ମନୋରଞ୍ଜନ

ହିରୋଙ୍କ ପାଇଁ ଅଭିଜ୍ଞତା, ହିରୋଇନଙ୍କ ପାଇଁ ସମସ୍ୟା! ବଲିଉଡର ଦ୍ୱିମୁଖୀ ନୀତି ଉପରେ ବର୍ଷିଲେ ଈଶା କୋପିକର
ଆମେରିକାରେ ଶାହରୁଖ୍ ଖାନଙ୍କ ନୂଆ କ୍ରିକେଟ୍ ଷ୍ଟାଡିୟମ୍: ଉଦ୍‌ଘାଟନୀ ଭିଡିଓରେ ନଜର ଆସିଲେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି
ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ

ଶିକ୍ଷା କ୍ଷେତ୍ରରେ ସମଗ୍ର ପୂର୍ବ ଭାରତରେ ଭୁବନେଶ୍ୱର ବର୍ତ୍ତମାନ ଏକ ହବ୍‌‌ ପାଲଟିଛି

The Sakala Picture
Published On

ଭୁବନେଶ୍ୱର(ଅବିନାଶ, ଦତ୍ତାତ୍ରେୟ, ବରୁଣ): ଶିକ୍ଷାରୁ ଚେତନା ଜାଗ୍ରତ ହୁଏ। ଚେତନାରୁ ବିପ୍ଳବ ସୃଷ୍ଟି ହେବା ସହ ଏହା ପରିବର୍ତ୍ତନର ବାହକ ସାଜେ। ଅର୍ଥାତ ବ୍ୟବସ୍ଥା, ସମାଜରେ ପରିବର୍ତ୍ତନ ପାଇଁ ଉତ୍ତମ ଶିକ୍ଷା ବ୍ୟବସ୍ଥାର ନିତାନ୍ତ ଆବଶ୍ୟକତା ରହିଛି। ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ବିକାଶ ଏବଂ ଉତ୍କୃଷ୍ଟତାର ଉପଲବ୍ଧତା କିପରି ଓଡ଼ିଶାକୁ ନୂଆ ପରିଚୟ ଦେଇଛି ତାହା ସହଜରେ ଅନୁଭବ କରିହେବ। ତେବେ ଏ କ୍ଷେତ୍ରରେ ଭୁବନେଶ୍ୱରର କାୟା ପରିବ୍ୟାପ୍ତ। ସମଗ୍ର ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଭୁବନେଶ୍ୱର […]

ଭୁବନେଶ୍ୱର(ଅବିନାଶ, ଦତ୍ତାତ୍ରେୟ, ବରୁଣ): ଶିକ୍ଷାରୁ ଚେତନା ଜାଗ୍ରତ ହୁଏ। ଚେତନାରୁ ବିପ୍ଳବ ସୃଷ୍ଟି ହେବା ସହ ଏହା ପରିବର୍ତ୍ତନର ବାହକ ସାଜେ। ଅର୍ଥାତ ବ୍ୟବସ୍ଥା, ସମାଜରେ ପରିବର୍ତ୍ତନ ପାଇଁ ଉତ୍ତମ ଶିକ୍ଷା ବ୍ୟବସ୍ଥାର ନିତାନ୍ତ ଆବଶ୍ୟକତା ରହିଛି। ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ବିକାଶ ଏବଂ ଉତ୍କୃଷ୍ଟତାର ଉପଲବ୍ଧତା କିପରି ଓଡ଼ିଶାକୁ ନୂଆ ପରିଚୟ ଦେଇଛି ତାହା ସହଜରେ ଅନୁଭବ କରିହେବ। ତେବେ ଏ କ୍ଷେତ୍ରରେ ଭୁବନେଶ୍ୱରର କାୟା ପରିବ୍ୟାପ୍ତ। ସମଗ୍ର ପୂର୍ବ ଭାରତରେ ଶିକ୍ଷା କ୍ଷେତ୍ରରେ ଭୁବନେଶ୍ୱର ବର୍ତ୍ତମାନ ଏକ ହବ୍‌‌ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ ରାଜ୍ୟର ବହୁ ଖ୍ୟାତିସମ୍ପନ୍ନ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିବାବେଳେ ଅନେକ ଜାତୀୟ ସ୍ତରର ଖ୍ୟାତନାମା ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଛି। କେବଳ ଶିକ୍ଷାଦାନ ନୁହଁ, ଗବେଷଣା କ୍ଷେତ୍ରରେ ମଧ୍ୟ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ଭୁବନେଶ୍ୱରକୁ ନୂଆ ପରିଚୟ ପ୍ରଦାନ କରିଛି। ଏବେ ରାଜଧାନୀରେ ୫ଟି ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ୨ଟି ଡିମ୍‌‌ଡି ୟୁନିଭରସିଟି, ୬ଟି ଘରୋଇ ବିଶ୍ୱବିଦ୍ୟାଳୟ ଏବଂ ୧୨ଟି ଜାତୀୟ ଶିକ୍ଷାନୁଷ୍ଠାନ ଭୁବନେଶ୍ୱରର ମର୍ଯ୍ୟାଦା ବଢ଼଼ାଇଛି। ଏସବୁ ପ୍ରତିଷ୍ଠାନ ଦେଶ ବିଦେଶର ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିପାରିଛି।

ଆହୁରି ପଢ଼ନ୍ତୁ: ଜୁଲାଇ ୩ରେ ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା ! ମୌସୁମୀ ପ୍ରଭାବରେ ୬ପର୍ଯ୍ୟନ୍ତ ଓଡ଼ିଶାରେ ବ୍ୟାପକ ବର୍ଷା

ଉତ୍କର୍ଷ ବୈଷୟିକ ଶିକ୍ଷାନୁଷ୍ଠାନ ‘ଆଇଆଇଟି ଭୁବନେଶ୍ୱର’
ବୈଷୟିକ ଶିକ୍ଷାର ଏକ ଉତ୍କର୍ଷ ଶିକ୍ଷାନୁଷ୍ଠାନ ଭାବେ ଭୁବନେଶ୍ୱର ଆଇଆଇଟି ନିଜକୁ ପରିଚିତି ଦେଇଛି। ଖୋର୍ଦ୍ଧା ଜିଲ୍ଲାର ଅରୁଗୁଳ ଅଞ୍ଚଳ ତଥା ବରୁଣେଇ ପାହାଡ଼ ପାଦଦେଶରେ ଏହି ଶିକ୍ଷାନୁଷ୍ଠାନଟି ଗଢ଼ି ଉଠିଛି। ୨୦୦୮ ମସିହା ଜୁଲାଇ ୨୨ ତାରିଖରେ ଏହା ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନ ଏବେ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନର ଆଖ୍ୟା ପାଇଛି। ଛାତ୍ରଛାତ୍ରୀ ଏଠାରେ ମୁଖ୍ୟତଃ ବିଟେକ୍‌‌, ଡୁଆଲ୍‌‌ ଡିଗ୍ରୀ, ଏମ୍‌‌ଟେକ୍‌‌, ଏମ୍‌‌ଏସ୍‌‌ସି ଓ ପିଏଚ୍‌‌ଡି ଆଦି ଅଧ୍ୟୟନ କରୁଥିବାବେଳେ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ମାଇଲ୍‌‌ ଖୁଣ୍ଟ ସାଜିଛି। ୬ଟି ବିଭାଗରେ ବି-ଟେକ୍‌‌ ସହିତ ୧୫ଟି ବିଭାଗରେ ଏମ୍‌‌ଟେକ୍‌‌ ଓ ଡୁଆଲ୍‌‌ ଡିଗ୍ରୀର ବିଭିନ୍ନ ପାଠ୍ୟକ୍ରମରେ ଦେଶ ବିଦେଶର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଗତ ଶିକ୍ଷାବର୍ଷରେ ଆଇଆଇଟିରୁ ଶିକ୍ଷା ଶେଷ କରି ୯୫ପ୍ରତିଶତ ଛାତ୍ରଛାତ୍ରୀ ବିଭିନ୍ନ ନାମିଦାମୀ କମ୍ପାନୀରେ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ଦରମା ମଧ୍ୟ ବିଗତ ବର୍ଷ ଅପେକ୍ଷା ୩୦ ପ୍ରତିଶତ ଅଧିକ ବଢ଼଼ିଥିବା ଆଇଆଇଟି ଦର୍ଶାଇଛି। କମ୍ପ୍ୟୁଟର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ସର୍ବାଧିକ ଦରମାରେ ନିଯୁକ୍ତି ପାଉଥିବାବେଳେ ବିଗତ ବର୍ଷରେ ଏହି ବିଭାଗର ଛାତ୍ର ସର୍ବାଧିକ ୪୨ଲକ୍ଷ ଟଙ୍କାର ବାର୍ଷିକ ଦରମାରେ ନିଯୁକ୍ତି ପାଇଥିବା ସୂଚନା ମିଳିଛି।

ଭୁବନେଶ୍ୱର ଆଇଆଇଟିରେ ୧୬୮୬ଜଣ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ସିଟ୍‌‌ ଉପଲବ୍ଧ ଥିବାବେଳେ ବିଟେକ୍‌‌ରେ ୧୨୩୯, ଡୁଆଲ୍‌‌ ଡିଗ୍ରିରେ ୪୭୯, ଏମଟେକ୍‌‌ରେ ୩୯୩, ଏମଏସସିରେ ୨୦୬ ଓ ପିଏଚଡିରେ ୩୬୯ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଚଳିତ ବର୍ଷରେ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଟେକ୍‌‌ ନାମଲେଖା ପାଇଁ ଛାତ୍ରଛାତ୍ରୀ ସାଧାରଣତଃ ଜେଇଇ ଆଡ୍‌‌ଭାନ୍ସଡ୍‌‌ ଦ୍ୱାରା ଅନୁଷ୍ଠିତ ହେଉଥିବାବେଳେ ଗେଟ୍‌‌ ଦ୍ୱାରା ଏମ୍‌‌ଟେକ୍‌‌, ଏମଏସସି ପାଠ୍ୟକ୍ରମରେ ନାମଲେଖା ତ୍ୱରାନ୍ୱିତ ହୋଇଥାଏ। ଅନ୍ୟପକ୍ଷରେ ଏନଆଇଆରଏଫ୍‌‌ ର‍୍ୟାଙ୍କିଂରେ ଆଇଆଇଟି ଭୁବନେଶ୍ୱର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା(ସାମଗ୍ରିକ ବର୍ଗ)ରେ ଦେଶର ୯୧ତମ ସ୍ଥାନରେ ରହିଛି। ଶ୍ରେଷ୍ଠ ଇଂଜିନିୟରିଂ କଲେଜ ତାଲିକାରେ ୪୭ରେ ରହିଛି।

ଆହୁରି ପଢ଼ନ୍ତୁ: ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମର ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘ପ୍ରକଳ୍ପ ସଖୀ’

ସେହିପରି ଗବେଷଣା କ୍ଷେତ୍ରରେ ଆଇଆଇଟି ୧୬୩.୦୬ କୋଟି ଟଙ୍କାର ପ୍ରକଳ୍ପ ୨୦୦୮ରୁ ୨୦୨୨ ମସିହା ମଧ୍ୟରେ ପାଇଥିବାବେଳେ ଚଳିତ ବର୍ଷ ମଧ୍ୟରେ ଏହା ଯଥେଷ୍ଟ ବୃଦ୍ଧି ପାଇଛି। ଗବେଷଣା କ୍ଷେତ୍ରରେ ଭୁବନେଶ୍ୱର ଆଇଆଇଟି ୪୭ଟି ପେଟେଣ୍ଟ ଦାଖଲ କରିଥିବାବେଳେ ବିଗତ ୩ ବର୍ଷରେ ଅନେକଗୁଡ଼ିଏ ପେଟେଣ୍ଟକୁ ମଞ୍ଜୁର ମିଳିଛି। ସାଢ଼େ ୪ ହଜାରରୁ ଅଧିକ ଗବେଷଣା ସନ୍ଦର୍ଭ ଜାତୀୟ ଓ ଆନ୍ତର୍ଜାତିକ ଜର୍ଣ୍ଣାଲ୍‌‌ରେ ମଧ୍ୟ ପ୍ରକାଶିତ ହୋଇଛି। ଆଇଟି ଓ ମାଇକ୍ରୋ ଟିପ୍‌‌ ଭଳି ଅନେକ କ୍ଷେତ୍ରରେ ଗବେଷଣା ଜାରି ରହିଥିବାବେଳେ ଭୁବନେଶ୍ୱର ଆଇଆଇଟିକୁ ସେମିକଣ୍ଡକ୍ଟର ହବ୍‌‌ ଭାବେ ପରିଚିତି ଦେବାକୁ ପ୍ରକ୍ରିୟା ଜାରି ରହିଥିବା କର୍ତ୍ତୃପକ୍ଷ ଦର୍ଶାଇଛନ୍ତି।

ଡିଜାଇନିଂ ଓ ଫେଶନ୍‌ର ସୃଜନ କେନ୍ଦ୍ର ‘ଏନ୍‌‌ଆଇଏଫ୍‌‌ଟି’
ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଫେଶନ ଟେକ୍ନୋଲୋଜି (ଏନ୍‌‌ଆଇଏଫ୍‌‌ଟି) ରାଜ୍ୟ ତଥା ଦେଶର ୧୬ ପ୍ରମୁଖ ଉଦ୍ୟୋଗଗୁଡ଼ିକ ପାଇଁ ଫେଶନ ଡିଜାଇନିଂ ସହ ବ୍ରାଣ୍ଡ ବିଲ୍ଡିଂର କାମ କରୁଛି। ଡିଜାଇନ୍‌‌, ମ୍ୟାନେଜ୍‌‌ମେଣ୍ଟ ଓ ଟେକ୍ନୋଲୋଜି କ୍ଷେତ୍ରରୁ ଦକ୍ଷତାସମ୍ପର୍ଣ୍ଣ ମାନବସମ୍ବଳ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶାରେ ୨୦୧୨ ମସିହାରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରାଳୟ ଦ୍ୱାରା ଏନ୍‌‌ଆଇଏଫ୍‌‌ଟି ପ୍ରତିଷ୍ଠା ହୋଇଥିଲା। ଏହି ପ୍ରତିଷ୍ଠାନ ଓଡ଼ିଶାର ହସତନ୍ତ, ହସ୍ତଶିଳ୍ପ, ବୟନଶିଳ୍ପ, କୁଟୀର ଶିଳ୍ପ ତଥା ଅନ୍ୟାନ୍ୟ କାରିଗରୀକୁ ପ୍ରୋତ୍ସାହିତ କରିବା ସହ ଏହି ଶିଳ୍ପ ଉଦ୍ୟୋଗଗୁଡ଼ିକୁ ଜାତୀୟ ସ୍ତରର ସେବା ଯୋଗାଇବାରେ ସହାୟକ ହେଉଛି। ସମ୍ପ୍ରତି ଏହି ପ୍ରତିଷ୍ଠାନରେ ଟେକ୍ସଟାଇଲ୍‌‌ ଡିଜାଇନିଂ, ଲାଇଫଷ୍ଟାଇଲ୍‌‌ ଆସେସୋରିଜ୍‌‌ ଡିଜାଇନିଂ, ଫେଶନ୍‌‌ ଡିଜାଇନିଂ, ଫେଶନ କମ୍ୟୁନିକେସନ୍‌‌ ଓ ଫେଶନ ଟେକ୍ନୋଲୋଜି ଭଳି ୫ଟି ୟୁଜି କୋର୍ସ ଥିବା ବେଳେ ପ୍ରତିବର୍ଷ ୬୮୭ ଜଣ ଲେଖାଏଁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେଉଛନ୍ତି। ସେହିଭଳି ୬୩ ଜଣ ଫେଶନ୍‌‌ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଛନ୍ତି।

୨ ଶହ କ୍ରାଫ୍ଟ କ୍ଲଷ୍ଟର ଡିଜାଇନିଂରେ ନିୟୋଜିତ
କ୍ରାଫ୍ଟ କ୍ଲଷ୍ଟର ପ୍ରୋଗ୍ରାମର ସଫଳ ପରିଚାଳନା କ୍ଷେତ୍ରରେ ସାରାଦେଶରେ ଭୁବନେଶ୍ୱର ଏନ୍‌‌ଆଇଏଫ୍‌‌ଟି ପ୍ରଦର୍ଶନ ସର୍ବୋତ୍ତମ ରହିଛି। ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ନୂଆ ନୂଆ ପ୍ରକାରର ଶିଳ୍ପ ଦେଖିବାକୁ ମିଳେ। ବୟନଶିଳ୍ପ, କୁଟୀର ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ଇତ୍ୟାଦିର କ୍ଲଷ୍ଟରଗୁଡ଼ିକ ସହ ଏନ୍‌‌ଆଇଏଫ୍‌‌ଟି ଅନୁବନ୍ଧିତ ହେଉଛି। ଏହି ଶିଳ୍ପଗୁଡ଼ିକ ସହ ଜଡ଼ିତ ଥିବା କଳାକାର ତଥା କାଗିଗରମାନଙ୍କ ସହ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ସମୟ ଅତିବାହିତ କରୁଛନ୍ତି। ବିଶେଷକରି ସେମାନଙ୍କ କାର୍ଯ୍ୟଶୈଳୀ ଓ ବିଭିନ୍ନ ପ୍ରକାରର ହସ୍ତକଳାକୁ ଅନୁଶୀଳନ କରାଯାଉଛି। ଅନୁଶୀଳନ ପରେ ଛାତ୍ରଛାତ୍ରୀମାନେ ଏହା ଉପରେ ନିଜର ସୃଜନଶୀଳତାର ପ୍ରୟୋଗ ଆରମ୍ଭ କରୁଛନ୍ତି। ନୂଆ ଡିଜାଇନ୍‌‌ ଓ ମାର୍କେଟ ଲିଙ୍କେଜ ପ୍ରସ୍ତୁତ କରାଯାଉଛି। କାରିଗରମାନେ ନିଜେ କଳା ତଥା ବ୍ୟବସାୟର ପରିଧିକୁ ବଢ଼଼ାଇବା ପାଇଁ ଏନ୍‌‌ଆଇଏଫ୍‌‌ଟି ସହ ଅନୁବନ୍ଧିତ ହେଉଥିବା ଦେଖିବାକୁ ମିଳୁଛି। ଏଯାବତ୍‌‌ ୨ ଶହରୁ ଅଧିକ ହସ୍ତକଳା ସଂସ୍ଥା ପାଇଁ ଏନ୍‌‌ଆଇଏଫ୍‌‌ଟି ଡିଜାଇନ୍‌‌ ଓ ବ୍ରାଣ୍ଡ ବିଲ୍ଡିଂର କାମ କରିସାରିଛି।

ପୁରୁଣା ଐତିହ୍ୟ ସନ୍ଧାନରେ ‘ଆଇଆଇଟିଟିଏମ୍‌‌’
ଭୁବନେଶ୍ୱରସ୍ଥିତ ଇଣ୍ଡିଆନ୍‌‌ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଟୁରିଜିମ୍‌‌ ଆଣ୍ଡ ଟ୍ରାଭେଲ୍‌‌ ମ୍ୟାନେଜମେଣ୍ଟ(ଆଇଆଇଟିଟିଏମ୍‌‌) କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ହୋଇଥିବା ବେଳେ ପର୍ଯ୍ୟଟନ ଶିକ୍ଷା, ତାଲିମ, ଗବେଷଣା ଓ ପରାମର୍ଶ ପ୍ରଦାନକାରୀ ପ୍ରତିଷ୍ଠାନ ଭାବରେ ଖ୍ୟାତି ଅର୍ଜନ କରିଛି। ଏହି ପ୍ରତିଷ୍ଠାନରେ ପ୍ରତିବର୍ଷ ୭୫୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ କୋର୍ସରେ ନାମ ଲେଖାଉଛନ୍ତି। ମେକ୍‌‌ ମାଇଁ ଟ୍ରିପ୍‌‌, ଲେ ପ୍ୟାସେଜ୍‌‌ ଟୁ ଇଣ୍ଡିଆ, ହଲି ଡେ ଇନ୍‌‌, ଆଇଆରସିଟିସି, ଯାତ୍ରା ଡଟ୍‌‌ କମ୍‌‌ ଓ ହାପି ଟୁର୍‌‌ ସମେତ ୩୫ରୁ ଅଧିକ ପର୍ଯ୍ୟଟନ ତଥା ଭ୍ରମଣ ସେବା ଯୋଗାଉଥିବା କମ୍ପାନୀଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବାକୁ କ୍ୟାମ୍ପସକୁ ଆସୁଛନ୍ତି। ସେହିଭଳି ଗବେଷଣା କ୍ଷେତ୍ରରେ ମଧ୍ୟ ଏହି ପ୍ରତିଷ୍ଠାନ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସମ୍ପ୍ରତି ‘ଗ୍ରୀନ୍‌‌ ଇନଭେଷ୍ଟମେଣ୍ଟ ଇନ୍‌‌ ଟୁରିଜିମ୍‌‌’କୁ ରାଜ୍ୟର ପର୍ଯ୍ୟଟନ ଶିଳ୍ପରେ କିଭଳି ଭାବେ ପ୍ରୟୋଗ କରାଯିବ ସେନେଇ ପ୍ରତିଷ୍ଠାନ ପ୍ରୟାସ ଜାରିରଖିଛି। ଏହାସହ ଆଦିବାସୀ ପର୍ଯ୍ୟଟନ, ଗ୍ରାମ୍ୟ ପର୍ଯ୍ୟଟନ, ରାଜ୍ୟର ଐତିହ୍ୟ କ୍ଷେତ୍ରର ପୁନରୁଦ୍ଧାର ତଥା ପର୍ଯ୍ୟଟନ କ୍ଷେତ୍ରର ନୂଆ ସମ୍ଭାବନକୁ ବିକାଶ କରିବା ଦିଗରେ କାର୍ଯ୍ୟ କରୁଛି। ସମ୍ପ୍ରତି ଆଇଆଇଟିଟିଏମ୍‌‌ ପକ୍ଷରୁ ରାଜ୍ୟର ପ୍ରମୁଖ ଐତିହ୍ୟଗୁଡ଼ିକର ସନ୍ଧାନ ଓ ପୁନରୁଦ୍ଧାର ନେଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସାରା ରାଜ୍ୟରେ ଲୁକ୍କାୟିତ ତଥା ଆଢ଼ୁଆଳରେ ଥିବା ଐତିହ୍ୟ କ୍ଷେତ୍ରଗୁଡ଼ିକର ସନ୍ଧାନ ଓ ତାହାର ବିକାଶ ଉପରେ ପ୍ରତିଷ୍ଠାନ ଧ୍ୟାନ କେନ୍ଦ୍ରୀଭୂତ କରିଛି।

ସେରେବ୍ରାଲ୍‌‌ ମ୍ୟାଲେରିଆର ଔଷଧ ବିକଶିତ; ମାନବ ପରୀକ୍ଷଣ ପାଇଁ ମିଳିଛି ସବୁଜ ସଙ୍କେତ
ନିକଟ ଭବିଷ୍ୟତରେ ଭୁବନେଶ୍ୱର ଆଇଏଲ୍‌‌ଏସ୍‌‌ ଏକ ବଡ଼ ସଫଳତା ହାତେଇବାକୁ ଯାଉଛି। ସମ୍ପ୍ରତି ସେରେବ୍ରାଲ୍‌‌ ମ୍ୟାଲେରିଆକୁ ବିଶ୍ୱର ସବୁଠାରୁ ଭୟଙ୍କର ମ୍ୟାଲେରିଆ ଶ୍ରେଣୀରେ ସାମିଲ କରାଯାଇଛି। ବିଶେଷକରି ଏହି ପ୍ରକାରର ମ୍ୟାଲେରିଆ ହେଲେ ଛୋଟ ପିଲାମାନଙ୍କ କ୍ଷେତ୍ରରେ ସ୍ନାୟୁଜନିତ ରୋଗ ପ୍ରମୁଖ ହେଉଛି; ଏହି ରୋଗର ଚିକିତ୍ସା ପାଇଁ ଆଇଏଲ୍‌‌ଏସ୍‌‌ ଔଷଧ ବିକାଶ କରିସାରିଛି। ସମ୍ପ୍ରତି ଏହି ଔଷଧ ତଥା ଟିକାର ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି। ଏହି ଟିକାକୁ ପଶୁଙ୍କ ଉପରେ ପରୀକ୍ଷଣ କରି ସଫଳ ହେବା ପରେ ଭାରତ ସରକାରଙ୍କ ପକ୍ଷରୁ ମାନବ ପରୀକ୍ଷଣ ପାଇଁ ସବୁଜ ସଙ୍କେତ ମିଳିଥିବା ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି। ସେହିଭଳି ମାନବ ପରୀକ୍ଷଣ ସଫଳ ହେଲେ, ବହୁ ଶସ୍ତା ଦରରେ ସେରେବ୍ରାଲ୍‌‌ ମ୍ୟାଲେରିଆର ଔଷଧ ବିକାଶ ହୋଇପାରିବ ବୋଲି ଗବେଷକ ତଥା ବୈଜ୍ଞାନିକମାନେ କହିଛନ୍ତି।

କ୍ୟାମ୍ପସ୍‌‌ ଆସନ୍ତି ୩୦ରୁ ଅଧିକ ଫେଶନ୍‌ ଡିଜାଇନିଂ କମ୍ପାନୀ
ଏନ୍‌‌ଆଇଏଫ୍‌‌ଟି ପକ୍ଷରୁ ଆୟୋଜିତ ହେଉଥିବା ଫେଶନ୍‌‌ ସୋ’ରେ ହସ୍ତତନ୍ତ କପଡ଼ାମାନ ପ୍ରଦର୍ଶିତ ହୋଇଥାଏ। ପ୍ରତି ସେମିଷ୍ଟରରେ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା ନୂଆ ନୂଆ ଡିଜାଇନ୍‌‌ର କପଡ଼ାକୁ ଲୋକଲୋଚନକୁ ଅଣାଯାଏ। ବିଭିନ୍ନ ବର୍ଗର ଗ୍ରାହକଙ୍କର ଆଗ୍ରହ ଓ ଚାହିଦାକୁ ଦେଖି ଏହି କପଡ଼ା ପ୍ରସ୍ତୁତ କରାଯାଇଥାଏ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କପଡ଼ାର ଡିଜାଇନର ମାତ୍ରା ଅଧିକ ହୋଇଥିବା ହେତୁ ପ୍ରତିଷ୍ଠାନ ତନ୍ମଧ୍ୟରୁ ଶ୍ରେଷ୍ଠ ଡିଜାଇନକୁ ବାଛିନିଏ। ସେହିଭଳି ହସ୍ତତନ୍ତ ବ୍ୟତୀତ ସମସ୍ତ ପ୍ରକାର କପଡ଼ାର ଡିଜାଇନିଂ ପ୍ରସ୍ତୁତ କରାଯାଏ। ଏହି ଡିଜାଇନ୍‌‌ର ପ୍ରଦର୍ଶନୀ କେବଳ ଫେଶନ୍‌‌ ସୋରେ ସୀମିତ ନୁହେଁ। ଦେଶର ପ୍ରମୁଖ କପଡ଼ା ତିଆରି ବ୍ରାଣ୍ଡଗୁଡ଼ିକ ଡିଜାଇନକୁ କିଣିକରିୁ ନେବାକୁ ଆଗ୍ରହ ଦେଖାଇଥାଆନ୍ତି। ସେହିଭଳି ଦେଶ ତଥା ବିଦେଶର ପ୍ରମୁଖ କମ୍ପାନୀଗୁଡ଼ିକ ଏନ୍‌‌ଆଇଏଫ୍‌‌ଟିର ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତ ଦେବା କ୍ୟାମ୍ପସ୍‌‌ ସିଲେକସନ୍‌‌ରେ ଆସିଥାଆନ୍ତି। ତନ୍ମଧ୍ୟରେ ବ୍ଲାକବେରୀ, ଫ୍ୟୁଚର୍‌‌ ଗ୍ରୁପ, ଡିକ୍ୟାଥଲୋନ୍‌‌, ନାୟିକା, ରେମଣ୍ଡ, ଆଦିତ୍ୟ ବିର୍ଲା ଫ୍ୟାସନ୍‌‌ ଆଣ୍ଡ ରିଟେଲ୍‌‌ ଲିମିଟେଡ୍‌‌ ଭଳି ୩୦ରୁ ଅଧିକ କମ୍ପାନୀ କ୍ୟାମ୍ପସକୁ ଆସନ୍ତି। ସେହିଭଳି ୟୁଜି ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ ପାଇଁ ହାରାହାରି ବାର୍ଷିକ ପ୍ୟାକେଡ୍‌‌ ୪.୫ ଲକ୍ଷ ଟଙ୍କା ହୋଇଥିବା ବେଳେ ପିଜି ଛାତ୍ରଛାତ୍ରୀଙ୍କୁ ୫.୭ ଲକ୍ଷ ଟଙ୍କାର ପ୍ୟାକେଜ ମିଳିଥାଏ। ପ୍ରତିଷ୍ଠାନର ୧୦ ପ୍ରତିଶତ ପିଲା ୧୦-୧୨ ଲକ୍ଷର ପ୍ୟାକେଜରେ ନିଯୁକ୍ତି ପାଇଥାଆନ୍ତି।

ଜିଆଇ ଟ୍ୟାଗ୍‌‌ ଉତ୍ପାଦକୁ ବିଶ୍ୱରେ ପହଞ୍ଚାଇଛି ଏନ୍‌‌ଆଇଏଫ୍‌‌ଟି
ବ୍ରହ୍ମପୁର ପାଟ ଶାଢ଼ି ଓ ଯୋଡ଼, ବୋମକେଇ ଶାଢ଼ି, ଧଳାପଥର ଶାଢ଼ି, କୋଟପାଡ଼ ଶାଢ଼ି ସମେତ ସମ୍ବଲପୁରୀ ପାଟ ବସ୍ତ୍ର ଇତ୍ୟାଦିକୁ ଜିଆଇ (ଜିଓଗ୍ରାଫିକାଲ୍‌‌ ଇଣ୍ଡିକେସନ୍‌‌) ଟ୍ୟାଗ୍‌‌ ମିଳିଛି। ଜିଆଇ ଟ୍ୟାଗ ମିଳିବା ଫଳରେ ଏହି ଶାଢ଼ିର ନକଲ ବିକ୍ରି ଉପରେ କଡ଼ା କଟକଣା ଲାଗି ପାରିଛି। ତେବେ ଏହି ହସ୍ତଶିଳ୍ପ ଅତ୍ୟନ୍ତ ସୂକ୍ଷ୍ମ କାରିଗରୀ ହୋଇଥିବା ହେତୁ ଏହାର ସ୍ୱତନ୍ତ୍ରତା ହିଁ ଏହାର ଚାହିଦା ବଢ଼଼ାଇଛି। ବିଶ୍ୱର କୋଣ ଅନୁକୋଣରେ ଏହି ଉତ୍ପାଦଗୁଡ଼ିକୁ ପହଞ୍ଚାଇବା ପାଇଁ ଅନ୍ତର୍ଜାତୀୟ ସ୍ତରର ବ୍ରାଣ୍ଡିଂ, ପ୍ୟାକେଜିଂ ଓ ବଜାର ଶୈଳୀ ଆବଶ୍ୟକ ହୋଇଥିବା ବେଳେ ଏନ୍‌‌ଆଇଏଫ୍‌‌ଟି ଏହି ସୁବିଧା ଯୋଗାଉଛି। ଜିଆଇ ଟ୍ୟାଗ୍‌‌ ଥିବା ହେତୁ ଉତ୍ପାଦକୁ ଲୋକେ ଏକ ଏକ୍ସକ୍ଲୁସିଭ୍‌‌ ଶ୍ରେଣୀର ଉତ୍ପାଦ ଭାବେ ଗ୍ରହଣ କରୁଛନ୍ତି। ସମ୍ବଲପୁରୀ ପାଟ ପ୍ରସ୍ତୁତ କରୁଥିବା କାରିଗର ସରୋଜ ମେହେରେ କହିଛନ୍ତି ଯେ ବିଶ୍ୱ ବଜାର ସମ୍ପର୍କରେ ଆମର ଧାରଣା କମ୍‌‌। ଏଭଳି ସ୍ଥଳେ ଶାଢ଼ୀଗୁଡ଼ିକର ପ୍ୟାକେଜିଂ କିଭଳି ହେବା ଦରକାର ଓ ନୂଆ ଡିଜାଇନର ଶାଢ଼ି କିଭଳି ବଜାରକୁ ଆସିବ ତାହା ଆମେ ଏନ୍‌‌ଆଇଏଫ୍‌‌ଟିଠାରୁ ଶିଖିଥାଉ। ସେମାନେ ବଜାରର ଚାହିଦାକୁ ଦେଖି ଆମକୁ ନୂଆ ପ୍ରକାରର ଶାଢ଼ି ପ୍ରସ୍ତୁତ କରିବା ନେଇ ନୂଆ ନୂଆ ପ୍ରସ୍ତାବ ଦେଇଥାଆନ୍ତି। ଯାହା ଫଳରେ ସେହି ପ୍ରକାରର ଉତ୍ପାଦ ବଜାରରେ ବେଶୀ ବିକ୍ରି ହୁଏ। ଏହାଦ୍ୱାରା ଯୁବ କାରିଗରମାନଙ୍କ ମଧ୍ୟରେ ଏହି କଳା ଓ ଶିଳ୍ପ ପ୍ରତି ଆଗ୍ରହ ବଢ଼଼ୁଥିବା ଦେଖିବାକୁ ମିଳୁଛି।

ଜୀବ ବିଜ୍ଞାନ ଗବେଷଣାରେ ଦେଶରେ ଅଗ୍ରଣୀ ‘ଆଇଏଲ୍‌‌ଏସ୍‌‌’
ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌‌ଏସ୍‌‌) ଗବେଷଣା ଓ ଅନୁସନ୍ଧାନ କ୍ଷେତ୍ରରେ ରାଜ୍ୟର ଏକ ପ୍ରମୁଖ ଅନୁଷ୍ଠାନ ଭାବେ ଜଣାଶୁଣା। ଏହି ଅନୁଷ୍ଠାନ ୧୯୮୯ ମସିହାରେ ପ୍ରତିଷ୍ଠା ହୋଇ ୨୦୦୨ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କର ପ୍ରାଶାସନିକ ତତ୍ତ୍ୱାବଧାନରେ ରହିଥିଲା। ଏହାପରେ କେନ୍ଦ୍ର ସରକାରଙ୍କର ବାୟୋଟେକ୍ନୋଲୋଜି ବିଭାଗ ଏହି ଅନୁଷ୍ଠାନର ଦାୟିତ୍ୱ ଗ୍ରହଣ କରିଥିଲା। ଏହି ପ୍ରତିଷ୍ଠାନ ସାରା ଦେଶରେ ସର୍ବପ୍ରଥମେ ସ୍ତନ କର୍କଟ ଔଷଧ ବିକଶିତ କରିଥିଲା। ସେହିଭଳି କର୍କଟ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଉପକରଣ ଓ ସରଞ୍ଜାମକୁ ଯଥେଷ୍ଟ ଶସ୍ତାରେ ପ୍ରସ୍ତୁତ କରିପାରିଛି। ଏପରିକି ଆଇଏଲ୍‌‌ଏସ୍‌‌ଠାରୁ ଅନ୍ୟ କୌଣସି ସଂସ୍ଥା ଏଯାବତ୍‌‌ ଶସ୍ତାରେ କର୍କଟ ରୋଗ ଚିକିତ୍ସାର ସରଞ୍ଜାମ ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରିନାହାଁନ୍ତି। ବିଗତ ୫ ବର୍ଷ ଧରି କର୍କଟ ଚିକିତ୍ସା କ୍ଷେତ୍ରକୁ ଆଇଏଲ୍‌‌ଏସ୍‌‌ ଭୁବନେଶ୍ୱରର ଅବଦାନର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରଶଂସା କରାଯାଉଛି। ସେହିଭଳି କୋଭିଡ୍‌‌ ସମୟରେ ଜିନମ୍‌‌ ସିକ୍ୱେନ୍ସିଂରେ ଆଇଏଲ୍‌‌ଏସ୍‌‌ ପ୍ରମୁଖ ଭୂମିକା ନିଭାଇଥିଲା। ଏଭଳି ପଦକ୍ଷେପ କୋଭିଡ୍‌‌ ନିରାକରଣରେ ରାଜ୍ୟ ସରକାରଙ୍କର ଦକ୍ଷତା ବୃଦ୍ଧି କରିବାରେ ବିଶେଷ ଭାବେ ସହାୟକ ହୋଇପାରିଥିଲା। ସେହିଭଳି ଏବିସିଏଲ୍‌‌- ୩ ଶ୍ରେଣୀର ପରୀକ୍ଷାଗାର ଆଇଏଲ୍‌‌ଏସ୍‌‌ ପାଖରେ ରହିଥିବା ବେଳେ ଅତ୍ୟାଧୁନିକ ଗବେଷଣା ସହଜ ହୋଇପାରୁଛି।

କୃଷି ଗବେଷଣା ପାଇଁ ଅବଜରଭେରଟରୀ ରିସର୍ଚ୍ଚ ସେଣ୍ଟର
ଆଠଗଡ଼ ତିଗିରିଆଠାରେ ଚାଷୀମାନଙ୍କର ଆୟକୁ ବହୁଗୁଣିତ କରିବା ଉଦ୍ଦେଶ୍ୟରେ ଏକ ଅବ୍‌‌ଜରଭେଟରୀ ରିସର୍ଚ୍ଚ ସେଣ୍ଟର ନିର୍ମାଣ କରାଯାଉଛି। ଆଇଏଲ୍‌‌ଏସ୍‌‌ ପକ୍ଷରୁ ଏଠାରେ ବିଭିନ୍ନ ପ୍ରକାର ଜୀବବିଜ୍ଞାନର ଗବେଷଣା କରାଯିବା ସହ ମୃତ୍ତିକାର ମାନ ବୃଦ୍ଧି ଉପରେ ଧ୍ୟାନ ଦିଆଯିବ। ସେହିଭଳି ଲୁଣା ଅଞ୍ଚଳରେ ଚାଷକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଇଏଲ୍‌‌ଏସ୍‌‌ ପକ୍ଷରୁ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପ୍ରକଳ୍ପ ଅଧୀନରେ ବୈଜ୍ଞାନିକମାନେ ହେନ୍ତାଳ ବନର ମୃତ୍ତିକାରେ ଥିବା ଏକକୋଷୀ ଓ ବହୁକୋଷୀ ଜୀବମାନଙ୍କୁ ସଂଗ୍ରହ କରି ଏକ ଲୁଣା ମୃତ୍ତିକା ଉପଯୋଗୀ ଜିନ୍‌‌ ପ୍ରସ୍ତୁତ କରୁଛନ୍ତି। ପଦ୍ମଶ୍ରୀ ସ୍ୱର୍ଗତ ଅଜୟ ପରିଡ଼ାଙ୍କର ଏହି ଜିନମ୍‌‌ ସିକ୍ୱେନ୍ସିଂରେ ସର୍ବାଧିକ ଅବଦାନ ରହିଥିଲା। ଏହା ଦ୍ବାରା ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡିର ଜିଲ୍ଲାରେ ଜୀବ ବିଜ୍ଞାନ ଗବେଷଣା ମାଧ୍ୟମରେ କିଭଳି ଏହି ଜିଲ୍ଲାବାସୀମାନଙ୍କର ସାମଗ୍ରିକ ବିକାଶ ହୋଇପାରିବ। ଏହାର ଫଳ ସ୍ୱରୂପ ଆକାଂକ୍ଷୀ ଜିଲ୍ଲା ତାଲିକାରେ ୩୦ ନମ୍ବର ସ୍ଥାନରେ ଥିବା ନବରଙ୍ଗପୁର ସମ୍ପ୍ରତି ୨ ନମ୍ବର ସ୍ଥାନରେ ପହଞ୍ଚିପାରିଛି। ଆଦିବାସୀ ଜନଜୀବନ ଶୈଳୀ ଉପରେ ପରୀକ୍ଷଣ କାର୍ଯ୍ୟ ମଧ୍ୟ ଚାଲୁ ରହିଛି ବୋଲି ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ଅମିତାଭ ରାଉତ କହିଛନ୍ତି।

ଶିକ୍ଷା, ଗବେଷଣା ଓ ରୋଗୀସେବା ଲକ୍ଷ୍ୟରେ ଏମ୍‌‌ସ
୨୦୦୩ ଅଗଷ୍ଟ ମାସ ୧୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭୁବନେଶ୍ୱର ସମେତ ପାଟନା, ରାଇପୁର, ଭୋପାଳ, ଜୟପୁର ଋଷିକେଶ ଠାରେ ଏମ୍‌‌ସ ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଥିଲେ। ଓଡ଼ିଶାବାସୀଙ୍କୁ ଉତ୍କର୍ଷ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ଭୁବନେଶ୍ୱରରେ ‘ଏମ୍‌‌ସ’ର ପରିକଳ୍ପନା କରାଯାଇଥିଲା। ଶିକ୍ଷା, ଗବେଷଣା ଓ ରୋଗୀସେବା ଲକ୍ଷ୍ୟ ନେଇ ୨୦୧୨ ମସିହାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌‌ସ) ଭୁବନେଶ୍ୱର ଉଦ୍‌‌ଘାଟନ ହୋଇଥିଲା। ୨୦୧୨-୧୩ ଶିକ୍ଷାବର୍ଷରୁ ଏମ୍‌‌ବିବିଏସ୍‌‌ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ଏମ୍‌‌ବିବିଏସ୍‌‌ ପାଠ୍ୟକ୍ରମ ବର୍ତ୍ତମାନ ୧୨୫ ସିଟ ଓ ପିଜି ପାଠ୍ୟକ୍ରମର ସିଟ୍‌‌ ସଂଖ୍ୟା ୨୭୮ରେ ପହଞ୍ଚିଛି। ସେହିପରି ଏମ୍‌‌ସରେ ସୁପରସ୍ପେଶାଲିଟି ପାଠ୍ୟକ୍ରମରେ ୭୮ ସିଟର ବ୍ୟବସ୍ଥା ରହିଛି। ସେହିଭଳି ୬୦ ସିଟର କ୍ଷମତା ନେଇ ୨୦୧୩-୧୪ ଆରମ୍ଭ ହୋଇଥିବା ବିଏସସି ନର୍ସିଂ ପାଠ୍ୟକ୍ରମ ଓ ଏମ୍‌‌ଏସସି ନର୍ସିଂ ପାଠ୍ୟକ୍ରମର ବ୍ୟବସ୍ଥା ରହିଛି। ବିଏସସି ପାରାମେଡିକାଲ ପାଠ୍ୟକ୍ରମ ଅଧୀନରେ ଓଟି ଟେକ୍ନିସିଆନ, ରେଡିଓ ଟେକ୍ନିସିଆନ ଓ ଲାବୋରେଟୋରୀ ଟେକ୍ନିସିଆନ ଆଦି ରହିଛି। ସେହିପରି ୨୦୧୮ ମସିହାରୁ ପିଡିଏଫ୍‌‌ ଓ ୨୦୧୯ ମସିହାରୁ ପିଏଚଡି ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରତିଷ୍ଠାର ଅଳ୍ପ ବର୍ଷ ମଧ୍ୟରେ ଏମ୍‌‌ସ ଭୁବନେଶ୍ୱର ଭାରତର ଗୋଟିଏ ଜଣାଶୁଣା ଶିକ୍ଷାନୁଷ୍ଠାନରେ ପରିଣତ ହୋଇପାରିଛି। ଶିକ୍ଷାଦାନ କ୍ଷେତ୍ରରେ ଦିଲ୍ଲୀ ଏମ୍‌‌ସ ପରେ ଏମ୍‌‌ସ ଭୁବନେଶ୍ୱର ଛାତ୍ରଛାତ୍ରୀମାନଙ୍କ ପ୍ରଥମ ପସନ୍ଦ ପାଲଟିଛି। ସମୁଦାୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୭୦% ଛାତ୍ରଛାତ୍ରୀ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ରହିଛନ୍ତି। ଏମ୍‌‌ସରେ ପଢ଼ୁଥିବା ୟୁଜି ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ର ବୃତ୍ତି ପ୍ରଦାନ କରାଯାଉଛି।

ଦକ୍ଷ ସ୍ୱାସ୍ଥ୍ୟକର୍ମୀ ପ୍ରସ୍ତୁତିର ପେଣ୍ଠସ୍ଥଳ ‘ଆଇଆଇପିଏଚ୍‌‌’
ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ଅଧୀନରେ ମେଡିକାଲ୍‌‌ ସେବା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ଗୁଣାତ୍ମକ ପ୍ରଶିକ୍ଷଣ ପାଇଁ ଅଗଷ୍ଟ ୨୦୧୦ ମସିହାରେ ଭୁବନେଶ୍ୱରର ଜୟଦେବ ବିହାରରେ ପ୍ରତିଷ୍ଠା ହୋଇଥିଲା ଇଣ୍ଡିଆନ୍‌‌ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ପବ୍ଲିକ୍‌‌ ହେଲଥ୍‌‌(ଆଇଆଇପିଏଚ୍‌‌)। ସ୍ୱାସ୍ଥ୍ୟ କର୍ମୀ ଓ କର୍ମଚାରୀଙ୍କ ପାଇଁ ଏକ ବର୍ଷିଆ ପୋଷ୍ଟ ଗ୍ରାଜୁଏସନ୍‌‌ ଡିପ୍ଲୋମା ଇନ୍‌‌ ପବ୍ଲିକ୍‌‌ ହେଲଥ୍‌‌ ମ୍ୟାନେଜମେଣ୍ଟ(ପିଜିଡିପିଏଚ୍‌‌ଏମ୍‌‌) ପାଠ୍ୟକ୍ରମ ଏଠାରେ ପ୍ରଥମେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ମେଡିସିନ୍‌‌, ନର୍ସିଂ, ସର୍ଜିକାଲ୍‌‌ ସାଇନ୍ସ, ସାମାଜିକ ବିଜ୍ଞାନ କିମ୍ୱା ଫାର୍ମାସିରେ ପୃଷ୍ଠଭୂମି ଥିବା ଛାତ୍ରମାନଙ୍କ ପାଇଁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଜରିଆରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସଂଗଠିତ କରିବା କ୍ଷେତ୍ରରେ ଆଇଆଇପିଚ୍‌‌ କାର୍ଯ୍ୟ ଆରମ୍ଭ କରିଥିଲା। ଏବେ ଏହି ସଂସ୍ଥାନ ଅନେକ ସ୍ୱଳ୍ପ ମିଆଦି ତାଲିମ କାର୍ଯ୍ୟକ୍ରମ ଏବଂ କର୍ମଶାଳା ଯେପରିକି ସ୍ୱାସ୍ଥ୍ୟ ବିଜ୍ଞାନରେ ଅନୁସନ୍ଧାନ ପ୍ରଣାଳୀ, ନିଓନାଟାଲ୍‌‌ ଓ ଶିଶୁରୋଗର ଇଣ୍ଟିଗ୍ରେଟେଡ୍‌‌ ମ୍ୟାନେଜମେଣ୍ଟ(ଆଇଏମ୍‌‌ଏନ୍‌‌ସିଆଇ)ର କାର୍ଯ୍ୟାନ୍ୱୟନ ଓ ମନିଟରିଂ ପାଇଁ ମଧ୍ୟ ସଂସ୍ଥାନ କାର୍ଯ୍ୟ କରୁଛି। ସେହିପରି ୟୁନିସେଫ୍‌‌, ଏନଆରଏଚ୍‌‌ଏମ୍‌‌ ଓ ବିଭିନ୍ନ ଏନ୍‌‌ଜିଓଗୁଡ଼ିକ ସହିତ ମିଶି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ମଧ୍ୟ ଆଇଆଇପିଏଚ୍‌‌ କାର୍ଯ୍ୟକରୁଛି। ସୂଚନାଥାଉକି ଭାରତରେ ଗାନ୍ଧୀନଗର, ଦିଲ୍ଲୀ, ହାଇଦ୍ରାବାଦ୍‌‌, ସିଲଂ ଓ ଭୁବନେଶ୍ୱରକୁ ମିଶାଇ ମୋଟ୍‌‌ ୫ଟି ସ୍ଥାନରେ ଆଇଆଇପିଏଚ୍‌‌ ପ୍ରତିଷ୍ଠାନ ରହିଛି। ଭୁବନେଶ୍ୱର କ୍ୟାମ୍ପସରେ ରେଗୁଲାର୍‌‌ ମୋଡ୍‌‌ରେ ଜନସ୍ୱାସ୍ଥ୍ୟରେ ସ୍ନତକୋତ୍ତର(ଏମପିଏଚ୍‌‌) ଓ ପିଜି ଡିପ୍ଲୋମା ଡିଗ୍ରୀ ପ୍ରଦାନ କରାଯାଉଥିବାବେଳେ ଦୂର ନିରନ୍ତର ଶିକ୍ଷା ଭାବେ ପୋଷ୍ଟ ଗ୍ରାଜୁଏଟ୍‌‌ ଇନ୍‌‌ ପବ୍ଲିକ ହେଲଥ୍‌‌ ସର୍ଭିସେସ୍‌‌(ପିଜିପିଏଚଏସଏମ) ସମେତ ଅନେକ ସ୍ୱଳ୍ପ ମିଆଦି ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି।

‘ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ’ ଶୈକ୍ଷିକ ବିକାଶର ବତିଘର
ଦେଶର ଭାଗ୍ୟ ତାହାର ବିଦ୍ୟାଳୟ ଶିକ୍ଷାର ଶ୍ରେଣୀ କକ୍ଷରେ ନିର୍ଦ୍ଧାରିତ ହୋଇଥାଏ। ଦେଶର ଉନ୍ନତିର ମୁଖ୍ୟ ସାଧନ ହେଉଛି ଶିକ୍ଷା। ସ୍ୱାଧୀନତା ପରଠୁ ଭାରତର ବିଦ୍ୟାଳୟ ଶିକ୍ଷାର ବିକାଶ ଓ ଗୁଣାତ୍ମକ ପରିବର୍ତ୍ତନ ପାଇଁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ(ଆରଆଇଇ) କାର୍ଯ୍ୟ କରୁଛି। ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଏନସିଇଆରଟି)ର ଯୋଜନାକୁ କାର୍ଯ୍ୟକାରୀ କରିବାରେ ‘ଆରଆଇଇ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାର ପାଠ୍ୟକ୍ରମ ରୂପରେଖ ଦେଶର ବିଦ୍ୟାଳୟ ଶିକ୍ଷା ପାଇଁ ଯୁଗାନ୍ତକାରୀ ନିୟାମକ ଓ ଶିକ୍ଷା ବିକାଶ ପାଇଁ କାର୍ଯ୍ୟ କରୁଛି। ତେବେ ଆଚାର୍ଯ୍ୟ ବିହାର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଛାତ୍ରଛାତ୍ରୀ ସାଧାରଣତଃ ୯ବର୍ଗର ପାଠ୍ୟକ୍ରମରେ ଅଧ୍ୟୟନ କରୁଛନ୍ତି। ୪ବର୍ଷିଆ ଇଣ୍ଟିଗ୍ରେଟେଡ୍‌‌ ବିଏସସି ଓ ବିଏ ବିଇଡି, କଳା ଓ ବିଜ୍ଞାନରେ ୨ବର୍ଷିଆ ବିଇଡି, ୧ବର୍ଷିଆ ଏମଇଡି, ପିଏଚଡି ଓ ଦୂର ନିରନ୍ତର ମୋଡରେ ଡିପ୍ଲୋମା ଇନ୍‌‌ ଗାଇଡାନ୍ସ ଏଣ୍ଡ କାଉନସେଲିଂ ବିଭାଗର ଛାତ୍ରଛାତ୍ରୀ ପାଠ ପଢ଼଼ୁଛନ୍ତି। ନୂଆ ଶିକ୍ଷାନୀତି ୨୦୨୦ର କାର୍ଯ୍ୟକାରୀତାରେ ମଧ୍ୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେହିପରି ପ୍ଲେ-ଶ୍ରେଣୀରୁ ଦ୍ୱାଦଶ ଯାଏଁ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ମଧ୍ୟ ଛାତ୍ରଛାତ୍ରୀ ଅଧ୍ୟୟନ କରିବାର ସୁବିଧା ଉପଲବ୍ଧ ରହିଛି।

25 Jun 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର