କାନ୍ଥ ପଡ଼ି ପୁଅର ମୃତ୍ଯୁ, ବାପାମାଆ ଗୁରୁତର

The Sakala Picture
Published On

ଜଳେଶ୍ବର: କାନ୍ଥ ପଡ଼ି ପୁଅର ମୃତ୍ଯୁ ଘଟିଥିବାବେଳେ ବାପାମାଆ ଗୁରୁତର ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ପଶ୍ଚିମବାଡ଼ ଗାଁରେ ଘଟିଛି ଏଭଳି ଅଘଟଣ। ମୃତକ ହେଲେ ଶେଖ ଆରିଫ। ଘର ତିଆରି ପାଇଁ ରାସ୍ତା କଡରେ ପଡ଼ିଥିବା ଚିପ୍ସ ଗୋଟାଉଥିବା ବେଳେ ପୁରୁଣା କାନ୍ଥଟି ପଡ଼ିଯାଇଥିଲା। ସମିର ଉଦ୍ଦିନ ତାଙ୍କ ସ୍ତ୍ରୀ ଆଶୁନା ବିବି ଏବଂ ତାଙ୍କ ପୁଅ ଆରିଫଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। କାନ୍ଥ ତଳେ ଚାପି ହୋଇ ରହିଥିବାବେଳେ ସ୍ଥାନୀୟଲୋକେ ପହଞ୍ଚି ସେମାନଙ୍କୁ […]

ଜଳେଶ୍ବର: କାନ୍ଥ ପଡ଼ି ପୁଅର ମୃତ୍ଯୁ ଘଟିଥିବାବେଳେ ବାପାମାଆ ଗୁରୁତର ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ପଶ୍ଚିମବାଡ଼ ଗାଁରେ ଘଟିଛି ଏଭଳି ଅଘଟଣ। ମୃତକ ହେଲେ ଶେଖ ଆରିଫ। ଘର ତିଆରି ପାଇଁ ରାସ୍ତା କଡରେ ପଡ଼ିଥିବା ଚିପ୍ସ ଗୋଟାଉଥିବା ବେଳେ ପୁରୁଣା କାନ୍ଥଟି ପଡ଼ିଯାଇଥିଲା। ସମିର ଉଦ୍ଦିନ ତାଙ୍କ ସ୍ତ୍ରୀ ଆଶୁନା ବିବି ଏବଂ ତାଙ୍କ ପୁଅ ଆରିଫଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। କାନ୍ଥ ତଳେ ଚାପି ହୋଇ ରହିଥିବାବେଳେ ସ୍ଥାନୀୟଲୋକେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ସେମାନଙ୍କୁ ଜଳେଶ୍ବର ଜିକେଭଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ସେଠାରେ ପୁଅ ସେଖ ଆରିଫର ମୃତ୍ୟୁ ହୋଇଥିବାବେଳେ ବାପାମାଆଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

 

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର