ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ପାଠ ପଢା ନିଶା: ୪୯ ବର୍ଷ ବୟସରେ ମାଟ୍ରିକ ପାସ୍‍ କଲେ ଆଶାକର୍ମୀ ଲକ୍ଷ୍ମୀପ୍ରିୟା

The Sakala Picture
Published On

ଚାନ୍ଦବାଲି ଟାଉନ୍‍: ଜଣେ ଆଶାକର୍ମୀ ନିଜର କର୍ତ୍ତବ୍ୟନିଷ୍ଠ ଅଧ୍ୟବସାୟ ବଳରେ ୪୯ ବର୍ଷ ବୟସରେ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ପାସ କରି ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏହି ଆଶା ଦିଦି ହେଉଛନ୍ତି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଜରାପୁର ପଞ୍ଚାୟତ ଅଧୀନ ବାଲିଆପାଳ ଗାଁର ଲକ୍ଷ୍ମୀପ୍ରିୟା ସାମଲ। ଛୁଆଠୁ ବୁଢା ପର୍ଯ୍ୟନ୍ତ ବାଲିଆପାଳ ତଥା ଆଖପାଖ ଗାଁରେ ତାଙ୍କୁ ସମସ୍ତେ ରେବତୀ ଦିଦି ନାମରେ ଜାଣିଛନ୍ତି। ଗତ ଜୁଲାଇ ୩୦ ତାରିଖରେ ଚାନ୍ଦବାଲି ବାଳିକା […]

ଚାନ୍ଦବାଲି ଟାଉନ୍‍: ଜଣେ ଆଶାକର୍ମୀ ନିଜର କର୍ତ୍ତବ୍ୟନିଷ୍ଠ ଅଧ୍ୟବସାୟ ବଳରେ ୪୯ ବର୍ଷ ବୟସରେ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ପାସ କରି ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏହି ଆଶା ଦିଦି ହେଉଛନ୍ତି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଜରାପୁର ପଞ୍ଚାୟତ ଅଧୀନ ବାଲିଆପାଳ ଗାଁର ଲକ୍ଷ୍ମୀପ୍ରିୟା ସାମଲ। ଛୁଆଠୁ ବୁଢା ପର୍ଯ୍ୟନ୍ତ ବାଲିଆପାଳ ତଥା ଆଖପାଖ ଗାଁରେ ତାଙ୍କୁ ସମସ୍ତେ ରେବତୀ ଦିଦି ନାମରେ ଜାଣିଛନ୍ତି। ଗତ ଜୁଲାଇ ୩୦ ତାରିଖରେ ଚାନ୍ଦବାଲି ବାଳିକା ହାଇସ୍କୁଲରେ ଅଫ୍‍ଲାଇନ୍‍ରେ ମାଟ୍ରିକ୍‍ ପରୀକ୍ଷା ଦେଇଥିଲେ ଆଶା ଦିଦି ଲକ୍ଷ୍ମୀପ୍ରିୟା। ମୋଟ ୫୦୦ଶହ ମାର୍କରୁ ୧୬୬ ନମ୍ବର ରଖି ଚଳିତ ଅଫଲାଇନ ପରୀକ୍ଷାରେ ପାସ୍‍ କରିବା ଘଟଣା ସମଗ୍ର ଘଣ୍ଟେଶ୍ୱର ଅଞ୍ଚଳ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି। ଆଶା ଦିଦି ଏହା ପୂର୍ବରୁ ବହୁଥର ମାଟ୍ରିକ ପରୀକ୍ଷା ଦେବାପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ପାରିବାରିକ ଓ ସମାଜସେବା ଭିତରେ ରହି ସୁଯୋଗ ପାଇପାରୁନଥିବା କହିଥିଲେ। ଲକ୍ଷ୍ମୀପ୍ରିୟା ଏମିତି ଜଣେ ଆଶାଦିଦି ଯିଏ ନିଜ ଜୀବନକୁ ବାଜି ଲଗାଇ ନିଜ ଘରକାମକୁ ପଛରେ ପକାଇ ଅନ୍ୟମାନଙ୍କ ସେବା କରିବା ସହିତ ନିଜ ଜୀବନକୁ ପାଣି ଫୋଟକା ପରି ଅନ୍ୟମାନଙ୍କ ପାଖରେ ସମର୍ପିତ କରିଦେଇଛନ୍ତି। ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ବୁଝିବା ସହ ଥର୍ମାଲ ସ୍କ୍ରିନିଂ ଓ ଅକ୍ସିମିଟରରେ ଲୋକମାନଙ୍କର ଶରୀରର ଅମ୍ଳଜାନର ମାତ୍ରା ମାପିଥାନ୍ତି। ସଂଗରୋଧରେ ରହୁଥିବା ଲୋକମାନଙ୍କୁ କରୋନା ବାବଦରେ ସଚେତନତା କରିବା ସହ କିପରି ପ୍ରତିଷେଧକ ବ୍ୟବସ୍ଥା ଆପଣେଇବେ ସେ ବାବଦରେ ବୁଝାଇଥାନ୍ତି। ଏହିପରି ଭାବରେ ଆଶଦିଦି ଲକ୍ଷ୍ମୀପ୍ରିୟା ନିଜ କାମ କରିବା ସହ ଅନ୍ୟମାନଙ୍କର ସେବାକରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଇଛନ୍ତି।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

26 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର