ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ: ଆଜି ହେବ ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

The Sakala Picture
Published On

ପୁରୀ: ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ। ରବିବାର ଆଡପମଣ୍ଡପରେ ଲକ୍ଷାଧିକ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି। ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଛିଡା ହୋଇ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଅନ୍ୟପଟେ ରାସମଣ୍ଡପରେ ରବିବାର ଦାରୁଦିଅଁଙ୍କୁ ଲାଗି ହୋଇଛି ଅନ୍ନ ପ୍ରସାଦ। ଶ୍ରଦ୍ଧାଳୁ ବି ପାଇଛନ୍ତି ଆଡପ ଅବଢ଼ା। ଆଜି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି କରାଯିବ। ମଧ୍ୟାହ୍ନ ଧୂପ ପରେ ଦତ୍ତମହାପାତ୍ର ସେବକମାନେ ଦାରୁବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। […]

ପୁରୀ: ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ। ରବିବାର ଆଡପମଣ୍ଡପରେ ଲକ୍ଷାଧିକ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି। ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଛିଡା ହୋଇ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଅନ୍ୟପଟେ ରାସମଣ୍ଡପରେ ରବିବାର ଦାରୁଦିଅଁଙ୍କୁ ଲାଗି ହୋଇଛି ଅନ୍ନ ପ୍ରସାଦ। ଶ୍ରଦ୍ଧାଳୁ ବି ପାଇଛନ୍ତି ଆଡପ ଅବଢ଼ା। ଆଜି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି କରାଯିବ। ମଧ୍ୟାହ୍ନ ଧୂପ ପରେ ଦତ୍ତମହାପାତ୍ର ସେବକମାନେ ଦାରୁବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯାଇଥାଏ ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ରବିବାର ସକାଳ ୬ଟା ୪୦ରେ ଦ୍ୱାର ଫିଟାଯାଇ ୭ଟା ୩୦ରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ଅନ୍ୟାନ୍ୟ ନୀତି ବଢ଼ି ସକାଳ ସାଢେ ୮ଟାରେ ଅବକାଶ ସରିଥିଲା। ଏହାପରେ ସାହାଣମେଲା ଦର୍ଶନ ହୋଇଥିଲା। ପ୍ରଥମ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁ ଆଡପ ଦର୍ଶନ କରି ଆଡପ ଅବଢ଼ା ପାଇଥିଲେ। ସକାଳ ଧୂପରେ କମ୍‍ ଅବଢ଼ା ବାହାରିଥିବାବେଳେ ଭୋଗମଣ୍ଡପରେ ପର୍ଯ୍ୟାପ୍ତ ମହାପ୍ରସାଦ ବାହାରିଥିଲା। ବର୍ଷକୁ ଥରେ ଆଡପ ଅବଢ଼ା ମିଳୁଥିବାରୁ ଶ୍ରଦ୍ଧାଳୁମାନେ ଉତ୍କଣ୍ଠାର ସହ ପାଇବା ସହ ସାଙ୍ଗରେ ନେଇଯାଉଥିଲେ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଅନ୍ୟପକ୍ଷରେ ଆସନ୍ତା ମଙ୍ଗଳବାର ହେରାପଞ୍ଚମୀ। ପରମ୍ପରା ଅନୁଯାୟୀ ସୋମବାର ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ପଛ ଭୋଗମଣ୍ଡପ ଶେଷ ହୋଇ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏଥିପାଇଁ ପ୍ରାୟ ୪ ଘଣ୍ଟା ଅର୍ଥାତ୍‍ ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଆପାତତଃ ଦର୍ଶନ ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର