ବିଜୟଙ୍କ ମିଛୁଆ ଚରିତ୍ରକୁ ବୁଝିଗଲେଣି ଗଜପତିବାସୀ: ବିଜେଡି

The Sakala Picture
Published On

ଭୁବନେଶ୍ୱର: ଗଜପତି ଜିଲ୍ଲାରେ ସଡକ ଦୁର୍ଘଟଣା ନେଇ ବିଜୟ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ଯେଉଁ ତଥ୍ୟ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଡାହା ମିଛ। ତାଙ୍କର ଏଭଳି ମିଛୁଆ ଚରିତ୍ର ସଂକ୍ରାନ୍ତରେ ଗଜପତିବାସୀ ଧିରେ ଧିରେ ଜାଣିଗଲେଣି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ। ଶ୍ରୀମତୀ ସାହୁ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଗଜପତି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଖବର ଶୁଣି ଅତ୍ୟନ୍ତ ମର୍ମାହତ। ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା […]

ଭୁବନେଶ୍ୱର: ଗଜପତି ଜିଲ୍ଲାରେ ସଡକ ଦୁର୍ଘଟଣା ନେଇ ବିଜୟ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ଯେଉଁ ତଥ୍ୟ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଡାହା ମିଛ। ତାଙ୍କର ଏଭଳି ମିଛୁଆ ଚରିତ୍ର ସଂକ୍ରାନ୍ତରେ ଗଜପତିବାସୀ ଧିରେ ଧିରେ ଜାଣିଗଲେଣି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ଆହୁରି ପଢ଼ନ୍ତୁ: ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି; ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କଲା ଆନ୍ଧ୍ର, ନିଦା ବିଷ୍ଣୁ ସାଜିଛନ୍ତି ଓଡିଶା ସରକାର

ଶ୍ରୀମତୀ ସାହୁ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଗଜପତି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଖବର ଶୁଣି ଅତ୍ୟନ୍ତ ମର୍ମାହତ। ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ: ବିଜେଡି ଛାତ୍ର ସଂଗଠନର ଉଲ୍ଲେଖନୀୟ ପ୍ରଦର୍ଶନ

ଏଭଳି ସମୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ନୂଆ ନୂଆ ନେତା ହୋଇଥିବା ବିଜୟ ପଟ୍ଟନାୟକଙ୍କର ମନ୍ତବ୍ୟ ମତେ ଆଶ୍ଚର୍ଯ୍ୟ କରିଛି। ଭୁବନେଶ୍ୱରରେ ବସି ସତ କଥା ନଜାଣି ମିଡିଆ ସାମ୍ନାରେ ଡାହାମିଛ କହିବାରେ ବୋଧେ ସେ ପିଏଚଡି କରିସାରିଲେଣି। ହଜାର ହଜାର ସଂଖ୍ୟାରେ ଗଜପତିବାସୀ ଦେଖିଛନ୍ତି ୫-ଟି ଅଧ୍ୟକ୍ଷ ଗଜପତିକୁ ହେଲିକପ୍ଟରରେ ଆସିଥିଲେ, ଆଉ ୨ଟା ୧୫ରେ ହେଲିକପ୍ଟରରେ ଭୁବନେଶ୍ୱର ଫେରିଥିଲେ। ଦୁର୍ଘଟଣା ପ୍ରାୟ ୨ଟା ୪୫ରେ ଘଟିଛି।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

ବିଜୟ ପଟ୍ଟନାୟକ ଯେଉଁ ଦୁର୍ଘଟଣାର ଅବତାରଣା କରିଛନ୍ତି ତାହା ଏକ ସୁରକ୍ଷାକର୍ମୀଙ୍କ ଗାଡି ଦ୍ୱାରା ହୋଇଛି। ଯାହା ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା। ହେଲେ ଏହାକୁ ନେଇ ଆପଣଙ୍କ ଭଳି ଲୋକ ଯେଉଁ ବୟାନ ଦେଇଛନ୍ତି, ଲଜ୍ଜା ଲାଗିବା କଥା। ଗଜପତିବାସୀ ଧୀରେ ଧୀରେ ଆପଣଙ୍କ ଅସଲ ଚରିତ୍ର ଓ ଦୋଗଲା ଆଭିମୁଖ୍ୟକୁ ଜାଣିଗଲେଣି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର