ଚାନ୍ଦୁଆ କାମ କରି ନିଜେ ଜଣେ ଉଦ୍ୟୋଗୀ ହେବା ସହ ୩୦ରୁ ଅଧିକ ପରିବାରକୁ ରୋଜଗାର ଦେଇପାରିଛନ୍ତି ବାସନ୍ତୀ

The Sakala Picture
Published On

ଖୋର୍ଦ୍ଧା (ରଞ୍ଜିତ କେ.ଏନ. ସାମନ୍ତରାୟ): ‘କଣ କରିବି’; ଗରିବର ପଞ୍ଚାକ୍ଷର ଆଉ ସେମାନେ ଘୋଷୁନାହାନ୍ତି। ଦରିଦ୍ରତାରୁ ସେମାନେ ବାହାରିବାକୁ ଚେଷ୍ଟା କରୁଥିଲେ; କିନ୍ତୁ ବାଟ ପାଉ ନଥିଲେ ଖୋର୍ଦ୍ଧା ବୋଲଗଡ଼଼ ବ୍ଲକ୍‌ କୋଦୁଅବରେଣି ଗାଁର ଅନେକ ପରିବାର। ବୋହୂ ହୋଇ ଆସିଥିବା ଚାନ୍ଦୁଆ ଗାଁ ପିପିଲିର ଝିଅ ରୋଜଗାରର ରାହା ଦେଖାଇଲା। ଏବେ ୩୦ରୁ ଅଧିକ ପରିବାର ରୋଜଗାର, ସମ୍ମାନ ସବୁ ପାଇଛନ୍ତି। ବାସନ୍ତୀ ଏବେ ସମସ୍ତଙ୍କ ପାଇଁ ଦୀପଶିଖା ପାଲଟିଛନ୍ତି। ପିପିଲିର ବାସନ୍ତୀ କୋଦୁଅବରେଣୀ ଗାଁର […]

ଖୋର୍ଦ୍ଧା (ରଞ୍ଜିତ କେ.ଏନ. ସାମନ୍ତରାୟ): ‘କଣ କରିବି’; ଗରିବର ପଞ୍ଚାକ୍ଷର ଆଉ ସେମାନେ ଘୋଷୁନାହାନ୍ତି। ଦରିଦ୍ରତାରୁ ସେମାନେ ବାହାରିବାକୁ ଚେଷ୍ଟା କରୁଥିଲେ; କିନ୍ତୁ ବାଟ ପାଉ ନଥିଲେ ଖୋର୍ଦ୍ଧା ବୋଲଗଡ଼଼ ବ୍ଲକ୍‌ କୋଦୁଅବରେଣି ଗାଁର ଅନେକ ପରିବାର। ବୋହୂ ହୋଇ ଆସିଥିବା ଚାନ୍ଦୁଆ ଗାଁ ପିପିଲିର ଝିଅ ରୋଜଗାରର ରାହା ଦେଖାଇଲା। ଏବେ ୩୦ରୁ ଅଧିକ ପରିବାର ରୋଜଗାର, ସମ୍ମାନ ସବୁ ପାଇଛନ୍ତି। ବାସନ୍ତୀ ଏବେ ସମସ୍ତଙ୍କ ପାଇଁ ଦୀପଶିଖା ପାଲଟିଛନ୍ତି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ପିପିଲିର ବାସନ୍ତୀ କୋଦୁଅବରେଣୀ ଗାଁର ପୂର୍ଣ୍ଣଚନ୍ଦ୍ର ମୁଦୁଲିଙ୍କୁ ୨୮ ବର୍ଷ ତଳେ ବାହା ହୋଇ ଆସିଥିଲେ। ଶାଶୁଘର ଅଭାବୀ ଲୋକ। ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହିଥିଲା। ବାସନ୍ତୀ ବି ଅନେକ ଦିନ ଯାଏ କଣ କରିବେ; କିଛି ବାଟ ପାଉ ନ ଥିଲେ। ପରିବାର ଚଳାଇବାରେ କେମିତି ସ୍ୱାମୀଙ୍କୁ ସହଯୋଗ କରିବେ ସେଥିପାଇଁ ଚିନ୍ତା ଲାଗି ରହିଥିଲା। ଇଛା ଥିଲେ ଉପାୟ ଆସେ ଓ ପରିଶ୍ରମ କଲେ; ଡେରି ହେଉ ପଛେ ସଫଳତା ମିଳେ। ପିଲାବେଳେ ବାସନ୍ତୀ ଚାନ୍ଦୁଆ ସିଲେଇ ଶିଖିଥିଲେ। ପିଲା ବେଳେ ସଉକରେ ଶିଖିଥିବା ଏ କଳା ତାଙ୍କୁ ରୋଜଗାରର ରାସ୍ତା ଦେଖାଇଥିଲେ। ସଂଘର୍ଷ କରିବାକୁ ପଡ଼ିଥିଲା କିନ୍ତୁ ବାସନ୍ତୀ ଆଜି ଜଣେ ସଫଳ ଉଦ୍ୟୋଗୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ବିଭିନ୍ନ ପ୍ରଦର୍ଶନୀ ଓ ଦୋକାନବଜାରରେ ତାଙ୍କ ହାତତିଆରି ଚାନ୍ଦୁଆ କାମର ଭାରି ପ୍ରଶଂସା।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ପ୍ରଥମେ ବହୁ କଷ୍ଟରେ ୫ ହଜାର ଟଙ୍କା ଯୋଗାଡ଼ କରି ଘରେ ଚାନ୍ଦୁଆ ପ୍ରସ୍ତୁତି ଉପକରଣ ଆଣିଥିଲେ। ଘରକୁ ହିଁ ଚାନ୍ଦୁଆ କଳାର ପ୍ରୟୋଗଶାଳା କରିଥିଲେ। ଧୀରେ ଧୀରେ ରୋଜଗାର ମିଳିବା ସହ କାମ ବି ବଢିଥିଲା। ସେ ଭଳିକି ଭଳି ଚାନ୍ଦୁଆ, ମନିପର୍ସ, ବ୍ୟାଗ, ଦୋଳ ମଣ୍ଡଣି, ଛତ୍ରି, ତ୍ରାସ, ଝାଲର, ବାହାଘର ଗେଟ, କୁସନ ଭଳି ୨୫ରୁ ୩୦ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରିବା ସହ ଏହାକୁ ବିକ୍ରି କରି ଅର୍ଜିତ ଅର୍ଥରେ ସେ ଘର ଚଳାଇବା ଲାଗି ସ୍ୱାମୀଙ୍କୁ ସହଯୋଗ କରିଲେ। ତାଙ୍କ ହାତ ତିଆରି ଏହି ସାମଗ୍ରୀ ଗୁଡିକ ଗ୍ରାହକମାନଙ୍କୁ ବେଶ ଆକୃଷ୍ଟ କରିଥିଲା। ଏବେ ସେ ମାସକୁ ୨୦ ହଜାର ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ଘର ଖର୍ଚ୍ଚ ଉଠିବା ସହ ସଞ୍ଚୟ ବି କରିପାରୁଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ବାସନ୍ତୀଙ୍କୁ ଦେଖି ଗାଁର ଅନ୍ୟ ଝିଅବୋହୂ ବି ଏ କଳାପ୍ରତି ଆଗ୍ରହୀ ହୋଇଥିଲେ। ସେମାନଙ୍କୁ ଚାନ୍ଦୁଆ କଳା ଶିଖାଇବା ଆରମ୍ଭ କରିଥିଲେ ବାସନ୍ତୀ। ସେମାନଙ୍କୁ ବିନା ମୂଲ୍ୟରେ ତାଲିମ ଦେଇଥିଲେ। ଗାଁର ମହିଳା ଓ ଝିଅମାନେ ସେମାନଙ୍କ ଅବସର ସମୟରେ ବାସନ୍ତୀଙ୍କ ପାଖକୁ ଆସି ଏହି କାମ ଶିଖି ରୋଜଗାର କରୁଥିବା ସେ କହିଛନ୍ତି। ୩୦ରୁ ଅଧିକ ପରିବାର ବାସନ୍ତୀଙ୍କ ପାଇଁ ରୋଜଗାର ପାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର