ବେଆଇନ୍‍ ପାର୍କିଂ ଫି’ ଆଦାୟରେ ଲାଗିବ ରୋକ୍‍; ବନ୍ଦ ହେବ ହାତଲେଖା ରସିଦ୍‍ ବ୍ୟବସ୍ଥା, ଖୁବ୍‍ଶୀଘ୍ର ହେବ ଇ-ଟିକେଟିଂ ବ୍ୟବସ୍ଥା

The Sakala Picture
Published On

ଭୁବନେଶ୍ୱର: ମନଇଚ୍ଛା ପାର୍କିଂ ଫି’ ଆଦାୟ ଉପରେ ରୋକ୍‍ ଲାଗିବ। ବିନା ଟେଣ୍ଡରରେ ଯେଉଁ ପାର୍କିଂସ୍ଥଳୀରୁ ଫି’ ଆଦାୟ କରାଯାଉଛି ତାହା ବନ୍ଦ ହେବ। ସବୁ ପାର୍କିଂସ୍ଥଳୀରେ ନିୟମ କଡ଼ାକଡ଼ି କରି ଲୋକଙ୍କୁ ପାର୍କିଂ ଜୁଲମ୍‍ରୁ ବିଏମ୍‍ସି ମୁକ୍ତି ଦେବ। ଏଥିପାଇଁ ଖୁବ୍‍ଶୀଘ୍ର ବିଏମ୍‍ସି ଅଞ୍ଚଳରେ ଇ-ଟିକେଟିଂ ବ୍ୟବସ୍ଥା ଲାଗୁ ହେବ। ଏହି ବ୍ୟବସ୍ଥାରେ ବିଏମ୍‍ସି ପାର୍କିଂସ୍ଥଳୀରେ ରସିଦ୍‍ ବହି ବଦଳରେ ମେସିନ୍‍ ସାହାଯ୍ୟରେ ପାର୍କିଂ ଫି’ ଆଦାୟ କରାଯିବ। ଏହାଦ୍ୱାରା ସହରରେ ଚାଲିଥିବା ବେଆଇନ୍‍ ପାର୍କିଂ […]

ଭୁବନେଶ୍ୱର: ମନଇଚ୍ଛା ପାର୍କିଂ ଫି’ ଆଦାୟ ଉପରେ ରୋକ୍‍ ଲାଗିବ। ବିନା ଟେଣ୍ଡରରେ ଯେଉଁ ପାର୍କିଂସ୍ଥଳୀରୁ ଫି’ ଆଦାୟ କରାଯାଉଛି ତାହା ବନ୍ଦ ହେବ। ସବୁ ପାର୍କିଂସ୍ଥଳୀରେ ନିୟମ କଡ଼ାକଡ଼ି କରି ଲୋକଙ୍କୁ ପାର୍କିଂ ଜୁଲମ୍‍ରୁ ବିଏମ୍‍ସି ମୁକ୍ତି ଦେବ। ଏଥିପାଇଁ ଖୁବ୍‍ଶୀଘ୍ର ବିଏମ୍‍ସି ଅଞ୍ଚଳରେ ଇ-ଟିକେଟିଂ ବ୍ୟବସ୍ଥା ଲାଗୁ ହେବ। ଏହି ବ୍ୟବସ୍ଥାରେ ବିଏମ୍‍ସି ପାର୍କିଂସ୍ଥଳୀରେ ରସିଦ୍‍ ବହି ବଦଳରେ ମେସିନ୍‍ ସାହାଯ୍ୟରେ ପାର୍କିଂ ଫି’ ଆଦାୟ କରାଯିବ। ଏହାଦ୍ୱାରା ସହରରେ ଚାଲିଥିବା ବେଆଇନ୍‍ ପାର୍କିଂ ଫି’ ଆଦାୟରେ ରୋକ୍‍ ଲାଗିବ ବୋଲି ବିଏମ୍‍ସି ଆଶା ରଖିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବେଆଇନ୍‍ ପାର୍କିଂ ଫି’ ଆଦାୟକାରୀଙ୍କ ଜୁଲମ୍‍ ବଢ଼ିଯାଇଛି। ପ୍ରତିଦିନ ଗଦା ଗଦା ଅଭିଯୋଗ ଆସୁଛି। ବିଭିନ୍ନ ସ୍ଥାନରେ ବେଆଇନ୍‍ ଭାବେ କିଛି ଲୋକ ଜୋର୍‍ଜବରଦସ୍ତ ପାର୍କିଂ ଫି’ ଆଦାୟ କରୁଥିବାବେଳେ କିଛି ସ୍ଥାନରେ ନିର୍ଦ୍ଧାରିତ ଦର ଅପେକ୍ଷା ଅଧିକ ଟଙ୍କା ଦାବି କରାଯାଉଛି। ଯାହାଫଳରେ ଲୋକମାନେ ଠକାମୀର ଶିକାର ହେଉଛନ୍ତି। ସହରରେ ବର୍ତ୍ତମାନ ଦୁଇ ଚକିଆ ଯାନ ରହଣିର ପ୍ରଥମ ଦୁଇ ଘଣ୍ଟା ପାଇଁ ୫ ଟଙ୍କା ରହିଥିବାବେଳେ ୪ ଚକିଆ ଯାନ ପାଇଁ ୨୦ ଟଙ୍କା ଦର ରହିଛି। ହେଲେ ଦୁଇ ଚକିଆ ଯାନ ପାଇଁ ଅନେକ ସ୍ଥାନରେ ୫ ଟଙ୍କା ବଦଳରେ ଜୋର୍‍ଜବରଦସ୍ତ ୨୦ ଟଙ୍କା ଆଦାୟ କରାଯାଉଛି। ଏହାସହିତ ବିଏମ୍‍ସିର ରହିଥିବା ପାର୍କିଂସ୍ଥଳୀ ବ୍ୟତୀତ ଅନ୍ୟ ସ୍ଥାନକୁ ବିଏମ୍‍ସି ପାର୍କିଂସ୍ଥଳୀ ଦର୍ଶାଇ ମଧ୍ୟ ଲୋକଙ୍କଠାରୁ ଟଙ୍କା ଆଦାୟ କରାଯାଉଛି। ଏହି ସବୁ ବ୍ୟବସ୍ଥାରେ ରୋକ୍‍ ଲଗାଇବା ପାଇଁ ବିଏମ୍‍ସି ଏବେ ଅଣ୍ଟା ଭିଡ଼ିଛି। ଇ-ଟିକେଟିଂ ବ୍ୟବସ୍ଥା ଲାଗୁ କରି ସବୁ ଟେଣ୍ଡରଧାରୀଙ୍କୁ ବଏମ୍‍ସି ଦେବ ବୋଲି ଜଣାପଡ଼ିଛି। ଏହି ମେସିନ୍‍ ପାଇବା ପରେ ଆଉ ସାଧାରଣ ରସିଦ୍‍ ନ ଦେଇ କେବଳ ମେସିନ୍‍ରୁ ହିଁ ପାର୍କିଂ ଟିକଟ୍‍ ଦିଆଯିବ ଓ ନିର୍ଦ୍ଦିଷ୍ଟ ଅର୍ଥ ନିଆଯିବ। ଏହି ବ୍ୟବସ୍ଥା ଲାଗୁ ହେଲେ ବେଆଇନ୍‍ ଭାବେ ଯେଉଁ ସ୍ଥାନରେ ପାର୍କିଂ ଫି’ ଆଦାୟ ହେଉଛି, ତାହା ବନ୍ଦ ହେବ। ବର୍ତ୍ତମାନ ସ୍ମାର୍ଟ ଜନପଥରେ ଏହି ଇ-ଟିକେଟିଂ ବ୍ୟବସ୍ଥା ଲାଗୁ ହୋଇଛି। ଏଠାରେ କେବଳ ପିଓଏସ୍‍ ମେସିନ୍‍ ସାହାଯ୍ୟରେ ପାର୍କିଂ ଫି’ ଆଦାୟ ହେଉଛି। ଏହା ସତ୍ତ୍ବେ କେତେକ ସ୍ଥାନରେ ବେଆଇନ୍‍ ଭାବେ ଜାଲ୍‍ ରସିଦ୍‍ରେ ଫି’ ଆଦାୟ ହେଉଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବର୍ତ୍ତମାନ ବିଏମ୍‍ସିର କେତୋଟି ପାର୍କିଂସ୍ଥଳୀ ରହିଛି ଓ କେଉଁଠାରେ ବେଆଇନ୍‍ ପାର୍କିଂ ଫି’ ଆଦାୟ କରାଯାଉଛି, ସେନେଇ ବିଭାଗ କୌଣସି ସଚେତନତା କରୁନାହିଁ। ଯାହାଦ୍ୱାରା ବେଆଇନ୍‍ ଆଦାୟକାରୀମାନଙ୍କ ପ୍ରାଦୁର୍ଭାବ ବଢ଼ିଛି। ଗତ କିଛି ଦିନ ତଳେ ବିଏମ୍‍ସି ଅଞ୍ଚଳର ପାର୍କିଂସ୍ଥଳୀ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ବିଏମ୍‍ସି ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲା। ଏଥିରେ ହୋଇଥିବା ଆଲୋଚନା ଅନୁଯାୟୀ, ସବୁ ପାର୍କିଂସ୍ଥଳୀରେ ଏକ ସାଇନ୍‍ବୋର୍ଡ ଲଗାଇବା ବାଧ୍ୟତାମୂଳକ କରିବାକୁ ଯୋଜନା ହୋଇଥିଲା। ଏଥିରେ ଟେଣ୍ଡର ନମ୍ବର ସହିତ କେତେ ତାରିଖ ପର୍ଯ୍ୟନ୍ତ ଏହାର ଅବଧି ରହିଛି ତାହା ଉଲ୍ଲେଖ କରାଯିବ। ସେହିପରି ପାର୍କିଂସ୍ଥଳୀଟି କେଉଁଠାରୁ କେତେବାଟ ପର୍ଯ୍ୟନ୍ତ ରହିଛି ତାହା ମଧ୍ୟ ଏଠାରେ ଦର୍ଶାଯିବ। ଯିଏ ପାର୍କିଂସ୍ଥଳୀକୁ ବିଏମ୍‍ସିଠାରୁ ଟେଣ୍ଡର ନେଇଥିବେ ଏଠାରେ ତାଙ୍କ ନାମ ଉଲ୍ଲେଖ ରହିବା ସହିତ ତାଙ୍କ ମୋବାଇଲ୍‍ ନମ୍ବର ଓ ବିଏମ୍‍ସି ଦ୍ୱାରା ଧାର୍ଯ୍ୟ ହୋଇଥିବା ପାର୍କିଂ ଫି’ ମଧ୍ୟ ଏଠାରେ ରହିବ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର