ଧାମନଗରରେ ବଦଳୁଛି ସମୀକରଣ: ‘ଅନୁକମ୍ପା’ ଅପେକ୍ଷା ‘ବିକାଶ’କୁ ଗୁରୁତ୍ୱ

The Sakala Picture
Published On

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ମତଦାନକୁ ଆଉ ମାତ୍ର ୮ ଦିନ ବାକି। ଏହିକ୍ରମରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ଅବନ୍ତୀଙ୍କ ସପକ୍ଷରେ ଦିନକୁ ଦିନ ସମର୍ଥ ବଢ଼଼ିବାରେ ଲାଗିଛି ଏବଂ ଦଳ ଯୋଜନାବଦ୍ଧ ଭାବରେ ଆଗକୁ ବଢ଼଼ୁଛି। ଧାମନଗରବାସୀ ଆଗାମୀ ନିର୍ବାଚନରେ ‘ଅନୁକମ୍ପା’ ଅପେକ୍ଷା ‘ବିକାଶ’କୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସାମଗ୍ରିକ ବିକାଶ ଧାରାରେ ଧାମନଗରକୁ ଯୋଡ଼ିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବେଶ୍‍ ଉତ୍ସାହ […]

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ମତଦାନକୁ ଆଉ ମାତ୍ର ୮ ଦିନ ବାକି। ଏହିକ୍ରମରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ଅବନ୍ତୀଙ୍କ ସପକ୍ଷରେ ଦିନକୁ ଦିନ ସମର୍ଥ ବଢ଼଼ିବାରେ ଲାଗିଛି ଏବଂ ଦଳ ଯୋଜନାବଦ୍ଧ ଭାବରେ ଆଗକୁ ବଢ଼଼ୁଛି। ଧାମନଗରବାସୀ ଆଗାମୀ ନିର୍ବାଚନରେ ‘ଅନୁକମ୍ପା’ ଅପେକ୍ଷା ‘ବିକାଶ’କୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସାମଗ୍ରିକ ବିକାଶ ଧାରାରେ ଧାମନଗରକୁ ଯୋଡ଼ିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ଅବନ୍ତୀଙ୍କ ଶିବିରରେ ସେତେ ବିରୋଧୀ ଦଳର କର୍ମୀ ଏବଂ ସମର୍ଥକମାନେ ଯୋଗ ଦେବାରେ ଲାଗିଛନ୍ତି। ଧାମନଗର ବ୍ଲକ, ଏବଂ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ କର୍ମୀ ବିଜେଡି ପ୍ରାର୍ଥୀଙ୍କୁ ନିଜର ସମର୍ଥନ ଜଣାଇଛନ୍ତି। ଧାମନଗର ବ୍ଲକ ଏବଂ ଏନଏସି ସହ ଦଇପୁର, ଦୋବଲ, କରଦା, ଖପରାପଦା, କଟସାହି ଓ କୁବେରା ଗ୍ରାମ ପଞ୍ଚାୟତର ବହୁ ବିଜେଡି ଏବଂ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ଶାସକ ଦଳରେ ସାମିଲ ହୋଇଛନ୍ତି। ଅନୁକମ୍ପା ବଦଳରେ ବିକାଶ ସହ ରହିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ବିଜେପି ଏବଂ କଂଗ୍ରେସ ଛାଡ଼ି ଆସୁଥିବା ସମର୍ଥକ ଏବଂ କର୍ମୀମାନେ ମତପ୍ରକାଶ କରିଛନ୍ତି। ଶାସକ ଦଳ ପକ୍ଷରୁ ପ୍ରାୟ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରେ ୱାର୍ଡୱାରୀ କମିଟି ଗଠନ କରାଯାଇ ନିର୍ବାଚନୀ ପ୍ରଚାରର ପରିଚାଳନା କରାଯାଉଛି। ତେବେ ଯଦି ମୁଖ୍ୟମନ୍ତ୍ରୀ ଅବନ୍ତୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରନ୍ତି ତାହେଲେ ଆଗାମୀ ଦିନରେ ଏହା ନିଶ୍ଚିତ ଭାବେ ଭୋଟବାକ୍ସରେ ପ୍ରତିଫଳିତ ହେବ ବୋଲି ବିଜେଡି ନେତାଏ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ଅପରପକ୍ଷେ ବିଜେପି ନିଜର ସାଂଗଠନିକ ଭୋଟ ଅପେକ୍ଷା ଅନୁକମ୍ପା ଏବଂ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ରଙ୍କ ଉପରେ ଅଧିକ ଭରସା କରୁଥିବା ସୂଚନା ମିଳିଛି। ବିଜେପିର ପ୍ରାର୍ଥୀ ସୁର୍ଯ୍ୟବଂଶୀ ସୂରଜ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ତେବେ ଅତୀତରେ ବାଲେଶ୍ୱରରେ ବିଜେପି ପାଇଁ ଅନୁକମ୍ପା ଫ୍ୟାକ୍ଟର କାମ ଦେଇନଥିବା ବେଳେ ଧାମନଗରକୁ ନେଇ ଖୋଦ୍‍ ବିଜେପିର ନେତାଏ ମଧ୍ୟ ଶଙ୍କାଗ୍ରସ୍ତ ରହିଛନ୍ତି। ନିର୍ବାଚନକୁ ଦିନ ଯେତେ ପାଖେଇ ଆସୁଛି, ବିଜେପି ଶିବିରରୁ ସେତେ କର୍ମୀ ବିଜେଡି ଆଡକୁ ଢଳୁଥିବା ନଜରକୁ ଆସିଛି। ସେହିପରି ତିହିଡି ବ୍ଲକର ୧୩ ପଞ୍ଚାୟତରେ ମଧ୍ୟ ସ୍ଥିତି ବଦଳୁଥିବା ବେଳେ ଏହା ବିଜେପି ପାଇଁ ନିରାଶା ଆଣିପାରେ ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି। ଅତଏବ, ଦଳ ସପକ୍ଷରେ ମାହୋଲ ସୃଷ୍ଟି ପାଇଁ ବିଜେପି ଚେଷ୍ଟାରତ ଥିବା ବେଳେ ୩ ଜଣ କେନ୍ଦ୍ରମନ୍ତ୍ରୀ ସୂରଜଙ୍କ ପାଇଁ ଖୁବଶୀଘ୍ର ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ପ୍ରଚାରରେ ପଛରେ ପଡ଼ିଯାଇଥିବା ବେଳେ ରାଜ୍ୟସ୍ତରର ନେତାଙ୍କ ସହଯୋଗ ମଧ୍ୟ ସେତେଟା ମିଳୁନାହିଁ। ଯାହାଫଳରେ ଶ୍ରୀ ସେଠୀ ପ୍ରଚାରରେ ପୂରା ପଛରେ ପଡ଼ି ଯାଇଛନ୍ତି। ଅନ୍ୟପଟରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଥିବା ରାଜେନ୍ଦ୍ର ଏବେ ପ୍ରାୟତଃ ଏକା ପଡ଼ିଯାଇଛନ୍ତି। ଦଳରୁ ବହିଷ୍କାର ହେବା ପରେ ବହୁ ସମର୍ଥକ ରାଜେନ୍ଦ୍ରଙ୍କ ହାତ ଛାଡ଼ି ଦେଇଛନ୍ତି ଓ ରାଜେନ୍ଦ୍ର ଏକାଏକା ପ୍ରଚାର ଚଳାଇଛନ୍ତି। ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମକ୍କୀ ହବିବ୍‍ ତାଙ୍କ ସପକ୍ଷରେ ଆସନ୍ତା ୨୭ ତାରିଖରେ ପ୍ରଚାର କରିପାରନ୍ତି ବୋଲି ରାଜେନ୍ଦ୍ରଙ୍କ ନିକଟତମ ମହଲରୁ ସୂଚନା ମିଳିଛି। ତେବେ ଗୁଲମକ୍କୀଙ୍କ ପ୍ରଚାର ଧାମନଗରର ସଂଖ୍ୟାଲଘୁ ଭୋଟରଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଖୋଦ୍‍ ସେଠାକାର ସଂଖ୍ୟାଲଘୁ ଭୋଟରମାନେ ମତପ୍ରକାଶ କରିଛନ୍ତି। ବିରୋଧୀ ପ୍ରାର୍ଥୀମାନେ ଏବେ ଦଳୀୟ ସଂଗଠନ ଅପେକ୍ଷା ନିଜ ଷ୍ଟାର କ୍ୟାମ୍ପେନରଙ୍କ ଉପରେ ଅଧିକ ଭରସାରେ ଥିବାବେଳେ ଆଗକୁ ପ୍ରଚାର ରାଜନୀତି ଜୋର୍‍ ଧରିବ ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଗୋଟିଏ ପଟେ ବିଜେଡିର ମହିଳା ବ୍ରିଗେଡ଼୍‍ ପ୍ରଚାର ମଇଦାନରେ ଗୋଟିଏ ପରେ ଗୋଟିଏ ବିଜେପି ପ୍ରଚାର ମୈଦାନରେ ଆଗରେ ଥିବାବେଳେ ଦଳର ଛାତ୍ର, ଯୁବ ସଂଗଠନ ଦଳର ବିପୁଳ ବିଜୟ ପାଇଁ ଦିନ ରାତି ଏକ୍‍ କରି ଦେଇଛନ୍ତି। ପ୍ରଚାରରେ ଦୁଇପାଦ ଆଗରେ ଥିବା ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୈଦାନକୁ ଓହ୍ଲାଇବା ଦଳ ମଧ୍ୟରେ ସକରାତ୍ମକ ମାହୋଲକୁ ଦ୍ୱିଗୁଣିତ କରିଛି। ଆସନ୍ତା ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଦଳ ପାଇଁ ଭର୍ଚୁଆଲ ପ୍ରଚାର କରିପାରନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି। ଯାହାକୁ ନେଇ କର୍ମୀମହଲରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏହା ଭୋଟରଙ୍କୁ ଅବନ୍ତୀଙ୍କ ଶିବିରକୁ ଟାଣିବାରେ ଆହୁରି ସହାୟକ ହେବ ବୋଲି ବିଜେଡି ନେତାଏ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର