ରେଳ ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ଭେଟିଲେ ରେଳମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ

The Sakala Picture
Published On

ଭଦ୍ରକ: ଆଜି ମଧ୍ୟାହ୍ନରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଳ ଦୁର୍ଘଟଣାରେ ଚିକିତ୍ସାଧୀନ ଥିବା ଆହତଙ୍କୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ। ଆହତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ସୁସ୍ଥ ହେଉଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରକୁ ନେବା ପାଇଁ ରେଳ ବିଭାଗ ତରଫରୁ ବ୍ୟବସ୍ଥା କରାଯାଉଛି। […]

ଭଦ୍ରକ: ଆଜି ମଧ୍ୟାହ୍ନରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଳ ଦୁର୍ଘଟଣାରେ ଚିକିତ୍ସାଧୀନ ଥିବା ଆହତଙ୍କୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ। ଆହତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ସୁସ୍ଥ ହେଉଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରକୁ ନେବା ପାଇଁ ରେଳ ବିଭାଗ ତରଫରୁ ବ୍ୟବସ୍ଥା କରାଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ଚିକିତ୍ସା ସେବାରେ ନିୟୋଜିତ ଥିବା ଡାକ୍ତର, ନର୍ସ, ପାରା ମେଡିକାଲ କର୍ମଚାରୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ଆହତଙ୍କ ମନୋବଳକୁ ମଜଭୂତ୍ କରିବାରେ ସହଯୋଗୀ ହୋଇଥିବା ବାଲେଶ୍ୱର ଓ ଭଦ୍ରକର ଜନସାଧାରଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ। ମନ୍ତ୍ରୀ ଙ୍କ ସହ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ଡାକ୍ତର ପ୍ରଦୀପ ନାୟକ ଓ ବଦ୍ରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରେଳ ଦୁର୍ଘଟଣାରେ ଶିକାର ହୋଇ ୧୨୬ଆହତ ଯାତ୍ରୀ ଭଦ୍ରକ ଡାକ୍ତରଖାନାରେ ଦାଖଲ ହୋଇଥିଲେ। ଏବେ ୩୭ଜଣ ଚିକିତ୍ସାଧୀନ ଅଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

04 Jun 2023 By The Sakala

ରେଳ ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ଭେଟିଲେ ରେଳମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ

ଭଦ୍ରକ: ଆଜି ମଧ୍ୟାହ୍ନରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଳ ଦୁର୍ଘଟଣାରେ ଚିକିତ୍ସାଧୀନ ଥିବା ଆହତଙ୍କୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ। ଆହତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ସୁସ୍ଥ ହେଉଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରକୁ ନେବା ପାଇଁ ରେଳ ବିଭାଗ ତରଫରୁ ବ୍ୟବସ୍ଥା କରାଯାଉଛି।

ଚିକିତ୍ସା ସେବାରେ ନିୟୋଜିତ ଥିବା ଡାକ୍ତର, ନର୍ସ, ପାରା ମେଡିକାଲ କର୍ମଚାରୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ଆହତଙ୍କ ମନୋବଳକୁ ମଜଭୂତ୍ କରିବାରେ ସହଯୋଗୀ ହୋଇଥିବା ବାଲେଶ୍ୱର ଓ ଭଦ୍ରକର ଜନସାଧାରଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ। ମନ୍ତ୍ରୀ ଙ୍କ ସହ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ଡାକ୍ତର ପ୍ରଦୀପ ନାୟକ ଓ ବଦ୍ରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରେଳ ଦୁର୍ଘଟଣାରେ ଶିକାର ହୋଇ ୧୨୬ଆହତ ଯାତ୍ରୀ ଭଦ୍ରକ ଡାକ୍ତରଖାନାରେ ଦାଖଲ ହୋଇଥିଲେ। ଏବେ ୩୭ଜଣ ଚିକିତ୍ସାଧୀନ ଅଛନ୍ତି।

https://www.thesakala.in/latest-odisha-news/bhadrak/railway-minister-and-education-minister-met-the-railway-accident-victims-at-the-hospital/article-22300
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର