ଆସନ୍ତା ୨୩ରୁ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର, ପ୍ରତି ଶନିବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

The Sakala Picture
Published On

ଭଦ୍ରକ: ଦୀର୍ଘ ଦିନ ପରେ ଆସନ୍ତା ୨୩ ତିରଖରୁ ଅର୍ଥାତ ସୋମବାର କୋଭିଡ କଟକଣା ମଧ୍ୟରେ ଖୋଲିବ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଏଥିପାଇଁ ସ୍ବତନ୍ତ୍ର ଏସଓପି ଜାରି କରିଛନ୍ତି ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀ। ମନ୍ଦିରର ସାନିଟାଇଜ ପାଇଁ ପ୍ରତି ଶନିବାର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ସେହିପରି କୋଭିଡ-୧୯ର ନିୟମ ଅନୁଯାୟୀ ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇଛି ଜିଲା ପ୍ରଶାସନ। ଦର୍ଶନ ନିମନ୍ତେ […]

ଭଦ୍ରକ: ଦୀର୍ଘ ଦିନ ପରେ ଆସନ୍ତା ୨୩ ତିରଖରୁ ଅର୍ଥାତ ସୋମବାର କୋଭିଡ କଟକଣା ମଧ୍ୟରେ ଖୋଲିବ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଏଥିପାଇଁ ସ୍ବତନ୍ତ୍ର ଏସଓପି ଜାରି କରିଛନ୍ତି ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀ। ମନ୍ଦିରର ସାନିଟାଇଜ ପାଇଁ ପ୍ରତି ଶନିବାର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ସେହିପରି କୋଭିଡ-୧୯ର ନିୟମ ଅନୁଯାୟୀ ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇଛି ଜିଲା ପ୍ରଶାସନ। ଦର୍ଶନ ନିମନ୍ତେ ସକାଳ ୬ଟାରୁ ସନ୍ଧ୍ଯା ୮ଟା ଯାଏଁ ମନ୍ଦିର ଖୋଲା ରହିବ। ଭକ୍ତ ଓ ସେବାୟତମାନେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ। ତାହାସହ ଭକ୍ତମାନେ କେବଳ ବାବାଙ୍କୁ ଦର୍ଶନ କରିବେ। ଭୋଗଡାଲା , ଫୁଲ, ବେଲ୍ବପତ୍ର ଆଦି ଭକ୍ତମାନେ ନେଇ ପାରିବେ ନାହିଁ। ଏଥିସହ ପାର୍ଶ୍ବଦେବାଦେବୀଙ୍କୁ ଶ୍ପର୍ଷ କରିପାରିବେ ନାହିଁ ଶ୍ରଦ୍ଧାଳୁମାନେ । ମଣିବାବାଙ୍କ ନୀତିକାନ୍ତି ପୂର୍ବପରି ସେବାୟତଙ୍କ ଦ୍ବାରା ସମ୍ପନ୍ନ କରାଯିବ। ମନ୍ଦିର ମଧ୍ୟରେ ବିବାହ, ମେଳା ଆଦି ପୂଜାର୍ଚ୍ଚନା ଉପରେ ପୂର୍ବପରି କଟକଣା ବଳବତ୍ତର ରହିବ ବୋଲି ମନ୍ଦିରଟ୍ରଷ୍ଟି ତଥା ଉପଜିଲାପାଳ ପିତାମ୍ବର ସାମଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

20 Aug 2021 By The Sakala

ଆସନ୍ତା ୨୩ରୁ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର, ପ୍ରତି ଶନିବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଭଦ୍ରକ: ଦୀର୍ଘ ଦିନ ପରେ ଆସନ୍ତା ୨୩ ତିରଖରୁ ଅର୍ଥାତ ସୋମବାର କୋଭିଡ କଟକଣା ମଧ୍ୟରେ ଖୋଲିବ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଏଥିପାଇଁ ସ୍ବତନ୍ତ୍ର ଏସଓପି ଜାରି କରିଛନ୍ତି ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀ। ମନ୍ଦିରର ସାନିଟାଇଜ ପାଇଁ ପ୍ରତି ଶନିବାର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ସେହିପରି କୋଭିଡ-୧୯ର ନିୟମ ଅନୁଯାୟୀ ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇଛି ଜିଲା ପ୍ରଶାସନ। ଦର୍ଶନ ନିମନ୍ତେ ସକାଳ ୬ଟାରୁ ସନ୍ଧ୍ଯା ୮ଟା ଯାଏଁ ମନ୍ଦିର ଖୋଲା ରହିବ। ଭକ୍ତ ଓ ସେବାୟତମାନେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ। ତାହାସହ ଭକ୍ତମାନେ କେବଳ ବାବାଙ୍କୁ ଦର୍ଶନ କରିବେ। ଭୋଗଡାଲା , ଫୁଲ, ବେଲ୍ବପତ୍ର ଆଦି ଭକ୍ତମାନେ ନେଇ ପାରିବେ ନାହିଁ। ଏଥିସହ ପାର୍ଶ୍ବଦେବାଦେବୀଙ୍କୁ ଶ୍ପର୍ଷ କରିପାରିବେ ନାହିଁ ଶ୍ରଦ୍ଧାଳୁମାନେ । ମଣିବାବାଙ୍କ ନୀତିକାନ୍ତି ପୂର୍ବପରି ସେବାୟତଙ୍କ ଦ୍ବାରା ସମ୍ପନ୍ନ କରାଯିବ। ମନ୍ଦିର ମଧ୍ୟରେ ବିବାହ, ମେଳା ଆଦି ପୂଜାର୍ଚ୍ଚନା ଉପରେ ପୂର୍ବପରି କଟକଣା ବଳବତ୍ତର ରହିବ ବୋଲି ମନ୍ଦିରଟ୍ରଷ୍ଟି ତଥା ଉପଜିଲାପାଳ ପିତାମ୍ବର ସାମଲ କହିଛନ୍ତି।

https://www.thesakala.in/latest-odisha-news/bhadrak/baba-akhandalmani-temple-will-open-on-the-23rd-aug/article-4749
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର