ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କ୍ୟାପିଟାଲ୍‍ ହସ୍ପିଟାଲରେ ଦଲାଲି ରୋକିବାକୁ ଲାଗିବ ବଡ଼ ପୋଷ୍ଟର୍‍; ଜାରିହେବ ହେଲ୍ପଲାଇନ୍‍ ନମ୍ବର, ସନ୍ଦିଗ୍ଧଙ୍କୁ ଥାନାରେ ଦେବେ କର୍ତ୍ତୃପକ୍ଷ

The Sakala Picture
Published On

ଭୁବନେଶ୍ୱର: ହସ୍ପିଟାଲଗୁଡ଼ିକରେ ‘୫-ଟି’ ଉପକ୍ରମରେ ସାମିଲ ହେବା ପରେ ବଦଳୁଛି ଚେହେରା। ଏହି କ୍ରମରେ କ୍ୟାପିଟାଲ୍‍ ହସ୍ପିଟାଲର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ନବକଳେବର କାର୍ଯ୍ୟ ଆଗେଇ ଚାଲିଛି। କ୍ୟାପିଟାଲ୍‍ ହସ୍ପିଟାଲ ରାଜ୍ୟ ସର୍ବୋତ୍ତମ ଚିକିତ୍ସାର ଉତ୍କୃର୍ଷ କେନ୍ଦ୍ରରେ ପରିଣତ କରିବା ଲାଗି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ହସ୍ପିଟାଲରେ ଅଧିକାଂଶ ଚିକିତ୍ସା ସୁବିଧା ମିଳୁଥିବାରୁ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ରୋଗୀ ଆସୁଛନ୍ତି। ରୋଗୀ କିମ୍ବା ସେମାନଙ୍କର ସମ୍ପର୍କୀୟଙ୍କୁ ଅନ୍ୟ ଘରୋଇ ହସ୍ପିଟାଲ୍‍ […]

ଭୁବନେଶ୍ୱର: ହସ୍ପିଟାଲଗୁଡ଼ିକରେ ‘୫-ଟି’ ଉପକ୍ରମରେ ସାମିଲ ହେବା ପରେ ବଦଳୁଛି ଚେହେରା। ଏହି କ୍ରମରେ କ୍ୟାପିଟାଲ୍‍ ହସ୍ପିଟାଲର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ନବକଳେବର କାର୍ଯ୍ୟ ଆଗେଇ ଚାଲିଛି। କ୍ୟାପିଟାଲ୍‍ ହସ୍ପିଟାଲ ରାଜ୍ୟ ସର୍ବୋତ୍ତମ ଚିକିତ୍ସାର ଉତ୍କୃର୍ଷ କେନ୍ଦ୍ରରେ ପରିଣତ କରିବା ଲାଗି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ହସ୍ପିଟାଲରେ ଅଧିକାଂଶ ଚିକିତ୍ସା ସୁବିଧା ମିଳୁଥିବାରୁ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ରୋଗୀ ଆସୁଛନ୍ତି। ରୋଗୀ କିମ୍ବା ସେମାନଙ୍କର ସମ୍ପର୍କୀୟଙ୍କୁ ଅନ୍ୟ ଘରୋଇ ହସ୍ପିଟାଲ୍‍ ଏବଂ କ୍ଲିନିକ ଭଲ ଚିକିତ୍ସା ମିଳିବାର ଆଶା ଦେଖାଇ ସ୍ଥାନାନ୍ତର କରିବା ଲାଗି ପ୍ରୋତ୍ସାହିତ କରିପାରନ୍ତି ଦଲାଲ। ଏଣୁ ସେମାନଙ୍କୁ ସାବାଡ଼ କରିବା ସହ ଦଲାଲି ରୋକିବା ଲାଗି ହସ୍ପିଟାଲ ପକ୍ଷରୁ ଜାରିରହିଛି ଦଲାଲ ହଟାଓ ଅଭିଯାନ। କ୍ୟାପିଟାଲ୍‍ ହସ୍ପିଟାଲରେ ଦଲାଲି ରୋକିବା ଲାଗି ଗଠନ ହୋଇଛି ସ୍ୱତନ୍ତ୍ର ସ୍କ୍ୱାଡ୍‍। ଏଥିସହିତ ହସ୍ପିଟାଲର ବିଭିନ୍ନ ସ୍ଥାନରେ ଲଗାଯିବ ବଡ଼ବଡ଼ ପୋଷ୍ଟର୍‍। ଅନ୍ତଃବିଭାଗ, ବହିର୍ବିଭାଗ ସମେତ ହସ୍ପିଟାଲ ପରିସର ଅନ୍ୟାନ୍ୟ ସ୍ଥାନରେ ସଚେତନତା ଲାଗି ବଡ଼ ପୋଷ୍ଟର୍‍ ଲାଗିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ସେହିପରି ହସ୍ପିଟାଲର ପ୍ରବେଶ ଓ ପ୍ରସ୍ଥାନ ଏବଂ ମୁଖ୍ୟସ୍ଥାନଗୁଡ଼ିକରେ ଓଡ଼ିଆ ଓ ଇଂରାଜୀରେ ନାମଫଳକ ଲଗାଇବାକୁ ଯୋଜନା କରିଛନ୍ତି ହସ୍ପିଟାଲ୍‍ କର୍ତ୍ତୃପକ୍ଷ। ଏଥିସହିତ ହସ୍ପିଟାଲରେ ଲଗାଯାଇଥିବା ଡାକବାଜି ଯନ୍ତ୍ର ସହାୟତା ସଚେତନ କରାଯାଉଛି। ଅନ୍ୟପକ୍ଷରେ ହସ୍ପିଟାଲରେ ବୁଲୁଥିବା ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖାଯାଉଛି। ରୋଗୀଙ୍କ ସମ୍ପର୍କୀୟଙ୍କ ବେଶରେ ଆସି ଦଲାଲିଗିରି କରିବାର ନଜିର ରହିଛି। ଏଣୁ ସନ୍ଦେହଜନକ ଅବସ୍ଥାରେ ହସ୍ପିଟାଲରେ ବୁଲୁଥିବା କିମ୍ବା ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ଲାଗି ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କୁ ଧରି ଥାନାରେ ଦେବାଲାଗି କୁହାଯାଇଛି। ପୂର୍ବରୁ ଏଭଳି ଅନେକ ଦଲାଲଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ କାବୁକରି ହସ୍ପିଟାଲ ପରିସରରେ ଥିବା ଫାଣ୍ଡିକୁ ହସ୍ତାନ୍ତର କରାଯାଉଛି। ପରେ ଉକ୍ତ ଦଲାଲଙ୍କୁ ଗିରଫକରି କୋର୍ଟଚାଲାଣ କରୁଛି କ୍ୟାପିଟାଲ ଥାନା ପୁଲିସ।

ଆହୁରି ପଢ଼ନ୍ତୁ: ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ସହ ପୁଲିସର ମାଡ଼ ଅଭିଯୋଗ, ପ୍ରତିବାଦରେ ସରକାରୀ କାର୍ଯ୍ୟରେ ଅସହଯୋଗ କରିବାକୁ ସରପଞ୍ଚ ସଂଘର ଚେତାବନୀ

ସନ୍ଦେହ ହେଉଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ ଲାଗିଥିବା ସିସିଟିଭିରେ ଚିହ୍ନଟ କରାଯାଉଛି। ଆବଶ୍ୟକ ହେଲେ ସେମାନଙ୍କୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅଟକ ରଖାଯାଇ ଥାନାକୁ ଖବର ଦିଆଯାଉଛି। ଦଲାଲଙ୍କ ବିଷୟରେ ଖବର ପାଇଲେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଜଣାଇବା ଲାଗି କୁହାଯାଇଛି। ଏଣୁ ଉକ୍ତ ପୋଷ୍ଟରରେ ଏକ ହେଲ୍ପଲାଇନ୍‍ ନମ୍ବର ଜାରି କରିବା ଲାଗି ଯୋଜନା କରାଯାଉଛି। ପୂର୍ବରୁ ବହୁଥର ଦଲାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ କ୍ୟାପିଟାଲ ହସ୍ପିଟାଲରେ ଦଲାଲ ଦୌରାତ୍ମ ସମ୍ପୂର୍ଣ୍ଣ ହ୍ରାସ ହୋଇଛି ବୋଲି ହସ୍ପିଟାଲର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭଦ୍ରକରେ ମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ୧୨ରୁ ଅଧିକ ଆହତ

30 Oct 2022 By The Sakala

କ୍ୟାପିଟାଲ୍‍ ହସ୍ପିଟାଲରେ ଦଲାଲି ରୋକିବାକୁ ଲାଗିବ ବଡ଼ ପୋଷ୍ଟର୍‍; ଜାରିହେବ ହେଲ୍ପଲାଇନ୍‍ ନମ୍ବର, ସନ୍ଦିଗ୍ଧଙ୍କୁ ଥାନାରେ ଦେବେ କର୍ତ୍ତୃପକ୍ଷ

ଭୁବନେଶ୍ୱର: ହସ୍ପିଟାଲଗୁଡ଼ିକରେ ‘୫-ଟି’ ଉପକ୍ରମରେ ସାମିଲ ହେବା ପରେ ବଦଳୁଛି ଚେହେରା। ଏହି କ୍ରମରେ କ୍ୟାପିଟାଲ୍‍ ହସ୍ପିଟାଲର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ନବକଳେବର କାର୍ଯ୍ୟ ଆଗେଇ ଚାଲିଛି। କ୍ୟାପିଟାଲ୍‍ ହସ୍ପିଟାଲ ରାଜ୍ୟ ସର୍ବୋତ୍ତମ ଚିକିତ୍ସାର ଉତ୍କୃର୍ଷ କେନ୍ଦ୍ରରେ ପରିଣତ କରିବା ଲାଗି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ହସ୍ପିଟାଲରେ ଅଧିକାଂଶ ଚିକିତ୍ସା ସୁବିଧା ମିଳୁଥିବାରୁ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ରୋଗୀ ଆସୁଛନ୍ତି। ରୋଗୀ କିମ୍ବା ସେମାନଙ୍କର ସମ୍ପର୍କୀୟଙ୍କୁ ଅନ୍ୟ ଘରୋଇ ହସ୍ପିଟାଲ୍‍ ଏବଂ କ୍ଲିନିକ ଭଲ ଚିକିତ୍ସା ମିଳିବାର ଆଶା ଦେଖାଇ ସ୍ଥାନାନ୍ତର କରିବା ଲାଗି ପ୍ରୋତ୍ସାହିତ କରିପାରନ୍ତି ଦଲାଲ। ଏଣୁ ସେମାନଙ୍କୁ ସାବାଡ଼ କରିବା ସହ ଦଲାଲି ରୋକିବା ଲାଗି ହସ୍ପିଟାଲ ପକ୍ଷରୁ ଜାରିରହିଛି ଦଲାଲ ହଟାଓ ଅଭିଯାନ। କ୍ୟାପିଟାଲ୍‍ ହସ୍ପିଟାଲରେ ଦଲାଲି ରୋକିବା ଲାଗି ଗଠନ ହୋଇଛି ସ୍ୱତନ୍ତ୍ର ସ୍କ୍ୱାଡ୍‍। ଏଥିସହିତ ହସ୍ପିଟାଲର ବିଭିନ୍ନ ସ୍ଥାନରେ ଲଗାଯିବ ବଡ଼ବଡ଼ ପୋଷ୍ଟର୍‍। ଅନ୍ତଃବିଭାଗ, ବହିର୍ବିଭାଗ ସମେତ ହସ୍ପିଟାଲ ପରିସର ଅନ୍ୟାନ୍ୟ ସ୍ଥାନରେ ସଚେତନତା ଲାଗି ବଡ଼ ପୋଷ୍ଟର୍‍ ଲାଗିବ ବୋଲି କୁହାଯାଇଛି।

ସେହିପରି ହସ୍ପିଟାଲର ପ୍ରବେଶ ଓ ପ୍ରସ୍ଥାନ ଏବଂ ମୁଖ୍ୟସ୍ଥାନଗୁଡ଼ିକରେ ଓଡ଼ିଆ ଓ ଇଂରାଜୀରେ ନାମଫଳକ ଲଗାଇବାକୁ ଯୋଜନା କରିଛନ୍ତି ହସ୍ପିଟାଲ୍‍ କର୍ତ୍ତୃପକ୍ଷ। ଏଥିସହିତ ହସ୍ପିଟାଲରେ ଲଗାଯାଇଥିବା ଡାକବାଜି ଯନ୍ତ୍ର ସହାୟତା ସଚେତନ କରାଯାଉଛି। ଅନ୍ୟପକ୍ଷରେ ହସ୍ପିଟାଲରେ ବୁଲୁଥିବା ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖାଯାଉଛି। ରୋଗୀଙ୍କ ସମ୍ପର୍କୀୟଙ୍କ ବେଶରେ ଆସି ଦଲାଲିଗିରି କରିବାର ନଜିର ରହିଛି। ଏଣୁ ସନ୍ଦେହଜନକ ଅବସ୍ଥାରେ ହସ୍ପିଟାଲରେ ବୁଲୁଥିବା କିମ୍ବା ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ଲାଗି ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କୁ ଧରି ଥାନାରେ ଦେବାଲାଗି କୁହାଯାଇଛି। ପୂର୍ବରୁ ଏଭଳି ଅନେକ ଦଲାଲଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ କାବୁକରି ହସ୍ପିଟାଲ ପରିସରରେ ଥିବା ଫାଣ୍ଡିକୁ ହସ୍ତାନ୍ତର କରାଯାଉଛି। ପରେ ଉକ୍ତ ଦଲାଲଙ୍କୁ ଗିରଫକରି କୋର୍ଟଚାଲାଣ କରୁଛି କ୍ୟାପିଟାଲ ଥାନା ପୁଲିସ।

ସନ୍ଦେହ ହେଉଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ ଲାଗିଥିବା ସିସିଟିଭିରେ ଚିହ୍ନଟ କରାଯାଉଛି। ଆବଶ୍ୟକ ହେଲେ ସେମାନଙ୍କୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅଟକ ରଖାଯାଇ ଥାନାକୁ ଖବର ଦିଆଯାଉଛି। ଦଲାଲଙ୍କ ବିଷୟରେ ଖବର ପାଇଲେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଜଣାଇବା ଲାଗି କୁହାଯାଇଛି। ଏଣୁ ଉକ୍ତ ପୋଷ୍ଟରରେ ଏକ ହେଲ୍ପଲାଇନ୍‍ ନମ୍ବର ଜାରି କରିବା ଲାଗି ଯୋଜନା କରାଯାଉଛି। ପୂର୍ବରୁ ବହୁଥର ଦଲାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ କ୍ୟାପିଟାଲ ହସ୍ପିଟାଲରେ ଦଲାଲ ଦୌରାତ୍ମ ସମ୍ପୂର୍ଣ୍ଣ ହ୍ରାସ ହୋଇଛି ବୋଲି ହସ୍ପିଟାଲର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର