କଲେଜରୁ ଫେରିବାବେଳେ ଧକ୍କାଦେଲା ଟ୍ରକ; ୨ ଛାତ୍ରୀ ମୃତ, ଜଣେ ଗୁରୁତର
ବରଗଡ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ । କଲେଜରୁ ଫେରିବାବେଳେ ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍ । ଦୁର୍ଘଟଣାରେ ୨ ଜଣ ଛାତ୍ରୀ ମୃତ୍ୟୁବରଣ କରିଥିବାବେଳେ ଜଣେ ଛାତ୍ରୀ ଗୁରୁତର ଆହତ ହୋଇ ଚିକିତ୍ସା ହେଉଛନ୍ତି । ଆହତ ଛାତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ବରଗଡ ଜିଲ୍ଲା ଲରମ୍ଭା ଛକରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସମସ୍ତ ଛାତ୍ରୀ କାଦୋବାହାଲ କଲେଜର ବୋଲି ଜଣାପଡିଛି […]
ବରଗଡ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ । କଲେଜରୁ ଫେରିବାବେଳେ ଛାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍ । ଦୁର୍ଘଟଣାରେ ୨ ଜଣ ଛାତ୍ରୀ ମୃତ୍ୟୁବରଣ କରିଥିବାବେଳେ ଜଣେ ଛାତ୍ରୀ ଗୁରୁତର ଆହତ ହୋଇ ଚିକିତ୍ସା ହେଉଛନ୍ତି । ଆହତ ଛାତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ବରଗଡ ଜିଲ୍ଲା ଲରମ୍ଭା ଛକରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସମସ୍ତ ଛାତ୍ରୀ କାଦୋବାହାଲ କଲେଜର ବୋଲି ଜଣାପଡିଛି । କଲେଜରୁ ପାଠପଢ଼ା ସାରି ଘରକୁ ଛାତ୍ରୀ ଘରକୁ ଫେରୁଥିବା ବେଳେ ବିନିକା ପଟକୁ ଯାଉଥିବା ଏକ ଟ୍ରକ ତିନିଜଣଙ୍କୁ ଧକ୍କା ଦେଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ଛାତ୍ରୀଙ୍କ ନାମ ଜୟଶ୍ରୀ ରଣା ଓ ଅନୁପମା ମଲ୍ଲିକ ଏବଂ ଗୁରୁତର ଆହତ ହୋଇଥିବା ଛାତ୍ରୀଙ୍କ ନାମ ପ୍ରିୟା ମଞ୍ଜରୀ ପଣ୍ଡା ବୋଲି ଜଣାପଡିଛି ।