ବଜାରରେ ଟମାଟୋ ୧୦୦କୁ ଚିକେନ ୩୦୦; ଅହେତୁକ ଦରବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି

The Sakala Picture
Published On

ବାଲେଶ୍ଵର: ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । କିଛି ଦିନ ପୂର୍ବରୁ ଲେମ୍ବୁ ଦର ହଠାତ୍ ବୃଦ୍ଧି ପାଇବା ପରେ ଏବେ ଟମାଟୋ ଦର ଶତକ ଛୁଇଁବା ସାଧାରଣ ପରିବାର ପାଇଁ ମହା ସମସ୍ୟା ଭାବେ ଉଭା ହୋଇଛି । ଓଡ଼ିଆ ପରିବାରଙ୍କ ସୁଖଦୁଃଖର ସାଥୀ ଭାବେ ଟାମାଟୋର ଗୁରୁତ୍ୱ ଅଧିକ । ପରିବା ଦର ବୃଦ୍ଧି ପାଇଲେ ବି ଟମାଟୋ ଓ ଆଳୁକୁ ନେଇ ସାଧାରଣ […]

ବାଲେଶ୍ଵର: ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । କିଛି ଦିନ ପୂର୍ବରୁ ଲେମ୍ବୁ ଦର ହଠାତ୍ ବୃଦ୍ଧି ପାଇବା ପରେ ଏବେ ଟମାଟୋ ଦର ଶତକ ଛୁଇଁବା ସାଧାରଣ ପରିବାର ପାଇଁ ମହା ସମସ୍ୟା ଭାବେ ଉଭା ହୋଇଛି । ଓଡ଼ିଆ ପରିବାରଙ୍କ ସୁଖଦୁଃଖର ସାଥୀ ଭାବେ ଟାମାଟୋର ଗୁରୁତ୍ୱ ଅଧିକ । ପରିବା ଦର ବୃଦ୍ଧି ପାଇଲେ ବି ଟମାଟୋ ଓ ଆଳୁକୁ ନେଇ ସାଧାରଣ ଲୋକେ କୌଣସିମତେ ଚଳି ଯାଉଥିଲା ବେଳେ ଏବେ ଟମାଟୋର ଆଶାତୀତ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଥିବା ସାଧାରଣରେ ମତପ୍ରକାଶ କରିଛନ୍ତି । ଗୋଟିଏ ସପ୍ତାହ ପୂର୍ବରୁ ଟମାଟୋ କେଜି ପିଛା ୭୦ ରୁ ୮୦ ଟଙ୍କାରେ ଏବେ ଏହା ୧୦୦ ଟପିଥିବା ଜଣାପଡିଛି । ସାଧାରଣତଃ ଗ୍ରୀଷ୍ମ ଋତୁରେ ଓଡିଶାରେ ଟମାଟୋ ଚାଷ ହେଉନଥିବା ବେଳେ ପଡୋଶୀ ପଶ୍ଚିମବଙ୍ଗ ଏବଂ ବାଙ୍ଗାଲୁରୁ ବଜାର ଉପରେ ନିର୍ଭଶଶୀଳ ସ୍ଥାନୀୟ ବଜାରରେ ଏହାର ପ୍ରଭାବ ପଡିଥିବା ବାଲେଶ୍ୱରର ବ୍ୟବସାୟୀ କହିଛନ୍ତିି ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ପ୍ରତିକୂଳ ପାଗ ଯୋଗୁଁ କର୍ଣ୍ଣାଟକ ରାଜ୍ୟରେ ଆଶାନୁରୁପ ଟମାଟୋ ଚାଷ ହୋଇନଥିବା ବେଳେ ବାଙ୍ଗାଲୁରୁ ବଜାରରେ ଟମାଟୋର ଦର ଚଢା ରହିଛି । ସେହିପରି ପଶ୍ଚିମବଙ୍ଗର ଜୟନଗର ଓ ବିହାରରରେ କେତେକ ସ୍ଥାନରୁ ବାଲେଶ୍ୱରକୁ ଟମାଟୋ ଆସୁଥିଲେ ବି କମ୍ ଉତ୍ପାଦନ ହେତୁ ଦିନକୁ ଦିନ ଦର ବୃଦ୍ଧି ହେଉଥିବା ବ୍ୟବସାୟୀମାନେ ଯୁକ୍ତି ଦର୍ଶାଇଛନ୍ତି । ବଜାରରେ ଅନ୍ୟ ପନିପରିବା ଦର କମି ଯାଇଥିଲେ ବି ଟମାଟୋ ଦର ବେଶ ବଢିଥିବା କାରଣରୁ ବିକ୍ର ମଧ୍ୟ କମିଥିବା ସେମାନେ କହିଛନ୍ତି । ଆସନ୍ତା ମାସେ ମଧ୍ୟରେ ଉତ୍ପାଦନ ବଢିବା କ୍ଷଣି ବଜାରକୁ କମ ଦାମରେ ଟମାଟୋ ପହଂଚିବ ବୋଲି ବ୍ୟବସାୟୀମାନେ ଆଶାପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଅନ୍ୟପକ୍ଷରେ ଆମିଷ ଖାଦ୍ୟ ରୁଚି ରଖୁଥିବା ପରିବାରଙ୍କ ପାଇଁ ହଠାତ୍ ଚିକେନ ଦରବୃଦ୍ଦି ବେଶ ଚିନ୍ତାର କାରଣ ହୋଇଛି । ମାସେ ପୂର୍ବରୁ ଚିକେନ କେଜି ପ୍ରତି ୨୦୦ରୁ ୨୨୦ ଟଙ୍କା ଥିବା ବେଳେ ସମ୍ପ୍ରତି ଏହା ୩୦୦ରେ ପହଂଚିଛି । ତେବେ ଚିକେନ ଦରବୃଦ୍ଧି ବି ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ଦାୟୀ କରିଛିନ୍ତି କିଛି ବ୍ୟବସାୟୀ । ଗ୍ରୀଷ୍ଣ ଋତୁରେ କୁକୁଡାଙ୍କ ମୃତ୍ୟୁହାର ଯଥେଷ୍ଟ ଅଧିକ ଥିବାରୁ ସେହି ଅନୁସାରେ ଉତ୍ପାଦନ କମିଛି । ଏହା ସହିତ କୁକୁଡା ଦାନା ବ୍ୟାଗ୍ ପିଛା ପ୍ରାୟ ୬୫୦ଟଙ୍କା ବଢିଯାଇଛି । କୁକୁଡା ଚିଆଁ ପିଛା ଦର ମଧ୍ୟ ୨୨ଟଙ୍କାରେ ପହଂଚିଛି । ଫଳରେ ଚାଷୀ କୁକୁଡା ଚାଷ ଉପରୁ ମୁହଁ ଫେରାଉଛନ୍ତି । ଚାଷୀଙ୍କ ଠାରୁ ଉଚ୍ଚ ଦରରେ କୁକୁଡା କିଣିବା ସହିତ ତେଳ ଦର ବୃଦ୍ଧି ଅନୁସାରେ ବଢା ଗାଡି ଭଡା ଖର୍ଚ୍ଚ ପରେ ବଜାରକୁ ପହଂଚିବା ବେଳକୁ କୁକୁଡା ଦର ବୃଦ୍ଧି ହେଉଛି ବୋଲି ବାଲେଶ୍ୱର ସହରର ନୂଆବଜାର ସ୍ଥିତ ପପୁଲାର ଚିକେନ ସେଂଟରର ମାଲିକ ହରିଚନ୍ଦନ ତିୱାରୀ କହିଛନ୍ତି । ଆଗାମୀ ଦିନରେ ଏହି ଦରରେ ଆହୁରି ବୃଦ୍ଧି ଦେଖା ଯାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର