ଅବସର ପରେ ନିଜ ବାରିବଗିଚାକୁ ଉଦ୍ୟାନର ରୂପ ଦେଇଛନ୍ତି ଶିକ୍ଷାଧିକାରୀ ଜୟକୃଷ୍ଣ

The Sakala Picture
Published On

ଭଦ୍ରକ(ଉମାକଲ୍ୟାଣ ମହାପାତ୍ର): ଚାକିରି କାଳରେ ବିଦ୍ୟାଳୟଗୁଡ଼ିକର ପରିବେଶକୁ ସୁବୁଜିମାମୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅବସର ପରେ ନିଜ ବାରିବଗିଚାକୁ ଦେଇଛନ୍ତି ଉଦ୍ୟାନର ରୂପ। ପକ୍ଷୀମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଅଭୟାରଣ୍ୟ। ଗଛ ଲଗାଇ ପରିବେଶ ବଞ୍ଚାଇବାକୁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛନ୍ତି ଚାନ୍ଦବାଲି ବ୍ଲକ ମୌସୁଧା ଗାଁର ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଜୟକୃଷ୍ଣ ନାୟକ। ଜୟକୃଷ୍ଣ ସାରେ, ଚାନ୍ଦବାଲି ଶିକ୍ଷା ବିଭାଗ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପରିଚିତ ନାମ। ୬୫ବର୍ଷର […]

ଭଦ୍ରକ(ଉମାକଲ୍ୟାଣ ମହାପାତ୍ର): ଚାକିରି କାଳରେ ବିଦ୍ୟାଳୟଗୁଡ଼ିକର ପରିବେଶକୁ ସୁବୁଜିମାମୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅବସର ପରେ ନିଜ ବାରିବଗିଚାକୁ ଦେଇଛନ୍ତି ଉଦ୍ୟାନର ରୂପ। ପକ୍ଷୀମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଅଭୟାରଣ୍ୟ। ଗଛ ଲଗାଇ ପରିବେଶ ବଞ୍ଚାଇବାକୁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛନ୍ତି ଚାନ୍ଦବାଲି ବ୍ଲକ ମୌସୁଧା ଗାଁର ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଜୟକୃଷ୍ଣ ନାୟକ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଓମ୍ ସତ କହିଥିବା ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ, ୫/୬ ଅଭିଯୁକ୍ତ ଏବେ ବି ଫେରାର

ଜୟକୃଷ୍ଣ ସାରେ, ଚାନ୍ଦବାଲି ଶିକ୍ଷା ବିଭାଗ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପରିଚିତ ନାମ। ୬୫ବର୍ଷର ଜୟକୃଷ୍ଣ ସାରଙ୍କ ଘର ଚାନ୍ଦବାଲି ବ୍ଲକ ମୌସୁଧା ଗାଁରେ। ସହକାରୀ ଶିକ୍ଷକ ରୂପେ ନିଜର ଶିକ୍ଷାକତା ଜୀବନ ଆରମ୍ଭ କରି ସହ-ଶିକ୍ଷାଧିକାରୀ ଭାବେ କାର୍ଯ୍ୟରୁ ଅବସର ଗ୍ରହଣ କରିସାରିଛନ୍ତି। ଚାକିରିକାଳ ମଧ୍ୟରେ ଶିକ୍ଷା ବିଭାଗର ବିଭିନ୍ନ ପଦ ପଦବୀରେ ନିଜର ପାରଦର୍ଶିତା ପାଇଁ ମଧ୍ୟ ସମ୍ମାନିତ ହୋଇଛନ୍ତି। ଶିକ୍ଷାକତା ସମୟରେ ବିଦ୍ୟାଳୟ ଗୁଡିକ ସବୁଜମୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଅବସରରେ ପରେ ନିଜ ବଗିଚାରେ ବିଭିନ୍ନ ପ୍ରକାରର ଗଛ ଯଥା- ବିଭିନ୍ନ ପ୍ରଜାତିର ଆମ୍ୱ, ପଣସ, କୋଳି, ଅମୃତ ଭଣ୍ଡା, ବିବିଧ ପନିପରିବା ଚାଷ କରି ଏକ ସବୁଜ ବଳୟ ସୃଷ୍ଟି କରି ଅନ୍ୟମାନଙ୍କୁ ପ୍ରଭାବିତ କରି ପାରିଛନ୍ତି। ଏଥି ସହିତ ପୋଖରୀ କୂଳରେ ବଡ ବଡ ଗଛ ଲଗାଇ ପକ୍ଷୀ ମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଅଭୟାରଣ୍ୟ।

ଆହୁରି ପଢ଼ନ୍ତୁ: ପରୀକ୍ଷା ଅବ୍ୟବସ୍ଥାକୁ ନେଇ ନବୀନଙ୍କ କ୍ଷୋଭ: ଭରସା ଭାଙ୍ଗିଛି ଶିକ୍ଷା ବ୍ୟବସ୍ଥା, ଛାତ୍ରଙ୍କ ସହ ଆଲୋଚନା କରନ୍ତୁ ସରକାର

ବୃକ୍ଷପ୍ରେମୀ ଜୟକୃଷ୍ଣ ସାରଙ୍କ ପରିବାର କହିଲେ ଏକମାତ୍ର ପୁଅ ବିଦେଶରେ। ନିଜ ବଗିଚାର ବୃକ୍ଷମାନଙ୍କୁ ନିଜ ପୁଅ, ଝିଅ ଓ ପରିବାରର ସଦସ୍ୟ ଭଳି ସ୍ନେହ ଭଲପାଇବା ଦେଇ ଯତ୍ନ ନିଅନ୍ତି। ପ୍ରତିଦିନ ମାଟି ହାଣିବା, ପାଣିଦେବା, ଜୈବିକ ଖତ ସାର ଦେଇ ଗଛ ଗୁଡିକୁ ଛୋଟରୁ ବଡ଼ କରନ୍ତି। ବିଭିନ୍ନ ପ୍ରକାରର ଚାରା ସଂଗ୍ରହ କରି ବଗିଚାକୁ ପରିପୂର୍ଣ୍ଣ କରି ଖୁସି ହୁଅନ୍ତି। ସନ୍ଧ୍ୟା ହେଲେ ପକ୍ଷୀ ମାନଙ୍କର କିଚିରି ମିଚିରି ଶବ୍ଦରେ ନିଜକୁ ହଜାର ଲେଖନୀ ଧରି କବିତା ରଚନା କରନ୍ତି। ବିଭିନ୍ନ ସଭା ସମିତି ହେଉ ବା ସହିତ୍ୟାନୁଷ୍ଠାନ ସୁବୁଠି ବୃକ୍ଷରୋପଣ ପାଇଁ ଉତ୍ସାହିତ କରନ୍ତି। ସେଥିପାଇଁ ତାଙ୍କୁ ସମସ୍ତେ ବୃକ୍ଷ ମଣିଷ ବୋଲି କୁହନ୍ତି।ଜୟକୃଷ୍ଣ ସାରଙ୍କ ଏହି ବୃକ୍ଷପ୍ରେମ ନିଶ୍ଚୟ ସମସ୍ତଙ୍କ ଲାଗି ଉଦାହରଣ ବୋଲି ଚାନ୍ଦବାଲି ଅଞ୍ଚଳ ସରକାରୀ ଶିକ୍ଷୟତ୍ରୀ ଦୀପ୍ତିମୟୀ ସାହୁ, ସିଆରସିସି କୃଷ୍ଣଚନ୍ଦ୍ର ଜେନା ଓ ଭାସ୍କର ଦାସ ତଥା ଗ୍ରାମବାସୀ ଗୌରହରୀ ଜେନା ପ୍ରମୁଖ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍ ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

26 May 2024 By The Sakala

ଅବସର ପରେ ନିଜ ବାରିବଗିଚାକୁ ଉଦ୍ୟାନର ରୂପ ଦେଇଛନ୍ତି ଶିକ୍ଷାଧିକାରୀ ଜୟକୃଷ୍ଣ

ଭଦ୍ରକ(ଉମାକଲ୍ୟାଣ ମହାପାତ୍ର): ଚାକିରି କାଳରେ ବିଦ୍ୟାଳୟଗୁଡ଼ିକର ପରିବେଶକୁ ସୁବୁଜିମାମୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅବସର ପରେ ନିଜ ବାରିବଗିଚାକୁ ଦେଇଛନ୍ତି ଉଦ୍ୟାନର ରୂପ। ପକ୍ଷୀମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଅଭୟାରଣ୍ୟ। ଗଛ ଲଗାଇ ପରିବେଶ ବଞ୍ଚାଇବାକୁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛନ୍ତି ଚାନ୍ଦବାଲି ବ୍ଲକ ମୌସୁଧା ଗାଁର ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଜୟକୃଷ୍ଣ ନାୟକ।

ଜୟକୃଷ୍ଣ ସାରେ, ଚାନ୍ଦବାଲି ଶିକ୍ଷା ବିଭାଗ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପରିଚିତ ନାମ। ୬୫ବର୍ଷର ଜୟକୃଷ୍ଣ ସାରଙ୍କ ଘର ଚାନ୍ଦବାଲି ବ୍ଲକ ମୌସୁଧା ଗାଁରେ। ସହକାରୀ ଶିକ୍ଷକ ରୂପେ ନିଜର ଶିକ୍ଷାକତା ଜୀବନ ଆରମ୍ଭ କରି ସହ-ଶିକ୍ଷାଧିକାରୀ ଭାବେ କାର୍ଯ୍ୟରୁ ଅବସର ଗ୍ରହଣ କରିସାରିଛନ୍ତି। ଚାକିରିକାଳ ମଧ୍ୟରେ ଶିକ୍ଷା ବିଭାଗର ବିଭିନ୍ନ ପଦ ପଦବୀରେ ନିଜର ପାରଦର୍ଶିତା ପାଇଁ ମଧ୍ୟ ସମ୍ମାନିତ ହୋଇଛନ୍ତି। ଶିକ୍ଷାକତା ସମୟରେ ବିଦ୍ୟାଳୟ ଗୁଡିକ ସବୁଜମୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଅବସରରେ ପରେ ନିଜ ବଗିଚାରେ ବିଭିନ୍ନ ପ୍ରକାରର ଗଛ ଯଥା- ବିଭିନ୍ନ ପ୍ରଜାତିର ଆମ୍ୱ, ପଣସ, କୋଳି, ଅମୃତ ଭଣ୍ଡା, ବିବିଧ ପନିପରିବା ଚାଷ କରି ଏକ ସବୁଜ ବଳୟ ସୃଷ୍ଟି କରି ଅନ୍ୟମାନଙ୍କୁ ପ୍ରଭାବିତ କରି ପାରିଛନ୍ତି। ଏଥି ସହିତ ପୋଖରୀ କୂଳରେ ବଡ ବଡ ଗଛ ଲଗାଇ ପକ୍ଷୀ ମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଅଭୟାରଣ୍ୟ।

ବୃକ୍ଷପ୍ରେମୀ ଜୟକୃଷ୍ଣ ସାରଙ୍କ ପରିବାର କହିଲେ ଏକମାତ୍ର ପୁଅ ବିଦେଶରେ। ନିଜ ବଗିଚାର ବୃକ୍ଷମାନଙ୍କୁ ନିଜ ପୁଅ, ଝିଅ ଓ ପରିବାରର ସଦସ୍ୟ ଭଳି ସ୍ନେହ ଭଲପାଇବା ଦେଇ ଯତ୍ନ ନିଅନ୍ତି। ପ୍ରତିଦିନ ମାଟି ହାଣିବା, ପାଣିଦେବା, ଜୈବିକ ଖତ ସାର ଦେଇ ଗଛ ଗୁଡିକୁ ଛୋଟରୁ ବଡ଼ କରନ୍ତି। ବିଭିନ୍ନ ପ୍ରକାରର ଚାରା ସଂଗ୍ରହ କରି ବଗିଚାକୁ ପରିପୂର୍ଣ୍ଣ କରି ଖୁସି ହୁଅନ୍ତି। ସନ୍ଧ୍ୟା ହେଲେ ପକ୍ଷୀ ମାନଙ୍କର କିଚିରି ମିଚିରି ଶବ୍ଦରେ ନିଜକୁ ହଜାର ଲେଖନୀ ଧରି କବିତା ରଚନା କରନ୍ତି। ବିଭିନ୍ନ ସଭା ସମିତି ହେଉ ବା ସହିତ୍ୟାନୁଷ୍ଠାନ ସୁବୁଠି ବୃକ୍ଷରୋପଣ ପାଇଁ ଉତ୍ସାହିତ କରନ୍ତି। ସେଥିପାଇଁ ତାଙ୍କୁ ସମସ୍ତେ ବୃକ୍ଷ ମଣିଷ ବୋଲି କୁହନ୍ତି।ଜୟକୃଷ୍ଣ ସାରଙ୍କ ଏହି ବୃକ୍ଷପ୍ରେମ ନିଶ୍ଚୟ ସମସ୍ତଙ୍କ ଲାଗି ଉଦାହରଣ ବୋଲି ଚାନ୍ଦବାଲି ଅଞ୍ଚଳ ସରକାରୀ ଶିକ୍ଷୟତ୍ରୀ ଦୀପ୍ତିମୟୀ ସାହୁ, ସିଆରସିସି କୃଷ୍ଣଚନ୍ଦ୍ର ଜେନା ଓ ଭାସ୍କର ଦାସ ତଥା ଗ୍ରାମବାସୀ ଗୌରହରୀ ଜେନା ପ୍ରମୁଖ ମତବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp