ବରଗଡ଼ରେ ନକଲି ଔଷଧ କାରବାରର ପର୍ଦ୍ଦାଫାସ; ଉତ୍ତରପ୍ରଦେଶରୁ ୫ ବ୍ୟବସାୟୀଙ୍କୁ ଗିରଫ କଲା ବରଗଡ଼ ପୁଲିସ

The Sakala Picture
Published On

ବରଗଡ଼: ବରଗଡରେ ନକଲି ଔଷଧ ବିକ୍ରି କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରିବା ପରେ ପୁଲିସ ବିଭାଗର ଅଧିକ ତଦନ୍ତ ପରେ ନକଲି ଔଷଧ ସବୁ ଉତ୍ତରପ୍ରଦେଶ ରାଜ୍ୟରୁ ଆସୁଥିବା ଜାଣିବାକୁ ପାଇଥିଲା । ପରେ ବରଗଡ ଏସପିଙ୍କ ନିର୍ଦ୍ଦଶ କ୍ରମେ ଏକ ଟିମ ଉତ୍ତରପ୍ରଦେଶ ରାଜ୍ୟକୁ ଯାଇ ସେଠାକାର STF ର ସହାୟତାରେ ୫ ଜଣ ଅପରାଧୀକୁ ଗିରଫ କରିଛି। ସମସ୍ତ ୫ ଜଣ ଅପରାଧୀ ଦେଶର ବିଭିନ୍ନ ରାଜ୍ୟକୁ ନକଲି ଔଷଧ ସପ୍ଲାଇ କରୁଥିଲେ। […]

ବରଗଡ଼: ବରଗଡରେ ନକଲି ଔଷଧ ବିକ୍ରି କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରିବା ପରେ ପୁଲିସ ବିଭାଗର ଅଧିକ ତଦନ୍ତ ପରେ ନକଲି ଔଷଧ ସବୁ ଉତ୍ତରପ୍ରଦେଶ ରାଜ୍ୟରୁ ଆସୁଥିବା ଜାଣିବାକୁ ପାଇଥିଲା । ପରେ ବରଗଡ ଏସପିଙ୍କ ନିର୍ଦ୍ଦଶ କ୍ରମେ ଏକ ଟିମ ଉତ୍ତରପ୍ରଦେଶ ରାଜ୍ୟକୁ ଯାଇ ସେଠାକାର STF ର ସହାୟତାରେ ୫ ଜଣ ଅପରାଧୀକୁ ଗିରଫ କରିଛି। ସମସ୍ତ ୫ ଜଣ ଅପରାଧୀ ଦେଶର ବିଭିନ୍ନ ରାଜ୍ୟକୁ ନକଲି ଔଷଧ ସପ୍ଲାଇ କରୁଥିଲେ। ତେବେ ଏ ନେଇ ଆଜି ପୁଲିସ ବିଭାଗ ପକ୍ଷରୁ ବରଗଡ ଟାଉନ ଥାନା ପରିଶରରେ ଏକ ସାମ୍ବାଦିକ ସମ୍ବିଳନୀର ଆୟୋଜନ କରାଯାଇ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୂଚନା ଅନୁଯାୟୀ, ଦୀର୍ଘ ଦିନରୁ ବରଗଡରେ ନକଲି ଔଷଧର କାରବାର ଚାଲିଥିବା ସୂଚନା ପାଇ ଗତ ଜାନୁୟାରୀ ୧୭ ତାରିଖରେ STF ଟିମ ବରଗଡର ଅଶୋକ ମେଡିକାଲରେ ଛାପା ମାରିଥିଲା।  ବହୁ ନକଲି ମେଡ଼ିସିନ ଜବତ କରିବା ସହିତ ନକଲି ଔଷଧ ବିକ୍ରେତା ସୁନୀଲ ଅଗ୍ରୱାଲଙ୍କୁ ଗିରଫ କରିଥିଲା । ବରଗଡର ପୁରୁଣା ଡାକ୍ତରଖାନା ନିକଟରେ ରହିଥିବା ଅଶୋକ ମେଡିକାଲ ହଲର ମାଲିକ ସୁନୀଲ ଅଗ୍ରୱାଲକୁ ଗିରଫ କରି ପୁଲିସ ତାଙ୍କୁ ଜେରା କରିଥିଲା। ଅଧିକ ତଦନ୍ତ ପରେ ସୁନିଲ ଅଗ୍ରୱାଲଙ୍କୁ କୋର୍ଟକୁ ଚାଲାଣ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଖଣ୍ଡୱାରେ ଲଜ୍ଜାଜନକ ଘଟଣା: ୯୦ ବର୍ଷୀୟା ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ, ୪ ମୁଖାପିନ୍ଧା ଦୁର୍ବୃତ୍ତଙ୍କ କାରନାମା

ତେବେ ଉକ୍ତ ଦୋକାନରୁ ଜବତ ହୋଇଥିବା ଔଷଧ ଗୁଡିକ ନକଲି ବୋଲି ଲେବୋରେଟୋରୀ ଟେଷ୍ଟରୁ ରିପୋର୍ଟ ଆସିବା ପରେ ପୁଲିସ ପୁଣି ସକ୍ରିୟ ହୋଇପଡିଥିଲା । ନକଲି ଔଷଧ ସପ୍ଲାଇ କରୁଥିବା ଉତ୍ତରପ୍ରଦେଶର ଅପରାଧୀଙ୍କୁ ଧରିବାକୁ ଯୋଜନା କରିଥିଲା । ତେବେ ବରଗଡ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବରଗଡ ପୁଲିସ ବିଭାଗର ୯ ଜଣିଆ ଟିମ ଗଠନ କରାଯାଇଥିଲା। ଓଡିଶା ଏସଟିଏଫର ଦୁଇଜଣ ଅଫିସର , ବରଗଡ ଡ୍ରଗ ଇନିସପେକ୍ଟର ଓ ଝାରସୁଗୁଡା ଡ୍ରଗ ଇନିସପେକ୍ଟରଙ୍କ ମିଳିତ ଟିମ ଉତ୍ତରପ୍ରଦେଶ ରାଜ୍ୟକୁ ଯାଇ ସେଠାକାର ପୁଲିସ ଓ STF ର ସହାୟତାରେ ନକଲି ଔଷଧ କାରବାର କରୁଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବରଗଡ ଜିଲ୍ଲାକୁ ଆଣିବାରେ ସଫଳ ହୋଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ତେବେ ୟୁପି ରାଜ୍ୟର ସମସ୍ତ ଅଭିଯୁକ୍ତ ବାରଣାସୀ ଜିଲ୍ଲାର ହୋଇଥିବା ବେଳେ ଅଭିଯୁକ୍ତ ମାନେ ହେଲେ ୩୦ ବର୍ଷୀୟ ଶୁଭମ ଜଶ୍ଵାଳ , ୪୨ ବର୍ଷୀୟ ରିତେଶ ଜଶ୍ଵାଳ , ୪୯ ବର୍ଷୀୟ ଚନ୍ଦ୍ରଶେଖର ସିଂ , ୪୦ ବର୍ଷୀୟ ଗୌରବ ଶର୍ମା ଏବଂ ୩୫ ବର୍ଷୀୟ ଅଭିଶେଖ କୁମାର ସିଂ। ନକଲି ଔଷଧ କାରବାରରେ ଉତ୍ତରପ୍ରଦେଶ ରାଜ୍ୟର ୫ ଜଣ ଅଭିଯୁକ୍ତଙ୍କୁ ଆଜି ବରଗଡ ପୁଲିସ କୋର୍ଟକୁ ଚାଲାଣ କରିଥିବା ବେଳେ ପୂର୍ବରୁ ବରଗଡ ଗୋକୁଳ ଧାମର ୪୧ ବର୍ଷୀୟ ସୁନୀଲ ଅଗ୍ରୱାଲକୁ କୋର୍ଟ ଚାଲାଣ କରାଯାଇଥିଲା।

27 Apr 2023 By The Sakala

ବରଗଡ଼ରେ ନକଲି ଔଷଧ କାରବାରର ପର୍ଦ୍ଦାଫାସ; ଉତ୍ତରପ୍ରଦେଶରୁ ୫ ବ୍ୟବସାୟୀଙ୍କୁ ଗିରଫ କଲା ବରଗଡ଼ ପୁଲିସ

ବରଗଡ଼: ବରଗଡରେ ନକଲି ଔଷଧ ବିକ୍ରି କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରିବା ପରେ ପୁଲିସ ବିଭାଗର ଅଧିକ ତଦନ୍ତ ପରେ ନକଲି ଔଷଧ ସବୁ ଉତ୍ତରପ୍ରଦେଶ ରାଜ୍ୟରୁ ଆସୁଥିବା ଜାଣିବାକୁ ପାଇଥିଲା । ପରେ ବରଗଡ ଏସପିଙ୍କ ନିର୍ଦ୍ଦଶ କ୍ରମେ ଏକ ଟିମ ଉତ୍ତରପ୍ରଦେଶ ରାଜ୍ୟକୁ ଯାଇ ସେଠାକାର STF ର ସହାୟତାରେ ୫ ଜଣ ଅପରାଧୀକୁ ଗିରଫ କରିଛି। ସମସ୍ତ ୫ ଜଣ ଅପରାଧୀ ଦେଶର ବିଭିନ୍ନ ରାଜ୍ୟକୁ ନକଲି ଔଷଧ ସପ୍ଲାଇ କରୁଥିଲେ। ତେବେ ଏ ନେଇ ଆଜି ପୁଲିସ ବିଭାଗ ପକ୍ଷରୁ ବରଗଡ ଟାଉନ ଥାନା ପରିଶରରେ ଏକ ସାମ୍ବାଦିକ ସମ୍ବିଳନୀର ଆୟୋଜନ କରାଯାଇ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଦୀର୍ଘ ଦିନରୁ ବରଗଡରେ ନକଲି ଔଷଧର କାରବାର ଚାଲିଥିବା ସୂଚନା ପାଇ ଗତ ଜାନୁୟାରୀ ୧୭ ତାରିଖରେ STF ଟିମ ବରଗଡର ଅଶୋକ ମେଡିକାଲରେ ଛାପା ମାରିଥିଲା।  ବହୁ ନକଲି ମେଡ଼ିସିନ ଜବତ କରିବା ସହିତ ନକଲି ଔଷଧ ବିକ୍ରେତା ସୁନୀଲ ଅଗ୍ରୱାଲଙ୍କୁ ଗିରଫ କରିଥିଲା । ବରଗଡର ପୁରୁଣା ଡାକ୍ତରଖାନା ନିକଟରେ ରହିଥିବା ଅଶୋକ ମେଡିକାଲ ହଲର ମାଲିକ ସୁନୀଲ ଅଗ୍ରୱାଲକୁ ଗିରଫ କରି ପୁଲିସ ତାଙ୍କୁ ଜେରା କରିଥିଲା। ଅଧିକ ତଦନ୍ତ ପରେ ସୁନିଲ ଅଗ୍ରୱାଲଙ୍କୁ କୋର୍ଟକୁ ଚାଲାଣ କରାଯାଇଥିଲା ।

ତେବେ ଉକ୍ତ ଦୋକାନରୁ ଜବତ ହୋଇଥିବା ଔଷଧ ଗୁଡିକ ନକଲି ବୋଲି ଲେବୋରେଟୋରୀ ଟେଷ୍ଟରୁ ରିପୋର୍ଟ ଆସିବା ପରେ ପୁଲିସ ପୁଣି ସକ୍ରିୟ ହୋଇପଡିଥିଲା । ନକଲି ଔଷଧ ସପ୍ଲାଇ କରୁଥିବା ଉତ୍ତରପ୍ରଦେଶର ଅପରାଧୀଙ୍କୁ ଧରିବାକୁ ଯୋଜନା କରିଥିଲା । ତେବେ ବରଗଡ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବରଗଡ ପୁଲିସ ବିଭାଗର ୯ ଜଣିଆ ଟିମ ଗଠନ କରାଯାଇଥିଲା। ଓଡିଶା ଏସଟିଏଫର ଦୁଇଜଣ ଅଫିସର , ବରଗଡ ଡ୍ରଗ ଇନିସପେକ୍ଟର ଓ ଝାରସୁଗୁଡା ଡ୍ରଗ ଇନିସପେକ୍ଟରଙ୍କ ମିଳିତ ଟିମ ଉତ୍ତରପ୍ରଦେଶ ରାଜ୍ୟକୁ ଯାଇ ସେଠାକାର ପୁଲିସ ଓ STF ର ସହାୟତାରେ ନକଲି ଔଷଧ କାରବାର କରୁଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବରଗଡ ଜିଲ୍ଲାକୁ ଆଣିବାରେ ସଫଳ ହୋଇଛି।

ତେବେ ୟୁପି ରାଜ୍ୟର ସମସ୍ତ ଅଭିଯୁକ୍ତ ବାରଣାସୀ ଜିଲ୍ଲାର ହୋଇଥିବା ବେଳେ ଅଭିଯୁକ୍ତ ମାନେ ହେଲେ ୩୦ ବର୍ଷୀୟ ଶୁଭମ ଜଶ୍ଵାଳ , ୪୨ ବର୍ଷୀୟ ରିତେଶ ଜଶ୍ଵାଳ , ୪୯ ବର୍ଷୀୟ ଚନ୍ଦ୍ରଶେଖର ସିଂ , ୪୦ ବର୍ଷୀୟ ଗୌରବ ଶର୍ମା ଏବଂ ୩୫ ବର୍ଷୀୟ ଅଭିଶେଖ କୁମାର ସିଂ। ନକଲି ଔଷଧ କାରବାରରେ ଉତ୍ତରପ୍ରଦେଶ ରାଜ୍ୟର ୫ ଜଣ ଅଭିଯୁକ୍ତଙ୍କୁ ଆଜି ବରଗଡ ପୁଲିସ କୋର୍ଟକୁ ଚାଲାଣ କରିଥିବା ବେଳେ ପୂର୍ବରୁ ବରଗଡ ଗୋକୁଳ ଧାମର ୪୧ ବର୍ଷୀୟ ସୁନୀଲ ଅଗ୍ରୱାଲକୁ କୋର୍ଟ ଚାଲାଣ କରାଯାଇଥିଲା।

https://www.thesakala.in/latest-odisha-news/bargarh/bargarh-police-arrested-5-people-from-uttar-pradesh-linked-with-counterfeit-drugs/article-21148
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର