ଘର ଛାଡି ଯାଉଥିଲେ ସାବଧାନ: କରନ୍ତୁ ନାହିଁ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ, ଅଜଣା ଲୋକଙ୍କୁ ଜଣାନ୍ତୁ ନାହିଁ ବାହାରକୁ ଯିବା କଥା

The Sakala Picture
Published On

ଭୁବନେଶ୍ବର: ଘର ଛାଡି ଯାଉଥିଲେ ସାବଧାନ। ବାହାରକୁ ଯିବା କଥା ଅଜଣା ଲୋକଙ୍କୁ ଜଣାନ୍ତୁ ନାହିଁ । ସୋସିଆଲ ମିଡିଆରେ ବି ଫଟୋ ପୋଷ୍ଟ କରନ୍ତୁନି। ଗତ ମାସକରେ ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରୁ ଲୁଟ ପରେ ଲୋକଙ୍କୁ ସତର୍କ କରାଇଛି କମିଶନରେଟ ପୁଲିସ । ପୁଲିସକୁ ଦୋଷ ନଦେଇ ନିଜେ ସଚେତନ ହେବାକୁ ପରାମର୍ଶ ଦେଇଛି ପୁଲିସ । ଆପାର୍ଟମେଣ୍ଟରେ ରହୁଥିଲେ ହୋଇଯାଆନ୍ତୁ ସାବଧାନ। ଘର ଛାଡ଼ି ଯାଉଥିଲେ ରୁହନ୍ତୁ ସଜାଗ। ଆପଣଙ୍କ ଧନ ସମ୍ପତ୍ତି […]

ଭୁବନେଶ୍ବର: ଘର ଛାଡି ଯାଉଥିଲେ ସାବଧାନ। ବାହାରକୁ ଯିବା କଥା ଅଜଣା ଲୋକଙ୍କୁ ଜଣାନ୍ତୁ ନାହିଁ । ସୋସିଆଲ ମିଡିଆରେ ବି ଫଟୋ ପୋଷ୍ଟ କରନ୍ତୁନି। ଗତ ମାସକରେ ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରୁ ଲୁଟ ପରେ ଲୋକଙ୍କୁ ସତର୍କ କରାଇଛି କମିଶନରେଟ ପୁଲିସ । ପୁଲିସକୁ ଦୋଷ ନଦେଇ ନିଜେ ସଚେତନ ହେବାକୁ ପରାମର୍ଶ ଦେଇଛି ପୁଲିସ ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଆପାର୍ଟମେଣ୍ଟରେ ରହୁଥିଲେ ହୋଇଯାଆନ୍ତୁ ସାବଧାନ। ଘର ଛାଡ଼ି ଯାଉଥିଲେ ରୁହନ୍ତୁ ସଜାଗ। ଆପଣଙ୍କ ଧନ ସମ୍ପତ୍ତି ଉପରେ ପଡିପାରେ ଲୁଟେରାଙ୍କ ନଜର । ପୁଲିସ ଦୋଷ ନଦେଇ ନିଜେ ସୁରକ୍ଷିତ ରହିବା ଦିଗରେ ସଚେତନ କଲେ କମିଶନର ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଇନ୍ଫୋସିଟି ଥାନା ଠାରୁ ମାତ୍ର ଶହେ ମିଟର ଦୂର ପଥରଗାଡ଼ିଆ ରୋଡରେ ଥିବା ଏ ହେଉଛି ରାଜବାଟିକା କମ୍ପ୍ଲେକ୍ସ ଆପାର୍ଟମେଣ୍ଟ । ଆଉ ଏ ହେଉଛି ଅକ୍ଟୋବର ୧୫ ତାରିଖ ରାତିର ସିସିଟିଭି ଭିଜୁଆଲ । ଖାକିକୁ ଖୋଲା ଚ୍ୟାଲେଞ୍ଜ ଦେଇ ଆପାର୍ଟମେଣ୍ଟର ୩ ଟି ଫ୍ଲାଟ ନମ୍ବର H2 , I4, G4 ରୁ ପାଖାପାଖି ୫ କୋଟି ଟଙ୍କାର ଆସବାବପତ୍ର ଲୁଟ କରିଥିଲେ ଲୁଟେରା । କାହାର ଝିଅ ବାହାଘର ପାଇଁ ସୁନା ଥିଲା ତ ଆଉ କାହାର ଜମି କିଣିବା ପାଇଁ ଥିବା ଟଙ୍କାକୁ ବ୍ୟାଗରେ ଭର୍ତ୍ତି କରି ଲୁଟି ନେଇଥିଲେ ଅଭିଯୁକ୍ତ । ଏନେଇ ଅଭିଯୋଗ ପରେ ପୁଲିସ, ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାର୍ଡ ଛାନଭିନ ଚଳାଇଥିଲେ ସୁଧା ଫଳ ଶୂନ ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଗତ ମାସକରେ କେବଳ ରାଜବାଟିକା ଆପାର୍ଟମେଣ୍ଟ ନୁହଁ ରାଜଧାନୀରେ ଥିବା ୨୧ଟି ଆପାର୍ଟମେଣ୍ଟରେ କଳାକନା ବୁଲାଇଛନ୍ତି ଲୁଟେରା । ସିକ୍ୟୁରିଟି ଗାର୍ଡ ଓ ସିସିଟିଭିକୁ ସେମାନଙ୍କ ଖାତିର ନାହିଁ । କେବଳ ପୋଲିସକୁ ଦୋଷ ନଦେଇ ଲୋକେ ନିଜେ ସଚେତନ ହୁଅନ୍ତୁ । ଘର ଛାଡ଼ି ବାହାରକୁ ଯିବା ବେଳେ ଅଜଣା ଲୋକଙ୍କୁ ନଜଣାଇବା ସହ ସୋସିଆଲ ମିଡିଆରେ ଫଟୋ ଆସିବା ପର୍ୟ୍ୟନ୍ତ ପୋଷ୍ଟ ନକରିବା ପାଇଁ ଟୁଇନ ସିଟି ବାସୀଙ୍କୁ ସଚେତନ କରିଛନ୍ତି ପୋଲିସ କମିଶନର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର