ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଭୃଗୁ ବକ୍ସିପାତ୍ର

The Sakala Picture
Published On

ଭୁବନେଶ୍ବର: ଆଜି ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଭୃଗୁ ବକ୍ସିପାତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଭୃଗୁ ବକ୍ସିପାତ୍ର ବିଜେପି ଉପସଭାପତି, ସାଧାରଣ ସମ୍ପାଦକ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହପୁର ବିଧାୟକ ବିକ୍ରମ ପଣ୍ଡା, ସାଂସଦ ସସ୍ମିତ […]

ଭୁବନେଶ୍ବର: ଆଜି ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଭୃଗୁ ବକ୍ସିପାତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଭୃଗୁ ବକ୍ସିପାତ୍ର ବିଜେପି ଉପସଭାପତି, ସାଧାରଣ ସମ୍ପାଦକ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହପୁର ବିଧାୟକ ବିକ୍ରମ ପଣ୍ଡା, ସାଂସଦ ସସ୍ମିତ ପାତ୍ର, ମିଡ଼ିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଚନ୍ଦ୍ରଶେଖର ସାହୁ କହିଥିେଲେ ଯେ, ଭୃଗୁ ବାବୁଙ୍କୁ ସ୍ୱାଗତ। ତାଙ୍କ ବାପା ହରିଶ ବକ୍ସିପାତ୍ର ମୋ ଘନିଷ୍ଠ ଓ ବିଜୁ ବାବୁ ସହ ଥିଲେ। ଭୃଗୁ ନବୀନ ଆଦର୍ଶ ଓ ବିକାଶ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି। ଏହା ବିଜେଡିକୁ ଆହୁରି ଶକ୍ତିଶାଳୀ ହେବ। ବିକ୍ରମ ପଣ୍ଡା କହିଥିଲେ, ଆଜି ଖୁସିର ଦିନ। ମହାମିଶ୍ରଣ ଯୋଗୁଁ ବିଜେଡି ଦକ୍ଷିଣ ଓଡ଼ିଶାରେ ଆହୁରି ସୁସଂଗଠିତ ହେବ। ତାଙ୍କ ଆହୁରି ସମର୍ଥକ ବି ସାମିଲ ହେବେ। ସେ ସଂଗଠନ ଆଗକୁ ନେବାକୁ ଆଗଭର ହେଉଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଓ ରୂପାନ୍ତର କାର୍ଯ୍ୟକ୍ରମରେ ଆଉ ଏକ ଫର୍ଦ ଯୋଡି ହେଲା । ସମସ୍ତେ ମିଳିମିଶି କାମ କରିବୁ। ଏହି ମିଶ୍ରଣ ପର୍ବରେ ସସ୍ମିତ ପାତ୍ର କହିଥିଲେ ଯେ, ଭୃଗୁଙ୍କ ରାଜନୈତିକ ଓ ସଂଗଠନ ଦକ୍ଷତା ସମସ୍ତେ ଜାଣିଛନ୍ତି। ଦକ୍ଷିଣ ଓଡ଼ିଶାରେ ସାଙ୍ଗଠନିକ ଦକ୍ଷତା ୨୦୩୬ ଭିଜନ ସାକାର କରିବାରେ ସହାୟକ ହେବ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ସେହିପରି ଭୃଗୁ ବକ୍ସିପାତ୍ର କହିଥିଲେ ଯେ, ଗୋଟେ ଲମ୍ବା ସମୟ ପରେ ୨୩ ବର୍ଷରେ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ପରିବାର ସହ ମୋ ପରିବାରର ବହୁ ଦଶନ୍ଧି ଧରି ସମ୍ପର୍କ ରହି ଆସିଛି। ଓଡ଼ିଶାର ସମୟିକ ବିକାଶ, ମାଲକାନଗିରିରୁ ମୟୁରଭଞ୍ଜ ଯାଏଁ ଯେପରି ଦ୍ରୁତ ଗତିରେ ଚାଲିଛି, ତାକୁ ଆହୁରି ଶକ୍ତିଶାଳୀ, ସମୃଦ୍ଧ ଓ ଟାଣୁଆ ଓଡ଼ିଶା ଗଠନ ପାଇଁ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମରେ ଗୁଣ୍ଡୁଚି ମୂଷା ପରି ବାଲି ଝାଡ଼ାଇବାକୁ ଆସିଛି। ଯେଉଁ ଦଳରେ ଥିଲି, ତାକୁ କୃତଜ୍ଞତା ଜଣାଉଛୁ। ବହୁ ଦାୟିତ୍ୱ ନେଇଛି। କାମ କରିବାର ରାଜନୈତିକ ଢାଞ୍ଚା ବୁଝିବାକୁ ଚେଷ୍ଟା କରିଛି। ଜନମାନସ, ଯୁବକ, ସବୁ ବର୍ଗ, ସବୁ ଅଞ୍ଚଳ, ଦକ୍ଷିଣ ଓଡ଼ିଶା ବିକାଶ ପାଇଁ କାମ ଶିଖିଛି। କିଛି ଦିନରୁ ମନ ମାନିଲା ନାହିଁ। ତେଣୁ ପରିବର୍ତ୍ତନ କରିବାକୁ ବାଧ୍ୟ ହେଲି। ନୂଆ ସୁଯୋଗକୁ ରାଜ୍ୟର ବିକାଶ କାମରେ ଲଗାଇବା ।  ସାଧାରଣ ଲୋକଙ୍କ ଜୀବନକୁ ଶକ୍ତିଶାଳୀ କରିବାରେ ଯାହା ଆବଶ୍ୟକ କରିବି।ନୂଆ ପରିବାର ସହ ମିଶି ଓଡ଼ିଶାର କାମକୁ ଅଧିକ କ୍ରିୟାଶୀଳ କରିବାକୁ ଚେଷ୍ଟା କରିବି ବୋଲି ଭୃଗୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର