ଟି-୨୦ ଲାଗି ବାରବାଟୀ ପ୍ରସ୍ତୁତ

The Sakala Picture
Published On

କଟକ/ଭୁବନେଶ୍ବର : ଆଉ ଗୋଟିଏ ଦିନ ପରେ ବାରବାଟୀ ମୁକାବିଲା। କ୍ରିକେଟ ଜଗତର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଟି-୨୦ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଖେଳାଯିବ। ଏଥି ନିମନ୍ତେ ଷ୍ଟାଡିୟମ ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛି। ଦୁଇ ଦଳ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ଶନିବାର ଉଭୟ ଅଭ୍ୟାସ କରିବା ନିମନ୍ତେ କଟକର ବାରବାଟୀ ଷ୍ଟାଡିୟମକୁ ଆସିବେ। ଦିନ ୧ଟା ସମୟରେ ଦକ୍ଷିଣଆଫ୍ରିକା ଦଳ ପ୍ରଥମେ ଏଠାକୁ ଆସିବ। ସନ୍ଧ୍ୟା ୫ଟାରେ […]

କଟକ/ଭୁବନେଶ୍ବର : ଆଉ ଗୋଟିଏ ଦିନ ପରେ ବାରବାଟୀ ମୁକାବିଲା। କ୍ରିକେଟ ଜଗତର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଟି-୨୦ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଖେଳାଯିବ। ଏଥି ନିମନ୍ତେ ଷ୍ଟାଡିୟମ ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛି। ଦୁଇ ଦଳ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ଶନିବାର ଉଭୟ ଅଭ୍ୟାସ କରିବା ନିମନ୍ତେ କଟକର ବାରବାଟୀ ଷ୍ଟାଡିୟମକୁ ଆସିବେ। ଦିନ ୧ଟା ସମୟରେ ଦକ୍ଷିଣଆଫ୍ରିକା ଦଳ ପ୍ରଥମେ ଏଠାକୁ ଆସିବ। ସନ୍ଧ୍ୟା ୫ଟାରେ ଋଷଭ ପନ୍ତ୍‍ଙ୍କ ନେତୃତ୍ୱାଧୀନ ଭାରତ ଦଳ ପହଞ୍ଚିବ। ଅନ୍ୟପକ୍ଷରେ ସାଧାରଣ ଦର୍ଶକ ଅଭ୍ୟାସ ଦେଖିବା ନିମନ୍ତେ ସୁଯୋଗ ପାଇବେ। ଏଥି ନିମନ୍ତେ ଷ୍ଟାଡିୟମର ଗ୍ୟାଲେରୀ ନଂ-୬ରେ ବ୍ୟବସ୍ଥା ହୋଇଛି ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅତିଥି
ବାରବାଟୀ ମ୍ୟାଚ୍‍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ। ଏଥି ପାଇଁ ଓସିଏ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ପ୍ୟାଭିଲିୟନ ନିକଟ ସାଇଡସ୍କ୍ରିନ ପାର୍ଶ୍ବ ଅଞ୍ଚଳରେ ଏକ ମଞ୍ଚ ପ୍ରସ୍ତୁତ କରାଯିବ। ଏଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ରହିବେ। ଏହାଛଡ଼ା ଘଣ୍ଟି ବଜାଇ ମ୍ୟାଚ୍‍କୁ ଉଦ୍‍ଘାଟନ କରିବେ ବୋଲି ଯୋଜନା ରହିଛି। ଏହି ଅବସରରେ କିଛି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିପାରନ୍ତି। ସୂଚନାଯୋଗ୍ୟ ଯେ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଏହି ମ୍ୟାଚ୍‌ େଦଖÒବାକୁ ବାରବାଟୀ ଆସିବାର କାର୍ଯ୍ୟସୂଚୀ ରହିଛି।

ବର୍ଷା ଡର
ଦିନ ତମାମ କୋହଲା ପାଗ ହେବା ସାଙ୍ଗକୁ ବର୍ଷା ଘୋଟାଇ ଥିଲା। ମ୍ୟାଚ୍‍ ପୂର୍ବରୁ ଏଭଳି ସ୍ଥିତିକୁ ମୁକାବିଲା କରିବା ପାଇଁ ଓସିଏ ପକ୍ଷରୁ ପ୍ରାକ୍‍ ପ୍ରସ୍ତୁତି ଗ୍ରହଣ କରାଯାଇଥିଲା। ଇଂଲଣ୍ଡରୁ ଅଣାଯାଇଥିବା ଗ୍ରାଉଣ୍ଡ କଭରକୁ ପଡ଼ିଆରେ ଘୋଡ଼ାଇ ଦିଆଯାଇଥିଲା। ଏହାଛଡ଼ା ଓସିଏ ପକ୍ଷରୁ ୩୦ଜଣଙ୍କୁ ଠିକାସୂତ୍ରରେ ନିଯୁକ୍ତି ଦିଆଯାଇଛି। ମ୍ୟାଚ୍‍ ଶେଷ ହେବା ପର୍ଯ୍ୟନ୍ତ ଏମାନେ ଗ୍ରାଉଣ୍ଡରେ କାମ କରିବେ। ବିଶେଷକରି ନୂଆ କଭରଟି କିପର ଘୋଡାଯିବ ସେ ଦିଗରେ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ପୁଲିସର କାରକେଡ ମକ୍‍ଡ୍ରିଲ
ପୁଲିସ ପକ୍ଷରୁ କାରକେଡ ମକ୍‍ଡ୍ରିଲ କରାଯାଇଥିଲା। ମେଫେୟାର ହୋଟେଲରୁ ଖେଳାଳିମାନଙ୍କୁ କିପରି ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ଅଣାଯିବ ସେଥିପାଇଁ ଅଭ୍ୟାସ କରାଯାଇଥିଲା। ଦୁଇଟି ବସ୍‍କୁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଭିତରେ ଷ୍ଟାଡିୟମ ପରିସରକୁ ଅଣାଯାଇଥିଲା। ମେଫେୟାର ହୋଟେଲରୁ ଗାଡ଼ି ବାହାରି ଓଏମପି-ଶିଖରପୁର-ଯୋବ୍ରା-ମାତାମଠ-କ୍ୟାଣ୍ଟନମେଣ୍ଟ ରୋଡ ଦେଇ ଗାଡ଼ି ଆସିବା ସହିତ ଦୁର୍ଗ ନିକଟ ରାସ୍ତାରେ ସଚିନ ତେନ୍ଦୁଲକର ଇଣ୍ଡୋର ହଲ ପଛ ପାର୍ଶ୍ବ ଦେଇ ଷ୍ଟାଡିୟମ ପରିସରକୁ ଯାଇଥିଲା।

ଛେନା ପୋଡ଼, ମଣ୍ଡା ପିଠା, କାକରା
ବାରବାଟୀ ଟି-୨୦ ଲାଗି ଖେଳାଳିମାନେ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଶନିବାର ଉଭୟ ଦଳର ଖେଳାଳି ପର୍ଯ୍ୟାୟକ୍ରମେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ। ରବିବାର ମ୍ୟାଚ୍‍ ଖେଳାଯିବ ଏବଂ ସୋମବାର ଅପରାହ୍ଣ୍ନରେ ସେମାନେ ୩ୟ ଟି-୨୦ ଖେଳିବା ଲାଗି ବିଶାଖାପାଟଣା ଗସ୍ତ କରିବେ। ଏହି ଅବସରରେ ଖେଳାଳିମାନେ ଓଡ଼ିଶାରେ ପାଖାପାଖି ୪ ଦିନ ରହିବେ। ଏହାକୁ ଲକ୍ଷ୍ୟ ରଖି ସେମାନଙ୍କ ଲାଗି ଓଡ଼ିଶାର କିଛି ସ୍ୱତନ୍ତ୍ର ଖାଦ୍ୟର ବନ୍ଦୋବସ୍ତ କରାଯାଇଛି। ସେଥି ମଧ୍ୟରେ ଓଡ଼ିଆଙ୍କ ପ୍ରିୟ ଛେନାପୋଡ଼ ସାଙ୍ଗକୁ ମଣ୍ଡା, ଆରିଶା ଓ କାକରା ପିଠା କରିଛି। ସେହିଭଳି ଡାଲମାକୁ ମଧ୍ୟ ମେନ୍ୟୁରେ ସାମିଲ କରାଯାଇଛି। ଦକ୍ଷିଣ ଭାରତୀୟ ଖାଦ୍ୟକୁ ଖେଳାଳିମାନେ ଗୁରୁତ୍ୱ ଦେଇଥାନ୍ତି ଓ ଖେଳାଳିମାନଙ୍କ ଦାୟିତ୍ୱକୁ ଆଖିଆଗରେ ରଖି ଲୋ କ୍ୟାଲୋରୀଯୁକ୍ତ ଖାଦ୍ୟ ପ୍ରସ୍ତୁତ କରାଯାଇଛି। କିନ୍ତୁ ଉଭୟ ଟିମ୍‍ରେ ରହିଥିବା ଡାଏଟିସିଆନଙ୍କ ପରାମର୍ଶକ୍ରମେ ଖେଳାଳିମାନେ ଏହି ଖାଦ୍ୟକୁ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଆରମ୍ଭ ହୋଇଗଲା କଳାବଜାରୀଙ୍କ ବେପାର
ବାରବାଟୀ ମ୍ୟାଚ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇଯାଇଛି ଟିକଟ୍‍ କଳାବଜାରୀଙ୍କ ରାଜୁତି। ଯୁଗ ସହିତ ତାଳଦେଇ ଅନ୍‍ଲାଇନ ମାଧ୍ୟମରେ ଟିକଟ୍‍ ପସରା ମେଲାଇଛନ୍ତି ବ୍ଲାକର୍‍। ଯେଉଁଥିରେ ମୂଳଦରଠାରୁ ଟିକଟ୍‍କୁ ୭ରୁ ୮ ଗୁଣା ଅଧିକ ଦରରେ ବିକ୍ରି କରାଯିବାର ସୂଚନା ଦିଆଯାଇଛି। ଅନ୍‍ଲାଇନ୍‍ରୁ ମିଳିଥିବା ଏହି ସୂଚନା ଅନୁଯାୟୀ ଗ୍ୟାଲେରୀ-୨ ଟିକଟ୍‍ର ମୂଲ୍ୟ ୭୦୦ ଟଙ୍କା ରହିଥିବାବେଳେ ଏହାକୁ ବ୍ଲାକରେ ବିକ୍ରି ପାଇଁ ମୂଲ୍ୟ ୫୦୦୦ ଧାର୍ଯ୍ୟ କରାଯାଇଥିଲା। ସେହିଭଳି ଗ୍ୟାଲେରୀ-୩’ର ଦର ୫୦୦୦ ହଜାର ଟଙ୍କା ରଖାଯାଇଥିଲା, ଯାହାର ମୂଳଦର ୯୦୦ ଟଙ୍କା। ଏସି ବକ୍ସ ଟିକଟ୍‍ର ମୂଲ୍ୟ ୭ ହଜାର ରହିଥିବାବେଳେ ବ୍ଲାକରେ ଏହାର ଦର ୧୫ ହଜାର ଟଙ୍କା ରଖାଯାଇଛି। ଯେଉଁ କ୍ରିକେଟ୍‍ପ୍ରେମୀ ମ୍ୟାଚ୍‍ ଦେଖିବା ଲାଗି ଟିକଟ୍‍ କିଣିବାରୁ ବଞ୍ଚିତ ରହିଛନ୍ତି ସେମାନଙ୍କୁ ଅନ୍‍ଲାଇନ ମାଧ୍ୟମରେ ବ୍ଲାକରମାନେ ଟାର୍ଗେଟ୍‍ କରିଛନ୍ତି।

11 Jun 2022 By The Sakala

https://www.thesakala.in/latest-odisha-news/barabati-is-ready-for-the-t20/article-12350
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର