ଓଡ଼ିଶାକୁ ଆଉ ଏକ ଜାତୀୟ ସ୍ବୀକୃତି: ଭୁବନେଶ୍ବର ସ୍ମାର୍ଟ ସିଟି ନଂ- ୧, ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲେ ବିଏମସି ମେୟର

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱରକୁ ମିଳିଛି ସମ୍ମାନଜନକ ‘ବେଷ୍ଟ ସ୍ମାର୍ଟ ସିଟି’ ସମ୍ମାନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଣ୍ଡିଆ ସ୍ମାର୍ଟ ସିଟିଜ୍‌‌ କନକ୍ଲେଭ-୨୦୨୩ରେ ଭୁବନେଶ୍ୱରକୁ ୧୦ ଲକ୍ଷରୁ କମ୍‌‌ ନାଗରିକ ବିଶିଷ୍ଟ ସହର ବର୍ଗରେ ପୂର୍ବ ଭାରତର ଶ୍ରେଷ୍ଠ ‘ସ୍ମାର୍ଟ ସିଟି’ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ପ୍ରତିଯୋଗିତାରେ ୬୪ଟି ପୁରସ୍କାର ପାଇଁ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଘୋଷଣା କରାଯାଇଥିଲା। ସ୍ମାର୍ଟସିଟିଗୁଡ଼ିକରେ ଜାରି ରହିଥିବା ପ୍ରକଳ୍ପ, ନୂତନତ୍ୱ, କୋଭିଡ୍‌‌ ମୁକାବିଲା, ସ୍ୱଚ୍ଛ-ସୁନ୍ଦର ତଥା ସର୍ବୋତ୍ତମ […]

ଭୁବନେଶ୍ୱର: ଭୁବନେଶ୍ୱରକୁ ମିଳିଛି ସମ୍ମାନଜନକ ‘ବେଷ୍ଟ ସ୍ମାର୍ଟ ସିଟି’ ସମ୍ମାନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଣ୍ଡିଆ ସ୍ମାର୍ଟ ସିଟିଜ୍‌‌ କନକ୍ଲେଭ-୨୦୨୩ରେ ଭୁବନେଶ୍ୱରକୁ ୧୦ ଲକ୍ଷରୁ କମ୍‌‌ ନାଗରିକ ବିଶିଷ୍ଟ ସହର ବର୍ଗରେ ପୂର୍ବ ଭାରତର ଶ୍ରେଷ୍ଠ ‘ସ୍ମାର୍ଟ ସିଟି’ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ପ୍ରତିଯୋଗିତାରେ ୬୪ଟି ପୁରସ୍କାର ପାଇଁ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଘୋଷଣା କରାଯାଇଥିଲା। ସ୍ମାର୍ଟସିଟିଗୁଡ଼ିକରେ ଜାରି ରହିଥିବା ପ୍ରକଳ୍ପ, ନୂତନତ୍ୱ, କୋଭିଡ୍‌‌ ମୁକାବିଲା, ସ୍ୱଚ୍ଛ-ସୁନ୍ଦର ତଥା ସର୍ବୋତ୍ତମ ସହର ବର୍ଗ ଭଳି ମୋଟ ୬୪ ବର୍ଗରେ ଏହି ପୁରସ୍କାର ଘୋଷଣା ହୋଇଛି।

ଆହୁରି ପଢ଼ନ୍ତୁ: ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା

୨୦୧୫ ଜୁନ୍‌‌ ୨୫ରେ ଆରମ୍ଭ ହୋଇଥିବା ସ୍ମାର୍ଟସିଟି ମିଶନ ଜରିଆରେ ଦେଶର ୧୦୦ ସହରରେ ଭିତ୍ତିଭୂମି ବୃଦ୍ଧି, ସ୍ୱଚ୍ଛ ଏବଂ ନିରନ୍ତର ପରିବେଶ ତଥା ‘ସ୍ମାର୍ଟ ସମାଧାନ’ର ପ୍ରୟୋଗ ମାଧ୍ୟମରେ ନାଗରିକଙ୍କୁ ଉନ୍ନତ ସେବା ଯୋଗାଇବାକୁ ଲକ୍ଷ୍ୟ ରହିଛି। ୨୦୨୨ ମସିହାର ସ୍ମାର୍ଟସିଟି ପୁରସ୍କାର ବର୍ଗରେ ୮୦ ଯୋଗ୍ୟ ସ୍ମାର୍ଟ ସହରରୁ ୮୪୫ ନାମାଙ୍କନ ଗ୍ରହଣ କରାଯାଇଥିଲା। ଏହାକୁ ୫ ପର୍ଯ୍ୟାୟରେ ମୂଲ୍ୟାଙ୍କନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତାବଗୁଡ଼ିକର ପ୍ରି-ସ୍କ୍ରିନିଂ କରାଯାଇଥିଲା। ୫୦ ପ୍ରତିଶତ (୪୨୩ ପ୍ରସ୍ତାବ) ପରବର୍ତ୍ତୀ ପର୍ଯ୍ୟାୟକୁ ଆସିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ପୁରସ୍କାର ବର୍ଗ ପାଇଁ ଶ୍ରେଷ୍ଠ ୧୨ଟି ପ୍ରସ୍ତାବକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଅର୍ବାନ୍‌‌ ଆଫେୟାର (ଏନଆଇୟୁଏ)ର ଏକ ଖଣ୍ଡପୀଠ ଚିହ୍ନଟ କରିଥିଲେ। ତୃତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ପ୍ରସ୍ତାବ ପ୍ରସ୍ତାବକ ବିଷୟ ବିଶେଷଜ୍ଞଙ୍କ ଏକ ପ୍ୟାନେଲକୁ ଏକ ଉପସ୍ଥାପନା କରିଥିଲେ, ଯାହାକି ଶ୍ରେଷ୍ଠ ୬ଟି ପ୍ରସ୍ତାବ ଚୟନକୁ ନେଇଥିଲା। ଶେଷ ତଥା ଚତୁର୍ଥ ପର୍ଯ୍ୟାୟରେ ଶ୍ରେଷ୍ଠ ୬ଟି ପ୍ରସ୍ତାବ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶକଙ୍କ ଦ୍ୱାରା ପରିଚାଳିତ ଏବଂ ବିଷୟବସ୍ତୁ ବିଶେଷଜ୍ଞଙ୍କୁ ନେଇ ଏକ ଖଣ୍ଡପୀଠକୁ ଏକ ବିସ୍ତୃତ ଉପସ୍ଥାପନା କରିଥିଲା।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ଚତୁର୍ଥ ପର୍ଯ୍ୟାୟରେ ସ୍ମାର୍ଟ ସିଟି ମିଶନର ଶୀର୍ଷ କମିଟି ଦ୍ୱାରା ପ୍ରତ୍ୟେକ ପୁରସ୍କାର ବର୍ଗ ପାଇଁ ଶ୍ରେଷ୍ଠ ୩ଟି ପ୍ରସ୍ତାବ ଚିହ୍ନଟ କରାଯାଇଛି। ପାଞ୍ଚଟି ପୁରସ୍କାର ବର୍ଗ ଅଧୀନରେ ପ୍ରାପ୍ତ ମୋଟ ୮୪୫ ଆବେଦନ ମଧ୍ୟରୁ ୬୬ ବିଜେତାଙ୍କୁ ଚିହ୍ନଟ କରାଯାଇଛି। ୩୫ଟି ପ୍ରୋଜେକ୍ଟ ଆୱାର୍ଡରେ, ୬ଟି ନବୋନ୍ମୋଷୀ (ଇନୋଭେସନ) ଆୱାର୍ଡରେ, ୧୩ଟି ନ୍ୟାସନାଲ / ଜୋନାଲ ସିଟି ଆୱାର୍ଡରେ, ୫ଟି ରାଜ୍ୟ / ୟୁଟି ଆୱାର୍ଡରେ ଏବଂ ୭ଟି ପାର୍ଟନର ଆୱାର୍ଡ ବର୍ଗରେ ଚିହ୍ନଟ କରାଯାଇଥିବା କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ପୂର୍ବ ଭାରତ ପାଇଁ ଭୁବନେଶ୍ୱର ଓ ରାଞ୍ଚି ଉଭୟ ଶ୍ରେଷ୍ଠ ଜୋନାଲ ସ୍ମାର୍ଟ ସିଟି ପୁରସ୍କାର ପାଇଛନ୍ତି। ଅନୁରୂପ ଭାବରେ ମଧ୍ୟପ୍ରଦେଶ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ପାଇଥିବାବେଳେ ଚଣ୍ଡୀଗଡ଼ ୨୦୨୨ ମସିହାରେ ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ ପ୍ରତିଯୋଗିତା (ଆଇଏସଏସି) ରେ ଶ୍ରେଷ୍ଠ କେନ୍ଦ୍ରଶାସିତ ଅଞ୍ଚଳ ପୁରସ୍କାର ପାଇଛି। ବୁଧବାର ଇନ୍ଦୋରରେ ଆୟୋଜିତ ଇଣ୍ଡିଆନ୍‌‌ ସ୍ମାର୍ଟସିଟି ପ୍ରତିଯୋଗିତା ପୁରସ୍କାର (ଆଇଏସଏସି) ୨୦୨୨ କାର୍ଯ୍ୟକ୍ରମରେ ବିଏମସି ମେୟର ସୁଲୋଚନା ଦାସଙ୍କ ସମେତ ବିଏମି ଓ ସ୍ମାର୍ଟସିଟି ଲିମିଟେଡର ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

ଏହି ଅବସରରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବିଏମ୍‌‌ସି କମିସନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ଏହି ପୁରସ୍କାର ଆମ ସୃଜନଶୀଳତା ପ୍ରତିପାଦନ କରିବାରେ ସହାୟକ ହେବ। ଏହି ସଫଳତା ପଛରେ ଆମର ଗୋଷ୍ଠୀ ସମୁଦାୟଙ୍କ ଅକୁଣ୍ଠ ଯୋଗଦାନ, ଉତ୍ସର୍ଗୀକୃତ ସହଯୋଗ ରହିଛି। ଦୂରଦୃଷ୍ଟି ସମ୍ପନ୍ନ ସହଭାଗୀ ସଂଗଠନଙ୍କ ଭୂମିକା ପ୍ରଶଂସନୀୟ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌‌ର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ବିଏସ୍‌‌ସିଏଲ୍‌‌ ଟିମ୍‌‌ର ଚେଷ୍ଟା ଏବଂ ତତ୍ପରତାକୁ ପ୍ରଶଂସା କରିବା ସହ ଏହି ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି।

27 Sep 2023 By The Sakala

ଓଡ଼ିଶାକୁ ଆଉ ଏକ ଜାତୀୟ ସ୍ବୀକୃତି: ଭୁବନେଶ୍ବର ସ୍ମାର୍ଟ ସିଟି ନଂ- ୧, ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲେ ବିଏମସି ମେୟର

ଭୁବନେଶ୍ୱର: ଭୁବନେଶ୍ୱରକୁ ମିଳିଛି ସମ୍ମାନଜନକ ‘ବେଷ୍ଟ ସ୍ମାର୍ଟ ସିଟି’ ସମ୍ମାନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଣ୍ଡିଆ ସ୍ମାର୍ଟ ସିଟିଜ୍‌‌ କନକ୍ଲେଭ-୨୦୨୩ରେ ଭୁବନେଶ୍ୱରକୁ ୧୦ ଲକ୍ଷରୁ କମ୍‌‌ ନାଗରିକ ବିଶିଷ୍ଟ ସହର ବର୍ଗରେ ପୂର୍ବ ଭାରତର ଶ୍ରେଷ୍ଠ ‘ସ୍ମାର୍ଟ ସିଟି’ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହି ପ୍ରତିଯୋଗିତାରେ ୬୪ଟି ପୁରସ୍କାର ପାଇଁ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଘୋଷଣା କରାଯାଇଥିଲା। ସ୍ମାର୍ଟସିଟିଗୁଡ଼ିକରେ ଜାରି ରହିଥିବା ପ୍ରକଳ୍ପ, ନୂତନତ୍ୱ, କୋଭିଡ୍‌‌ ମୁକାବିଲା, ସ୍ୱଚ୍ଛ-ସୁନ୍ଦର ତଥା ସର୍ବୋତ୍ତମ ସହର ବର୍ଗ ଭଳି ମୋଟ ୬୪ ବର୍ଗରେ ଏହି ପୁରସ୍କାର ଘୋଷଣା ହୋଇଛି।

୨୦୧୫ ଜୁନ୍‌‌ ୨୫ରେ ଆରମ୍ଭ ହୋଇଥିବା ସ୍ମାର୍ଟସିଟି ମିଶନ ଜରିଆରେ ଦେଶର ୧୦୦ ସହରରେ ଭିତ୍ତିଭୂମି ବୃଦ୍ଧି, ସ୍ୱଚ୍ଛ ଏବଂ ନିରନ୍ତର ପରିବେଶ ତଥା ‘ସ୍ମାର୍ଟ ସମାଧାନ’ର ପ୍ରୟୋଗ ମାଧ୍ୟମରେ ନାଗରିକଙ୍କୁ ଉନ୍ନତ ସେବା ଯୋଗାଇବାକୁ ଲକ୍ଷ୍ୟ ରହିଛି। ୨୦୨୨ ମସିହାର ସ୍ମାର୍ଟସିଟି ପୁରସ୍କାର ବର୍ଗରେ ୮୦ ଯୋଗ୍ୟ ସ୍ମାର୍ଟ ସହରରୁ ୮୪୫ ନାମାଙ୍କନ ଗ୍ରହଣ କରାଯାଇଥିଲା। ଏହାକୁ ୫ ପର୍ଯ୍ୟାୟରେ ମୂଲ୍ୟାଙ୍କନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତାବଗୁଡ଼ିକର ପ୍ରି-ସ୍କ୍ରିନିଂ କରାଯାଇଥିଲା। ୫୦ ପ୍ରତିଶତ (୪୨୩ ପ୍ରସ୍ତାବ) ପରବର୍ତ୍ତୀ ପର୍ଯ୍ୟାୟକୁ ଆସିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ପୁରସ୍କାର ବର୍ଗ ପାଇଁ ଶ୍ରେଷ୍ଠ ୧୨ଟି ପ୍ରସ୍ତାବକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଅର୍ବାନ୍‌‌ ଆଫେୟାର (ଏନଆଇୟୁଏ)ର ଏକ ଖଣ୍ଡପୀଠ ଚିହ୍ନଟ କରିଥିଲେ। ତୃତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ପ୍ରସ୍ତାବ ପ୍ରସ୍ତାବକ ବିଷୟ ବିଶେଷଜ୍ଞଙ୍କ ଏକ ପ୍ୟାନେଲକୁ ଏକ ଉପସ୍ଥାପନା କରିଥିଲେ, ଯାହାକି ଶ୍ରେଷ୍ଠ ୬ଟି ପ୍ରସ୍ତାବ ଚୟନକୁ ନେଇଥିଲା। ଶେଷ ତଥା ଚତୁର୍ଥ ପର୍ଯ୍ୟାୟରେ ଶ୍ରେଷ୍ଠ ୬ଟି ପ୍ରସ୍ତାବ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶକଙ୍କ ଦ୍ୱାରା ପରିଚାଳିତ ଏବଂ ବିଷୟବସ୍ତୁ ବିଶେଷଜ୍ଞଙ୍କୁ ନେଇ ଏକ ଖଣ୍ଡପୀଠକୁ ଏକ ବିସ୍ତୃତ ଉପସ୍ଥାପନା କରିଥିଲା।

ଚତୁର୍ଥ ପର୍ଯ୍ୟାୟରେ ସ୍ମାର୍ଟ ସିଟି ମିଶନର ଶୀର୍ଷ କମିଟି ଦ୍ୱାରା ପ୍ରତ୍ୟେକ ପୁରସ୍କାର ବର୍ଗ ପାଇଁ ଶ୍ରେଷ୍ଠ ୩ଟି ପ୍ରସ୍ତାବ ଚିହ୍ନଟ କରାଯାଇଛି। ପାଞ୍ଚଟି ପୁରସ୍କାର ବର୍ଗ ଅଧୀନରେ ପ୍ରାପ୍ତ ମୋଟ ୮୪୫ ଆବେଦନ ମଧ୍ୟରୁ ୬୬ ବିଜେତାଙ୍କୁ ଚିହ୍ନଟ କରାଯାଇଛି। ୩୫ଟି ପ୍ରୋଜେକ୍ଟ ଆୱାର୍ଡରେ, ୬ଟି ନବୋନ୍ମୋଷୀ (ଇନୋଭେସନ) ଆୱାର୍ଡରେ, ୧୩ଟି ନ୍ୟାସନାଲ / ଜୋନାଲ ସିଟି ଆୱାର୍ଡରେ, ୫ଟି ରାଜ୍ୟ / ୟୁଟି ଆୱାର୍ଡରେ ଏବଂ ୭ଟି ପାର୍ଟନର ଆୱାର୍ଡ ବର୍ଗରେ ଚିହ୍ନଟ କରାଯାଇଥିବା କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ପୂର୍ବ ଭାରତ ପାଇଁ ଭୁବନେଶ୍ୱର ଓ ରାଞ୍ଚି ଉଭୟ ଶ୍ରେଷ୍ଠ ଜୋନାଲ ସ୍ମାର୍ଟ ସିଟି ପୁରସ୍କାର ପାଇଛନ୍ତି। ଅନୁରୂପ ଭାବରେ ମଧ୍ୟପ୍ରଦେଶ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ପାଇଥିବାବେଳେ ଚଣ୍ଡୀଗଡ଼ ୨୦୨୨ ମସିହାରେ ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ ପ୍ରତିଯୋଗିତା (ଆଇଏସଏସି) ରେ ଶ୍ରେଷ୍ଠ କେନ୍ଦ୍ରଶାସିତ ଅଞ୍ଚଳ ପୁରସ୍କାର ପାଇଛି। ବୁଧବାର ଇନ୍ଦୋରରେ ଆୟୋଜିତ ଇଣ୍ଡିଆନ୍‌‌ ସ୍ମାର୍ଟସିଟି ପ୍ରତିଯୋଗିତା ପୁରସ୍କାର (ଆଇଏସଏସି) ୨୦୨୨ କାର୍ଯ୍ୟକ୍ରମରେ ବିଏମସି ମେୟର ସୁଲୋଚନା ଦାସଙ୍କ ସମେତ ବିଏମି ଓ ସ୍ମାର୍ଟସିଟି ଲିମିଟେଡର ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ଅବସରରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବିଏମ୍‌‌ସି କମିସନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ଏହି ପୁରସ୍କାର ଆମ ସୃଜନଶୀଳତା ପ୍ରତିପାଦନ କରିବାରେ ସହାୟକ ହେବ। ଏହି ସଫଳତା ପଛରେ ଆମର ଗୋଷ୍ଠୀ ସମୁଦାୟଙ୍କ ଅକୁଣ୍ଠ ଯୋଗଦାନ, ଉତ୍ସର୍ଗୀକୃତ ସହଯୋଗ ରହିଛି। ଦୂରଦୃଷ୍ଟି ସମ୍ପନ୍ନ ସହଭାଗୀ ସଂଗଠନଙ୍କ ଭୂମିକା ପ୍ରଶଂସନୀୟ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌‌ର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ବିଏସ୍‌‌ସିଏଲ୍‌‌ ଟିମ୍‌‌ର ଚେଷ୍ଟା ଏବଂ ତତ୍ପରତାକୁ ପ୍ରଶଂସା କରିବା ସହ ଏହି ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର