ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣର ଗେଟ୍-ୱେ ପାଲଟିଛି ବରମୁଣ୍ଡା ବସଷ୍ଟାଣ୍ଡ, ୯ ମାସରେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଗଞ୍ଜେଇ କାରବାର ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟର ଉପାନ୍ତ ଠାରୁ ଉପକଣ୍ଠ, ସବୁ ନିଶା ବେପାରୀଙ୍କ କବଜାରେ । କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଅଞ୍ଚଳରୁ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବେପାର କରୁଛନ୍ତି । ସେମାନଙ୍କ ଗଞ୍ଜେଇ କାରବାର କେବଳ ଭୁବନେଶ୍ୱରରେ ସୀମିତ ନାହିଁ, ବରଂ ରାଜ୍ୟ ବାହାରକୁ ମଧ୍ୟ ଲମ୍ବିଛି। ଆଉ ସେମାନଙ୍କର ସବୁଠାରୁ ସହଜ ଦ୍ୱାର ପାଲଟିଛି ବରମୁଣ୍ଡା ବସଷ୍ଟାଣ୍ଡ। ପ୍ରତିଦିନ ବରମୁଣ୍ଡା ବସଷ୍ଟାଣ୍ଡ ଦେଇ ରାଜ୍ୟ ବାହାରକୁ […]

ଭୁବନେଶ୍ୱର: ରାଜଧାନୀରେ ଗଞ୍ଜେଇ କାରବାର ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟର ଉପାନ୍ତ ଠାରୁ ଉପକଣ୍ଠ, ସବୁ ନିଶା ବେପାରୀଙ୍କ କବଜାରେ । କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଅଞ୍ଚଳରୁ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବେପାର କରୁଛନ୍ତି । ସେମାନଙ୍କ ଗଞ୍ଜେଇ କାରବାର କେବଳ ଭୁବନେଶ୍ୱରରେ ସୀମିତ ନାହିଁ, ବରଂ ରାଜ୍ୟ ବାହାରକୁ ମଧ୍ୟ ଲମ୍ବିଛି। ଆଉ ସେମାନଙ୍କର ସବୁଠାରୁ ସହଜ ଦ୍ୱାର ପାଲଟିଛି ବରମୁଣ୍ଡା ବସଷ୍ଟାଣ୍ଡ। ପ୍ରତିଦିନ ବରମୁଣ୍ଡା ବସଷ୍ଟାଣ୍ଡ ଦେଇ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଛନ୍ତି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ବାହାର ରାଜ୍ୟକୁ ଯାଉଥିବା ବସ୍ ମାଧ୍ୟମରେ ପଶ୍ଚିମବଙ୍ଗ, ବିହାର ସମେତ ଅନ୍ୟ ରାଜ୍ୟକୁ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ହେଉଛି। ଆଶ୍ଚର୍ଯ୍ୟର କଥା ହେଉଛି ଝାଡ଼ଖଣ୍ଡ, ବିହାର, କେରଳ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟର ବେପାରୀମାନେ ଆସି ରାଜଧାନୀରେ ଡେରା ପକାଉଛନ୍ତି। ସୁବିଧା ସୁଯୋଗ ଦେଖି ରାଜ୍ୟର ଉପାନ୍ତ ଅଞ୍ଚଳରୁ ଗଞ୍ଜେଇ କିଣି ରାଜଧାନୀରେ ଗଛିତ କରି ରଖୁଛନ୍ତି। ଟିକେ ସୁବିଧା ମିଳିଲେ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ପୁଲିସ ଆଖିରେ ଧୂଳି ଦେବା ପାଇଁ ମହିଳାଙ୍କୁ ଢାଲ କରୁଛନ୍ତି ନିଶା ବେପାରୀ । ମହିଳାଙ୍କୁ ମୋହରା କରି ଗଞ୍ଜେଇ ଚାଲାଣ କରିବା ସହିତ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ପୁଲିସ ଠାରୁ ମିଳିଥିବା ତଥ୍ୟ ଅନୁସାରେ, ଗତ ୯ ମାସ ମଧ୍ୟରେ ଭରତପୁର ଥାନାରେ ୧୬ଟି ଏନ୍‌ଡିପିଏସ ମାମଲା ହୋଇଥିବା ବେଳେ ମୋଟ ୩ କୁଇଣ୍ଟାଲ ୮୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ କାରବାର କରୁଥିବା ୩ ମହିଳାଙ୍କ ସମେତ ୩୫ ଜଣଙ୍କୁ ଗିରଫ କରିଛି ପୁଲିସ। ଗତ ଫେବୃଆରୀ ମାସ ୨୭ ତାରିଖ ଦିନ ପଶ୍ଚିମବଙ୍ଗ ରାନୀ ନଗରର ଆବୁ ତାହିର ଓ ତା’ର ଦୁଇ ସହଯୋଗୀଙ୍କୁ ବରମୁଣ୍ଡା ବସଷ୍ଟାଣ୍ଡରୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୨୨କିଲୋ ୩ଶହ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲା। ସେହିପରି ମାର୍ଚ୍ଚ ମାସ ୧୩ ତାରିଖ ଦିନ କେରଳ ତ୍ରିଭେନ୍ଦରମର ସୁଖେଲ ଏକୁ ଗିରଫ କରି ତା ଠାରୁ ସାଢ଼େ ୩ କିଲୋରୁ ଅଧିକ ଗଞ୍ଜେଇ ଜବତ କରିଥିଲା। ଗତ ବୁଧବାର ଦିନ ମୋହନା ଥାନା ଖ୍ରୀଷ୍ଟିଆନ ସାହିର ମଣ୍ଟୁ ନାୟକକୁ ଗିରଫ କରି ୨୨ କିଲୋ ୬୫୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲା। ଜବତ ଗଞ୍ଜେଇକୁ ମଣ୍ଟୁ ପଶ୍ଚିମବଙ୍ଗ ଚାଲାଣ କରୁଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ପୁଲିସର ବାରମ୍ବାର ଚଢ଼ଉ ସତ୍ତ୍ୱେ ଗଞ୍ଜେଇ କାରବାର ଥମିବାର ନାଁ ଧରୁନାହିଁ। କନ୍ଧମାଳ, ମାଲକାନଗିରି, ଗଜପତି ଆଦି ଉପାନ୍ତ ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ରାଜଧାନୀରେ ପହଞ୍ଚୁଛି। ପରେ ବରମୁଣ୍ଡା ବସଷ୍ଟାଣ୍ଡ ଦେଇ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକୁ ପଠାଯାଉଛି। ଏହି କାରବାରରେ ମହିଳା, ଯୁବପିଢ଼ି ଓ ଛାତ୍ରଙ୍କ ସମ୍ପୃକ୍ତି ରହିଥିବା ନଜିର ରହିଛି । ସ୍ବଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର ଲାଳସାରେ ସେମାନେ ଏହି କାରବାରରେ ଲିପ୍ତ ରହୁଛନ୍ତି। ବିଭିନ୍ନ ସମୟରେ ପୁଲିସ ରାଜ୍ୟ ତଥା ରାଜ୍ୟ ବାହାରର ବେପାରୀମାନଙ୍କୁ ଗିରଫ କରୁଥିଲେ ମଧ୍ୟ ଗଞ୍ଜେଇ କାରବାରରେ ରୋକ ଲଗାଇ ପାରିନାହିଁ।

ଡେରା ପକାଇଛନ୍ତି ରାଜ୍ୟ ବାହାର ମାଫିଆ
କେରଳ, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସମେତ ବିଭିନ୍ନ ରାଜ୍ୟର ବେପାରୀମାନେ ରାଜଧାନୀରେ ଡେରା ପକାଉଛନ୍ତି। ରାଜଧାନୀ ଉପକଣ୍ଠରେ ସହଜରେ ଘର ଭଡ଼ା ମିଳୁଥିବାରୁ ଅଣ ଓଡ଼ିଆମାନେ ଆସି ସେଠାରେ ଭଡାରେ ରହୁଛନ୍ତି। ବିଶେଷକରି ବିଭିନ୍ନ ବସ୍ତି ଓ ନିଛାଟିଆ ଜାଗା ଦେଖି ଘରଭଡ଼ା ନେଉଛନ୍ତି। ପୁଲିସ ପାଖରେ ଭଡ଼ାଟିଆଙ୍କ ତଥ୍ୟ ରହୁ ନ ଥିବାରୁ ନିଶା ବେପାରୀଙ୍କ ଉପରେ ନଜର ରଖି ପାରୁନାହିଁ। ରାଜ୍ୟର ଉପାନ୍ତ ଅଞ୍ଚଳରୁ ଗଞ୍ଜେଇ ଆଣି ଭଡ଼ା ଘରେ ଗଚ୍ଛିତ ରଖୁଛନ୍ତି। ସୁବିଧା ଦେଖି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। ବିଶେଷକରି ବରମୁଣ୍ଡା ବସଷ୍ଟାଣ୍ଡ ଦେଇ ପ୍ରତ୍ୟେକ ଦିନ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ରାଜ୍ୟ ବାହାରକୁ ଯାଉଛି। ପୁଲିସ ବରମୁଣ୍ଡା ବସଷ୍ଟାଣ୍ଡରୁ ବାରମ୍ବାର ଗଞ୍ଜେଇ ବେପାରୀମାନଙ୍କୁ ଗିରଫ କରିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ବରମୁଣ୍ଡା ବସଷ୍ଟାଣ୍ଡରେ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ନିଶା ବେପାରୀମାନେ ଅନାୟାସରେ ଗଞ୍ଜେଇ କାରବାର କରୁଛନ୍ତି। ଏଥିସହିତ ଢିଲା ପୁଲିସ ପାଟ୍ରୋଲିଂ ନିଶା ବେପାରୀଙ୍କୁ ବାରମ୍ବାର ସୁଯୋଗ ଦେଉଛି। ସେପଟେ ବରମୁଣ୍ଡା ବସଷ୍ଟାଣ୍ଡରେ ପୁଲିସ ଫାଣ୍ଡି ରହିଥିଲେ ମଧ୍ୟ ଆବଶ୍ୟକ କର୍ମଚାରୀ ନ ଥିବାରୁ ଏହା ବେପାରୀଙ୍କୁ ସୁହାଉଛି। ତେବେ ଗଞ୍ଜେଇ ଚାଲାଣରେ ବାହାର ରାଜ୍ୟର ନିଶା ବେପାରୀଙ୍କ ସଂପୃକ୍ତି ପୁଲିସକୁ ଅଡ଼ୁଆରେ ପକାଇଛି।

ରାଜ୍ୟ ବାହାରେ ଓଡ଼ିଶା ଗଞ୍ଜେଇର ଚାହିଦା
ରାଜ୍ୟ ବାହାରେ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଚାଷ ହେଉଥିବା ଗଞ୍ଜେଇର ବେଶ୍ ଚାହିଦା ରହିଛି। ବିହାର, ଝାରଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, କେରଳ ଆଦି ରାଜ୍ୟରେ ଓଡ଼ିଶା ଗଞ୍ଜେଇର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ବିଶେଷ କରି “ଶିଳାବତୀ” କିସମର ଗଞ୍ଜେଇ ଆନ୍ତଃ ରାଜ୍ୟ ବଜାରରେ ଅତ୍ୟଧିକ ଚାହିଦା ରହିଛି। ରାଜ୍ୟ ବାହାରେ ଚାହିଦା ବଢୁଥିବାରୁ ନିଶା ମାଫିଆମାନେ ସକ୍ରିୟ ହେଉଛନ୍ତି । ଓଡ଼ିଶାରୁ ଗଞ୍ଜେଇ କିଲୋ ପ୍ରତି ଦୁଇରୁ ୩ ହଜାର ଟଙ୍କା ଦେଇ କିଣୁଛନ୍ତି। ଆଉ‌ ବରମୁଣ୍ଡା ବସଷ୍ଟାଣ୍ଡ ଦେଇ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି। କିଲୋ ପ୍ରତି ୩ ହଜାର ଦେଇ କିଣିଥିବା ଗଞ୍ଜେଇକୁ ବାହାର ରାଜ୍ୟରେ ୧୫ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର