ନିଟ୍ ପରୀକ୍ଷାରେ ଖରାପ ରେଜଲ୍ଟ ଆଶଙ୍କା କରି ଝୁଲିପଡିଲେ ଛାତ୍ର

Madhusudan Das Picture
Published On

ଭଦ୍ରକ: ରେଜଲ୍ଟ ଭଲ ନ ହେବା ଆଶଙ୍କାରେ ପରୀକ୍ଷାର୍ଥୀଙ୍କ ଚରମ ପଦକ୍ଷେପ । ନିଟ ପରୀକ୍ଷାରେ ଖରାପ ରେଜଲ୍ଟ ଆସିବା ନେଇ ଆଶଙ୍କା କରି ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଛାତ୍ର ଜ୍ୟୋତି ପ୍ରକାଶ ବାରିକ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନସ୍ଥ ନୁନ୍ଦର ଗାଁରେ। ଘରେ କେହି ନ ଥିବାର ସୁଯୋଗ ନେଇ ଆତ୍ମହତ୍ୟା କରିଛନ୍ତି ଛାତ୍ର ଜଣକ । ପୂର୍ବରୁ ଜ୍ୟୋତି ଥରେ ନିଟ ପରୀକ୍ଷା ଦେଇଥିବା ବେଳେ ରେଜଲ୍ଟ ଖରାପ ହୋଇଥିଲା । ଏଥର ପୁଣି ନିଟ ପରୀକ୍ଷା ଦେଇଥିଲେ । ଖରାପ ମାର୍କ ରହିବ ବୋଲି ଜାଣିବା ପରେ ଆଜି ସେ ଆତ୍ମହତ୍ୟା କରିଛନ୍ତି । 

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ସୂଚନା ଅନୁସାରେ, ନୁନ୍ଦର ଗାଁର ଗିରିଧାରୀ ବାରିକ ଦୀର୍ଘ ବର୍ଷ ହେବ ଭଦ୍ରକ ସହରରେ ଏକ ଭଡା ଘରେ ରହି ଚା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଘରେ ସ୍ତ୍ରୀ ଓ ପୁଅ ମଧ୍ୟ ରହୁଥିଲେ । ପୁଅ ଜ୍ୟୋତି ପ୍ରକାଶ ବାରିକ ଚଳିତ ବର୍ଷ ନିଟ୍ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ନ ଥିବା ନିଜେ ଜାଣିବାକୁ ପାଇଥିଲେ । ବାପା ଓ ମାଆ ଚା ଦୋକାନ ଯାଇଥିବା ବେଳେ ଜ୍ୟୋତି ଫ୍ୟାନ ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘରକୁ ଫେରି ପୁଅକୁ ଫ୍ୟନରେ ଝୁଲୁଥିବାର ଦେଖି ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର