ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟା : ବିଏମ୍‌ସିକୁ ୯ ମାସର ମହଲତ ଦେଲେ ଦାରୁଠେଙ୍ଗ ପଞ୍ଚାୟତବାସୀ, ଆଜି ସନ୍ଧ୍ୟାରୁ ଉଠିବ ଅଳିଆ

The Sakala Picture
Published On

ଭୁବନେଶ୍ବର : ସମାଧାନ ହେଲା ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟା। ଲୋକସେବା ଭବନରେ ବସିଥିବା ଉଚସ୍ତରୀୟ ବୈଠକରେ ସମାଧାନର ବାଟ ବାହାରିଛି। ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ। ଏଥି ପାଇଁ ବିଏମ୍‌ସିକୁ ୯ ମାସର ମହଲତ ଦିଆଯାଇଛି। ଏହି ୯ମାସ ମଧ୍ୟରେ ସରକାର ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟା ସ୍ଥାୟୀ ସମାଧାନ କରିବେ। ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପଞ୍ଚାୟତବାସୀଙ୍କୁ ଦିଆଯିବ ଲିଖିତ ପ୍ରତିଶ୍ରୁତି। ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆଜି ସନ୍ଧ୍ୟା […]

ଭୁବନେଶ୍ବର : ସମାଧାନ ହେଲା ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟା। ଲୋକସେବା ଭବନରେ ବସିଥିବା ଉଚସ୍ତରୀୟ ବୈଠକରେ ସମାଧାନର ବାଟ ବାହାରିଛି। ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ। ଏଥି ପାଇଁ ବିଏମ୍‌ସିକୁ ୯ ମାସର ମହଲତ ଦିଆଯାଇଛି। ଏହି ୯ମାସ ମଧ୍ୟରେ ସରକାର ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟା ସ୍ଥାୟୀ ସମାଧାନ କରିବେ। ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପଞ୍ଚାୟତବାସୀଙ୍କୁ ଦିଆଯିବ ଲିଖିତ ପ୍ରତିଶ୍ରୁତି। ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆଜି ସନ୍ଧ୍ୟା ସୁଦ୍ଧା ପୁଣିଥରେ ଅଳିଆ ଉଠିବ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଆଜି ଲୋକସେବା ଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ, ସଚିବ, ବିଏମସି ମେୟର ଓ କମିଶନର,ଜଟଣୀ ବିଧାୟକ ସୁର ରାଉତରାୟ  ଓ ଦାରୁଠେଙ୍ଗ ପଞ୍ଚାୟତର ପ୍ରତିନିଧି ଯୋଗଦେଇଥିଲେ। ବୈଠକରେ ସମସ୍ୟା ନେଇ ଆଲୋଚନା କରାଯିବା ପରେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଏମସି ପକ୍ଷରୁ ମଧ୍ୟ ୯ ମାସର ମହଲତ ମଗାଯାଇଥିଲା। ଏହାପରେ ଏହି ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇବା ସହ ଦାରୁଠେଙ୍ଗ ପଞ୍ଚାୟତବାସୀ ଯଖାଶିଘ୍ର ସ୍ଥାୟୀ ସମାଧାନ ପାଇଁ କହିଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ସରକାରଙ୍କ ପକ୍ଷରୁ ଏକ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରାଯିବ। ଏହାପରେ ଭୁବନେଶ୍ବରରୁ ୩ ସପ୍ତାହ ହେବ ଉଠିପାରିନଥିବା ଅଳିଆ ଉଠିବ।

ଆହୁରି ପଢ଼ନ୍ତୁ: ଆଜିଠୁ ଭୀଷଣ କାଳବୈଶାଖୀ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ ବିିଜୁଳି ଘଡ଼ଘଡ଼ି ଆଶଙ୍କା

ସୂଚନାଯୋଗ୍ୟ ପ୍ରାୟ ୨୦ ଦିନ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଅଳିଆ ଆବର୍ଜନା ପଡ଼ିପାରୁନଥିବାରୁ ପରିସ୍ଥିତି ଅଣାୟତ ଆଡ଼କୁ ଗତି କରୁଛି। ଅଳିଆ ଉଠୁନଥିବାରୁ ଉତ୍କଟ ହେଲାଣି ସ୍ଥିତି ସ୍ମାର୍ଟ ସିଟି ଭୁବନେଶ୍ୱରର ସ୍ଥିତି । ସହରର ଅନେକ ସ୍ଥାନରୁ ଅଳିଆ ଉଠିପାରୁନି। ରାସ୍ତାରେ କୁଢ଼ କୁଢ଼ ଅଳିଆ ପଡ଼ି ରହୁଥିବା ବେଳେ ବଞ୍ଚିବା କଷ୍ଟକର ହୋଇପଡ଼ିଲାଣି। ସମାଧାନର ସୂତ୍ର ଦାରୁଠେଙ୍ଗ ଗ୍ରାମବାସୀଙ୍କ ହାତରେ ଥିବା ବେଳେ ସେମାନେ ଅଳିଆ ଉଠିବାକୁ ଆଜି ଗ୍ରୀନ୍‌ ସିଗନାଲ ଦେଉନଥିଲେ। ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମୁସ୍‌କିଲ ହୋଇପଡ଼ିଛି । ତେବେ ଆଜି ସନ୍ଧ୍ୟାରୁ ପୁଣିଥରେ ଅଳିଆ ଉଠିବା ପରେ ସ୍ଥିତିରେ ସୁଧାର ଆସିବ।

ଆହୁରି ପଢ଼ନ୍ତୁ: ଢ଼େଙ୍କାନାଳରେ ପୁଣି ଲଜ୍ୟା: ଯୁବତୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଉଦ୍ୟମ

ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ଧିରେ ଧିରେ କମାଇବାକୁ ବିଏମସି ମେୟର ମୌଖିକ ଭାବେ ୯ ମାସ ସମୟ ମାଗିଛନ୍ତି। ସରପଞ୍ଚଙ୍କ କହିବା କଥା ହେଲା, ବିଏମ୍‌ସି ଦୀର୍ଘ ଦିନ ଧରି କେବଳ ପ୍ରତିଶୃତି ଦେଇଆସୁଛି, ହେଲେ କେବେ ପୂରଣ କରୁନାହିଁ । ଘଟଣାରେ ସମାଧାନ ପାଇଁ ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଗତ ୧୨ ତାରିଖରୁ ଆରମ୍ଭ ହୋଇଛି ବିବାଦ । ଏକ ଅଳିଆ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଗାଡ଼ିଟି ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ଯାଉଥିବାବେଳେ ଧକ୍କା ଦେଇଥିଲା । ଏହାକୁ ନେଇ ତାତିଥିବା ଦାରୁଠେଙ୍ଗ ଗ୍ରାମବାସୀ ଅଳିଆ ଗାଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ସେହିଦିନ ଠାରୁ ଦାରୁଠେଙ୍ଗ ଭୁଆସୁଣୀ ଡମ୍ପିଂୟାର୍ଡ ବନ୍ଦ ରହିଛି। ଗ୍ରାମବାସୀ ଅଳିଆ ଗାଡ଼ି ସେଠାକୁ ଛାଡୁ ନାହାନ୍ତି । ବିବାଦର ସମାଧାନ ଲାଗି ବିଏମ୍‌ସି ଓ ଦାରୁଠେଙ୍ଗ ବାସିନ୍ଦାଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିବା ସତ୍ତ୍ୱେ ସମାଧାନର ସୂତ୍ର ବାହାରି ପାରନଥିଲା।

30 Aug 2022 By The Sakala

ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟା : ବିଏମ୍‌ସିକୁ ୯ ମାସର ମହଲତ ଦେଲେ ଦାରୁଠେଙ୍ଗ ପଞ୍ଚାୟତବାସୀ, ଆଜି ସନ୍ଧ୍ୟାରୁ ଉଠିବ ଅଳିଆ

ଭୁବନେଶ୍ବର : ସମାଧାନ ହେଲା ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟା। ଲୋକସେବା ଭବନରେ ବସିଥିବା ଉଚସ୍ତରୀୟ ବୈଠକରେ ସମାଧାନର ବାଟ ବାହାରିଛି। ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ। ଏଥି ପାଇଁ ବିଏମ୍‌ସିକୁ ୯ ମାସର ମହଲତ ଦିଆଯାଇଛି। ଏହି ୯ମାସ ମଧ୍ୟରେ ସରକାର ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟା ସ୍ଥାୟୀ ସମାଧାନ କରିବେ। ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପଞ୍ଚାୟତବାସୀଙ୍କୁ ଦିଆଯିବ ଲିଖିତ ପ୍ରତିଶ୍ରୁତି। ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆଜି ସନ୍ଧ୍ୟା ସୁଦ୍ଧା ପୁଣିଥରେ ଅଳିଆ ଉଠିବ ବୋଲି ଜଣାପଡିଛି।

ଆଜି ଲୋକସେବା ଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ, ସଚିବ, ବିଏମସି ମେୟର ଓ କମିଶନର,ଜଟଣୀ ବିଧାୟକ ସୁର ରାଉତରାୟ  ଓ ଦାରୁଠେଙ୍ଗ ପଞ୍ଚାୟତର ପ୍ରତିନିଧି ଯୋଗଦେଇଥିଲେ। ବୈଠକରେ ସମସ୍ୟା ନେଇ ଆଲୋଚନା କରାଯିବା ପରେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଏମସି ପକ୍ଷରୁ ମଧ୍ୟ ୯ ମାସର ମହଲତ ମଗାଯାଇଥିଲା। ଏହାପରେ ଏହି ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇବା ସହ ଦାରୁଠେଙ୍ଗ ପଞ୍ଚାୟତବାସୀ ଯଖାଶିଘ୍ର ସ୍ଥାୟୀ ସମାଧାନ ପାଇଁ କହିଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ସରକାରଙ୍କ ପକ୍ଷରୁ ଏକ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରାଯିବ। ଏହାପରେ ଭୁବନେଶ୍ବରରୁ ୩ ସପ୍ତାହ ହେବ ଉଠିପାରିନଥିବା ଅଳିଆ ଉଠିବ।

ସୂଚନାଯୋଗ୍ୟ ପ୍ରାୟ ୨୦ ଦିନ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଅଳିଆ ଆବର୍ଜନା ପଡ଼ିପାରୁନଥିବାରୁ ପରିସ୍ଥିତି ଅଣାୟତ ଆଡ଼କୁ ଗତି କରୁଛି। ଅଳିଆ ଉଠୁନଥିବାରୁ ଉତ୍କଟ ହେଲାଣି ସ୍ଥିତି ସ୍ମାର୍ଟ ସିଟି ଭୁବନେଶ୍ୱରର ସ୍ଥିତି । ସହରର ଅନେକ ସ୍ଥାନରୁ ଅଳିଆ ଉଠିପାରୁନି। ରାସ୍ତାରେ କୁଢ଼ କୁଢ଼ ଅଳିଆ ପଡ଼ି ରହୁଥିବା ବେଳେ ବଞ୍ଚିବା କଷ୍ଟକର ହୋଇପଡ଼ିଲାଣି। ସମାଧାନର ସୂତ୍ର ଦାରୁଠେଙ୍ଗ ଗ୍ରାମବାସୀଙ୍କ ହାତରେ ଥିବା ବେଳେ ସେମାନେ ଅଳିଆ ଉଠିବାକୁ ଆଜି ଗ୍ରୀନ୍‌ ସିଗନାଲ ଦେଉନଥିଲେ। ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମୁସ୍‌କିଲ ହୋଇପଡ଼ିଛି । ତେବେ ଆଜି ସନ୍ଧ୍ୟାରୁ ପୁଣିଥରେ ଅଳିଆ ଉଠିବା ପରେ ସ୍ଥିତିରେ ସୁଧାର ଆସିବ।

ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ଧିରେ ଧିରେ କମାଇବାକୁ ବିଏମସି ମେୟର ମୌଖିକ ଭାବେ ୯ ମାସ ସମୟ ମାଗିଛନ୍ତି। ସରପଞ୍ଚଙ୍କ କହିବା କଥା ହେଲା, ବିଏମ୍‌ସି ଦୀର୍ଘ ଦିନ ଧରି କେବଳ ପ୍ରତିଶୃତି ଦେଇଆସୁଛି, ହେଲେ କେବେ ପୂରଣ କରୁନାହିଁ । ଘଟଣାରେ ସମାଧାନ ପାଇଁ ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଗତ ୧୨ ତାରିଖରୁ ଆରମ୍ଭ ହୋଇଛି ବିବାଦ । ଏକ ଅଳିଆ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଗାଡ଼ିଟି ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ଯାଉଥିବାବେଳେ ଧକ୍କା ଦେଇଥିଲା । ଏହାକୁ ନେଇ ତାତିଥିବା ଦାରୁଠେଙ୍ଗ ଗ୍ରାମବାସୀ ଅଳିଆ ଗାଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ସେହିଦିନ ଠାରୁ ଦାରୁଠେଙ୍ଗ ଭୁଆସୁଣୀ ଡମ୍ପିଂୟାର୍ଡ ବନ୍ଦ ରହିଛି। ଗ୍ରାମବାସୀ ଅଳିଆ ଗାଡ଼ି ସେଠାକୁ ଛାଡୁ ନାହାନ୍ତି । ବିବାଦର ସମାଧାନ ଲାଗି ବିଏମ୍‌ସି ଓ ଦାରୁଠେଙ୍ଗ ବାସିନ୍ଦାଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିବା ସତ୍ତ୍ୱେ ସମାଧାନର ସୂତ୍ର ବାହାରି ପାରନଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର