ଶବକୁ ମିଳିଲାନି ସମ୍ମାନ: ଶୁଣିଲେନି କର୍ତ୍ତୃପକ୍ଷ, ଶେଷରେ ସ୍ତ୍ରୀର ଶବକୁ ଟଲିରେ ବୋହି ଆଣିଲା ସ୍ୱାମୀ

The Sakala Picture
Published On

ଜଳେଶ୍ବର: ମହାପ୍ରୟାଣ ଗାଡି ନମିଳିବାରୁ ବାଧ୍ୟ ହୋଇ ଟ୍ରଲି ରିକ୍ସାରେ ନିଜ ପତ୍ନୀର ଶବକୁ ବୋହିଲେ ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଆରୁହା ପଂଚାୟତ ଶାଳିକୋଠା ଗ୍ରାମରେ। ସୂଚନା ଅନୁଯାୟୀ, ଶାଳିକୋଠା ଗ୍ରାମର ପୂର୍ଣ୍ଣ ସିଂଙ୍କ ସ୍ତ୍ରୀ ବାସନ୍ତୀ ସିଂ ଗତ ଦୁଇ ଦିନ ପୂର୍ବରୁ ନିଖୋଜ ହୋଇଥିବା ବେଳେ ଗତକାଲି ଅପରାହ୍ନରେ ଜଳେଶ୍ବର – ପଶ୍ଚିମବାର୍ଡ ରାସ୍ତା ଚକର୍ଜୁନି ପାର୍ଶ୍ବରେ ଥିବା ନାଳରେ ତାଙ୍କ […]

ଜଳେଶ୍ବର: ମହାପ୍ରୟାଣ ଗାଡି ନମିଳିବାରୁ ବାଧ୍ୟ ହୋଇ ଟ୍ରଲି ରିକ୍ସାରେ ନିଜ ପତ୍ନୀର ଶବକୁ ବୋହିଲେ ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଆରୁହା ପଂଚାୟତ ଶାଳିକୋଠା ଗ୍ରାମରେ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ସୂଚନା ଅନୁଯାୟୀ, ଶାଳିକୋଠା ଗ୍ରାମର ପୂର୍ଣ୍ଣ ସିଂଙ୍କ ସ୍ତ୍ରୀ ବାସନ୍ତୀ ସିଂ ଗତ ଦୁଇ ଦିନ ପୂର୍ବରୁ ନିଖୋଜ ହୋଇଥିବା ବେଳେ ଗତକାଲି ଅପରାହ୍ନରେ ଜଳେଶ୍ବର – ପଶ୍ଚିମବାର୍ଡ ରାସ୍ତା ଚକର୍ଜୁନି ପାର୍ଶ୍ବରେ ଥିବା ନାଳରେ ତାଙ୍କ ମୃତଦେହ ଭାସୁ ଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବରା ପାଇ ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କର ମୃତଦେହ ଉଦ୍ଧାର କରିଥିଲେ। ତେବେ ମୃତ ମହିଳାଙ୍କ ସ୍ବାମୀ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଶବ ବ୍ୟବଛେଦ କରିବା ନିମନ୍ତେ ଜଳେଶ୍ବର ହସପିଟାଲକୁ ନେବା ପାଇଁ କୌଣସି ଘରୋଇ ଗାଡିର ବ୍ୟବସ୍ଥା କରି ପାରି ନ ଥିଲେ। ସରକାରୀ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡିକୁ ଯୋଗାଯୋଗ କରିଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଣ୍ଣପାତ କରି ନ ଥିଲେ। ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ରାତି ୯ ଟାରେ ଟ୍ରଲି ରିକ୍ସାରେ ନିଜ ସ୍ତ୍ରୀର ଶବକୁ ଟାଲିରେ ବୋହି ହସପିଟାଲକୁ ନେଇ ଆସିଥିଲେ। ଆଜି ପୋଷ୍ଟମଟମ ହେଲା ପରେ ସ୍ବାମୀ ପାଖରେ ଶବ ଦାହ କରିବା ପାଇଁ ପଇସା ନ ଥିବା ହେତୁ ଅନ୍ୟତ୍ର ପୋତି ଦିଆ ଯାଇଛି।ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

01 Aug 2021 By The Sakala

ଶବକୁ ମିଳିଲାନି ସମ୍ମାନ: ଶୁଣିଲେନି କର୍ତ୍ତୃପକ୍ଷ, ଶେଷରେ ସ୍ତ୍ରୀର ଶବକୁ ଟଲିରେ ବୋହି ଆଣିଲା ସ୍ୱାମୀ

ଜଳେଶ୍ବର: ମହାପ୍ରୟାଣ ଗାଡି ନମିଳିବାରୁ ବାଧ୍ୟ ହୋଇ ଟ୍ରଲି ରିକ୍ସାରେ ନିଜ ପତ୍ନୀର ଶବକୁ ବୋହିଲେ ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଆରୁହା ପଂଚାୟତ ଶାଳିକୋଠା ଗ୍ରାମରେ।

ସୂଚନା ଅନୁଯାୟୀ, ଶାଳିକୋଠା ଗ୍ରାମର ପୂର୍ଣ୍ଣ ସିଂଙ୍କ ସ୍ତ୍ରୀ ବାସନ୍ତୀ ସିଂ ଗତ ଦୁଇ ଦିନ ପୂର୍ବରୁ ନିଖୋଜ ହୋଇଥିବା ବେଳେ ଗତକାଲି ଅପରାହ୍ନରେ ଜଳେଶ୍ବର – ପଶ୍ଚିମବାର୍ଡ ରାସ୍ତା ଚକର୍ଜୁନି ପାର୍ଶ୍ବରେ ଥିବା ନାଳରେ ତାଙ୍କ ମୃତଦେହ ଭାସୁ ଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବରା ପାଇ ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କର ମୃତଦେହ ଉଦ୍ଧାର କରିଥିଲେ। ତେବେ ମୃତ ମହିଳାଙ୍କ ସ୍ବାମୀ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଶବ ବ୍ୟବଛେଦ କରିବା ନିମନ୍ତେ ଜଳେଶ୍ବର ହସପିଟାଲକୁ ନେବା ପାଇଁ କୌଣସି ଘରୋଇ ଗାଡିର ବ୍ୟବସ୍ଥା କରି ପାରି ନ ଥିଲେ। ସରକାରୀ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡିକୁ ଯୋଗାଯୋଗ କରିଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଣ୍ଣପାତ କରି ନ ଥିଲେ। ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ରାତି ୯ ଟାରେ ଟ୍ରଲି ରିକ୍ସାରେ ନିଜ ସ୍ତ୍ରୀର ଶବକୁ ଟାଲିରେ ବୋହି ହସପିଟାଲକୁ ନେଇ ଆସିଥିଲେ। ଆଜି ପୋଷ୍ଟମଟମ ହେଲା ପରେ ସ୍ବାମୀ ପାଖରେ ଶବ ଦାହ କରିବା ପାଇଁ ପଇସା ନ ଥିବା ହେତୁ ଅନ୍ୟତ୍ର ପୋତି ଦିଆ ଯାଇଛି।ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର