚିକିତ୍ସା ପାଇଁ ଧାର କରଜ ଓ ବିଭିନ୍ନ ଜିନିଷ ବିକ୍ରିକରି ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ କରିଥିଲେ ପରିବାର। ଏଥିରେ ପାଖାପାଖି ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାପରେ ବି ରଞ୍ଜନ ସୁସ୍ଥ ହୋଇପାରି ନ ଥିଲେ। ଅଧିକ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ସବୁ ବାଟବନ୍ଦ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ଏହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାସନ କାର୍ଡଧାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ନେଇ ରଞ୍ଜନଙ୍କ ପରିବାର ଆଶ୍ୱସ୍ତି ଅନୁଭବ କଲେ। ପ୍ରଥମେ ସୁକିନ୍ଦାରୁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ଆସି କିଡନୀ ଡାଏଲିସିସ କରୁଥିଲେ। ମାତ୍ର ଏହା ଅଧିକ ଦୂରତା ହେବାରୁ ଡୁବୁରୀଠାରେ ଥିବା ଟାଟା ମେଡିକାଲରେ ନିଜର ଡାଏଲିସିସ କରୁଛନ୍ତି। ଆଜକୁ ୨ ବର୍ଷ ହେଲା ରଞ୍ଜନ ପ୍ରତି ସପ୍ତାହରେ ୩ ଥର ଡାଏଲିସିସ କରୁଛନ୍ତି। ଏଥିପାଇଁ ମାସିକ ଲକ୍ଷାଧିକ ଟଙ୍କା ସରକାର ବହନ କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆମ ଭଳି ଗରିବ ପରିବାର ପାଇଁ ଆଶୀର୍ବାଦ ହୋଇଛି ବୋଲି ରଞ୍ଜନଙ୍କ ପତ୍ନୀ ତୁଳସୀ କହିଛନ୍ତି। ରଞ୍ଜନ ଏବେ ସୁସ୍ଥ ଜୀବନଯାପନ କରୁଛନ୍ତି। ପରିବାରକୁ ଚଳାଇବା ପାଇଁ ଅନ୍ୟକୌଣସି ରୋଜଗାରର ବ୍ୟବସ୍ଥା ନ ଥିବାବେଳେ ସରକାରଙ୍କ ପକ୍ଷରୁ ଏଭଳି ଯୋଜନା ନ ଥିଲେ ମୋ’ ସ୍ୱାମୀଙ୍କ ଚିକିତ୍ସା କରିବା ସମ୍ଭବ ହୋଇ ନ ଥାନ୍ତା ବୋଲି ସେ କହିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ପରିବାର ପକ୍ଷରୁ ଧନ୍ୟବାଦ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

ପଥୁରୀ ସମସ୍ୟାରୁ ମୁକୁଳିଲେ ମୀନା
ଗରିବଙ୍କ ପାଇଁ ସଞ୍ଜୀବନୀ ସାଜିଛି ବିଏସ୍କେୱାଇ। ଅର୍ଥ ଅଭାବରୁ ଚିକିତ୍ସା ପାଇ ପାରୁ ନ ଥିବା ଗରିବ ଲୋକ ହେଉଛନ୍ତି ଉପକୃତ। ଏହିଭଳି ବିଏସ୍କେୱାଇରୁ ଉପକୃତ ହୋଇଛନ୍ତି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ କାଦୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଳଧରପୁର ଗ୍ରାମର ମୀନା ପାତ୍ର। ଆଜକୁ ପ୍ରାୟ ବର୍ଷେ ହେବ ମୀନାଙ୍କ ପେଟରେ ପଥୁରୀ (ଷ୍ଟୋନ୍‌) ହୋଇଥିଲା। ଅତି ଗରିବ ପରିବାରର ହୋଇଥିବା ଯୋଗୁଁ ଏହି ରୋଗର ଚିକିତ୍ସା ତାଙ୍କ ପାଇଁ ଓ ପରିବାର ପାଇଁ ଅସମ୍ଭବ ମନେ ହେଉଥିଲା। କିନ୍ତୁ ମୀନାଙ୍କ ପାଇଁ ସଞ୍ଜୀବନୀ ସାଜିଲା ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ବିଏସ୍କେୱାଇ। ଏହି କାର୍ଡ ସହାୟତାରେ ମୀନା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଛନ୍ତି। ତାଙ୍କ ଭଳି ଅନେକ ଗରିବ ଲୋକ ବିଏସ୍କେୱାଇ ମାଧ୍ୟମରେ ଚିକିତ୍ସିତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରୁଛନ୍ତ। ସେଥିପାଇଁ ମୀନା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

21 Dec 2023 By The Sakala

ଗରିବଙ୍କ ପାଇଁ ସଞ୍ଜୀବନୀ ସାଜିଛି BSKY କାର୍ଡ; ଦିନମଜୁରିଆ ରଞ୍ଜନଙ୍କ ଜୀବନ ବଞ୍ଚାଇଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ଯାଜପୁର: ରାଜ୍ୟର ସମସ୍ତ ଗରିବ ଶ୍ରେଣୀର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଯେଉଁଥିରେ ଗରିବ ହିତାଧିକାରୀଙ୍କୁ ବିଭିନ୍ନ ବେସରକାରୀ ହସ୍ପିଟାଲରେ ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳୁଛି। ଏଥିପାଇଁ ପୁରୁଷଙ୍କୁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ଯାହାର ଲାଭ ଦୁର୍ଗମ ଅଞ୍ଚଳର ଲୋକେ ଉଠାଇପାରୁଛନ୍ତି। ସୁକିନ୍ଦା ବ୍ଲକ ପିଙ୍ଗଳ ଗ୍ରାମର ରଞ୍ଜନ କୁମାର ପ୍ରଧାନ (୪୪)ଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି।

ରଞ୍ଜନ ଦିନମଜୁରିଆ ଭାବେ କାମ କରନ୍ତି। ସେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ତାଙ୍କ ଉପରେ ସମସ୍ତେ ନିର୍ଭର କରିଥା’ନ୍ତି। ଗତ ୩ ବର୍ଷ ତଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା କରିବା ପରେ ତାଙ୍କ କିଡ଼ନୀ ଖରାପ ଥିବା ଜଣାପଡ଼ିଥିଲା। ଯେଉଁଠି ପ୍ରତିଦିନ ଘରେ ଚୁଲି ଜଳିବା ଅସମ୍ଭବ, ସେଠି ରଞ୍ଜନଙ୍କ ଚିକିତ୍ସା କରିବେ କେମିତି ଭାଳେଣି ପଡ଼ିଥିଲା। କିନ୍ତୁ ତାଙ୍କର ଚିକିତ୍ସା ପାଇଁ ଧାର କରଜ ଓ ବିଭିନ୍ନ ଜିନିଷ ବିକ୍ରିକରି ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ କରିଥିଲେ ପରିବାର। ଏଥିରେ ପାଖାପାଖି ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାପରେ ବି ରଞ୍ଜନ ସୁସ୍ଥ ହୋଇପାରି ନ ଥିଲେ। ଅଧିକ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ସବୁ ବାଟବନ୍ଦ ହୋଇଯାଇଥିଲା।

ଏହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାସନ କାର୍ଡଧାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ନେଇ ରଞ୍ଜନଙ୍କ ପରିବାର ଆଶ୍ୱସ୍ତି ଅନୁଭବ କଲେ। ପ୍ରଥମେ ସୁକିନ୍ଦାରୁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ଆସି କିଡନୀ ଡାଏଲିସିସ କରୁଥିଲେ। ମାତ୍ର ଏହା ଅଧିକ ଦୂରତା ହେବାରୁ ଡୁବୁରୀଠାରେ ଥିବା ଟାଟା ମେଡିକାଲରେ ନିଜର ଡାଏଲିସିସ କରୁଛନ୍ତି। ଆଜକୁ ୨ ବର୍ଷ ହେଲା ରଞ୍ଜନ ପ୍ରତି ସପ୍ତାହରେ ୩ ଥର ଡାଏଲିସିସ କରୁଛନ୍ତି। ଏଥିପାଇଁ ମାସିକ ଲକ୍ଷାଧିକ ଟଙ୍କା ସରକାର ବହନ କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆମ ଭଳି ଗରିବ ପରିବାର ପାଇଁ ଆଶୀର୍ବାଦ ହୋଇଛି ବୋଲି ରଞ୍ଜନଙ୍କ ପତ୍ନୀ ତୁଳସୀ କହିଛନ୍ତି। ରଞ୍ଜନ ଏବେ ସୁସ୍ଥ ଜୀବନଯାପନ କରୁଛନ୍ତି। ପରିବାରକୁ ଚଳାଇବା ପାଇଁ ଅନ୍ୟକୌଣସି ରୋଜଗାରର ବ୍ୟବସ୍ଥା ନ ଥିବାବେଳେ ସରକାରଙ୍କ ପକ୍ଷରୁ ଏଭଳି ଯୋଜନା ନ ଥିଲେ ମୋ’ ସ୍ୱାମୀଙ୍କ ଚିକିତ୍ସା କରିବା ସମ୍ଭବ ହୋଇ ନ ଥାନ୍ତା ବୋଲି ସେ କହିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ପରିବାର ପକ୍ଷରୁ ଧନ୍ୟବାଦ ଦେଇଛନ୍ତି।

ପଥୁରୀ ସମସ୍ୟାରୁ ମୁକୁଳିଲେ ମୀନା
ଗରିବଙ୍କ ପାଇଁ ସଞ୍ଜୀବନୀ ସାଜିଛି ବିଏସ୍କେୱାଇ। ଅର୍ଥ ଅଭାବରୁ ଚିକିତ୍ସା ପାଇ ପାରୁ ନ ଥିବା ଗରିବ ଲୋକ ହେଉଛନ୍ତି ଉପକୃତ। ଏହିଭଳି ବିଏସ୍କେୱାଇରୁ ଉପକୃତ ହୋଇଛନ୍ତି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ କାଦୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଳଧରପୁର ଗ୍ରାମର ମୀନା ପାତ୍ର। ଆଜକୁ ପ୍ରାୟ ବର୍ଷେ ହେବ ମୀନାଙ୍କ ପେଟରେ ପଥୁରୀ (ଷ୍ଟୋନ୍‌) ହୋଇଥିଲା। ଅତି ଗରିବ ପରିବାରର ହୋଇଥିବା ଯୋଗୁଁ ଏହି ରୋଗର ଚିକିତ୍ସା ତାଙ୍କ ପାଇଁ ଓ ପରିବାର ପାଇଁ ଅସମ୍ଭବ ମନେ ହେଉଥିଲା। କିନ୍ତୁ ମୀନାଙ୍କ ପାଇଁ ସଞ୍ଜୀବନୀ ସାଜିଲା ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ବିଏସ୍କେୱାଇ। ଏହି କାର୍ଡ ସହାୟତାରେ ମୀନା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଛନ୍ତି। ତାଙ୍କ ଭଳି ଅନେକ ଗରିବ ଲୋକ ବିଏସ୍କେୱାଇ ମାଧ୍ୟମରେ ଚିକିତ୍ସିତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରୁଛନ୍ତ। ସେଥିପାଇଁ ମୀନା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର