ରାଜ୍ଯର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ବର

The Sakala Picture
Published On

ଭୁବନେଶ୍ବର: ଆଜି ରାଜ୍ଯର ୧୨ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଚ୍ବିଟ କରି ସୂଚନା ଦିଆଯାଇଛି। ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ୪୨.୧ ଡିଗ୍ରୀ ସେଲସିୟସ ରହିଛି। ସେହିପରି ବୌଦ୍ଧ- ୪୨ ଡିଗ୍ରୀ , ସୋନପୁର -୪୧.୮ , ବାରିପଦା ୪୧.୬, ଟିଟଲାଗଡ  ଓ ସମ୍ବଲପୁର ୪୧ , ଝାରସୁଗୁଡା ୪୦.୫ , ଅନୁଗୁଳ ଏବଂ ବଲାଙ୍ଗୀର ୪୦.୩ , ତାଳଚେର ୪୦.୧ ଡିଗ୍ରୀ […]

ଭୁବନେଶ୍ବର: ଆଜି ରାଜ୍ଯର ୧୨ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଚ୍ବିଟ କରି ସୂଚନା ଦିଆଯାଇଛି। ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ୪୨.୧ ଡିଗ୍ରୀ ସେଲସିୟସ ରହିଛି।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ସେହିପରି ବୌଦ୍ଧ- ୪୨ ଡିଗ୍ରୀ , ସୋନପୁର -୪୧.୮ , ବାରିପଦା ୪୧.୬, ଟିଟଲାଗଡ  ଓ ସମ୍ବଲପୁର ୪୧ , ଝାରସୁଗୁଡା ୪୦.୫ , ଅନୁଗୁଳ ଏବଂ ବଲାଙ୍ଗୀର ୪୦.୩ , ତାଳଚେର ୪୦.୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ନୟାଗଡ ଏବଂ ଭବାନୀପାଟଣା ଠାରେ ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କଟକ ୩୯.୮° ସେଲସିୟସ ରହିଛି।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟର କିଛି ଅଞ୍ଚଳରେ ଗରମ ଲାଗି ରହିଛି। ତେବେ ଆସନ୍ତା ସପ୍ତାହରୁ ସାରା ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ହ୍ରାସ ପାଇବାର ସମ୍ଭାବନା ରହିଛି। ଆକଳନ କରାଯାଉଛି ଯ। ଭୁବନେଶ୍ୱର ସମେତ ସମସ୍ତ ଉପକୂଳ ଜିଲ୍ଲାରେ ୨୫ ପରେ ଏବଂ ଉଭୟ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣରେ ୨୮ ପରେ ତାପମାତ୍ରା ବିଶେଷ ଭାବେ ହ୍ରାସ ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ତାଙ୍କ କହିବା ଅନୁଯାୟୀ, ସମ୍ଭବତଃ ରାଜ୍ୟର ସବୁ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବ। ଉପକୂଳ ଜିଲ୍ଲାଗୁଡିକରେ ୩୫ରୁ ୩୭ ଡିଗ୍ରୀ ସେଲ୍‌ଫସିୟସ ରହିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଆଉ ୨ ଡିଗ୍ରୀ ସେଲ୍‌ଫସିୟସ ଅଧିକ ରହିପାରେ। ରାଜ୍ୟକୁ ୨୮ ପରେ ବଙ୍ଗୋପସାଗର ପବନ ବହିବ ଏବଂ ଏହା ଓଡ଼ିଶା ଦେଇ ସଂଲଗ୍ନ ରାଜ୍ୟମାନଙ୍କୁ ବହିବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ୨୯ ଓ ଆଭ୍ୟନ୍ତରୀଣ ଓଡ଼ିଶାରୁ ମେ ୧ରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।

24 Apr 2021 By The Sakala

ରାଜ୍ଯର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ବର

ଭୁବନେଶ୍ବର: ଆଜି ରାଜ୍ଯର ୧୨ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଚ୍ବିଟ କରି ସୂଚନା ଦିଆଯାଇଛି। ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ୪୨.୧ ଡିଗ୍ରୀ ସେଲସିୟସ ରହିଛି।

ସେହିପରି ବୌଦ୍ଧ- ୪୨ ଡିଗ୍ରୀ , ସୋନପୁର -୪୧.୮ , ବାରିପଦା ୪୧.୬, ଟିଟଲାଗଡ  ଓ ସମ୍ବଲପୁର ୪୧ , ଝାରସୁଗୁଡା ୪୦.୫ , ଅନୁଗୁଳ ଏବଂ ବଲାଙ୍ଗୀର ୪୦.୩ , ତାଳଚେର ୪୦.୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ନୟାଗଡ ଏବଂ ଭବାନୀପାଟଣା ଠାରେ ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କଟକ ୩୯.୮° ସେଲସିୟସ ରହିଛି।

ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟର କିଛି ଅଞ୍ଚଳରେ ଗରମ ଲାଗି ରହିଛି। ତେବେ ଆସନ୍ତା ସପ୍ତାହରୁ ସାରା ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ହ୍ରାସ ପାଇବାର ସମ୍ଭାବନା ରହିଛି। ଆକଳନ କରାଯାଉଛି ଯ। ଭୁବନେଶ୍ୱର ସମେତ ସମସ୍ତ ଉପକୂଳ ଜିଲ୍ଲାରେ ୨୫ ପରେ ଏବଂ ଉଭୟ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣରେ ୨୮ ପରେ ତାପମାତ୍ରା ବିଶେଷ ଭାବେ ହ୍ରାସ ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ତାଙ୍କ କହିବା ଅନୁଯାୟୀ, ସମ୍ଭବତଃ ରାଜ୍ୟର ସବୁ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବ। ଉପକୂଳ ଜିଲ୍ଲାଗୁଡିକରେ ୩୫ରୁ ୩୭ ଡିଗ୍ରୀ ସେଲ୍‌ଫସିୟସ ରହିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଆଉ ୨ ଡିଗ୍ରୀ ସେଲ୍‌ଫସିୟସ ଅଧିକ ରହିପାରେ। ରାଜ୍ୟକୁ ୨୮ ପରେ ବଙ୍ଗୋପସାଗର ପବନ ବହିବ ଏବଂ ଏହା ଓଡ଼ିଶା ଦେଇ ସଂଲଗ୍ନ ରାଜ୍ୟମାନଙ୍କୁ ବହିବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ୨୯ ଓ ଆଭ୍ୟନ୍ତରୀଣ ଓଡ଼ିଶାରୁ ମେ ୧ରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର