ଭରତପୁର ଥାନା ପୁଲିସର ବର୍ବରତା: କାଲି ବିକ୍ଷୋଭ କରିବ ବିଜେଡ଼ି, ଥାନାରେ ପହଞ୍ଚିଲେ ମହିଳା କମିଶନ ଅଧ୍ୟକ୍ଷା

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ୱର ଭରତପୁର ଥାନା ପୁଲିସର ବର୍ବରତା ସାରା ଦେଶର ବିବେକକୁ ଦୋହଲାଇ ଦେଇଛି। ସେଦିନ ଏଏସଓଙ୍କ ପତ୍ନୀ କାନ୍ଦିଥିଲେ ଏବଂ ଆଜି ମେଜରଙ୍କ ବାନ୍ଧବୀ ଅଙ୍କିତା କାନ୍ଦୁଥିବା ବିଜେଡି କହିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇଛି, ଥାନା ଭିତରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ ମାରିବା କଣ ଓଡ଼ିଆ ଅସ୍ମିତା, ସରକାରଙ୍କ ୧୦୦ଦିନ କାର୍ଯ୍ୟ ପୂରିଥିଲେ ବି ସରକାର କଣ କରୁଛନ୍ତି। ୧୦୦ଦିନର ସରକାର ଓଡ଼ିଶାର ମୁଣ୍ଡକୁ ତଳକୁ କରିଛି ବୋଲି କହିଛି ବିଜେଡି। ଘଟଣା […]

ଭୁବନେଶ୍ବର: ଭୁବନେଶ୍ୱର ଭରତପୁର ଥାନା ପୁଲିସର ବର୍ବରତା ସାରା ଦେଶର ବିବେକକୁ ଦୋହଲାଇ ଦେଇଛି। ସେଦିନ ଏଏସଓଙ୍କ ପତ୍ନୀ କାନ୍ଦିଥିଲେ ଏବଂ ଆଜି ମେଜରଙ୍କ ବାନ୍ଧବୀ ଅଙ୍କିତା କାନ୍ଦୁଥିବା ବିଜେଡି କହିଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇଛି, ଥାନା ଭିତରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ ମାରିବା କଣ ଓଡ଼ିଆ ଅସ୍ମିତା, ସରକାରଙ୍କ ୧୦୦ଦିନ କାର୍ଯ୍ୟ ପୂରିଥିଲେ ବି ସରକାର କଣ କରୁଛନ୍ତି। ୧୦୦ଦିନର ସରକାର ଓଡ଼ିଶାର ମୁଣ୍ଡକୁ ତଳକୁ କରିଛି ବୋଲି କହିଛି ବିଜେଡି। ଘଟଣା ନେଇ ଆସନ୍ତାକାଲି ରାଜଭବନ ଆଗରେ ବିକ୍ଷୋଭ କରିବ ବିଜେଡି। ରାଷ୍ଟ୍ରପତିଙ୍କ ଉର୍ଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବ ବିଜେଡି। ଏ ନେଇ ବିଜେଡ଼ି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ସେହିପରି ଭରତପୁର ଥାନାରେ ପହଞ୍ଚିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା। ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରି ଥାନାରେ ପହଞ୍ଚିଛନ୍ତି ମହିଳା କମିଶନ ଅଧ୍ୟକ୍ଷା। ଘଟଣାକୁ ନିନ୍ଦା କରିବା ସହ ସେଦିନ ଥାନାରେ କଣ ଘଟିଥିଲା ପୁରା ସତ୍ୟ ଜାଣିବାକୁ ଥାନାରେ ପଚରାଉଚରା କରିଛନ୍ତି। ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପିଙ୍କୁ ଚିଠି ଲେଖିଥିବା ଅଧ୍ୟକ୍ଷା କହିଛନ୍ତି। ସଠିକ୍‌‌ ଭାବେ ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ମିଳୁବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର