ଉତ୍କଳ ଦିବସରୁ ଦୁବାଇକୁ ଉଡ଼ିବ ବିମାନ, ଟର୍ମିନାଲ-୨ର ପୁନଃ ନିର୍ମାଣ ଶେଷକୁ ଅପେକ୍ଷା

The Sakala Picture
Published On

ଭୁବନେଶ୍ୱର: ବିମାନ ଚଳାଚଳ ଇତିହାସରେ ଓଡ଼ିଶା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଆସନ୍ତା ଉତ୍କଳ ଦିବସରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଭେଟି ଦେବେ। ଏହି ଦିନ ଇଣ୍ଡିଗୋ ବିମାନ ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଉଡ଼ିବ। ବିଦେଶକୁ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। କିନ୍ତୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨ର ପୁନଃ ନିର୍ମାଣ କାର୍ଯ୍ୟ […]

ଭୁବନେଶ୍ୱର: ବିମାନ ଚଳାଚଳ ଇତିହାସରେ ଓଡ଼ିଶା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଆସନ୍ତା ଉତ୍କଳ ଦିବସରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଭେଟି ଦେବେ। ଏହି ଦିନ ଇଣ୍ଡିଗୋ ବିମାନ ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଉଡ଼ିବ। ବିଦେଶକୁ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। କିନ୍ତୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨ର ପୁନଃ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ବିମାନ ପାଇଁ ଟିକଟ ବୁକିଂ ଆରମ୍ଭ ହୋଇ ନାହିଁ। ଏକ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରହିଥିବାରୁ ଏପ୍ରିଲ ୧ ତାରିଖରୁ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ହେବା ନେଇ ଆଶାବାଦୀ ଥିବା ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏହା ପରେ ପରେ ସିଙ୍ଗାପୁର ଓ ବ୍ୟାଙ୍ଗକକ୍‌‌କୁ ଇଣ୍ଡିଗୋ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ବିଭିନ୍ନ ଦୃଷ୍ଟିକୋଣରୁ ରାଜ୍ୟର ଗୁରୁତ୍ୱ ବୃଦ୍ଧି ପାଉଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଯଥେଷ୍ଟ ଆବଶ୍ୟକତା ରହିଥିଲା। ଅପରପକ୍ଷେ ଦୁବାଇ ଗସ୍ତ ସମୟରେ ସେଠାକାର ପ୍ରବାସୀ ଓଡ଼ିଆ ସଂଗଠନଙ୍କ ଅନୁରୋଧ ରକ୍ଷା କରି ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ରକ୍ଷା କରି ରାଜ୍ୟ ସରକାର ଦୁବାଇ, ବ୍ୟାଙ୍ଗକକ୍‌‌ ଏବଂ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଇବା ପାଇଁ ଟେଣ୍ଡର ଜରିଆରେ ଇଣ୍ଡିଗୋ ଏୟାରଲାଇନ୍ସକୁ ଦାୟିତ୍ୱ ଦେଇଛନ୍ତି। ଗତ ଡିସେମ୍ବର ୨୭ ତାରିଖରେ ରାଜ୍ୟ କ୍ୟାବିନେଟ୍‌‌ ଏହି ନିଷ୍ପତ୍ତି ଉପରେ ମୋହର ମାରିଥିଲା। ତେବେ କୋଭିଡ୍‌‌ ପରଠାରୁ ଅନ୍ତର୍ଜାତୀୟ ବିମାନ ପାଇଁ ବ୍ୟବହାର ହେଉଥିବା ଟର୍ମିନାଲ-୨ ବନ୍ଦ ହୋଇ ରହିଛି। କିଛି ମାସ ତଳେ ସ୍ଥାନୀୟ ଏଏଆଇ କର୍ତ୍ତୃପକ୍ଷ ଟର୍ମିନାଲ-୨ର ପୁନଃ ନିର୍ମାଣ କାମ ଆରମ୍ଭ କରିଥିଲେ। ଫେବୃଆରୀ ମାସ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବା କଥା। ତେଣୁ ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସରେ ଭୁବନେଶ୍ୱର-ଦୁବାଇ ବିମାନ ଚଳାଚଳ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କାମ ଶେଷ ହେବା ପାଇଁ ଆହୁରି ମାସେ ଦରକାର। ତେଣୁ ଏପ୍ରିଲ ୧ ତାରିଖରୁ ଦୁବାଇକୁ ବିମାନ ଉଢ଼ାଣ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଛି। ତଥାପି ଟର୍ମିନାଲର ମରାମତି କାର୍ଯ୍ୟ ଶେଷ ହେବା ଉପରେ ସବୁ କିଛି ନିର୍ଭର କରୁଛି। ମିଳିଥିବା ସୂଚନା ଅନୁସାରେ ଇଣ୍ଡିଗୋ ଏୟାରଲାଇନ୍ସ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ପାଇଁ ଡିଜିସିଏକୁ ସ୍ଲଟ୍‌‌ ମାଗିଥିବା ବେଳେ ତାହା ମିଳି ସାରିଛି। ତେଣୁ କେବଳ ବିଧିବଦ୍ଧ ଘୋଷଣା ଏବଂ ଟିକଟ ବୁକିଂ ଆରମ୍ଭକୁ ଅପେକ୍ଷା ରହିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ସୂଚନାଯୋଗ୍ୟ ଯେ, ପ୍ରଥମଥର ପାଇଁ ରାଜ୍ୟ ସରକାର ନିଜ ଉଦ୍ୟମରେ ତିନିଟି ଦେଶକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯାଉଛନ୍ତି। ପର୍ଯ୍ୟାୟକ୍ରମେ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍ଗକକ୍‌‌କୁ ଯଥାକ୍ରମେ ତିନିଟି ଏବଂ ଦୁଇଟି ୧୮୬ ସିଟ୍‌‌ ଥିବା ବିମାନ ଉଡ଼ାଣ କରିବ। ରାଜ୍ୟ ସରକାର ବିମାନର ଚଳାଚଳର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ଏବଂ ଟିକଟ ମୂଲ୍ୟ ରାଜ୍ୟ ସରକାର ରଖିବେ। ଫଳରେ ଟିକଟ ମୂଲ୍ୟ ଅପେକ୍ଷାକୃତ ଶସ୍ତା ହେବା ସମ୍ଭାବନା ଅଛି। ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ବିମାନ ଇନ୍ଧନ ଏଭିଏସନ୍‌‌ ଟର୍ବାଇନ୍‌‌ ଫ୍ୟୁଏଲ୍‌‌ (ଏଟିଏଫ୍‌‌) ଉପରୁ ଭାଟ୍‌‌ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। ପୂର୍ବରୁ ଏହାକୁ ୫%କୁ ହ୍ରାସ କରିଥିଲେ। ବାଣିଜ୍ୟ, ଶିଳ୍ପ, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆଇଟି ଦୃଷ୍ଟିରୁ ଏହି ଅନ୍ତର୍ଜାତୀୟ ଉଡ଼ାଣ ବେଶ୍‌‌ ମହତ୍ୱ ବହନ କରୁଛି। ୨୦୧୭ ମସିହାରେ ଏୟାର ଏସିଆ ହବ୍‌‌ ଆଣ୍ଡ ସ୍ପୋକ୍‌‌ ମଡେଲ୍‌‌ରେ ଭୁବନେଶ୍ୱର-କୁଆଲାଲୁମ୍ପୁର ମଧ୍ୟରେ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ କରିଥିଲା। ତେବେ ୨୦୨୦ ମାର୍ଚ୍ଚରେ କୋଭିଡ୍‌‌ ସଂକ୍ରମଣ ଦୃଷ୍ଟିରୁ ଏହି ସେବାକୁ ବନ୍ଦ ରଖାଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର