ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଭଦ୍ରକ ରେଳ ଷ୍ଟେସନରୁ ଆନ୍ତଃରାଜ୍ୟ ଲୁଟେରା ଗିରଫ, ନାମିଦାମି କମ୍ପାନୀର ମୋବାଇଲ୍ ଫୋନ୍ ଜବତ

The Sakala Picture
Published On

ଭଦ୍ରକ : ଭଦ୍ରକ ରେଳ ଷ୍ଟେସନରୁ ଗିରଫ ହୋଇଛନ୍ତି ଜଣେ ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା | ଗିରଫ ଅଭିଯୁକ୍ତ ଠାରୁ ୯ଟି ନାମିଦାମୀ ମୋବାଇଲ୍ ଫୋନ ଜବତ କରିଛି ରେଳବାଇ ସୁରକ୍ଷା ବଳ ପୁଲିସ | ସୂଚନା ଅନୁସାରେ, ଗତକାଲି ରାତିରେ ଭଦ୍ରକ ରେଳ ଷ୍ଟେସନରେ ଜଣେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବେଳେ ଆରପିଏଫ୍ ପୁଲିସର ନଜର ପଡ଼ିଥିଲା | ପରେ ଯୁବକ ଜଣକୁ ପଚରା ଉଚୁରା କରି ଯାଞ୍ଚ କରିବାରୁ ୯ଟି ନାମିଦାମୀ […]

ଭଦ୍ରକ : ଭଦ୍ରକ ରେଳ ଷ୍ଟେସନରୁ ଗିରଫ ହୋଇଛନ୍ତି ଜଣେ ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା | ଗିରଫ ଅଭିଯୁକ୍ତ ଠାରୁ ୯ଟି ନାମିଦାମୀ ମୋବାଇଲ୍ ଫୋନ ଜବତ କରିଛି ରେଳବାଇ ସୁରକ୍ଷା ବଳ ପୁଲିସ | ସୂଚନା ଅନୁସାରେ, ଗତକାଲି ରାତିରେ ଭଦ୍ରକ ରେଳ ଷ୍ଟେସନରେ ଜଣେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବେଳେ ଆରପିଏଫ୍ ପୁଲିସର ନଜର ପଡ଼ିଥିଲା | ପରେ ଯୁବକ ଜଣକୁ ପଚରା ଉଚୁରା କରି ଯାଞ୍ଚ କରିବାରୁ ୯ଟି ନାମିଦାମୀ ମୋବାଇଲ ଫୋନ ଜବତ ହୋଇଥିଲା | ଅଭିଯୁକ୍ତ ଜଣକ ବହୁ ଦିନ ଧରି ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ଠାରୁ ମୋବାଇଲ୍ ଫୋନ ଚୋରି କରିଆସୁଥିଲା | ବିଶେଷ କରି କୋଲକାତା ଠାରୁ ଭଦ୍ରକ ଭିତରେ ଯାତ୍ରୀଙ୍କ ଠାରୁ ଲୁଟୁଥିଲା ଲୁଟେରା | ଲୁଟେରା ଜଣକ ନାବାଳକ ହୋଇଥିବା ବେଳେ ଘର ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲାର ବୋଲି ଜଣାପଡ଼ିଛି | ତେବେ ଅଭିଯୁକ୍ତ ଜଣଙ୍କୁ କୋର୍ଟ ଚାଲାଣ କରିବା ସହିତ ଆରପିଏଫ୍ ପକ୍ଷରୁ ଏ ନେଇ ଅଧିକ ତଦନ୍ତ କରାଯାଉଥିବା କହିଛନ୍ତି ଇନ୍ସପେକ୍ଟର ବିକାଶ ରଞ୍ଜନ ସିଂହ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

30 Jun 2021 By The Sakala

ଭଦ୍ରକ ରେଳ ଷ୍ଟେସନରୁ ଆନ୍ତଃରାଜ୍ୟ ଲୁଟେରା ଗିରଫ, ନାମିଦାମି କମ୍ପାନୀର ମୋବାଇଲ୍ ଫୋନ୍ ଜବତ

ଭଦ୍ରକ : ଭଦ୍ରକ ରେଳ ଷ୍ଟେସନରୁ ଗିରଫ ହୋଇଛନ୍ତି ଜଣେ ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା | ଗିରଫ ଅଭିଯୁକ୍ତ ଠାରୁ ୯ଟି ନାମିଦାମୀ ମୋବାଇଲ୍ ଫୋନ ଜବତ କରିଛି ରେଳବାଇ ସୁରକ୍ଷା ବଳ ପୁଲିସ | ସୂଚନା ଅନୁସାରେ, ଗତକାଲି ରାତିରେ ଭଦ୍ରକ ରେଳ ଷ୍ଟେସନରେ ଜଣେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ବେଳେ ଆରପିଏଫ୍ ପୁଲିସର ନଜର ପଡ଼ିଥିଲା | ପରେ ଯୁବକ ଜଣକୁ ପଚରା ଉଚୁରା କରି ଯାଞ୍ଚ କରିବାରୁ ୯ଟି ନାମିଦାମୀ ମୋବାଇଲ ଫୋନ ଜବତ ହୋଇଥିଲା | ଅଭିଯୁକ୍ତ ଜଣକ ବହୁ ଦିନ ଧରି ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ଠାରୁ ମୋବାଇଲ୍ ଫୋନ ଚୋରି କରିଆସୁଥିଲା | ବିଶେଷ କରି କୋଲକାତା ଠାରୁ ଭଦ୍ରକ ଭିତରେ ଯାତ୍ରୀଙ୍କ ଠାରୁ ଲୁଟୁଥିଲା ଲୁଟେରା | ଲୁଟେରା ଜଣକ ନାବାଳକ ହୋଇଥିବା ବେଳେ ଘର ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲାର ବୋଲି ଜଣାପଡ଼ିଛି | ତେବେ ଅଭିଯୁକ୍ତ ଜଣଙ୍କୁ କୋର୍ଟ ଚାଲାଣ କରିବା ସହିତ ଆରପିଏଫ୍ ପକ୍ଷରୁ ଏ ନେଇ ଅଧିକ ତଦନ୍ତ କରାଯାଉଥିବା କହିଛନ୍ତି ଇନ୍ସପେକ୍ଟର ବିକାଶ ରଞ୍ଜନ ସିଂହ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର