ବେଦାନ୍ତ ଫେକର ପାୱାର ପ୍ଲାଣ୍ଟରେ ଦୁର୍ଘଟଣା, ନିଆଁରେ ପୋଡି ହୋଇ ୨ କର୍ମଚାରୀ ଗୁରୁତର
ଭଦ୍ରକ: ଭଦ୍ରକ ରାନ୍ଦିଆ ସ୍ଥିତ ବେଦାନ୍ତ ପରିଚାଳିତ ଫେକର ପାୱାର ପ୍ଲାଣ୍ଟ ଚୁଲାରେ ପୋଡି ହୋଇ ୨ ଜଣ ଚାର୍ଜିଙ୍ଗ କାର ଅପରେଟର ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ଅପରେଟରଙ୍କ ନାମ ବିଜୟ ମହାପାତ୍ର ଓ ରତିକାନ୍ତ ସୁତାର ବୋଲି ଜଣାପଡିଛି । ତାଙ୍କ ଘର ପାୱାର ପ୍ଲାଣ୍ଟ ନିକଟରେ ଥିବା ରାନ୍ଦୀରେ ଅଞ୍ଚଳର ବୋଲି ଜଣାପଡ଼ିଛି । ଦୀର୍ଘବର୍ଷ ହେବ ପ୍ଲାଣ୍ଟରେ ଚାର୍ଜିଙ୍ଗ ଅପରେଟର ଭାବେ କାର୍ଯ୍ୟ କରି ଆସୁଛନ୍ତି । ଆଜି ମଧ୍ୟାହ୍ନ […]
ଭଦ୍ରକ: ଭଦ୍ରକ ରାନ୍ଦିଆ ସ୍ଥିତ ବେଦାନ୍ତ ପରିଚାଳିତ ଫେକର ପାୱାର ପ୍ଲାଣ୍ଟ ଚୁଲାରେ ପୋଡି ହୋଇ ୨ ଜଣ ଚାର୍ଜିଙ୍ଗ କାର ଅପରେଟର ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ଅପରେଟରଙ୍କ ନାମ ବିଜୟ ମହାପାତ୍ର ଓ ରତିକାନ୍ତ ସୁତାର ବୋଲି ଜଣାପଡିଛି । ତାଙ୍କ ଘର ପାୱାର ପ୍ଲାଣ୍ଟ ନିକଟରେ ଥିବା ରାନ୍ଦୀରେ ଅଞ୍ଚଳର ବୋଲି ଜଣାପଡ଼ିଛି । ଦୀର୍ଘବର୍ଷ ହେବ ପ୍ଲାଣ୍ଟରେ ଚାର୍ଜିଙ୍ଗ ଅପରେଟର ଭାବେ କାର୍ଯ୍ୟ କରି ଆସୁଛନ୍ତି । ଆଜି ମଧ୍ୟାହ୍ନ ପ୍ରାୟ ୧.୩୦ମିନିଟ ସମୟରେ ଚୁଲା ନିକଟରେ କାମ କରୁଥିବା ବେଳେ ଆକସ୍ମିକ ଭାବେ ଫରନେସ ଚୁଲାରେ ପୋଡି ହୋଇ ଗୁରୁତର ହୋଇଥିଲେ । ତୁରନ୍ତ ତାଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତି କରା ଯାଇଥିବା ବେଳେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ପଠାଇ ଦିଆଯାଇଛି । ତେବେ ଏହି ଘଟଣା ପରେ ପାୱାର ପ୍ଲାଣ୍ଟର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଯୋଗ୍ୟ ଗତ ମାସ ୨୩ରେ ସମାନ ଢଙ୍ଗରେ ନିଆଁରେ ପୋଡ଼ି ବେଦାନ୍ତ ଫେକରର ଜଣେ ଯୁବ ଚାରଜିଙ୍ଗ ଅପ୍ରେତରଙ୍କ ମୃତ୍ୟୁ ଘଟିଥିଲା ।