ଶିବଗଙ୍ଗା ପୁଷ୍କରଣୀରେ ଚାପଖେଳିଲେ ବାବା ଆଖଣ୍ଡଳମଣି

The Sakala Picture
Published On

ଭଦ୍ରକ/ଆରଡି:ପବିତ୍ର ଅକ୍ଷୟତୃତୀୟା ଠାରୁ ୨୧ଦିନ ଯାଏଁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚନ୍ଦନଯାତ୍ରା ନୀତି ଅନୁଷ୍ଠିତ ହୋଇଛି। ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ଭୋର ୪ଟାରେ ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ କରାଯାଇଥିଲା। ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା। ସମସ୍ତ ସକାଳ ନୀତି ଓ ଅନ୍ନଭୋଗ ଅପରାହ୍ଣ ୪ଟା ସୁଧା ସରିବା ପରେ ମଣିବାବାଙ୍କୁ ବଡସିଂହାର […]

ଭଦ୍ରକ/ଆରଡି:ପବିତ୍ର ଅକ୍ଷୟତୃତୀୟା ଠାରୁ ୨୧ଦିନ ଯାଏଁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚନ୍ଦନଯାତ୍ରା ନୀତି ଅନୁଷ୍ଠିତ ହୋଇଛି। ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ଭୋର ୪ଟାରେ ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ କରାଯାଇଥିଲା। ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା। ସମସ୍ତ ସକାଳ ନୀତି ଓ ଅନ୍ନଭୋଗ ଅପରାହ୍ଣ ୪ଟା ସୁଧା ସରିବା ପରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବା ସହ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇ ଘଣ୍ଟା, କିର୍ତ୍ତନ, ଛତ୍ର, ଆଲଟ ଦ୍ବାରା ଚନ୍ଦନମଣ୍ଡପକୁ ବିଜେ କରାଯାଇଥିଲା। ଚନ୍ଦନମଣ୍ଡପରେ ରୀତିନୀତି ଅନୁଯାଇ ଘଟସ୍ଥାପନ, ଦ୍ବାରପାଳପୂଜା, ଶୋଡଷ ଉପଚାରପୂଜା ସରିବା ପରେ ଚନ୍ଦନଲାଗି କରାଯାଇ ଶିବଗଙ୍ଗା ପୁଷ୍କରିଣୀରେ ଚାପଖେଳ ନିମନ୍ତେ ପ୍ରସ୍ତୁତ ଥିବା ଚାପଡଙ୍ଗାକୁ ବିଜେ କରିଯାଇ, ଜଳକ୍ରିଡା କରାଯାଇଥିଲା। ଅସହୟ ଗ୍ରୀଷ୍ମ ଋତୁରେ ଶୀତଳ ଉପଚାର ନିମନ୍ତେ ମଣିବାବାଙ୍କର ପବିତ୍ର ଅକ୍ଷୟତୃତୀୟାରୁ କାହିଁ କେଉଁ କାଳରୁ ୨୧ଦିନ ଧରି ଚନ୍ଦନ ନୀତି ଅନୁଷ୍ଠିତ ହେଉଥିବା ବରିଷ୍ଠ ସେବାୟତ କସିଛନ୍ତି। ଗତ ୨ବର୍ଷ ହେବ ମହାମାରୀ କରୋନା ପାଇଁ ବାହାର ଚନ୍ଦନନୀତି ବନ୍ଦ ରହିଥିବାରୁ କେବଳ ଭିତର ଚନ୍ଦନନୀତି କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

03 May 2022 By The Sakala

ଶିବଗଙ୍ଗା ପୁଷ୍କରଣୀରେ ଚାପଖେଳିଲେ ବାବା ଆଖଣ୍ଡଳମଣି

ଭଦ୍ରକ/ଆରଡି:ପବିତ୍ର ଅକ୍ଷୟତୃତୀୟା ଠାରୁ ୨୧ଦିନ ଯାଏଁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚନ୍ଦନଯାତ୍ରା ନୀତି ଅନୁଷ୍ଠିତ ହୋଇଛି। ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ଭୋର ୪ଟାରେ ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ କରାଯାଇଥିଲା। ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା। ସମସ୍ତ ସକାଳ ନୀତି ଓ ଅନ୍ନଭୋଗ ଅପରାହ୍ଣ ୪ଟା ସୁଧା ସରିବା ପରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବା ସହ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇ ଘଣ୍ଟା, କିର୍ତ୍ତନ, ଛତ୍ର, ଆଲଟ ଦ୍ବାରା ଚନ୍ଦନମଣ୍ଡପକୁ ବିଜେ କରାଯାଇଥିଲା। ଚନ୍ଦନମଣ୍ଡପରେ ରୀତିନୀତି ଅନୁଯାଇ ଘଟସ୍ଥାପନ, ଦ୍ବାରପାଳପୂଜା, ଶୋଡଷ ଉପଚାରପୂଜା ସରିବା ପରେ ଚନ୍ଦନଲାଗି କରାଯାଇ ଶିବଗଙ୍ଗା ପୁଷ୍କରିଣୀରେ ଚାପଖେଳ ନିମନ୍ତେ ପ୍ରସ୍ତୁତ ଥିବା ଚାପଡଙ୍ଗାକୁ ବିଜେ କରିଯାଇ, ଜଳକ୍ରିଡା କରାଯାଇଥିଲା। ଅସହୟ ଗ୍ରୀଷ୍ମ ଋତୁରେ ଶୀତଳ ଉପଚାର ନିମନ୍ତେ ମଣିବାବାଙ୍କର ପବିତ୍ର ଅକ୍ଷୟତୃତୀୟାରୁ କାହିଁ କେଉଁ କାଳରୁ ୨୧ଦିନ ଧରି ଚନ୍ଦନ ନୀତି ଅନୁଷ୍ଠିତ ହେଉଥିବା ବରିଷ୍ଠ ସେବାୟତ କସିଛନ୍ତି। ଗତ ୨ବର୍ଷ ହେବ ମହାମାରୀ କରୋନା ପାଇଁ ବାହାର ଚନ୍ଦନନୀତି ବନ୍ଦ ରହିଥିବାରୁ କେବଳ ଭିତର ଚନ୍ଦନନୀତି କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର