ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବଡ଼ ବନ୍ୟା ନିଶ୍ଚିତ : ସତର୍କ କଲେ ଏସ୍‌ଆରସି ପ୍ରଦୀପ ଜେନା

The Sakala Picture
Published On

ଭୁବନେଶ୍ବର : ଗୋଟିଏ ପଟେ ମହାନଦୀରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ଗଭୀର ଅବପାତଜନିତ ପ୍ରବଳ ବର୍ଷା କାରଣରୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକ ଫୁଲିବା ସହ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ଏପଟେ ଓଡ଼ିଶା ସହ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା କାରଣରୁ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସୁଛି। ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜରୁ ଶନିବାର […]

ଭୁବନେଶ୍ବର : ଗୋଟିଏ ପଟେ ମହାନଦୀରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ଗଭୀର ଅବପାତଜନିତ ପ୍ରବଳ ବର୍ଷା କାରଣରୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକ ଫୁଲିବା ସହ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ଏପଟେ ଓଡ଼ିଶା ସହ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା କାରଣରୁ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସୁଛି। ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜରୁ ଶନିବାର ରାତି ୮ଟା ସୁଦ୍ଧା ୧୬ଟି ଗେଟ୍‍ ଦେଇ ପ୍ରାୟ ୪.୨୫ ଲକ୍ଷ କ୍ୟୁସେକ୍‍ ବନ୍ୟାଜଳ ନିଷ୍କାସନ ହେଉଛି। ଯାହାଫଳରେ ସୁବର୍ଣ୍ଣରେଖା ନଦୀ ସିଷ୍ଟମରେ ଏକ ବଡ଼ ଧରଣର ବନ୍ୟା ହେବା ନେଇ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏଥିପାଇଁ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଆଲର୍ଟରେ ରଖାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି

ବର୍ତ୍ତମାନ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜରୁ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଫଳରେ ସୁବର୍ଣ୍ଣରେଖା ନଦୀରେ ସେକେଣ୍ଡକୁ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ପାଣି ଆସୁଛି। ତେଣୁ ସୁବର୍ଣ୍ଣରେଖା ଅବବାହିକାରେ ନିଶ୍ଚିତ ବନ୍ୟା ହେବ। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଓ ବାଲେଶ୍ୱରକୁ ୫୮ଟି ଅତିରିକ୍ତ ରେସ୍‌କ୍ୟୁ ଟିମ୍ ପଠାଯାଇଛି। ବନ୍ୟା ହେବାକୁ ଥିବାରୁ ଜୀବନହାନି କେମିତି ନ ହେବ ସେଥିପ୍ରତି ପ୍ରଶାସନ ପ୍ରାଥମିକତା ଦେଇଛନ୍ତି ବୋଲି କହିଛନ୍ତି ଏସଆରସି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଛି, ଜାମଶୋଳାଘାଟରେ ବିପଦ ସଙ୍କେତର ୪ଲେବୁଲ ଉପରେ ରହିଛି ଜଳସ୍ତର । ମୟୂରଭଞ୍ଜରୁ କିଛି ଅଂଶ ଏବଂ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ଆଦି ଅଞ୍ଚଳରେ ପ୍ରବଳ ବନ୍ୟାର ପ୍ରକୋପ ରହିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସଜାଗ ରହିଛି । ବନ୍ୟା ସ୍ଥିତିକୁ ନଜରରେ ରଖି ମୟୂରଭଞ୍ଜ ଏବଂ ବାଲେଶ୍ୱରକୁ ୯ଟି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପଛାଯାଇଛି । ବାଲେଶ୍ୱର ଜିଲ୍ଲାରେ ଅପରାହ୍ନ ପରଠୁ ବନ୍ୟା ଭୟବହତା ଜଣାପଡିବ । ଆଜି ଏବଂ ଆସନ୍ତା କାଲି ସଂଧ୍ୟା ପର୍ଯ୍ୟନ୍ତ ବନ୍ୟାର ହାଇ ପିକ୍ ରହିବ । ଅନ୍ୟପଟେ ଶିମିଳିପାଳ ଅଞ୍ଚଳରେ ମଧ୍ୟ ଗତକାଲି ଅଧିକ ବର୍ଷା ହୋଇଥିବା ସୂଚନା ରହିଛି । ଯାହାଫଳରେ ବୁଢାବଳଙ୍ଗରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ବୁଢାବଳଙ୍ଗର ଜଳସ୍ତର ବିପଦ ସଂକେତ ଟପିନାହିଁ । ଏହାର ଫଲିଙ୍ଗ୍ ଟ୍ରେଣ୍ଡ ଆରମ୍ଭ ହୋଇଛି । ତେଣୁ ବୁଢା ବଳଙ୍ଗରେ କୌଣସି ବନ୍ୟା ଆଶଂକା ନାହିଁ ବୋଲି ଅନୁମାନ କରାଯାଉଛି । ସେହିଭଳି ବୈତରଣୀ ମଧ୍ୟ ଫଲିଂ ଟ୍ରେଣ୍ଡରେ ଅଛି ।

ଆହୁରି ପଢ଼ନ୍ତୁ: ଅନୈତିକ କାର୍ଯ୍ୟରେ ଲିପ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସେବାରୁ ନିଲମ୍ବନ, ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

ଅନ୍ୟପଟେ ବୈତରଣୀ ନଦୀକୁ ନେଇ ବଡ଼ ସମସ୍ୟା ନାହିଁ ବୋଲି କହିଛନ୍ତି ଏସ୍‌ଆର୍‌ସି ଶ୍ରୀ ଜେନା। ସେ କହିଛନ୍ତି, ଆଖୁଆପଦାରେ ବୈତରଣୀର ଜଳସ୍ତର ୧୯ ମିଟର ପର୍ଯ୍ୟନ୍ତ ଯାଇପାରେ। କିନ୍ତୁ ୧୯ ମିଟର ପର୍ଯ୍ୟନ୍ତ ଜଳସ୍ତର ବଢ଼ିଲେ ବି ବିଶେଷ କ୍ଷତି ହେବନାହିଁ। ସେହିପରି କାଣୀନଦୀରେ ସୃଷ୍ଟି ଘାଇର ମରାମତି ଚାଲିଥିବା ବେଳେ ସେଠାରେ ପାଣି ପାସ୍ କରୁଛି। ଘାଇ ଉପରେ ସାମାନ୍ୟ ପାଣି ପାସ୍ କରିବ, କିନ୍ତୁ ବେଶି ଅସୁବିଧା ହେବ ନାହିଁ। ଅନ୍ୟପକ୍ଷରେ ବଂଶଧାରା ନଦୀର ଜଳସ୍ତର କମିବା ଆରମ୍ଭ କରିଛି। ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ହେବା ନିଶ୍ଚିତ ହୋଇଥିବା ବେଳେ ମହାନଦୀ ସିଷ୍ଟମରେ ଆଉ ବନ୍ୟା ସ୍ଥିତି ଅଧିକ ହେବନି ବୋଲି କହିଛନ୍ତି ଏସ୍‌ଆର୍‌ସି। ସେ କହିଛନ୍ତି, ମୁଣ୍ଡଳିରେ ମହନଦୀର ଜଳ ପ୍ରବାହ ୮ ଲକ୍ଷ ୩୦ ହଜାର କ୍ୟୁସେକକୁ ଖସିଲାଣି। କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧରେ ବେଶି ବର୍ଷା ସତ୍ତ୍ୱେ ପ୍ରଭାବ ପଡ଼ିବନି। କାରଣ ହୀରାକୁଦର କେବଳ ୪ଟି ଗେଟ୍ ଖୋଲା ରହିଛି। ତେଣୁ ମହାନଦୀକୁ ନେଇ ଆଉ ବିପଦ ଆଶଙ୍କା ନାହିଁ।

21 Aug 2022 By The Sakala

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବଡ଼ ବନ୍ୟା ନିଶ୍ଚିତ : ସତର୍କ କଲେ ଏସ୍‌ଆରସି ପ୍ରଦୀପ ଜେନା

ଭୁବନେଶ୍ବର : ଗୋଟିଏ ପଟେ ମହାନଦୀରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ଗଭୀର ଅବପାତଜନିତ ପ୍ରବଳ ବର୍ଷା କାରଣରୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକ ଫୁଲିବା ସହ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି। ଏପଟେ ଓଡ଼ିଶା ସହ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା କାରଣରୁ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସୁଛି। ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜରୁ ଶନିବାର ରାତି ୮ଟା ସୁଦ୍ଧା ୧୬ଟି ଗେଟ୍‍ ଦେଇ ପ୍ରାୟ ୪.୨୫ ଲକ୍ଷ କ୍ୟୁସେକ୍‍ ବନ୍ୟାଜଳ ନିଷ୍କାସନ ହେଉଛି। ଯାହାଫଳରେ ସୁବର୍ଣ୍ଣରେଖା ନଦୀ ସିଷ୍ଟମରେ ଏକ ବଡ଼ ଧରଣର ବନ୍ୟା ହେବା ନେଇ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏଥିପାଇଁ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଆଲର୍ଟରେ ରଖାଯାଇଛି।

ବର୍ତ୍ତମାନ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜରୁ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଫଳରେ ସୁବର୍ଣ୍ଣରେଖା ନଦୀରେ ସେକେଣ୍ଡକୁ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ପାଣି ଆସୁଛି। ତେଣୁ ସୁବର୍ଣ୍ଣରେଖା ଅବବାହିକାରେ ନିଶ୍ଚିତ ବନ୍ୟା ହେବ। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଓ ବାଲେଶ୍ୱରକୁ ୫୮ଟି ଅତିରିକ୍ତ ରେସ୍‌କ୍ୟୁ ଟିମ୍ ପଠାଯାଇଛି। ବନ୍ୟା ହେବାକୁ ଥିବାରୁ ଜୀବନହାନି କେମିତି ନ ହେବ ସେଥିପ୍ରତି ପ୍ରଶାସନ ପ୍ରାଥମିକତା ଦେଇଛନ୍ତି ବୋଲି କହିଛନ୍ତି ଏସଆରସି ।

ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଛି, ଜାମଶୋଳାଘାଟରେ ବିପଦ ସଙ୍କେତର ୪ଲେବୁଲ ଉପରେ ରହିଛି ଜଳସ୍ତର । ମୟୂରଭଞ୍ଜରୁ କିଛି ଅଂଶ ଏବଂ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ଆଦି ଅଞ୍ଚଳରେ ପ୍ରବଳ ବନ୍ୟାର ପ୍ରକୋପ ରହିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସଜାଗ ରହିଛି । ବନ୍ୟା ସ୍ଥିତିକୁ ନଜରରେ ରଖି ମୟୂରଭଞ୍ଜ ଏବଂ ବାଲେଶ୍ୱରକୁ ୯ଟି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପଛାଯାଇଛି । ବାଲେଶ୍ୱର ଜିଲ୍ଲାରେ ଅପରାହ୍ନ ପରଠୁ ବନ୍ୟା ଭୟବହତା ଜଣାପଡିବ । ଆଜି ଏବଂ ଆସନ୍ତା କାଲି ସଂଧ୍ୟା ପର୍ଯ୍ୟନ୍ତ ବନ୍ୟାର ହାଇ ପିକ୍ ରହିବ । ଅନ୍ୟପଟେ ଶିମିଳିପାଳ ଅଞ୍ଚଳରେ ମଧ୍ୟ ଗତକାଲି ଅଧିକ ବର୍ଷା ହୋଇଥିବା ସୂଚନା ରହିଛି । ଯାହାଫଳରେ ବୁଢାବଳଙ୍ଗରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ବୁଢାବଳଙ୍ଗର ଜଳସ୍ତର ବିପଦ ସଂକେତ ଟପିନାହିଁ । ଏହାର ଫଲିଙ୍ଗ୍ ଟ୍ରେଣ୍ଡ ଆରମ୍ଭ ହୋଇଛି । ତେଣୁ ବୁଢା ବଳଙ୍ଗରେ କୌଣସି ବନ୍ୟା ଆଶଂକା ନାହିଁ ବୋଲି ଅନୁମାନ କରାଯାଉଛି । ସେହିଭଳି ବୈତରଣୀ ମଧ୍ୟ ଫଲିଂ ଟ୍ରେଣ୍ଡରେ ଅଛି ।

ଅନ୍ୟପଟେ ବୈତରଣୀ ନଦୀକୁ ନେଇ ବଡ଼ ସମସ୍ୟା ନାହିଁ ବୋଲି କହିଛନ୍ତି ଏସ୍‌ଆର୍‌ସି ଶ୍ରୀ ଜେନା। ସେ କହିଛନ୍ତି, ଆଖୁଆପଦାରେ ବୈତରଣୀର ଜଳସ୍ତର ୧୯ ମିଟର ପର୍ଯ୍ୟନ୍ତ ଯାଇପାରେ। କିନ୍ତୁ ୧୯ ମିଟର ପର୍ଯ୍ୟନ୍ତ ଜଳସ୍ତର ବଢ଼ିଲେ ବି ବିଶେଷ କ୍ଷତି ହେବନାହିଁ। ସେହିପରି କାଣୀନଦୀରେ ସୃଷ୍ଟି ଘାଇର ମରାମତି ଚାଲିଥିବା ବେଳେ ସେଠାରେ ପାଣି ପାସ୍ କରୁଛି। ଘାଇ ଉପରେ ସାମାନ୍ୟ ପାଣି ପାସ୍ କରିବ, କିନ୍ତୁ ବେଶି ଅସୁବିଧା ହେବ ନାହିଁ। ଅନ୍ୟପକ୍ଷରେ ବଂଶଧାରା ନଦୀର ଜଳସ୍ତର କମିବା ଆରମ୍ଭ କରିଛି। ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ହେବା ନିଶ୍ଚିତ ହୋଇଥିବା ବେଳେ ମହାନଦୀ ସିଷ୍ଟମରେ ଆଉ ବନ୍ୟା ସ୍ଥିତି ଅଧିକ ହେବନି ବୋଲି କହିଛନ୍ତି ଏସ୍‌ଆର୍‌ସି। ସେ କହିଛନ୍ତି, ମୁଣ୍ଡଳିରେ ମହନଦୀର ଜଳ ପ୍ରବାହ ୮ ଲକ୍ଷ ୩୦ ହଜାର କ୍ୟୁସେକକୁ ଖସିଲାଣି। କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧରେ ବେଶି ବର୍ଷା ସତ୍ତ୍ୱେ ପ୍ରଭାବ ପଡ଼ିବନି। କାରଣ ହୀରାକୁଦର କେବଳ ୪ଟି ଗେଟ୍ ଖୋଲା ରହିଛି। ତେଣୁ ମହାନଦୀକୁ ନେଇ ଆଉ ବିପଦ ଆଶଙ୍କା ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର