ଅବଦୁଲ କାଲାମ ଦ୍ବୀପରୁ ଅତ୍ୟାଧୁନିକ ବାଲାଷ୍ଟିକ ମିସାଇଲ ’ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ

The Sakala Picture
Published On

ବାଲେଶ୍ବର: ନ୍ୟୁ ଜେନେରେସନ ବାଲାଷ୍ଟିକ ମିସାଇଲ ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ ହୋଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓଡିଶା ଉପକୂଳରେ ଥିବା ଅବଦୁଲ କଲାମ ଦ୍ୱୀପରୁ ସଫଳ ପରୀକ୍ଷଣ କରାଯାଇଛି । ରାତ୍ରୀକାଳୀନ ପରୀକ୍ଷା କରିଛି ଷ୍ଟାଟେଜିକ୍‌ ଫୋର୍ସ କମାଣ୍ଡ । ମଧ୍ୟମ ଦୂରଗାମୀ ଅଗ୍ନୀ ପ୍ରାଇମ୍‌ କ୍ଷେପଣାସ୍ତ୍ର ସ୍ଥିରିକୃତ ବେଗ, ଦୀଗ ଓ ଲକ୍ଷ୍ୟ ସ୍ଥଳକୁ ସଠିକ୍‌ ଭାବେ ଟାର୍ଗେଟ କରିପାରିଥିବା ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି । ଏହି […]

ବାଲେଶ୍ବର: ନ୍ୟୁ ଜେନେରେସନ ବାଲାଷ୍ଟିକ ମିସାଇଲ ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ ହୋଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓଡିଶା ଉପକୂଳରେ ଥିବା ଅବଦୁଲ କଲାମ ଦ୍ୱୀପରୁ ସଫଳ ପରୀକ୍ଷଣ କରାଯାଇଛି । ରାତ୍ରୀକାଳୀନ ପରୀକ୍ଷା କରିଛି ଷ୍ଟାଟେଜିକ୍‌ ଫୋର୍ସ କମାଣ୍ଡ । ମଧ୍ୟମ ଦୂରଗାମୀ ଅଗ୍ନୀ ପ୍ରାଇମ୍‌ କ୍ଷେପଣାସ୍ତ୍ର ସ୍ଥିରିକୃତ ବେଗ, ଦୀଗ ଓ ଲକ୍ଷ୍ୟ ସ୍ଥଳକୁ ସଠିକ୍‌ ଭାବେ ଟାର୍ଗେଟ କରିପାରିଥିବା ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ରାତିରେ ଆନ୍ଧ୍ର-ଓଡ଼ିଶା ଉପକୂଳ ଅତିକ୍ରମ କରିବ ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

ଏହି ପରୀକ୍ଷା ପରେ ସେନାରେ ଅଗ୍ନୀ ପ୍ରାଇମ୍‌ ମିସାଇଲକୁ ବ୍ୟବହାର ପାଇଁ ଅନୁମୋଦନ କରାଯିବ । ଅଗ୍ନୀ ପ୍ରାଇମ୍‌ର ଲକ୍ଷ୍ୟଭେଦ କ୍ଷମତା ୨ ହଜାର କିଲୋମିଟର । ଏଥିରେ ୩୦୦୦ କେଜି ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ୩ ଥର ଟ୍ରାଏଲ ପରେ ପରୀକ୍ଷଣ ସଫଳ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି । ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଆଗାମୀ ଦିନରେ ଏହା ସହାୟକ ହେବା ସହିତ ସେନାକୁ ଆହୁରି ଶକ୍ତିଶାଳୀ କରିବାରେ ସହାୟକ ହେବ ।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଲଘୁଚାପ ଜନିତ ଲଗାଣ ବର୍ଷା: ଜାତୀୟ ରାଜପଥରେ ଉଛୁଳୁଛି ପାଣି, ଯୋଗାଯୋଗ ବିଚ୍ଛିନ୍ନ

ଅଗ୍ନି ପ୍ରାଇମ୍‌ ମିସାଇଲର ସଫଳ ପରୀକ୍ଷଣ ପରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ିଆରଡ଼ିଓର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ସାପୁଆ ନଦୀରେ ବନ୍ୟା: ଆଠଗଡ଼ର କନ୍ତୋଲ ଅଞ୍ଚଳ ଜଳମଗ୍ନ, ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଯାତାୟାତ ଠପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର