ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ପ୍ରତି ମାସରେ ହେବ ଡାକ୍ତର ପଦବୀ ପାଇଁ ସାକ୍ଷାତକାର

The Sakala Picture
Published On

ଭୁବନେଶ୍ୱର: ସରକାରୀ ମେଡିକାଲ କଲେଜରେ ଡାକ୍ତର ଅଭାବ ଦୂର ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଣିକି ପ୍ରତି ମାସରେ ସାକ୍ଷାତକାର ଆୟୋଜନ କରାଯାଇ ଜୁନିଅର ରେସିଡେଣ୍ଟ, ସିନିୟର ରେସିଡେଣ୍ଟ, ଟ୍ୟୁଟର୍‌‌, ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍‌‌ ପ୍ରଫେସର ଓ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ। ଉଭୟ ରାଜ୍ୟ ଓ ଅନୁଷ୍ଠାନ ସ୍ତରରେ ମାସିକିଆ ସାକ୍ଷାତକାର ଅବା ୱାକ୍‌‌ ଇନ୍‌‌ ଇଣ୍ଟରଭ୍ୟୁ/କାଉନସେଲିଂ ଆୟୋଜନ କରାଯିବ। ସେମାନଙ୍କୁ ଚୁକ୍ତି କିମ୍ବା ଡେପୁଟେସନ୍‌‌ ଭିତ୍ତିରେ ନିଯୁକ୍ତ କରାଯିବ। ଶୁକ୍ରବାର […]

ଭୁବନେଶ୍ୱର: ସରକାରୀ ମେଡିକାଲ କଲେଜରେ ଡାକ୍ତର ଅଭାବ ଦୂର ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଣିକି ପ୍ରତି ମାସରେ ସାକ୍ଷାତକାର ଆୟୋଜନ କରାଯାଇ ଜୁନିଅର ରେସିଡେଣ୍ଟ, ସିନିୟର ରେସିଡେଣ୍ଟ, ଟ୍ୟୁଟର୍‌‌, ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍‌‌ ପ୍ରଫେସର ଓ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ। ଉଭୟ ରାଜ୍ୟ ଓ ଅନୁଷ୍ଠାନ ସ୍ତରରେ ମାସିକିଆ ସାକ୍ଷାତକାର ଅବା ୱାକ୍‌‌ ଇନ୍‌‌ ଇଣ୍ଟରଭ୍ୟୁ/କାଉନସେଲିଂ ଆୟୋଜନ କରାଯିବ। ସେମାନଙ୍କୁ ଚୁକ୍ତି କିମ୍ବା ଡେପୁଟେସନ୍‌‌ ଭିତ୍ତିରେ ନିଯୁକ୍ତ କରାଯିବ। ଶୁକ୍ରବାର ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ସୂଚନା ଅନୁସାରେ, ପ୍ରତି ମାସରେ ସାକ୍ଷାତକାର ପାଇଁ ୧୨ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ଦିବସରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ସମେତ ପିଜିଆଇଏମ୍‌‌ଇଆର କ୍ୟାପିଟାଲ ହସ୍ପିଟାଲ, ଏସସିବି ଡେଣ୍ଟାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରାଯିବ। ସେହିପରି ଖାଲି ଥିବା ବିଭିନ୍ନ ପଦବୀରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ଲକ୍ଷ୍ୟରେ ଡିଏମ୍‌‌ଇଟି ପଦକ୍ଷେପ ନେବେ। ରାଜ୍ୟ ସ୍ତରରେ ଡିଏମ୍‌‌ଇଟିଙ୍କ ପକ୍ଷରୁ ପ୍ରତି ମାସ ୨୫ ତାରିଖରେ ସାକ୍ଷାତକାର/କାଉନସେଲିଂ କରାଯିବ। ଉଭୟ ରାଜ୍ୟ ଓ ଅନୁଷ୍ଠାନ ସ୍ତରୀୟ ନିଯୁକ୍ତି ସମ୍ପର୍କରେ ପରବର୍ତ୍ତି ମାସର ୫ ତାରିଖ ସୁଦ୍ଧା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ଜରୁରୀ ହେବ। ନିଯୁକ୍ତି ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶୀକା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର