ଉତ୍କଳ ବିଶ୍ବବିଦ୍ୟାଳୟରେ ଗଣ୍ଡଗୋଳ ଘଟଣା: ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଛାତ୍ର ବିଜେଡ଼ି

The Sakala Picture
Published On

ଭୁବନେଶ୍ବର: ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ପିଜି କାଉନସିଲ କନଫରେନ୍ସ ହଲରେ ସେମିନାର ଚାଲିଥିଲା । ସିଟିଜେନ୍ ଫୋରମ୍ ପକ୍ଷରୁ ଆୟୋଜିତ ଏହି ସେମିନାରରେ ଜେଏନୟୁ ଅର୍ଥନୀତି ବିଭାଗର ପ୍ରଫେସର ସୁରଜିତ ମଜୁମଦାର ବକ୍ତବ୍ୟ ଦେଉଥିଲେ। ଏହି ସମୟରେ ତାଙ୍କୁ ଏବିଭିପିର କାର୍ଯ୍ୟକର୍ତ୍ତା ମାନେ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ମାଡ଼ ମାରିଛନ୍ତି। ତେବେ ଏହି ଘଟଣା ନୂଆ ନୁହେଁ ଆଗରୁ ମଧ୍ୟ ଅନେକ ଥର ଏବିଭିପିର କାର୍ଯ୍ୟକର୍ତ୍ତା ବିଶ୍ୱବିଦ୍ୟାଳୟର ବିଭିନ୍ନ ସଭାରେ ପାଟିତୁଣ୍ଡ […]

ଭୁବନେଶ୍ବର: ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ପିଜି କାଉନସିଲ କନଫରେନ୍ସ ହଲରେ ସେମିନାର ଚାଲିଥିଲା । ସିଟିଜେନ୍ ଫୋରମ୍ ପକ୍ଷରୁ ଆୟୋଜିତ ଏହି ସେମିନାରରେ ଜେଏନୟୁ ଅର୍ଥନୀତି ବିଭାଗର ପ୍ରଫେସର ସୁରଜିତ ମଜୁମଦାର ବକ୍ତବ୍ୟ ଦେଉଥିଲେ। ଏହି ସମୟରେ ତାଙ୍କୁ ଏବିଭିପିର କାର୍ଯ୍ୟକର୍ତ୍ତା ମାନେ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ମାଡ଼ ମାରିଛନ୍ତି। ତେବେ ଏହି ଘଟଣା ନୂଆ ନୁହେଁ ଆଗରୁ ମଧ୍ୟ ଅନେକ ଥର ଏବିଭିପିର କାର୍ଯ୍ୟକର୍ତ୍ତା ବିଶ୍ୱବିଦ୍ୟାଳୟର ବିଭିନ୍ନ ସଭାରେ ପାଟିତୁଣ୍ଡ କରିବା ସହ ଅପ୍ରୀତିକର ପରିବେଶ ସୃଷ୍ଟି କରିଛନ୍ତି। ଆଜିର ଏହି ଘଟଣା ପରେ ବିଶ୍ଵବିଦ୍ୟାଳୟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବାରମ୍ବାର ଏହିପରି ଘଟଣା ହେଉଥିବାରୁ ଏଠାରେ ଶିକ୍ଷାର ବାତାବରଣ ନଷ୍ଟ ହୋଇଯାଉଛି ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ତେବେ ଆଜିର ଏହି ଘଟଣାକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ ନିନ୍ଦା କରିବା ସହ ବାରମ୍ବାର ଏଭଳି ଉନ୍ମତ୍ତ କାଣ୍ଡ ଭିଆଉଥିବା ଛାତ୍ର ଏବଂ ଅଣଛାତ୍ର ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ। ଏହି ପରିପ୍ରେକ୍ଷୀରେ ଶ୍ରୀ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏଣୁ ବିଜୁ ଛାତ୍ର ଜନତା ଦଳ କେବେବି କୌଣସି ହିଂସାକୁ ପ୍ରଶୟ ଦିଏନାହିଁ। ଆଜିର ଘଟଣା ନିଶ୍ଚିତ ଭାବେ ଏକ ନିନ୍ଦନୀୟ ଘଟଣା। ଏକ ନିର୍ଦିଷ୍ଟ ରାଜନୈତିକ ଦଳର କିଛି ବ୍ୟକ୍ତବିଶେଷ ଏପରି ଘଟଣା ସୃଷ୍ଟି କରିବା ସହ କ୍ୟାମ୍ପସ ର ବାତାବରଣକୁ ନଷ୍ଟ କରିବା ଉଦ୍ଦେଶ୍ୟକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ତତ୍ ସହିତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ରଖିଛି ଛାତ୍ର ବିଜେଡ଼ି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

12 Feb 2023 By The Sakala

ଉତ୍କଳ ବିଶ୍ବବିଦ୍ୟାଳୟରେ ଗଣ୍ଡଗୋଳ ଘଟଣା: ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଛାତ୍ର ବିଜେଡ଼ି

ଭୁବନେଶ୍ବର: ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ପିଜି କାଉନସିଲ କନଫରେନ୍ସ ହଲରେ ସେମିନାର ଚାଲିଥିଲା । ସିଟିଜେନ୍ ଫୋରମ୍ ପକ୍ଷରୁ ଆୟୋଜିତ ଏହି ସେମିନାରରେ ଜେଏନୟୁ ଅର୍ଥନୀତି ବିଭାଗର ପ୍ରଫେସର ସୁରଜିତ ମଜୁମଦାର ବକ୍ତବ୍ୟ ଦେଉଥିଲେ। ଏହି ସମୟରେ ତାଙ୍କୁ ଏବିଭିପିର କାର୍ଯ୍ୟକର୍ତ୍ତା ମାନେ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ମାଡ଼ ମାରିଛନ୍ତି। ତେବେ ଏହି ଘଟଣା ନୂଆ ନୁହେଁ ଆଗରୁ ମଧ୍ୟ ଅନେକ ଥର ଏବିଭିପିର କାର୍ଯ୍ୟକର୍ତ୍ତା ବିଶ୍ୱବିଦ୍ୟାଳୟର ବିଭିନ୍ନ ସଭାରେ ପାଟିତୁଣ୍ଡ କରିବା ସହ ଅପ୍ରୀତିକର ପରିବେଶ ସୃଷ୍ଟି କରିଛନ୍ତି। ଆଜିର ଏହି ଘଟଣା ପରେ ବିଶ୍ଵବିଦ୍ୟାଳୟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବାରମ୍ବାର ଏହିପରି ଘଟଣା ହେଉଥିବାରୁ ଏଠାରେ ଶିକ୍ଷାର ବାତାବରଣ ନଷ୍ଟ ହୋଇଯାଉଛି ।

ତେବେ ଆଜିର ଏହି ଘଟଣାକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ ନିନ୍ଦା କରିବା ସହ ବାରମ୍ବାର ଏଭଳି ଉନ୍ମତ୍ତ କାଣ୍ଡ ଭିଆଉଥିବା ଛାତ୍ର ଏବଂ ଅଣଛାତ୍ର ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ। ଏହି ପରିପ୍ରେକ୍ଷୀରେ ଶ୍ରୀ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏଣୁ ବିଜୁ ଛାତ୍ର ଜନତା ଦଳ କେବେବି କୌଣସି ହିଂସାକୁ ପ୍ରଶୟ ଦିଏନାହିଁ। ଆଜିର ଘଟଣା ନିଶ୍ଚିତ ଭାବେ ଏକ ନିନ୍ଦନୀୟ ଘଟଣା। ଏକ ନିର୍ଦିଷ୍ଟ ରାଜନୈତିକ ଦଳର କିଛି ବ୍ୟକ୍ତବିଶେଷ ଏପରି ଘଟଣା ସୃଷ୍ଟି କରିବା ସହ କ୍ୟାମ୍ପସ ର ବାତାବରଣକୁ ନଷ୍ଟ କରିବା ଉଦ୍ଦେଶ୍ୟକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ତତ୍ ସହିତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ରଖିଛି ଛାତ୍ର ବିଜେଡ଼ି ।

https://www.thesakala.in/latest-odisha-news/bcjd-demand-strict-legal-action-against-accused-in-utkal-university-incident/article-18895
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର