ଚାନ୍ଦିପୁରରେ ‘ପ୍ରହାର’ ମିସାଇଲର ସଫଳ ପରୀକ୍ଷଣ

The Sakala Picture
Published On

ବାଲେଶ୍ଵର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ମଙ୍ଗଳବାର ଦିନ ଭୂ-ପୃଷ୍ଠରୁ ପୂ-ପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟାଟିକ୍‌ ବାଲେଷ୍ଟିକ ମିସାଇଲ ‘ପ୍ରହାର’ ମିସାଇଲ୍ ଅପରାହ୍ନ ୩ ଘଟିକା ୯ ମିନିଟରେ ସଫଳ ପରୀକ୍ଷଣ ହୋଇଯାଇଛି। ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷା କରିବା ପାଇଁ ଡିଆରଡିଓର ବରିଷ୍ଠ ବୈଜ୍ଞାନିକମାନେ ଲଞ୍ଚପ୍ୟାଡରେ ଉପସ୍ଥିତ ରହିଥିଲେ। ସୁରକ୍ଷା ଦୃଷ୍ଟିରୁ ଲଞ୍ଚପ୍ୟାଡରୁ ୭ କିଲୋମିଟର ପର୍ଯ୍ଯନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ଯିବାକୁ ବାରଣ କରାଯାଇଥିବା ବେଳେ ୩ ନଂ […]

ବାଲେଶ୍ଵର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ମଙ୍ଗଳବାର ଦିନ ଭୂ-ପୃଷ୍ଠରୁ ପୂ-ପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟାଟିକ୍‌ ବାଲେଷ୍ଟିକ ମିସାଇଲ ‘ପ୍ରହାର’ ମିସାଇଲ୍ ଅପରାହ୍ନ ୩ ଘଟିକା ୯ ମିନିଟରେ ସଫଳ ପରୀକ୍ଷଣ ହୋଇଯାଇଛି। ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷା କରିବା ପାଇଁ ଡିଆରଡିଓର ବରିଷ୍ଠ ବୈଜ୍ଞାନିକମାନେ ଲଞ୍ଚପ୍ୟାଡରେ ଉପସ୍ଥିତ ରହିଥିଲେ। ସୁରକ୍ଷା ଦୃଷ୍ଟିରୁ ଲଞ୍ଚପ୍ୟାଡରୁ ୭ କିଲୋମିଟର ପର୍ଯ୍ଯନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ଯିବାକୁ ବାରଣ କରାଯାଇଥିବା ବେଳେ ୩ ନଂ ଲଞ୍ଚପ୍ୟାଡର ଅଢେଇ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ବିଭିନ୍ନ ଗାଁ ଯଥା ଗୁଡୁପାହି, କୁସୁମୁଳିପାହି, ଭୀମପୁରପାହି, ସାହାଦାନଗରପାହିର ୬ ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଶିବିର ଯଥା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍ଲୁଲକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ତେବେ ‘ପ୍ରହାର’ କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ ୨୦୧୧ ମସିହା ଜୁଲାଇ ୨୧ ତାରିଖ ଏବଂ ଦ୍ବିତୀୟ ଥର ପାଇଁ ୨୦୧୮ ମସିହା ସେପ୍ଟେମ୍ବର ୨୦ ତାରିଖରେ ପରୀକ୍ଷା କରାଯାଇଥିଲା। ଉଭୟ ପରୀକ୍ଷା ସଫଳ ହୋଇଥିବାବେଳେ ଏହା ଟାର୍ଗେଟ୍‌କୁ ୧୦ ମିଟର ଦୂରତା ମଧ୍ୟରେ ହିଟ୍‌ କରିବାରେ ସକ୍ଷମ ହୋଇଥିଲା। ‘ପ୍ରହାର’ ମିସାଇଲର ଲମ୍ବ ୭.୩୨ ମିଟର ଥିବାବେଳେ, ଓଜନ ୧୨୮୦ କିଲୋଗ୍ରାମ ରହିଛି। ଏହା ୨୫୦ ସେକେଣ୍ଡ ମଧ୍ୟରେ ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତୀକରି ୧୫୦ ରୁ ୨୦୦ କିଲୋମିଟର ମଧ୍ୟରେ ଟାର୍ଗେଟ୍‌କୁ ନଷ୍ଟ କରିବାର କ୍ଷ୍ୟମତା ରହିଛି। ପ୍ରହାର କ୍ଷେପଣାସ୍ତ୍ରରେ ୨୦୦ ରୁ ୫୦୦ କିଲୋଗ୍ରାମ ପର୍ଯ୍ଯନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। ଭାରତ ଡାୟନାମିକ୍‌ ଲିମିଟେଡ଼ ଦ୍ବାରା ନିର୍ମିତ ପ୍ରହାର ମିସାଇଲକୁ କେନିଷ୍ଟାରରୁ ଉତ୍‌କ୍ଷେପଣ କରାଯିବା ସହିତ ଏହାକୁ ଟାଟ୍ରା ମୋବାଇଲ ଲଞ୍ଚରରୁ ମଧ୍ୟ ଉତ୍‌କ୍ଷେପଣ କରାଯାଇପାରିବ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ଅନ୍ୟପଟେ ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରରୁ ମିସାଇଲ ପରୀକ୍ଷଣ ହେବା ଏନେଇ ପାଖାପାଖି ଅଢେଇ କିଲୋମିଟର ପରିସୀମା ଅଞ୍ଚଳର ଲୋକମାନଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଅଞ୍ଚଳର ୮ ଶହ ପରିବାରର ୫୨୦୦ ରୁ ଅଧିକ ଅର୍ଥାତ ୬ ହଜାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ ୧୧୯୭ ଟି ଚିଙ୍ଗୁଡ଼ି ଘେରିରୁ ୧୧୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପାଖାପାଖି ୬ ହଜାର ଲୋକଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବା ସହ ଅପରାହ୍ନରେ ମିସାଇଲ ପରୀକ୍ଷଣ ପରେ ସେମାନଙ୍କୁ ପୁଣି ସେମାନଙ୍କ ଘରେ ଛଡ଼ାଯିବାର ବ୍ୟବସ୍ଥା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

07 Dec 2021 By The Sakala

ଚାନ୍ଦିପୁରରେ ‘ପ୍ରହାର’ ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ଵର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ମଙ୍ଗଳବାର ଦିନ ଭୂ-ପୃଷ୍ଠରୁ ପୂ-ପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟାଟିକ୍‌ ବାଲେଷ୍ଟିକ ମିସାଇଲ ‘ପ୍ରହାର’ ମିସାଇଲ୍ ଅପରାହ୍ନ ୩ ଘଟିକା ୯ ମିନିଟରେ ସଫଳ ପରୀକ୍ଷଣ ହୋଇଯାଇଛି। ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷା କରିବା ପାଇଁ ଡିଆରଡିଓର ବରିଷ୍ଠ ବୈଜ୍ଞାନିକମାନେ ଲଞ୍ଚପ୍ୟାଡରେ ଉପସ୍ଥିତ ରହିଥିଲେ। ସୁରକ୍ଷା ଦୃଷ୍ଟିରୁ ଲଞ୍ଚପ୍ୟାଡରୁ ୭ କିଲୋମିଟର ପର୍ଯ୍ଯନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନଙ୍କୁ ଯିବାକୁ ବାରଣ କରାଯାଇଥିବା ବେଳେ ୩ ନଂ ଲଞ୍ଚପ୍ୟାଡର ଅଢେଇ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ବିଭିନ୍ନ ଗାଁ ଯଥା ଗୁଡୁପାହି, କୁସୁମୁଳିପାହି, ଭୀମପୁରପାହି, ସାହାଦାନଗରପାହିର ୬ ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଶିବିର ଯଥା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍ଲୁଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ‘ପ୍ରହାର’ କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ ୨୦୧୧ ମସିହା ଜୁଲାଇ ୨୧ ତାରିଖ ଏବଂ ଦ୍ବିତୀୟ ଥର ପାଇଁ ୨୦୧୮ ମସିହା ସେପ୍ଟେମ୍ବର ୨୦ ତାରିଖରେ ପରୀକ୍ଷା କରାଯାଇଥିଲା। ଉଭୟ ପରୀକ୍ଷା ସଫଳ ହୋଇଥିବାବେଳେ ଏହା ଟାର୍ଗେଟ୍‌କୁ ୧୦ ମିଟର ଦୂରତା ମଧ୍ୟରେ ହିଟ୍‌ କରିବାରେ ସକ୍ଷମ ହୋଇଥିଲା। ‘ପ୍ରହାର’ ମିସାଇଲର ଲମ୍ବ ୭.୩୨ ମିଟର ଥିବାବେଳେ, ଓଜନ ୧୨୮୦ କିଲୋଗ୍ରାମ ରହିଛି। ଏହା ୨୫୦ ସେକେଣ୍ଡ ମଧ୍ୟରେ ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତୀକରି ୧୫୦ ରୁ ୨୦୦ କିଲୋମିଟର ମଧ୍ୟରେ ଟାର୍ଗେଟ୍‌କୁ ନଷ୍ଟ କରିବାର କ୍ଷ୍ୟମତା ରହିଛି। ପ୍ରହାର କ୍ଷେପଣାସ୍ତ୍ରରେ ୨୦୦ ରୁ ୫୦୦ କିଲୋଗ୍ରାମ ପର୍ଯ୍ଯନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। ଭାରତ ଡାୟନାମିକ୍‌ ଲିମିଟେଡ଼ ଦ୍ବାରା ନିର୍ମିତ ପ୍ରହାର ମିସାଇଲକୁ କେନିଷ୍ଟାରରୁ ଉତ୍‌କ୍ଷେପଣ କରାଯିବା ସହିତ ଏହାକୁ ଟାଟ୍ରା ମୋବାଇଲ ଲଞ୍ଚରରୁ ମଧ୍ୟ ଉତ୍‌କ୍ଷେପଣ କରାଯାଇପାରିବ।

ଅନ୍ୟପଟେ ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରରୁ ମିସାଇଲ ପରୀକ୍ଷଣ ହେବା ଏନେଇ ପାଖାପାଖି ଅଢେଇ କିଲୋମିଟର ପରିସୀମା ଅଞ୍ଚଳର ଲୋକମାନଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଅଞ୍ଚଳର ୮ ଶହ ପରିବାରର ୫୨୦୦ ରୁ ଅଧିକ ଅର୍ଥାତ ୬ ହଜାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ ୧୧୯୭ ଟି ଚିଙ୍ଗୁଡ଼ି ଘେରିରୁ ୧୧୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପାଖାପାଖି ୬ ହଜାର ଲୋକଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବା ସହ ଅପରାହ୍ନରେ ମିସାଇଲ ପରୀକ୍ଷଣ ପରେ ସେମାନଙ୍କୁ ପୁଣି ସେମାନଙ୍କ ଘରେ ଛଡ଼ାଯିବାର ବ୍ୟବସ୍ଥା କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର