ବିଜୟଙ୍କ ମିଛୁଆ ଚରିତ୍ରକୁ ବୁଝିଗଲେଣି ଗଜପତିବାସୀ: ବିଜେଡି

The Sakala Picture
Published On

ଭୁବନେଶ୍ୱର: ଗଜପତି ଜିଲ୍ଲାରେ ସଡକ ଦୁର୍ଘଟଣା ନେଇ ବିଜୟ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ଯେଉଁ ତଥ୍ୟ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଡାହା ମିଛ। ତାଙ୍କର ଏଭଳି ମିଛୁଆ ଚରିତ୍ର ସଂକ୍ରାନ୍ତରେ ଗଜପତିବାସୀ ଧିରେ ଧିରେ ଜାଣିଗଲେଣି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ। ଶ୍ରୀମତୀ ସାହୁ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଗଜପତି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଖବର ଶୁଣି ଅତ୍ୟନ୍ତ ମର୍ମାହତ। ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା […]

ଭୁବନେଶ୍ୱର: ଗଜପତି ଜିଲ୍ଲାରେ ସଡକ ଦୁର୍ଘଟଣା ନେଇ ବିଜୟ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ଯେଉଁ ତଥ୍ୟ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଡାହା ମିଛ। ତାଙ୍କର ଏଭଳି ମିଛୁଆ ଚରିତ୍ର ସଂକ୍ରାନ୍ତରେ ଗଜପତିବାସୀ ଧିରେ ଧିରେ ଜାଣିଗଲେଣି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ଶ୍ରୀମତୀ ସାହୁ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଗଜପତି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଖବର ଶୁଣି ଅତ୍ୟନ୍ତ ମର୍ମାହତ। ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

ଆହୁରି ପଢ଼ନ୍ତୁ: ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା: ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ କମିଶନର

ଏଭଳି ସମୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ନୂଆ ନୂଆ ନେତା ହୋଇଥିବା ବିଜୟ ପଟ୍ଟନାୟକଙ୍କର ମନ୍ତବ୍ୟ ମତେ ଆଶ୍ଚର୍ଯ୍ୟ କରିଛି। ଭୁବନେଶ୍ୱରରେ ବସି ସତ କଥା ନଜାଣି ମିଡିଆ ସାମ୍ନାରେ ଡାହାମିଛ କହିବାରେ ବୋଧେ ସେ ପିଏଚଡି କରିସାରିଲେଣି। ହଜାର ହଜାର ସଂଖ୍ୟାରେ ଗଜପତିବାସୀ ଦେଖିଛନ୍ତି ୫-ଟି ଅଧ୍ୟକ୍ଷ ଗଜପତିକୁ ହେଲିକପ୍ଟରରେ ଆସିଥିଲେ, ଆଉ ୨ଟା ୧୫ରେ ହେଲିକପ୍ଟରରେ ଭୁବନେଶ୍ୱର ଫେରିଥିଲେ। ଦୁର୍ଘଟଣା ପ୍ରାୟ ୨ଟା ୪୫ରେ ଘଟିଛି।

ଆହୁରି ପଢ଼ନ୍ତୁ: ତଦନ୍ତ କମିସନ ଫାଇଲ୍‌ ଗାଏବ ଘଟଣା: ତଦନ୍ତ ପାଇଁ ଲୋକସେବା ଭବନର ଗୃହ ବିଭାଗରେ କ୍ୟାପିଟାଲ ଥାନା ଅଧିକାରୀ

ବିଜୟ ପଟ୍ଟନାୟକ ଯେଉଁ ଦୁର୍ଘଟଣାର ଅବତାରଣା କରିଛନ୍ତି ତାହା ଏକ ସୁରକ୍ଷାକର୍ମୀଙ୍କ ଗାଡି ଦ୍ୱାରା ହୋଇଛି। ଯାହା ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା। ହେଲେ ଏହାକୁ ନେଇ ଆପଣଙ୍କ ଭଳି ଲୋକ ଯେଉଁ ବୟାନ ଦେଇଛନ୍ତି, ଲଜ୍ଜା ଲାଗିବା କଥା। ଗଜପତିବାସୀ ଧୀରେ ଧୀରେ ଆପଣଙ୍କ ଅସଲ ଚରିତ୍ର ଓ ଦୋଗଲା ଆଭିମୁଖ୍ୟକୁ ଜାଣିଗଲେଣି।

24 Jan 2024 By The Sakala

ବିଜୟଙ୍କ ମିଛୁଆ ଚରିତ୍ରକୁ ବୁଝିଗଲେଣି ଗଜପତିବାସୀ: ବିଜେଡି

ଭୁବନେଶ୍ୱର: ଗଜପତି ଜିଲ୍ଲାରେ ସଡକ ଦୁର୍ଘଟଣା ନେଇ ବିଜୟ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ଯେଉଁ ତଥ୍ୟ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଡାହା ମିଛ। ତାଙ୍କର ଏଭଳି ମିଛୁଆ ଚରିତ୍ର ସଂକ୍ରାନ୍ତରେ ଗଜପତିବାସୀ ଧିରେ ଧିରେ ଜାଣିଗଲେଣି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ଶ୍ରୀମତୀ ସାହୁ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଗଜପତି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଖବର ଶୁଣି ଅତ୍ୟନ୍ତ ମର୍ମାହତ। ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

ଏଭଳି ସମୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ନୂଆ ନୂଆ ନେତା ହୋଇଥିବା ବିଜୟ ପଟ୍ଟନାୟକଙ୍କର ମନ୍ତବ୍ୟ ମତେ ଆଶ୍ଚର୍ଯ୍ୟ କରିଛି। ଭୁବନେଶ୍ୱରରେ ବସି ସତ କଥା ନଜାଣି ମିଡିଆ ସାମ୍ନାରେ ଡାହାମିଛ କହିବାରେ ବୋଧେ ସେ ପିଏଚଡି କରିସାରିଲେଣି। ହଜାର ହଜାର ସଂଖ୍ୟାରେ ଗଜପତିବାସୀ ଦେଖିଛନ୍ତି ୫-ଟି ଅଧ୍ୟକ୍ଷ ଗଜପତିକୁ ହେଲିକପ୍ଟରରେ ଆସିଥିଲେ, ଆଉ ୨ଟା ୧୫ରେ ହେଲିକପ୍ଟରରେ ଭୁବନେଶ୍ୱର ଫେରିଥିଲେ। ଦୁର୍ଘଟଣା ପ୍ରାୟ ୨ଟା ୪୫ରେ ଘଟିଛି।

ବିଜୟ ପଟ୍ଟନାୟକ ଯେଉଁ ଦୁର୍ଘଟଣାର ଅବତାରଣା କରିଛନ୍ତି ତାହା ଏକ ସୁରକ୍ଷାକର୍ମୀଙ୍କ ଗାଡି ଦ୍ୱାରା ହୋଇଛି। ଯାହା ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା। ହେଲେ ଏହାକୁ ନେଇ ଆପଣଙ୍କ ଭଳି ଲୋକ ଯେଉଁ ବୟାନ ଦେଇଛନ୍ତି, ଲଜ୍ଜା ଲାଗିବା କଥା। ଗଜପତିବାସୀ ଧୀରେ ଧୀରେ ଆପଣଙ୍କ ଅସଲ ଚରିତ୍ର ଓ ଦୋଗଲା ଆଭିମୁଖ୍ୟକୁ ଜାଣିଗଲେଣି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର