ଆସୁଛି ମୌସୁମୀ ବର୍ଷା : ବିପଦ ଶଙ୍କୁଳ ଅବସ୍ଥାରେ ସୁବର୍ଣ୍ଣରେଖା ବନ୍ୟା ପ୍ରତିରୋଧ ବନ୍ଧ

The Sakala Picture
Published On

ବାଲେଶ୍ୱର : ରାଜ୍ୟରେ ମୌସୁମୀ ବାୟୁ ପ୍ରଵେଶ କରିସାରିଲାଣି। ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି। ହେଲେ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରେ ବନ୍ୟା ପ୍ରତିରୋଧକ ବନ୍ଧ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ବିଶେଷ କରି ଉତ୍ତର ବାଲେଶ୍ୱର ଦେଇ ପ୍ରବାହିତ ଏହି ନଦୀର ଜଳେଶ୍ୱର ବ୍ଲକ ବାଇଗଣ ବାଡ଼ିଆ, ଭୋଗରାଇ ବ୍ଲକର ଖଳାବାଡ଼ିଆ, ଉଲୁଡ଼ା ,କୁମ୍ଭୀରଗଡ଼ି,କୁହ୍ଲା ଇତ୍ୟାଦି ଗାଁ ରେ ଥିବା( ଟେଷ୍ଟ ରିଲିଫ ଏମବାକ ମେଣ୍ଟ )ବିପଦ ଶଙ୍କୁଳ ଅବସ୍ଥାରେ ଥିବାରୁ […]

ବାଲେଶ୍ୱର : ରାଜ୍ୟରେ ମୌସୁମୀ ବାୟୁ ପ୍ରଵେଶ କରିସାରିଲାଣି। ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି। ହେଲେ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରେ ବନ୍ୟା ପ୍ରତିରୋଧକ ବନ୍ଧ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ବିଶେଷ କରି ଉତ୍ତର ବାଲେଶ୍ୱର ଦେଇ ପ୍ରବାହିତ ଏହି ନଦୀର ଜଳେଶ୍ୱର ବ୍ଲକ ବାଇଗଣ ବାଡ଼ିଆ, ଭୋଗରାଇ ବ୍ଲକର ଖଳାବାଡ଼ିଆ, ଉଲୁଡ଼ା ,କୁମ୍ଭୀରଗଡ଼ି,କୁହ୍ଲା ଇତ୍ୟାଦି ଗାଁ ରେ ଥିବା( ଟେଷ୍ଟ ରିଲିଫ ଏମବାକ ମେଣ୍ଟ )ବିପଦ ଶଙ୍କୁଳ ଅବସ୍ଥାରେ ଥିବାରୁ ଉଭୟ ବ୍ଲକର ୩୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଙ୍କ ଚିନ୍ତା ବଢାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର; ବୈତରଣୀରେ ବନ୍ୟା ଆଶଙ୍କା, ବିପଦ ସଂକେତ ଉପରେ ଜଳକା

ବାଇଗଣ ବାଡ଼ିଆ ର ୪କିମି, ଉଲୁଡ଼ା ଓ ଖଳାବାଡ଼ିଆ ର ୭କିମି, ଟି ଆର ଇ ଦ୍ୱାରା ପ୍ରାୟ ୫୦ ମୌଜା ଅଞ୍ଚଳକୁ ବନ୍ୟା ଦାଉରୁ ସୁରକ୍ଷା ଦେଉଥିବା ବେଳେ ଲୋକଙ୍କ ଗମନାଗମନ ପାଇଁ ବ୍ୟବହାର ହୋଇଥାଏ। ମାତ୍ର ଏହି ଟି ଆର ଇ ମଧ୍ୟରୁ ମାତ୍ର ୪କିମି କଂକ୍ରିଟ ଥିବା ବେଳେ ଅବଶିଷ୍ଟ ୭କିମି ଟି ଆର ଇ ପିଚୁ ଓ ମେଟାଲିଙ୍ଗ ଥିବା ବେଳେ ଦୀର୍ଘଦିନ ଧରି ମରାମତି ଅଭାବରୁ ଅଧିକାଂଶ ସ୍ଥାନରେ ତାହା ଭାଙ୍ଗି ରୁଜି ଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଫଳରେ ପ୍ରତିବର୍ଷ ବର୍ଷା ଓ ବନ୍ୟା ସମୟରେ ମୃତ୍ତିକା କ୍ଷୟ ହୋଇ ନଦୀ ଗର୍ଭରେ ଲୀନ ହେଉଛି। ସେହିପରି ଜଳେଶ୍ୱର ବ୍ଲକ ନମକାନା ଠାରେ ୪୦୦ମିଟର ଟି ଆର ଇ ଧୋଇଯାଇ ଚିହ୍ନବର୍ଣ୍ଣ ନ ଥିବା ବେଳେ ଝାଡ଼ ପିପଲ ଠାରେ ଟି ଆର ଇ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି।ତେଣୁ ଏହି ୧୧ କିମି ଟି ଆର ଇ ବିପଦ ଶଙ୍କୁଳ ଅବସ୍ଥା ରେ ଥିବାରୁ ନଦୀ ତଟବର୍ତ୍ତୀ ଗାଁ ଜଳେଶ୍ୱର ର ବାଇଗଣ ବାଡ଼ିଆ, ଝାଡ଼ ପିପଲ, କଣ୍ଟା ପାଳ, ଆକନା,ଛୋଟ ଖାନ ପୁର, ବଡ଼ ନାମ କନା,ଓ ନାମ କନା, ଭୋଗରାଇ ବ୍ଲକର ରସଲ ପୁର, ମନୁନଗର, ହରିଣ କୁଲି, ଆରୁହା ବୃତ୍ତି-୧,ଆରୁହା ବୃତି-୨,ଖରିଦ ପିପଲ, ଦହ ମୁଣ୍ଡା,ଉଲୁଡ଼ା ଇତ୍ୟାଦି ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ସେହିପରି ବିଭିନ୍ନ ସ୍ଥାନରେ ପଥର ସ୍ପର ଏବଂ ପଥର ପ୍ୟାକିଂ ଭାଙ୍ଗି ରୁଜି ଯାଇଥିବା ବେଳେ ଦୀର୍ଘଦିନ ଧରି ଏହାର ମରାମତି ହୋଇନାହିଁ। ଚଳିତ ଆର୍ଥିକ ବର୍ଷରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଆଦୌ କାର୍ଯ୍ୟ ହୋଇନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନଦୀ ପାର୍ଶ୍ଵର ବିଭିନ୍ନ ସ୍ଥାନରେ ବ୍ୟକ୍ତିଗତ ମାଲିକାନା ରେ ବହୁତ ଜାଗା ଥିବାରୁ ସେମାନେ ନ ଛାଡିବାରୁ ଜଳ ସମ୍ପଦ ବିଭାଗ କୁ କାର୍ଯ୍ୟ କରିବା ପାଇଁ ପ୍ରତିବନ୍ଧକ ସାଜିଛି।ଯାହା ବି ହେଉ ଆଗାମୀ ବର୍ଷା ଦିନ ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ଏହି ବନ୍ୟା ପ୍ରତିରୋଧ ବନ୍ଧ କୁ ଯଦି ମରାମତି କରା ନ ଯାଏ ତେବେ ସୁବର୍ଣ୍ଣରେଖା ତଟବର୍ତ୍ତୀ ଅଞ୍ଚଳ ବାସୀ ଦୁର୍ଦ୍ଦଶା ଭୋଗିବା ନିଶ୍ଚିତ ବୋଲି ଏଡ଼ାଇ ଦିଆଯାଇ ନ ପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର