ତ୍ରିକୋଣୀୟ ପ୍ରେମର କରୁଣ ପରିଣତି: ପ୍ରେମ ପାଇଁ ୧୩ ଦିନର ନବଜାତକକୁ ହତ୍ୟା କଲା ମା’

The Sakala Picture
Published On

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମରେ ନିଜ ପ୍ରେମ ପାଇଁ ଜଣେ ମା ୧୩ ଦିନର ନବଜାତକକୁ ପୋଖରୀକୁ ଫିଙ୍ଗି ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ଜଳେଶ୍ଵର ପୁଲିସ ମାଆ ସହ ତାର ପ୍ରମିକକୁ ଅଟକ ରଖିଛି। ବିବରଣୀରୁ ପ୍ରକାଶ ଯେ, ସ୍ଥାନୀୟ ଚାଳନ୍ତି ଗ୍ରାମର ରମାନାଥ ବାରିକଙ୍କ ଝିଅ ପୂର୍ଣ୍ଣିମା ଗତ ପ୍ରାୟ ୧୪ ମାସ ତଳେ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମର ବଳରାମ […]

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମରେ ନିଜ ପ୍ରେମ ପାଇଁ ଜଣେ ମା ୧୩ ଦିନର ନବଜାତକକୁ ପୋଖରୀକୁ ଫିଙ୍ଗି ହତ୍ୟା କରିବା ଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ଜଳେଶ୍ଵର ପୁଲିସ ମାଆ ସହ ତାର ପ୍ରମିକକୁ ଅଟକ ରଖିଛି।
ବିବରଣୀରୁ ପ୍ରକାଶ ଯେ, ସ୍ଥାନୀୟ ଚାଳନ୍ତି ଗ୍ରାମର ରମାନାଥ ବାରିକଙ୍କ ଝିଅ ପୂର୍ଣ୍ଣିମା ଗତ ପ୍ରାୟ ୧୪ ମାସ ତଳେ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମର ବଳରାମ ଜେନା ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହ ପରେ ପୂର୍ଣ୍ଣିମା ଏକ ପୁତ୍ର ସନ୍ତାନକୁ ମଧ୍ୟ ଜନ୍ମ ଦେଇଥିଲେ। ତେବେ ଗତ ୧୨ ତାରିଖ ରାତିରେ ଏହି ନବଜାତକର ଗଳାକୁ କେହି ଜଣେ ବ୍ଲେଡରେ କାଟିଦେଇ ଥିଲା। ପରିବାରଲୋକେ ନବଜାତକକୁ ନେଇ ସ୍ଥାନୀୟ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ତହିଁ ପରଦିନ ଚିକିତ୍ସା କରାଇଥିଲେ। ତେବେ ପୁଣି ସେହିଦିନ ରାତିରେ ରାତି ପ୍ରାୟ ୧୨ ଟା ସମୟରେ ମାଆ ଓ ପୁଅ ଉଭୟ ଗୋଟିଏ ବିଛଣାରେ ଶୋଇଥିବା ବେଳେ ନବଜାତକ ନିଖୋଜ ହୋଇଥିଲା। ଏନେଇ ପୂର୍ଣ୍ଣିମାଙ୍କ ସ୍ବାମୀ ବଳରାମ ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ତେବେ ଏନେଇ ପୂର୍ଣ୍ଣିମାକୁ ପରିବାର ଓ ଗ୍ରାମବାସୀ ବାରମ୍ବାର ଜେରା କରିବାପରେ ସେ ପୁଅକୁ ନିଜେ ପୋଖରୀକୁ ଫିଙ୍ଗି ହତ୍ୟା କରିଥିବା ସ୍ବୀକାର କରିଛି ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି। ସୂଚନା ମୁତାବକ ବିବାହ ପୂର୍ବରୁ ପୂର୍ଣ୍ଣିମା ବଳରାମ ଓ ସ୍ଥାନୀୟ ନିମପୁର ଗ୍ରାମର ତାପସ ଦେହୁରୀ (୨୧) ନାମକ ଜଣେ ଯୁବକଙ୍କ ସହ ତ୍ରିକୋଣୀୟ ପ୍ରେମ ସମ୍ପର୍କରେ ଥିଲା। ତେବେ ବଳରାମଙ୍କୁ ପ୍ରେମ ବିବାହ କରିଥିବା ପୂର୍ଣ୍ଣିମା ପୁଣି ସେହି ତାପସ ସହ ଘନିଷ୍ଠତା ବଢାଇଥିଲା। ଉଭୟ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ତେବେ ବିବାହ ରାସ୍ତାରେ ଏହି ନବଜାତକ କଣ୍ଟା ବୋଲି ପ୍ରେମିକ ତାପସ ପୂର୍ଣ୍ଣିମାକୁ ଜଣାଇବା ପରେ ସେ ଏପରି କାଣ୍ଡ ଭିଆଇ ଥିବା ପରିବାର ଲୋକ ଓ ଗ୍ରାମବାସୀଙ୍କ ନିକଟରେ ସ୍ବୀକାର କରିଛି। ଏନେଇ ଗ୍ରାମବାସୀ ଜଳେଶ୍ଵର ଥାନାରେ ଜଣାଇବାପରେ ପୁଲିସ ଅଭିଯୁକ୍ତ କୁହାଯାଉଥିବା ହତ୍ୟାକାରୀ ମାଆ ଓ ଷଡ଼ଯନ୍ତ୍ର ରଚିଥିବା ପ୍ରେମିକକୁ ଅଟକ ରଖିଛି। ମାତ୍ର ୧୩ ଦିନର ଜଣେ ନବଜାତକକୁ ନିଜ ମାଆ ଏପରି ନିର୍ମମ ହତ୍ୟା କରିବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
19 Sep 2021 By The Sakala

https://www.thesakala.in/latest-odisha-news/balasore/mother-kills-13-day-old-baby-for-love/article-5500
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର