ବିଷ ପିଇ ସାମୁହିକ ଆତ୍ମହତ୍ୟା ଉଦ୍ୟମ, ପୁଅ- ଝିଅ ମୃତ ଓ ମାଆ ଗୁରୁତର

The Sakala Picture
Published On

ବରଗଡ଼: ଗୋଟିଏ ପରିବାରର ୩ ଜଣ ସଦସ୍ୟ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ସୋହେଲା ଠାରେ। ଉକ୍ତ ପରିବାରର ୩ ଜଣ ହେଲେ ମାଆ, ପୁଅ ଓ ବିବାହିତା ଝିଅ। ସମସ୍ତେ କୀଟନାଶକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ପୁଅ ଓ ଝିଅର ମୃତ୍ୟୁ ଘଟିଛି। ମାଆଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।  ତେବେ ଗତ ଚାରି ଦିନ ତଳେ ଏହି ପରିବାରର ମୁଖ୍ୟଙ୍କ […]

ବରଗଡ଼: ଗୋଟିଏ ପରିବାରର ୩ ଜଣ ସଦସ୍ୟ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ସୋହେଲା ଠାରେ। ଉକ୍ତ ପରିବାରର ୩ ଜଣ ହେଲେ ମାଆ, ପୁଅ ଓ ବିବାହିତା ଝିଅ। ସମସ୍ତେ କୀଟନାଶକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ପୁଅ ଓ ଝିଅର ମୃତ୍ୟୁ ଘଟିଛି। ମାଆଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।  ତେବେ ଗତ ଚାରି ଦିନ ତଳେ ଏହି ପରିବାରର ମୁଖ୍ୟଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଆଜି ହଠାତ ଏପରି ଗୋଟେ ପରିବାରର ଅନ୍ୟ ସମସ୍ତେ ସାମୁହିକ ଆତ୍ମହତ୍ୟା କରିବାର କାରଣ ଏଯାଏଁ ଜଣାପଡିନାହିଁ।

ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ବରଗଡ ଜିଲ୍ଲା ସୋହେଲା ସ୍ଥିତ ମାଷ୍ଟର ପଡା ଠାରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ସାମୁହିକ ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। କୀଟନାଶକ ଖାଇ ପରିବାରର ସମସ୍ତେ ଛଟପଟ ହେଉଥିବାବେଳେ ଆଖପାଖ ପଡୋଶୀ ଲୋକେଦେଖିବାରୁ ଜାଣିବାକୁ ପାଇଥିଲେ ଯେ ସମସ୍ତେ କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ପଡାବାସୀ ସମସ୍ତଙ୍କୁ ଘରୁ ଉଦ୍ଧାର କରି ପ୍ରଥମେ ସୋହେଲା ଡାକ୍ତରଖାନାକୁ ନେଇଥିଲେ ଏବଂ ସେଠାରେ ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ବରଗଡ ଓ ପରେ ବୁର୍ଲା ବଡ ମେଡିକାଲକୁ ନିଆଯାଇଥିଲା। ବୁର୍ଲାରେ ଚିକିତ୍ସିତ ଅବସ୍ଥାରେ ପୁଅ ଓ ଝିଅର ମୃତ୍ୟୁ ହୋଇଥିବା ଜଣାପଡିଛି।

ତେବେ ଗତ ଚାରିଦିନ ତଳେ ସେପ୍ଟେମ୍ବର ୬ ତାରିଖରେ ପରିବାରର ମୁଖ୍ୟ ଅର୍ଜୁନ ସାହୁଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ତାଙ୍କର ୫୫ ବର୍ଷୀୟ ସ୍ତ୍ରୀ କୁମ୍ଭ ସାହୁ , ବିବାହିତା ୨୨ ବର୍ଷୀୟା ଝିଅ ସୁବର୍ଣ ମହାଜନ ଓ ୨୭ ବର୍ଷର ପୁଅ ବଂଶୀଧର ସାହୁ କୀଟନାଶକ ଖାଇ ସାମୁହିକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ୨୩ ବର୍ଷର ପୁଅ ବଂଶୀଧର ସାହୁ ଓ ବିବାହିତା ୨୨ ବର୍ଷୀୟା ଝିଅ ସୁବର୍ଣ ମହାଜନ ଙ୍କର ବୁର୍ଲା ଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘିଟିଥିବା ବେଳେ ମାଆ କୁମୋଦିନି ସାହୁ ଗୁରୁତର ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତିୟ ତେବେ ଏପରି ସାମୁହିକ ଆତ୍ମହତ୍ୟା ଉଦ୍ୟମର ପଛରେ କାରଣ କଣ ରହିଛି ତାହା ଅସ୍ପଷ୍ଟ ରହିଥିବା ବେଳେ ବିବାହିତା ଝିଅ ନିଜର ବାପାଙ୍କ ଦେହାନ୍ତ ପରେ ଶାଶୁ ଘରୁ ନିଜ ଘରକୁ ଆସି ଏପରି ଆତ୍ମହତ୍ୟା କରିବା ଘଟଣା ରହସ୍ୟ ଘେରରେ ରହିଛିୟ କେଉଁ ପରିସ୍ଥିତିରେ ପରିବାରର ସମସ୍ତେ ସାମୁହିକ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଲେ ? ଏପରି କଣ କାରଣ ହୋଇପାରେ ଯାହା ତିନି ତିନି ଜୀବନକୁ ହରାଇବାକୁ ବାଧ୍ୟ କରିଦେଇଥିଲା ? ଏପରି ଅନେକ ପ୍ରଶ୍ନ ରହିଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ପିଲିସ କୌଣସି ସୁରାଖ ପାଇପାରିନାହିଁ କିମ୍ବା ଆଖ ପାଖ ପଡୋଶୀ ଲୋକେ ମଧ୍ୟ ଏପରି ସମୁହିକ ଆତ୍ମହତ୍ୟାର କାରଣ ବିଷୟରେ କିଛି ଜାଣିପାରିନାହାନ୍ତି । ବାପା କଂସାବାସନ ଦୋକାନ ଦେଇ ପରିବାର ଚଳାଉଥିଲେ । ଝିଅ ସାରଙ୍ଗଗଡ଼ ଠାରେ ବିବାହ କରିଥିଲେ ବୋଲି ଜଣାପଡ଼ିଛି।

10 Sep 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର