ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସହ ସୁନାଗହଣା ଏବଂ ଗାଡ଼ି ଲୁଟିନେଲେ ଦୁର୍ବୃତ୍ତ

The Sakala Picture
Published On

ବାଲେଶ୍ବର: ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟ୍ । ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ୭୦ ହଜାର ଟଙ୍କା ସହ ସୁନାଗହଣା ଏବଂ ଗାଡ଼ି ଲୁଟି ନେଇଛନ୍ତି ୪ ଜଣ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ରସାଳପୁର କାନକଟା ଅଣ୍ଟିଆଚିରା ପୋଲ ନିକଟରେ ଘଟିଛି ଏଭଳି ଘଟଣା । ବନ୍ଧୁକ ମୁନରେ ଜଣେ ସିମେଣ୍ଟ ଗୋଦାମ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ନେଇ ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇଛି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ […]

ବାଲେଶ୍ବର: ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟ୍ । ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ୭୦ ହଜାର ଟଙ୍କା ସହ ସୁନାଗହଣା ଏବଂ ଗାଡ଼ି ଲୁଟି ନେଇଛନ୍ତି ୪ ଜଣ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ରସାଳପୁର କାନକଟା ଅଣ୍ଟିଆଚିରା ପୋଲ ନିକଟରେ ଘଟିଛି ଏଭଳି ଘଟଣା । ବନ୍ଧୁକ ମୁନରେ ଜଣେ ସିମେଣ୍ଟ ଗୋଦାମ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ନେଇ ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇଛି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ସୂଚନା ଅନୁସାରେ, ସୋରରେ ଏକ ସିମେଣ୍ଟ ଦୋକାନର କର୍ମଚାରୀ ଦିଲ୍ଲୀପ କୁମାର ଦାସ ବାକି ଟଙ୍କା କଲେକ୍ସନ ସାରି ବିଳମ୍ବିତ ରାତି ରେ ନିଜ ବାଇକରେ ଫେରୁଥିବା ବେଳେ ଖନ୍ତାପଡ଼ା ଥାନା କାନକଟା କଣ୍ଟିଆଚିରା ପୋଲ ନିକଟରେ ୨ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଅଟକାଇଥିଲେ। ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ମୋବାଇଲ ଫୋନ, ୨ଟି ସୁନା ମୁଦି ଏବଂ କଲେକ୍ସନ କରି ଆଣିଥିବା ୩ ଲକ୍ଷ ୭୦ ହଜାର ଟଙ୍କାକୁ ଦୁର୍ବୃତ୍ତମାନେ ଛଡ଼ାଇ ନେଇଥିଲେ । ପରେ ଦୁର୍ବୁତ୍ତମାନେ ଫୋନ କରି ଅନ୍ୟ ୨ ଦୁର୍ବୃତ୍ତଙ୍କୁ ଡକାଇ ଛଡ଼ାଇ ନେଇଥିବା ସମସ୍ତ ଜିନିଷ ତାଙ୍କୁ ଦେଇ ଦୋକାନ କର୍ମଚାରୀଙ୍କ ବାଇକକୁ ନେଇ ଫେରାର ହୋଇଯାଇଥିଲେ।ଏ ନେଇ ଦିଲ୍ଲୀପ ଖନ୍ତାପଡା ଥାନାରେ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର