ଡମ୍ପରକୁ ପଛପଟୁ ଧକ୍କା ଦେଲା କାର୍: ୨ମୃତ ଓ ୨ ଗୁରୁତର

The Sakala Picture
Published On

ଭଦ୍ରକ: ଏନ୍ଏଚ୍ ୧୬ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ଡମ୍ପରକୁ ପଛପଟୁ ଏକ କାର୍ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ରାଜ୍ୟର ମାନିକତାଲାରୁ ୪ ଜଣ ଏକ କାର ଯୋଗେ ପୁରୀ ଅଭିମୁଖେ ଯାଉଥିଲେ ।  ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ଏକ ଡମ୍ପର ସହ ଧକ୍କା […]

ଭଦ୍ରକ: ଏନ୍ଏଚ୍ ୧୬ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ଡମ୍ପରକୁ ପଛପଟୁ ଏକ କାର୍ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ରାଜ୍ୟର ମାନିକତାଲାରୁ ୪ ଜଣ ଏକ କାର ଯୋଗେ ପୁରୀ ଅଭିମୁଖେ ଯାଉଥିଲେ ।  ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ଏକ ଡମ୍ପର ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଗୁରୁତର ୪ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଭଦ୍ରକ ମେଡିକାଲ ରେ ଭର୍ତ୍ତି କରିଥିଲେ । ମେଡିକାଲରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ଏମାନେ ପଶ୍ଚିମବଙ୍ଗରୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାଉଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ। ଖବର ପାଇ ଧାମନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣା ପଡି ନାହିଁ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

24 Jul 2022 By The Sakala

ଡମ୍ପରକୁ ପଛପଟୁ ଧକ୍କା ଦେଲା କାର୍: ୨ମୃତ ଓ ୨ ଗୁରୁତର

ଭଦ୍ରକ: ଏନ୍ଏଚ୍ ୧୬ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ଡମ୍ପରକୁ ପଛପଟୁ ଏକ କାର୍ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ରାଜ୍ୟର ମାନିକତାଲାରୁ ୪ ଜଣ ଏକ କାର ଯୋଗେ ପୁରୀ ଅଭିମୁଖେ ଯାଉଥିଲେ ।  ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ଏକ ଡମ୍ପର ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଗୁରୁତର ୪ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଭଦ୍ରକ ମେଡିକାଲ ରେ ଭର୍ତ୍ତି କରିଥିଲେ । ମେଡିକାଲରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ଏମାନେ ପଶ୍ଚିମବଙ୍ଗରୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାଉଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ। ଖବର ପାଇ ଧାମନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣା ପଡି ନାହିଁ।

https://www.thesakala.in/latest-odisha-news/bhadrak/car-hits-dumper-2-dead-2-critical-injured/article-13566
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର