ବାବା ଆଖଣ୍ଡଳମଣି ପୀଠରେ ଦେବଦମ୍ପତିଙ୍କ ବିବାହ ପାଇଁ ଉଠିଲା ଲଗ୍ନଥାଳି, ଜୁନ ୧୫ରେ ବିବାହ ଉତ୍ସବ

The Sakala Picture
Published On

ଆରଡି : ଆସନ୍ତା ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ଚନ୍ଦନ ପୂର୍ଣ୍ଣିମା ଦିନ ବରପିତା ଓ କନ୍ୟାପିତା ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଚଳିତବର୍ଷ ବରପିତା ଭାବେ ସେବାୟତ ବାଙ୍କବିହାରୀ ପାଢୀଙ୍କ ପୁତ୍ର ସୌଭାଗ୍ୟ ଲାଭ କରିଥିବା ବେଳେ କନ୍ୟାପିତା ଭାବେ ସେବାୟତ ଚନ୍ଦ୍ରମଣି ପାଢୀଙ୍କ ଜଜମାନ ବ୍ରହ୍ମପୁର ନିବାସୀ ଚନ୍ଦ୍ରଶେଖର ଦାଶ ସୌଭାଗ୍ୟ ପ୍ରାପ୍ତ ହୋଇଛନ୍ତି। ଆଜି ବୁଧବାର ବିଧିବିଧାନ ଅନୁଯାୟୀ ଲଗ୍ନଥାଳ ଉଠା କାର୍ଯ୍ଯ ସମ୍ପନ୍ନ ହୋଇଛି। […]

ଆରଡି : ଆସନ୍ତା ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ଚନ୍ଦନ ପୂର୍ଣ୍ଣିମା ଦିନ ବରପିତା ଓ କନ୍ୟାପିତା ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଚଳିତବର୍ଷ ବରପିତା ଭାବେ ସେବାୟତ ବାଙ୍କବିହାରୀ ପାଢୀଙ୍କ ପୁତ୍ର ସୌଭାଗ୍ୟ ଲାଭ କରିଥିବା ବେଳେ କନ୍ୟାପିତା ଭାବେ ସେବାୟତ ଚନ୍ଦ୍ରମଣି ପାଢୀଙ୍କ ଜଜମାନ ବ୍ରହ୍ମପୁର ନିବାସୀ ଚନ୍ଦ୍ରଶେଖର ଦାଶ ସୌଭାଗ୍ୟ ପ୍ରାପ୍ତ ହୋଇଛନ୍ତି।

ଆଜି ବୁଧବାର ବିଧିବିଧାନ ଅନୁଯାୟୀ ଲଗ୍ନଥାଳ ଉଠା କାର୍ଯ୍ଯ ସମ୍ପନ୍ନ ହୋଇଛି। ଏଥିପାଇଁ ଆଜି ଦିନତମାମ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯିବା ସହ ମଧ୍ୟାହ୍ନରେ ବରପିତାଙ୍କ ଘରୁ ଏକ ସୁସଜ୍ଜିତ ଲଗ୍ନଥାଳି କନ୍ୟାଘର ଅଭିମୁଖେ ବାହାରିଥିଲା। କନ୍ୟାଘର ପକ୍ଷରୁ ମନ୍ଦିର କାର୍ୟ୍ୟାଳୟ ପରିସରରେ ସୁସଜ୍ଜିତ ବେଦିରେ ବ୍ରାହ୍ମଣମାନଙ୍କ ଦ୍ବାରା ଲୋକାଚାରରେ ଲଗ୍ନକାର୍ୟ୍ୟ ଅନୁଷ୍ଠିତ ହୋଇଥିଲା। ଜ୍ୟୋତିଷ୍ୟଙ୍କ ଦ୍ବାରା ତାଳପତ୍ର ଓ ଲେଖନୀ ଦ୍ବାରା ଲଗ୍ନ ଚିଟାଉ ଲେଖାଯିବା ପରେ ଉଭୟ ବରକର୍ତ୍ତା ଓ କନ୍ୟାକର୍ତ୍ତାଙ୍କ ଉପସ୍ଥିତିରେ ପଠନ କରାଯାଇଥିଲା , ପରେ କନ୍ୟାପିତା ଚନ୍ଦ୍ରମଣି ପାଢୀ ଲଗ୍ନଥାଳକୁ ବରପିତାଙ୍କ ହସ୍ତକୁ ସମର୍ପିତ କରିଥିଲେ।

ଏପରିକି ବିଧିବିଧାନ ଅନୁଯାୟୀ କନ୍ୟାପିତା ବରପକ୍ଷଙ୍କୁ ଯୌତୁକ ମୁତାବକ ୧୦୦୧ଟଙ୍କା ସହ ୪ହଳ ନାଗନାଗୁଣୀ, ୨ହଳ ଷଣ୍ଢ ଦେବା ପାଇଁ ସର୍ବସମତି କ୍ରମେ କହିଥିଲେ। ଚଳିତବର୍ଷ ମହାମାରୀ କରୋନାର ସଂକ୍ରମଣକୁ ଦୃଷ୍ଟିରେ କୋଭିଡ ନିୟମ ଅନୁଯାୟୀ ସମସ୍ତ ମାଙ୍ଗଳିକ ନୀତି ସମ୍ପନ୍ନ ନିମନ୍ତେ ଜିଲାପାଳ ପରାମର୍ଶ ଦେଇଛନ୍ତି। ତାହାସହ ମନ୍ଦିରର ବରିଷ୍ଠ ସେବାୟତ, ମନ୍ଦିର ପରିଚାଳନା କମିଟର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ, ମ୍ୟାନେଜରଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଜିଲାପାଳ ଜ୍ଞାନ ଦାସ ଆଲୋଚନା କରିବା ସହ ସମସ୍ତ କାର୍ୟ୍ୟର ସମୀକ୍ଷା କରିଥିଲେ।

02 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର