ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଚିକିତ୍ସା ପାଇଁ ବନ୍ଧା ପଡ଼ିଛି ଦିବ୍ୟାଙ୍ଗ ଦମ୍ପତିଙ୍କ ରାସନ୍‌ କାର୍ଡ, ଦାଦନ ଖଟିବାକୁ ଯାଇ ପୁଅର ପତ୍ତା ମିଳୁନି …

The Sakala Picture
Published On

ବରଗଡ଼: ବରଗଡ଼ ଜିଲ୍ଲା ପଥର୍ଲା ପଞ୍ଚାୟତ ତୁରୁଙ୍ଗା ଗ୍ରାମର ଇଲାଚି କୁମ୍ଭାର (୬୦) ଓ ସ୍ୱାମୀ ଦୁର୍ଗା କୁମ୍ଭାର (୬୫) ଏବେ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଦୁଃଖ, କଷ୍ଟ ତଥା ଯନ୍ତ୍ରଣାରେ ଛଟପଟ ହୋଇ ଦୁହେଁ କେବଳ ମୃତ୍ୟୁକୁ ଚିତ୍କାର କରି ଡାକୁଛନ୍ତି। ୯ ମାସ ତଳେ ଇଲାଚିଙ୍କ ପେଟ ରୋଗ ହୋଇଥିବା ବେଳେ ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ମଧ୍ୟ ନଥିଲା। ଶେଷରେ ରାସନ୍‌ କାର୍ଡକୁ ଜଣଙ୍କ ପାଖେ ୫ହଜାର ଟଙ୍କାରେ ବନ୍ଧା ପକାଇ […]

ବରଗଡ଼: ବରଗଡ଼ ଜିଲ୍ଲା ପଥର୍ଲା ପଞ୍ଚାୟତ ତୁରୁଙ୍ଗା ଗ୍ରାମର ଇଲାଚି କୁମ୍ଭାର (୬୦) ଓ ସ୍ୱାମୀ ଦୁର୍ଗା କୁମ୍ଭାର (୬୫) ଏବେ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଦୁଃଖ, କଷ୍ଟ ତଥା ଯନ୍ତ୍ରଣାରେ ଛଟପଟ ହୋଇ ଦୁହେଁ କେବଳ ମୃତ୍ୟୁକୁ ଚିତ୍କାର କରି ଡାକୁଛନ୍ତି।

ଆହୁରି ପଢ଼ନ୍ତୁ: ତାତିଲେ ଏମ୍ସ ସୁରକ୍ଷାକର୍ମୀ; ଦୁଇ ମାସର ବକେୟା ଦରମା ପ୍ରଦାନ ଦାବିରେ ଧାରଣାରେ ୪୪୦ସିକ୍ୟୁରିଟି ଗାର୍ଡ

୯ ମାସ ତଳେ ଇଲାଚିଙ୍କ ପେଟ ରୋଗ ହୋଇଥିବା ବେଳେ ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ମଧ୍ୟ ନଥିଲା। ଶେଷରେ ରାସନ୍‌ କାର୍ଡକୁ ଜଣଙ୍କ ପାଖେ ୫ହଜାର ଟଙ୍କାରେ ବନ୍ଧା ପକାଇ ଚିକିତ୍ସା କଲେ। ସବୁ ପଇସା ସରିଗଲା, ହେଲେ ଦେହ ଭଲ ହେଲାନି। ଏପରିକି ବର୍ତ୍ତମାନ ପେଟ ରୋଗ ସହ ପକ୍ଷାଘାତରେ ପୀଡ଼ିତ ଇଲାଚି। ସେ ଓ ତାଙ୍କ ସ୍ୱାମୀ ଦୁର୍ଗା ଦୁହେଁ ଦିବ୍ୟାଙ୍ଗ। ରୋଜଗାର କହିଲେ ଏକମାତ୍ର ରାସନ୍‌ କାର୍ଡ ହିଁ ଭରସା ଥିଲା। ଯାହା ଏବେ ପରହାତରେ ବନ୍ଧା ପଡ଼ିଛି। ପୁଅ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଆଉ ଫେରିନି। ତାକୁ ଯୋଗାଯୋଗ କରିବାର କୌଣସି ପ୍ରକାର ସାଧନ ନାହିଁ। ଘରୁ ଗଲା ବେଳେ ତାମିଲନାଡୁ ଯାଉଛି, କିଛି ପଇସା ରୋଜଗାର କରି ଆଣିଲେ ଛୋଟିଆ ଦୋକାନ ଦେଇ ତୁମମାନଙ୍କ ସେବା କରିବି ବୋଲି କହିଥିଲା। ହେଲେ ଆଜି ପର୍ଯ୍ୟନ୍ତ ତାର କୌଣସି ବି ଖୋଜଖବର ନାହିଁ। ଏପଟେ ବୁଢ଼ା ବାପା, ମା’ ପଡ଼ିଶା ଲୋକଙ୍କ ଦୟାରେ ଚଳୁଛନ୍ତି। କିଛି ଖାଇବାକୁ ଦେଲେ ଖାଇଛନ୍ତି, ନହେଲେ ଉପାସ। କେତେଦିନ ହେଲା ତାଙ୍କ ଚୁଲି ଜଳିନି, ସେ ନିଜେ ବି କହିପାରୁନାହାନ୍ତି। ଦୁଃଖ ଯନ୍ତ୍ରଣାରେ ଛଟପଟ ହୋଇ ଆଉ ବଞ୍ଚିବାକୁ ଚାହୁଁ ନାହାନ୍ତି ବୋଲି ଲୁହଭରା କଣ୍ଠରେ ଉଭୟେ କହିଛନ୍ତି। ଜିଲ୍ଲା ପ୍ରଶାସନ ଏହି ଅସହାୟ ଗରିବ ଦମ୍ପତିଙ୍କୁ ତୁରନ୍ତ ଚିକିତ୍ସା କରାଇବାସହ ସରକାରୀ ସହାୟତା ଯୋଗାଇଦେବାକୁ ସଧାରଣରେ ଦାବି ହେଉଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଉଦଳାରେ ବାରଙ୍ଗ ପୋଲିସର ୪ ଜଣିଆ ଟିମ୍

08 Apr 2025 By The Sakala

ଚିକିତ୍ସା ପାଇଁ ବନ୍ଧା ପଡ଼ିଛି ଦିବ୍ୟାଙ୍ଗ ଦମ୍ପତିଙ୍କ ରାସନ୍‌ କାର୍ଡ, ଦାଦନ ଖଟିବାକୁ ଯାଇ ପୁଅର ପତ୍ତା ମିଳୁନି …

ବରଗଡ଼: ବରଗଡ଼ ଜିଲ୍ଲା ପଥର୍ଲା ପଞ୍ଚାୟତ ତୁରୁଙ୍ଗା ଗ୍ରାମର ଇଲାଚି କୁମ୍ଭାର (୬୦) ଓ ସ୍ୱାମୀ ଦୁର୍ଗା କୁମ୍ଭାର (୬୫) ଏବେ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଦୁଃଖ, କଷ୍ଟ ତଥା ଯନ୍ତ୍ରଣାରେ ଛଟପଟ ହୋଇ ଦୁହେଁ କେବଳ ମୃତ୍ୟୁକୁ ଚିତ୍କାର କରି ଡାକୁଛନ୍ତି।

୯ ମାସ ତଳେ ଇଲାଚିଙ୍କ ପେଟ ରୋଗ ହୋଇଥିବା ବେଳେ ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ମଧ୍ୟ ନଥିଲା। ଶେଷରେ ରାସନ୍‌ କାର୍ଡକୁ ଜଣଙ୍କ ପାଖେ ୫ହଜାର ଟଙ୍କାରେ ବନ୍ଧା ପକାଇ ଚିକିତ୍ସା କଲେ। ସବୁ ପଇସା ସରିଗଲା, ହେଲେ ଦେହ ଭଲ ହେଲାନି। ଏପରିକି ବର୍ତ୍ତମାନ ପେଟ ରୋଗ ସହ ପକ୍ଷାଘାତରେ ପୀଡ଼ିତ ଇଲାଚି। ସେ ଓ ତାଙ୍କ ସ୍ୱାମୀ ଦୁର୍ଗା ଦୁହେଁ ଦିବ୍ୟାଙ୍ଗ। ରୋଜଗାର କହିଲେ ଏକମାତ୍ର ରାସନ୍‌ କାର୍ଡ ହିଁ ଭରସା ଥିଲା। ଯାହା ଏବେ ପରହାତରେ ବନ୍ଧା ପଡ଼ିଛି। ପୁଅ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଆଉ ଫେରିନି। ତାକୁ ଯୋଗାଯୋଗ କରିବାର କୌଣସି ପ୍ରକାର ସାଧନ ନାହିଁ। ଘରୁ ଗଲା ବେଳେ ତାମିଲନାଡୁ ଯାଉଛି, କିଛି ପଇସା ରୋଜଗାର କରି ଆଣିଲେ ଛୋଟିଆ ଦୋକାନ ଦେଇ ତୁମମାନଙ୍କ ସେବା କରିବି ବୋଲି କହିଥିଲା। ହେଲେ ଆଜି ପର୍ଯ୍ୟନ୍ତ ତାର କୌଣସି ବି ଖୋଜଖବର ନାହିଁ। ଏପଟେ ବୁଢ଼ା ବାପା, ମା’ ପଡ଼ିଶା ଲୋକଙ୍କ ଦୟାରେ ଚଳୁଛନ୍ତି। କିଛି ଖାଇବାକୁ ଦେଲେ ଖାଇଛନ୍ତି, ନହେଲେ ଉପାସ। କେତେଦିନ ହେଲା ତାଙ୍କ ଚୁଲି ଜଳିନି, ସେ ନିଜେ ବି କହିପାରୁନାହାନ୍ତି। ଦୁଃଖ ଯନ୍ତ୍ରଣାରେ ଛଟପଟ ହୋଇ ଆଉ ବଞ୍ଚିବାକୁ ଚାହୁଁ ନାହାନ୍ତି ବୋଲି ଲୁହଭରା କଣ୍ଠରେ ଉଭୟେ କହିଛନ୍ତି। ଜିଲ୍ଲା ପ୍ରଶାସନ ଏହି ଅସହାୟ ଗରିବ ଦମ୍ପତିଙ୍କୁ ତୁରନ୍ତ ଚିକିତ୍ସା କରାଇବାସହ ସରକାରୀ ସହାୟତା ଯୋଗାଇଦେବାକୁ ସଧାରଣରେ ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର