ସଚେତନା ସୃଷ୍ଟିରେ ଉଦାହରଣ ସାଜିଛନ୍ତି ବଲ୍ଲଭି

The Sakala Picture
Published On

ସୁନ୍ଦରଗଡ: କରୋନାର ପ୍ରଥମ ଲହରରେ ନିଜ ଗାଁକୁ କରୋନାମୁକ୍ତ ରଖିବାକୁ ସଙ୍କଳ୍ପ ନେଇଥିଲେ ଆଉ ଏବେ ସେହି କାମକୁ ଦୋହରାଉଛନ୍ତି ଅଙ୍ଗନବାଡି ଦିଦି ବଲ୍ଲଭି | ପୂରା ପରିଚୟ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ କେପସେ ଗାଁର ବଲ୍ଲଭି ନାଏକ। କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଥବା ନିଜ ଗାଁକୁ ଏହି ଟ୍ୟାଗରୁ ମୁକୁଳାଇବା ପାଇଁ ସେ ଦିନ ରାତି ଏକ କରି ଦେଇଛନ୍ତି। ଗାଁର କିଛି ସଂକୀର୍ତ୍ତନ କଳାକାର ଅନ୍ୟ ଗାଁକୁ କି ର୍ନ କରିବାକୁ […]

ସୁନ୍ଦରଗଡ: କରୋନାର ପ୍ରଥମ ଲହରରେ ନିଜ ଗାଁକୁ କରୋନାମୁକ୍ତ ରଖିବାକୁ ସଙ୍କଳ୍ପ ନେଇଥିଲେ ଆଉ ଏବେ ସେହି କାମକୁ ଦୋହରାଉଛନ୍ତି ଅଙ୍ଗନବାଡି ଦିଦି ବଲ୍ଲଭି | ପୂରା ପରିଚୟ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ କେପସେ ଗାଁର ବଲ୍ଲଭି ନାଏକ। କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଥବା ନିଜ ଗାଁକୁ ଏହି ଟ୍ୟାଗରୁ ମୁକୁଳାଇବା ପାଇଁ ସେ ଦିନ ରାତି ଏକ କରି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ଗାଁର କିଛି ସଂକୀର୍ତ୍ତନ କଳାକାର ଅନ୍ୟ ଗାଁକୁ କି ର୍ନ କରିବାକୁ ଯାଇଥିବା ବେଳେ କରୋନା ନେଇ ଗାଁକୁ ଫେରିଥିଲେ। ଗୋଟିଏ ପରେ ଗୋଟିଏ ଲୋକଙ୍କୁ କରୋନା ବ୍ୟାପିବାରୁ ଗାଁକୁକଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଗଲା। ଏସବୁ ପରେ ବି ହାରିଲେନି ଅଙ୍ଗନବାଡି ଦିଦି। ଲୋକଙ୍କୁ ସଚେତନ କରି ଘରୋଇ ସଙ୍ଗରୋଧ ଲୋକଙ୍କୁ ବୁଝାଇ ନିଜ ଗାଁକୁ ପୁଣି କରୋନାମୁକ୍ତ କରିବାରେ ସଫଳ ହେଲେ । ଏବେ କେହି ସକ୍ରିୟ ନାହାନ୍ତି। ଆଗାମୀ ଦିନରେ କରୋନାକୁ ଆଉ ଗାଁକୁ ପଶିବାକୁ ଦେବେ ନାହିଁ ବୋଲି ସେ କହନ୍ତି।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

୫୧୪ ଜନ ସଂଖ୍ୟା ବିଶିଷ୍ଟ କେପସେ ଗାଁରେ ସର୍ବାଧିକ ୨୪୪ ଜଣ ପଛୁଆ ବର୍ଗ ରହିଥିବା ବେଳେ ୨୧୯ ଜଣ ଅନୁସୂଚିତ ଜନ ଜାତି ଓ ୫୧ ଜଣ ଅନୁସୂଚିତ ଜାତି ବର୍ଗର ଲୋକ ରହନ୍ତି। ଏମାନେ କିପରି କରୋନା ବିଷୟରେ ସଚେତନ ହେବେ ସେଥିପାଇଁ ୫୮ ବର୍ଷିୟା ଅଙ୍ଗନବାଡି ଦିଦି ବଲ୍ଲଭି ଜନ ସଚେତନତା ସୃଷ୍ଟି ପାଇଁ ଲାଗି ପଡ଼ିଛନ୍ତି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦିରେ ଅଙ୍ଗବାଡି କେନ୍ଦ୍ର ବନ୍ଦ ରହିଥିଲେ ହେଁ ପିଲାମାନେ କିପରି ଘରେ ସୁରକ୍ଷିତ ଭାବେ ରହିବେ ସେଥିପାଇଁ ସେ ନିଜ ଖର୍ଚ୍ଚରେ ସାବୁନ ଓ ସାନିଟାଇଜର ଯୋଗାଇ ଦେଉଛନ୍ତି। ମା’ ମାନଙ୍କୁ ହାତ ଧୋଇବାର ପ୍ରଣାଳୀ ଶିଖାଉଛନ୍ତି। ତାଙ୍କ ସହକର୍ମୀ ଓ ଆଶା କର୍ମୀଙ୍କ ସହ ଘର ଘର ବୁଲି ଘରେ ସୁରକ୍ଷିତ ରହିବା, ନିହାତି ଆବଶ୍ୟକ ସ୍ଥଳେ ଘରୁ ବାହାରିବା, ମାସ୍କ ବ୍ୟବହାର କରିବା, ନିୟମିତ ଭାବେ ସାବୁନରେ ହାତ ଧୋଇବା,ଖୋଲା ପଡ଼ିଆରେ ମଳତ୍ୟାଗ ନ କରିବା, ତାଲାବନ୍ଦ ନିୟମକୁ ପାଳନ କରିବା ଆଦି ସମ୍ପର୍କରେ ଲୋକଙ୍କୁ ଘରେ ଘରେ ଯାଇ ବୁଝାଉଛନ୍ତି। ଗାଁରେ ବୁଲି ବୁଲି କରୋନା ସଚେଚନତା ଗୀତ ଗାଉଛନ୍ତି। ଡାକବାଜି ଯନ୍ତ୍ରରେ କୋଭିଡ ନିୟମ ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରାଉଛନ୍ତି। ବିଭିନ୍ନ ସଚେତନତା ଧର୍ମୀ ପ୍ଲା କାର୍ଡ ଧରି ସଚେତନତା ସୃଷ୍ଟିରେ ଲାଗି ପଡ଼ିଛନ୍ତି। ଖାଲି ଯେ ନିଜ ଗ୍ରାମବାସୀଙ୍କୁ ନୁହେଁ, ତାଙ୍କ ସଚେତନତା କାର୍ଯ୍ୟକ୍ରମର ଭିଡିଓ ରେକର୍ଡିଂ କରି ଜନ ସଚେତନତା ସକାଶେ ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ ବି କରୁଛନ୍ତି ।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

ଏତଦବ୍ୟତୀତ, ଅଙ୍ଗବାଡି ଦିଦି ବଲ୍ଲଭି ବାହାର ଅଞ୍ଚଳରୁ ଘରକୁ ଫେରୁଥିବା ଗ୍ରାମବାସୀଙ୍କ ଉପରେ ତୀକ୍ଷଣ ନିଜର ରଖ୍ ପ୍ରଶାସନକୁ ଜଣାଉଛନ୍ତି। ସମ୍ପ୍ରତି ପଲସ ଅକ୍ସିମିଟରରେ ଗ୍ରାମବାସୀଙ୍କ ଅମ୍ଳଜାନ ସ୍ତର ଓ ଇନଫ୍ରା ଥର୍ମୋମିଟରରେ ତାପମାତ୍ର ରେକର୍ଡ କରୁଛନ୍ତି। ସମସ୍ତଙ୍କୁ କରୋନା ପରୀକ୍ଷା କରାଇବାକୁ ପ୍ରବ ରାଉଛନ୍ତି । ବାସ୍ତବିକ କରୋନା ସଚେଚନତା ଦିଗରେ ଅଙ୍ଗନବାଡି ଦିଦି ବଲ୍ଲଭିଙ୍କ ନିଷ୍ଠାପର ଉଦ୍ୟମ ମୁଖ୍ୟମନ୍ତ୍ରୀଙ୍କ କରୋନା ଲଢେଇରେ ଅନୁକରଣୀୟ।

03 Jun 2021 By The Sakala

ସଚେତନା ସୃଷ୍ଟିରେ ଉଦାହରଣ ସାଜିଛନ୍ତି ବଲ୍ଲଭି

ସୁନ୍ଦରଗଡ: କରୋନାର ପ୍ରଥମ ଲହରରେ ନିଜ ଗାଁକୁ କରୋନାମୁକ୍ତ ରଖିବାକୁ ସଙ୍କଳ୍ପ ନେଇଥିଲେ ଆଉ ଏବେ ସେହି କାମକୁ ଦୋହରାଉଛନ୍ତି ଅଙ୍ଗନବାଡି ଦିଦି ବଲ୍ଲଭି | ପୂରା ପରିଚୟ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ କେପସେ ଗାଁର ବଲ୍ଲଭି ନାଏକ। କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଥବା ନିଜ ଗାଁକୁ ଏହି ଟ୍ୟାଗରୁ ମୁକୁଳାଇବା ପାଇଁ ସେ ଦିନ ରାତି ଏକ କରି ଦେଇଛନ୍ତି।

ଗାଁର କିଛି ସଂକୀର୍ତ୍ତନ କଳାକାର ଅନ୍ୟ ଗାଁକୁ କି ର୍ନ କରିବାକୁ ଯାଇଥିବା ବେଳେ କରୋନା ନେଇ ଗାଁକୁ ଫେରିଥିଲେ। ଗୋଟିଏ ପରେ ଗୋଟିଏ ଲୋକଙ୍କୁ କରୋନା ବ୍ୟାପିବାରୁ ଗାଁକୁକଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଗଲା। ଏସବୁ ପରେ ବି ହାରିଲେନି ଅଙ୍ଗନବାଡି ଦିଦି। ଲୋକଙ୍କୁ ସଚେତନ କରି ଘରୋଇ ସଙ୍ଗରୋଧ ଲୋକଙ୍କୁ ବୁଝାଇ ନିଜ ଗାଁକୁ ପୁଣି କରୋନାମୁକ୍ତ କରିବାରେ ସଫଳ ହେଲେ । ଏବେ କେହି ସକ୍ରିୟ ନାହାନ୍ତି। ଆଗାମୀ ଦିନରେ କରୋନାକୁ ଆଉ ଗାଁକୁ ପଶିବାକୁ ଦେବେ ନାହିଁ ବୋଲି ସେ କହନ୍ତି।

୫୧୪ ଜନ ସଂଖ୍ୟା ବିଶିଷ୍ଟ କେପସେ ଗାଁରେ ସର୍ବାଧିକ ୨୪୪ ଜଣ ପଛୁଆ ବର୍ଗ ରହିଥିବା ବେଳେ ୨୧୯ ଜଣ ଅନୁସୂଚିତ ଜନ ଜାତି ଓ ୫୧ ଜଣ ଅନୁସୂଚିତ ଜାତି ବର୍ଗର ଲୋକ ରହନ୍ତି। ଏମାନେ କିପରି କରୋନା ବିଷୟରେ ସଚେତନ ହେବେ ସେଥିପାଇଁ ୫୮ ବର୍ଷିୟା ଅଙ୍ଗନବାଡି ଦିଦି ବଲ୍ଲଭି ଜନ ସଚେତନତା ସୃଷ୍ଟି ପାଇଁ ଲାଗି ପଡ଼ିଛନ୍ତି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦିରେ ଅଙ୍ଗବାଡି କେନ୍ଦ୍ର ବନ୍ଦ ରହିଥିଲେ ହେଁ ପିଲାମାନେ କିପରି ଘରେ ସୁରକ୍ଷିତ ଭାବେ ରହିବେ ସେଥିପାଇଁ ସେ ନିଜ ଖର୍ଚ୍ଚରେ ସାବୁନ ଓ ସାନିଟାଇଜର ଯୋଗାଇ ଦେଉଛନ୍ତି। ମା’ ମାନଙ୍କୁ ହାତ ଧୋଇବାର ପ୍ରଣାଳୀ ଶିଖାଉଛନ୍ତି। ତାଙ୍କ ସହକର୍ମୀ ଓ ଆଶା କର୍ମୀଙ୍କ ସହ ଘର ଘର ବୁଲି ଘରେ ସୁରକ୍ଷିତ ରହିବା, ନିହାତି ଆବଶ୍ୟକ ସ୍ଥଳେ ଘରୁ ବାହାରିବା, ମାସ୍କ ବ୍ୟବହାର କରିବା, ନିୟମିତ ଭାବେ ସାବୁନରେ ହାତ ଧୋଇବା,ଖୋଲା ପଡ଼ିଆରେ ମଳତ୍ୟାଗ ନ କରିବା, ତାଲାବନ୍ଦ ନିୟମକୁ ପାଳନ କରିବା ଆଦି ସମ୍ପର୍କରେ ଲୋକଙ୍କୁ ଘରେ ଘରେ ଯାଇ ବୁଝାଉଛନ୍ତି। ଗାଁରେ ବୁଲି ବୁଲି କରୋନା ସଚେଚନତା ଗୀତ ଗାଉଛନ୍ତି। ଡାକବାଜି ଯନ୍ତ୍ରରେ କୋଭିଡ ନିୟମ ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରାଉଛନ୍ତି। ବିଭିନ୍ନ ସଚେତନତା ଧର୍ମୀ ପ୍ଲା କାର୍ଡ ଧରି ସଚେତନତା ସୃଷ୍ଟିରେ ଲାଗି ପଡ଼ିଛନ୍ତି। ଖାଲି ଯେ ନିଜ ଗ୍ରାମବାସୀଙ୍କୁ ନୁହେଁ, ତାଙ୍କ ସଚେତନତା କାର୍ଯ୍ୟକ୍ରମର ଭିଡିଓ ରେକର୍ଡିଂ କରି ଜନ ସଚେତନତା ସକାଶେ ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ ବି କରୁଛନ୍ତି ।

ଏତଦବ୍ୟତୀତ, ଅଙ୍ଗବାଡି ଦିଦି ବଲ୍ଲଭି ବାହାର ଅଞ୍ଚଳରୁ ଘରକୁ ଫେରୁଥିବା ଗ୍ରାମବାସୀଙ୍କ ଉପରେ ତୀକ୍ଷଣ ନିଜର ରଖ୍ ପ୍ରଶାସନକୁ ଜଣାଉଛନ୍ତି। ସମ୍ପ୍ରତି ପଲସ ଅକ୍ସିମିଟରରେ ଗ୍ରାମବାସୀଙ୍କ ଅମ୍ଳଜାନ ସ୍ତର ଓ ଇନଫ୍ରା ଥର୍ମୋମିଟରରେ ତାପମାତ୍ର ରେକର୍ଡ କରୁଛନ୍ତି। ସମସ୍ତଙ୍କୁ କରୋନା ପରୀକ୍ଷା କରାଇବାକୁ ପ୍ରବ ରାଉଛନ୍ତି । ବାସ୍ତବିକ କରୋନା ସଚେଚନତା ଦିଗରେ ଅଙ୍ଗନବାଡି ଦିଦି ବଲ୍ଲଭିଙ୍କ ନିଷ୍ଠାପର ଉଦ୍ୟମ ମୁଖ୍ୟମନ୍ତ୍ରୀଙ୍କ କରୋନା ଲଢେଇରେ ଅନୁକରଣୀୟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର